ବ୍ରହ୍ମପୁର ଅଫିସ,୨୬ା୨-ବ୍ରହ୍ମପୁର ସମବାୟ କେନ୍ଦ୍ର (ବିସିସି) ବ୍ୟାଙ୍କ ପରିଚାଳନା ବୋର୍ଡ ବୈଠକ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟାଳୟ ସମେତ ଗଞ୍ଜାମ ଓ ଗଜପତି ଜିଲାରେ ଥିବା ବ୍ୟାଙ୍କର ୨୩ ଶାଖା କର୍ମଚାରୀଙ୍କୁ ସପ୍ତମ ବେତନ କମିଶନ ସୁପାରିସ ଅନୁସାରେ ବର୍ଦ୍ଧିତ ହାରରେ ଦରମା ଦେବାର ନିଷ୍ପତ୍ତି ନିଆଯାଇଛି। ତେବେ ରାଜ୍ୟ ସମବାୟ ନିବନ୍ଧକ (ରେଜିଷ୍ଟ୍ରାର)ଙ୍କ ନିର୍ଦ୍ଦେଶ ପ୍ରକାରେ ୨୦୧୯ ଜୁଲାଇରୁ କାର୍ଯ୍ୟକାରୀ ହେବ ଏବଂ ୮ ମାସର ବକେୟା ଟଙ୍କା ଓ ସରକାରଙ୍କ ଘୋଷଣା ଅନୁଯାୟୀ ୫% ମହଙ୍ଗା ଭତ୍ତା ଦେବା ପାଇଁ ଅନୁମୋଦନ କରାଯାଇଛି।
ଅପରପକ୍ଷରେ ଷଷ୍ଠ ବେତନ କମିଶନ ସୁପାରିସ ପ୍ରକାରେ ଏହି ସମବାୟ ବ୍ୟାଙ୍କ କର୍ମଚାରୀମାନେ ୨୦୦୬ ଆର୍ଥିକ ବର୍ଷରୁ ୨୦୦୯ ପର୍ଯ୍ୟନ୍ତ ବର୍ଦ୍ଧିତ ଦରମା ପାଇ ନ ଥିଲେ। ପରବର୍ତ୍ତୀ ସମୟରୁ ବର୍ଦ୍ଧିତ ଦରମା କାର୍ଯ୍ୟକାରୀ କରାଯାଇଥିଲା। ୨୦୦୬ରୁ ୨୦୦୯ ପର୍ଯ୍ୟନ୍ତ ବକେୟା ପ୍ରାପ୍ୟ କର୍ମଚାରୀଙ୍କୁ ଦେବା ନିମନ୍ତେ ନିଷ୍ପତ୍ତି ନିଆଯାଇଛି। ବକେୟା ଟଙ୍କା ବାବଦରେ ୬ କୋଟି ଦେବାକୁ ପଡ଼ିବାର ହିସାବ କରାଯାଇଛି। ଏହାକୁ ନେଇ ଡାଇରେକ୍ଟରମାନେ ତର୍ଜମା କରିଥିଲେ। ଏକକାଳୀନ ବକେୟା ପ୍ରାପ୍ୟ ଦିଆ ନ ଯାଇ ଚଳିତ ଆର୍ଥିକ ବର୍ଷରେ ୫୦% ଦିଆଯିବ ଓ ତନ୍ମଧ୍ୟରୁ ୨୫% ନଗଦ ଆକାରରେ ଏବଂ ଆଉ ୨୫% କର୍ମଚାରୀମାନଙ୍କ ସ୍ଥାୟୀ ଜମାରେ ରଖାଯିବ। ଆସନ୍ତା ଆର୍ଥିକ ବର୍ଷରେ ବକେୟା ପ୍ରାପ୍ୟର ୨୫% ଏବଂ ପରବର୍ତ୍ତୀ ଆର୍ଥିକ ବର୍ଷରେ ଅବଶିଷ୍ଟ ୨୫% ମଧ୍ୟ ବ୍ୟାଙ୍କ ଜମାଖାତାରେ ରଖାଯିବାର ନିଷ୍ପତ୍ତି ନିଆଯାଇଥିଲା।
ବୈଠକରେ ସଭାପତି ଅଲେଖ ଚୌଧୁରୀ ଅଧ୍ୟକ୍ଷତା କରିଥିଲେ। ଉପସଭାନେତ୍ରୀ ସିଏଚ୍ ତାରକେଶ୍ୱରୀଙ୍କ ସମେତ କୈଳାସ ରଣା, ସନ୍ତୋଷ କୁମାର ପାତ୍ର, ବସନ୍ତ କୁମାର ପଟ୍ଟନାୟକ, ଏ. ଖଲି ରେଡ୍ଡୀ, ଗାୟତ୍ରୀ ଦଳାଇ, ବି. ତ୍ରିନାଥ, ଆର. ରାମପ୍ରସାଦ, ବି. ଧନଞ୍ଜୟଲୁ, ସଞ୍ଜୟ କୁମାର ସେଠୀ, ଆପନ୍ନା ସେଠୀ, ଆର.ସରସ୍ବତୀ ଓ ତମାଳ ନାୟକ ପ୍ରମୁଖ ଡାଇରେକ୍ଟରମାନେ ଯୋଗ ଦେଇଥିଲେ। ସରକାରୀ ମନୋନୀତ ଅଧିକାରୀ ଉପସ୍ଥିତ ଥିଲେ। ପରିଚାଳନା ବୋର୍ଡ ସମ୍ପାଦକ ତଥା ବ୍ୟାଙ୍କ ସିଇଓ ଭି.ତାରକା ନାଧମ ପ୍ରାରମ୍ଭିକ ସୂଚନା ସହ ଏଜେଣ୍ଡା ଉପସ୍ଥାପନ କରିଥିଲେ। ଚଳିତ ବର୍ଷର ରବି ଫସଲ ପାଇଁ ଚାଷୀଙ୍କୁ କୃଷି ଋଣ ଲଗାଣ ନେଇ ସମୀକ୍ଷା କରାଯାଇଥିଲା। ୨୦୭ କୋଟି ଧାର୍ଯ୍ୟ ଲକ୍ଷ୍ୟ ସ୍ଥଳେ ଫେବୃୟାରୀ ୨୪ ସୁଦ୍ଧା ୧୦୮ କୋଟି କୃଷି ଋଣ ଦିଆଯାଇଥିବା କୁହାଯାଇଥିଲା। ଆସନ୍ତା ମାର୍ଚ୍ଚ ଶେଷ ସୁଦ୍ଧା ଋଣ ଦିଆଯିବାର ବ୍ୟବସ୍ଥା ହୋଇଥିବା ବୈଠକର ବିବରଣୀରୁ ସୂଚନା ମିଳିଛି।
Posted inଆମ ଜିଲା ଖବର, ଗଞ୍ଜାମ View All
ନିଖୋଜ ସନ୍ତୋଷଙ୍କ ମିଳିଲା ମୃତଦେହ: ଖେଳିଗଲା ଶୋକର ଛାୟା
ଗୁଡାରି,୨୦।୧୧(ପ୍ରମୋଦ କୁମାର ପତି): ଗତ ୧୮ ତାରିଖ ଅପରାହ୍ନରୁ ନିଖୋଜ ଥିବା ଗୁଡାରି ବ୍ଲକ ଅନ୍ତର୍ଗତ ଏମ କେ ରାଇ ଗ୍ରାମପଞ୍ଚାୟତର ମେରିଆପାଙ୍ଗା ଗ୍ରାମର ଯୁବକ ସନ୍ତୋଷ…
ଅକ୍ବାନ ପ୍ରଭାବରେ ଦିଗପହଣ୍ଡି ଜଳବନ୍ଦୀ, ବସ୍ଷ୍ଟାଣ୍ଡ ସମେତ ବିଭିନ୍ନ ସାହିରେ ପଶିଲା ନର୍ଦ୍ଦମା ପାଣି
ଦିଗପହଣ୍ଡି,୨୦।୧୧(ଅଶେଷ ନାଥ ମିଶ୍ର): ଅକ୍ୱାନ ପ୍ରଭାବରେ ଦିଗପହଣ୍ଡିରେ ତୁହାକୁ ତୁହା ବର୍ଷା ଜାରି ରହିଛି । ଲଗାଣ ବର୍ଷା ଯୋଗୁଁ ଶୁକ୍ରବାର ଦିଗପହଣ୍ଡି ସହର ଉବୁ ଟୁବୁ…
ବାବୁବନ୍ଧ ଛକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଟ୍ରକ ଧକ୍କାରେ ଜେଜେ-ନାତିଙ୍କ ମୃତ୍ୟୁ
ସମ୍ବଲପୁର,୨୦।୧୧(ପ୍ରମୋଦ ବହିଦାର): ଶୁକ୍ରବାର ସକାଳୁ ସକାଳୁ ଜାତୀୟ ରାଜପଥ(୫୩)ର ବାବୁବନ୍ଧ ଛକ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଏଥିରେ ଜେଜେ ଏବଂ ତାଙ୍କର…
‘ଅର୍ଣ୍ଣବ’ ତୁଳନାରେ ‘ଅକ୍ୱାନ’ରେ ବର୍ଷା ପରିମାଣ ବହୁତ କମ: ସର୍ବାଧିକ ୬୭ ମିମି ବର୍ଷା ରେକର୍ଡ
ଦାରିଙ୍ଗବାଡ଼ି, ୨୦।୧୧ (ଅରୁଣ ସାହୁ): ବାତ୍ୟା ‘ଅକ୍ୱାନ’କୁ ମୁକାବିଲା କରିବା ପାଇଁ ଦାରିଙ୍ଗବାଡ଼ି ବ୍ଲକ ପ୍ରଶାସନ ପକ୍ଷରୁ ଜୋରଦାର ପ୍ରସ୍ତୁତି କରାଯାଇଛି। ତେବେ ଗୁରୁବାରଠାରୁ ଶୁକ୍ରବାର ସକାଳ…
ଅଧରାତିରେ ଗାଁରେ ପହଞ୍ଚିଲେ ବିଡିଓ-ତହସିଲଦାର: ବାତ୍ୟା ‘ଅକ୍ୱାନ’ ମୁକାବିଲା ପାଇଁ କେସିଙ୍ଗା ପ୍ରଶାସନ ତତ୍ପର
କେସିଙ୍ଗା, ୨୦।୧୧ (ତୁମେଶ୍ୱର ସାହୁ): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ଝଡ଼ ‘ଅକ୍ୱାନ’ର ସମ୍ଭାବ୍ୟ ପ୍ରଭାବକୁ ଦୃଷ୍ଟିରେ ରଖି କଳାହାଣ୍ଡି ଜିଲାରେ ପ୍ରଶାସନିକ ତତ୍ପରତା ବୃଦ୍ଧି ପାଇଛି।…
ମା’ଗୃହରେ ୧୦ ଗର୍ଭବତୀ ସୁରକ୍ଷିତ: ରାତିଅଧିଆ ପହଞ୍ଚିଲେ ପ୍ରଶାସନିକ ଅଧିକାରୀ
ଦାରିଙ୍ଗବାଡ଼ି, ୧୯।୧୧ (ଅରୁଣ ସାହୁ): ବାତ୍ୟା ‘ଅକ୍ୱାନ’ର ସମ୍ଭାବ୍ୟ ପ୍ରଭାବକୁ ନଜରରେ ରଖି ଦାରିଙ୍ଗବାଡ଼ି ଅଞ୍ଚଳରେ ପ୍ରଶାସନ ପକ୍ଷରୁ ଆଗୁଆ ସତର୍କତା ଓ ସୁରକ୍ଷା ବ୍ୟବସ୍ଥା ଗ୍ରହଣ…
ମାଡ଼ି ଆସିଲାଣି ବର୍ଷା, ଖୋଲିଲାନି ଧାନମଣ୍ଡି: ମୁଣ୍ଡ ଟେକିଛି ଆନ୍ଦୋଳନ
ବରଗଡ଼,୨୦।୧୧(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉପତ୍ାଦନ ଯୋଗୁ ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ହେଲେ ଏଠାରେ ଧାନଚାଷୀଙ୍କ ଦୁଃଖ ସରୁ ନାହିଁ। ଜିଲାରେ ଧାନ ବିକ୍ରିବଟା ସମସ୍ୟା…
କୋଟିଆରେ ସରପଞ୍ଚ ନିର୍ବାଚନ ତାରିଖ ବଦଳାଇଲା ଆନ୍ଧ୍ର: ୨୯ ବଦଳରେ ଡିସେମ୍ବର ୨ରେ ନିର୍ବାଚନ
ପଟ୍ଟାଙ୍ଗି,୨୦ା୧୧(ଶରତ କୁମାର ଧଳ):କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍ କୋଟିଆ ପଞ୍ଚାୟତର ୩ ଗ୍ରାମରେ ହେବାକୁ ଥିବା ସରପଞ୍ଚ ଏବଂ ଓ୍ବାର୍ଡ ସଦସ୍ୟ ନିର୍ବାଚନ ତାରିଖକୁ ଆନ୍ଧ୍ର ପରିବର୍ତ୍ତନ…

