‘ବିଷ ଖାଇବାନି କି ଖୁଆଇବାନି’

ଭୁବନେଶ୍ୱର,୧୦।୨(ବ୍ୟୁରୋ): ସୁସ୍ଥ ରହିବା ପାଇଁ ସ୍ବାସ୍ଥ୍ୟକର ଖାଦ୍ୟ ଆବଶ୍ୟକ। କିନ୍ତୁ ଆଜିକାଲି ସ୍ବାସ୍ଥ୍ୟକର ଖାଦ୍ୟ ପାଇବା ସହଜ ନୁହେଁ। ବଜାରରେ ମିଳୁଥିବା ପ୍ରତ୍ୟେକ ଖାଦ୍ୟଦ୍ରବ୍ୟରେ ରାସାୟନିକ ସାରର ବ୍ୟବହାର କରାଯାଉଛି, ଯାହା ସ୍ବାସ୍ଥ୍ୟ ପ୍ରତି ହାନିକାର ହେଉଛି। ତେଣୁ ଏପରି ପରିପ୍ରେକ୍ଷୀରେ ଜୈବିକ(ଅର୍ଗାନିକ୍‌) ଖାଦ୍ୟ ପଦାର୍ଥ ଆମ ସମସ୍ତଙ୍କ ପାଇଁ ଜରୁରୀ ହୋଇପଡ଼ିଛି। ତେବେ କେଉଁ ଜାଗାରୁ ଜୈବିକ ଖାଦ୍ୟ ପଦାର୍ଥ ମିଳିପାରିବ ତାହା ଅଧିକାଂଶ ଲୋକେ ଜାଣନ୍ତି ନାହିଁ। ସେହିପରି ଜୈବିକ ଚାଷୀ ମଧ୍ୟ ସେମାନଙ୍କ ଉତ୍ପାଦନକୁ ବିକ୍ରିବଟା କରିବା ପାଇଁ ସ୍ଥାନ ପାଉନାହିଁ। ତେଣୁ ଚାଷୀ ଓ ଗ୍ରାହକଙ୍କୁ ସୁବିଧା ଯୋଗାଇ ଦେବା ପାଇଁ ଦ ପ୍ରେସ୍‌ କ୍ଲବ୍‌ ଅଫ୍‌ ଓଡ଼ିଶା (ପିସିଓ) ପକ୍ଷରୁ ଏକ ପ୍ରୟାସ ଆରମ୍ଭ ହୋଇଛି। ରବିବାର ପ୍ରେସ୍‌ କ୍ଲବ୍‌ ପରିସରରେ ଆୟୋଜିତ ହୋଇଥିଲା ‘ଅର୍ଗାନିକ୍‌ ଫେୟାର’, ଯେଉଁଥିରେ ଓଡ଼ିଶାର ବିଭିନ୍ନ କୋଣରୁ ଜୈବିକ ଉପାୟରେ ଉତ୍ପାଦନ କରୁଥିବା ସାମଗ୍ରୀ ପ୍ରଦର୍ଶିତ ହୋଇଥିଲା। ବିଶେଷ କରି ପନିପରିବାଠାରୁ ଆରମ୍ଭ କରି ମହୁ, ଆଚାର, ବିଭିନ୍ନ କିସମର ଚାଉଳ, ଚକୋଲେଟ୍‌ ଭଳି ଖାଦ୍ୟ ପଦାର୍ଥ, ଜୈବିକ ଖତ ପ୍ରଦର୍ଶିତ ହେବା ସାଙ୍ଗକୁ ବିକ୍ରି ମଧ୍ୟ ହୋଇଥିଲା। ରବିବାର ହୋଇଥିବାରୁ ମେଳାରେ ଭିଡ଼ ଜମିଥିଲା। ଲୋକେ ଉତ୍ସାହର ସହିତ ଉକ୍ତ ଖାଦ୍ୟ ପଦାର୍ଥଗୁଡ଼ିକ କିଣିବା ସହିତ ପ୍ରେସ୍‌ କ୍ଲବ୍‌ର ଏଭଳି ପ୍ରୟାସକୁ କ୍ରଶଂସା କରିଥିଲେ।
ଜୈବିକ କୃଷି କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ନିକଟରେ ଯୁଗ୍ମଭାବେ ପଦ୍ମଶ୍ରୀ ସମ୍ମାନ ପାଇବାକୁ ଘୋଷିତ ହୋଇଥିବା ପ୍ରଫେସର ରାଧାମୋହନ ଓ ତାଙ୍କ ଝିଅ ସାବରମତୀ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ସାବରମତୀ କହିଥିଲେ ଯେ, ଜୈବିକ ଖାଦ୍ୟକୁ ବିକ୍ରିବଟା ପାଇଁ ଚାଷୀଙ୍କୁ ପ୍ଲାଟଫର୍ମ ମିଳୁନି। ଯଦି ବ୍ଲକ୍‌ ସ୍ତରରେ ସେମାନଙ୍କୁ ବିକ୍ରିବଟା ପାଇଁ ଜାଗା ମିଳନ୍ତା ତେବେ ଗାଁ ଲୋକମାନେ ଏସବୁ ଖାଇବା ଆରମ୍ଭ କରନ୍ତେ। ଜୈବିକ ଚାଷ ପ୍ରସାର କରିବା ପାଇଁ ଗଣମାଧ୍ୟମର ବଡ଼ ଭୂମିକା ରହିଛି ବୋଲି ମତବ୍ୟକ୍ତ କରିଥିଲେ। ଶେଷରେ ‘ବିଷ ଖାଇବାନି କି ବିଷ ଖୁଆଇବାନି’ ଭଳି ସାବରମତୀ ସ୍ଲୋଗାନ ଦେଇଥିଲେ। ପ୍ରଫେସର ରାଧାମୋହନ କହିଥିଲେ ଯେ, ବର୍ତ୍ତମାନ ଯେଉଁ ସାର ବ୍ୟବହାର କରାଯାଉଛି ସେଥିରେ ମୂଳ ଉପାଦନ ହେଉଛି କୋଇଲା, ପେଟ୍ରୋଲିୟମ ଓ ଗ୍ୟାସ୍‌। ସେଗୁଡ଼ିକ ଅକ୍ଷୟ ନୁହେଁ। ଦିନେ ନା ଦିନେ ଏହାର କ୍ଷୟ ହେବ। ତେଣୁ ଏଥିପାଇଁ ବିଚାର କରିବାକୁ ପଡ଼ିବ। ଏହି ପରିପ୍ରେକ୍ଷୀରେ ଆମକୁ ବିଷମୁକ୍ତ ଖାଦ୍ୟର ଆବଶ୍ୟକତା ରହିଛି। ତେଣୁ ଜୈବିକ ସାର ଓ ଜୈବିକ ଖାଦ୍ୟକୁ ଆମେ ସମସ୍ତେ ଆପଣେଇବା ଉଚିତ।
ରାଜ୍ୟ କୃଷି ଓ କୃଷକ ସଶକ୍ତୀକରଣ ବିଭାଗ ପ୍ରମୁଖ ଶାସନ ସଚିବ ସୌରଭ ଗର୍ଗ ମୁଖ୍ୟଅତିଥି ଭାବେ ଯୋଗଦେଇ ଏହି ମେଳା ଉଭୟ ବିକ୍ରେତା ଓ ଗ୍ରାହକଙ୍କ ପାଇଁ ଲାଭବାନ ହେବ ବୋଲି ମତବ୍ୟକ୍ତ କରିଥିଲେ। ସେ କହିଥିଲେ ଯେ, ଜୈବିକ ଚାଷ ପାଇଁ ଓଡ଼ିଶା ହେଉଛି ପ୍ରକୃଷ୍ଟ ସ୍ଥାନ। କାରଣ ଦେଶରେ ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାରେ ପେଷ୍ଟିସାଇଡ୍‌ ଓ ଫର୍ଟିଲାଇଜର ବ୍ୟବହାର କମ୍‌ ରହିଛି। ଓଡ଼ିଶାରେ କିପରି ଜୈବିକ ଚାଷକୁ ବୃଦ୍ଧି କରାଯାଇପାରିବ, ସେଥିପାଇଁ କାର୍ଯ୍ୟ କରାଯାଉଛି। ୨୦୧୮ରେ ଅର୍ଗାନିକ୍‌ ପଲିସି କରାଯାଇଛି। ଏହି ପିଲିସି ଦ୍ୱାରା ୫ବର୍ଷରେ ୨ଲକ୍ଷ ହେକ୍ଟର ଜମି ଚାଷ କରିବା ଟାର୍ଗେଟ ରହିଛି। ବର୍ତ୍ତମାନ ଓଡ଼ିଶାରେ ୨୦ହଜାର ହେକ୍ଟର ଜମିରେ ଜୈବିକ ଚାଷ ହେଉଛି। ସବୁ ଜିଲାରେ ଜୈବିକ ଚାଷ ହେଉଛି। କିନ୍ତୁ ମାର୍କେଟିଂ ଏକ ବଡ଼ ସମସ୍ୟା। ଯେଉଁମାନେ ଜୈବିକ ଚାଷ କରୁଛନ୍ତି, ସେମାନଙ୍କୁ ସ୍ବତନ୍ତ୍ର ସ୍ଥାନ ମିଳିବା ଉଚିତ୍‌। ତେଣୁ ସବୁ ଜିଲାରେ ମାସକୁ ଥରେ ଏଭଳି ଏକ ପ୍ରଦର୍ଶନୀ କରାଗଲେ ଉପକୃତ ହୋଇପାରିବ। ଏଥିପାଇଁ ଆମେ ସବୁ ଜିଲାପାଳଙ୍କ ସହିତ କଥା ହେବୁ। ଯେଉଁ ଜିଲାଗୁଡ଼ିକରେ ଅଧିକ ଜୈବିକ ଚାଷ ହେଉଛି, ସେଠାରେ ପ୍ରଥମେ ଆରମ୍ଭ କରିବୁ। ଖୁବ୍‌ଶୀଘ୍ର ଏହି କାର୍ଯ୍ୟକ୍ରମକୁ ଆରମ୍ଭ କରିବା ପାଇଁ ଚେଷ୍ଟା କରିବୁ ବୋଲି ସୌରଭ ଗର୍ଗ କହିଛନ୍ତି।
କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ ଅଧୀନ ଆଞ୍ଚଳିକ ଜୈବିକ କୃଷି କେନ୍ଦ୍ରର ନିର୍ଦ୍ଦେଶକ ଡ. ଅଜୟ ସିଂ ରାଜପୁତ ମୁଖ୍ୟବକ୍ତା ଭାବେ ଯୋଗଦେଇ କହିଥିଲେ ଯେ, ଓଡ଼ିଶାର ପ୍ରଥମ ଅକ୍ଷର ‘ଓ’ ହେଉଛି ଅର୍ଗାନିକ୍‌। ଓଡ଼ିଶାର ‘ଓ’କୁ କେତେ ଆଗକୁ ନିଆଯାଇପାରିବ ତାହା ଆମର ଲକ୍ଷ୍ୟ ରହିଛି। ଜୈବିକ ଚାଷ କଲେ ଉତ୍ପାଦନ କମ୍‌ ହୁଏ ବୋଲି ଲୋକେ ଚିନ୍ତା କରନ୍ତି। କିନ୍ତୁ ସେଭଳି କିଛି ନୁହେଁ। ଯଦି ଜଣେ ଏହାର ସମ୍ପୂର୍ଣ୍ଣ ପ୍ରକ୍ରିୟାକୁ ଜାଣିଥିବ, ତେବେ ନିଶ୍ଚୟ ଭାବେ ଲାଭହେବ। ସବୁ କୃଷକ ଏହି ଚାଷକୁ ଆପଣେଇବା ଉଚିତ। ଜୈବିକ ଚାଷ କରୁଥିବା କୃଷକଙ୍କ କେବେ ବି କ୍ଷତି ହେବ ନାହିଁ। କାରଣ ଏହା ମଲ୍‌ଟି କ୍ରପିଂ ହୋଇଥିବାରୁ କେଉଁଥିରୁ ନା କେଉଁଥିରୁ ରିପ୍ଲେସ୍‌ମେଣ୍ଟ ମିଳିଯିବ। ତେବେ ଗାଈ ଓ ଷଣ୍ଢ ହେଉଛି ଜୈବିକ ଚାଷର ମୁଖ୍ୟ ସମ୍ବଳ। ତେଣୁ ସେମାନଙ୍କୁ ସୁରକ୍ଷା ଦେବା ଜରୁରୀ ବୋଲି ସେ ଗୁରୁତ୍ୱାରୋପ କରିଛନ୍ତି।
ଦ ପ୍ରେସ୍‌ କ୍ଲବ୍‌ ଅଫ୍‌ ଓଡ଼ିଶାର ଅଧ୍ୟକ୍ଷ ତଥା ‘ଧରିତ୍ରୀ’ ଏବଂ ‘ଓଡ଼ିଶା ପୋଷ୍ଟ’ ସମ୍ପାଦକ ତଥାଗତ ସତପଥୀ ଯୋଗଦେଇ ପ୍ରତି ମାସର ଦ୍ୱିତୀୟ ରବିବାର ଏହି ଫେୟାର ଆୟୋଜନ କରାଯିବ ବୋଲି କହିଥିଲେ। କାର୍ଯ୍ୟକ୍ରମକୁ କ୍ଲବ୍‌ର କୋଷାଧ୍ୟକ୍ଷ ଜୟାଶିଷ ରାୟ ସଂଯୋଜନା କରିଥିବା ବେଳେ ସମ୍ପାଦିକା ଅନ୍ନପୂର୍ଣ୍ଣା ଦାଶ ମେଳା ଆୟୋଜନ ସମ୍ପର୍କରେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କାମ କରୁଥିବାବେଳେ ଶ୍ରମିକଙ୍କୁ ଶୁଭିଲା ସାପର ଗର୍ଜନ, ପାଖକୁ ଯାଇ ଦେଖିବା ପରେ…

ଦିଗପହଣ୍ଡି,୨୨ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ଉପକଣ୍ଠ ୧ ନଂ ଓ୍ବାର୍ଡ ଘୋଡ଼ାହାଡ଼ ଡ଼୍ୟାମ ରାସ୍ତାକଡ଼ରେ ନିର୍ମାଣାଧୀନ ମେଡିକାଲ କୋଠା ପରିସରରୁ ପ୍ରାୟ ୭…

ଗଞ୍ଜାମରେ ୯୦ ଦିନ ପାଇଁ ଧାରା ୩୦ ଲାଗୁ, ଜାଣନ୍ତୁ ଏହା କ’ଣ, କାହିଁକି ହୁଏ…

ଗଞ୍ଜାମ,୨୨ା୮(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାରେ ପୋଲିସ ଆଇନ ୧୯୬୧ର ଧାରା-୩୦ ଲାଗୁ କରାଯାଇଛି। ୯୦ ଦିନ ପାଇଁ କଟକଣା ଲଗାଇଛି ଗଞ୍ଜାମ ପୋଲିସ। ସଭା, ସମିତି ଓ…

ପୁଣି ଲଘୁଚାପ ସମ୍ଭାବନା: ୨୪ ଘଣ୍ଟାରେ ସ୍ପଷ୍ଟ ହେବ ଚିତ୍ର

ଭୁବନେଶ୍ୱର, ୨୨।୮: ଉତ୍ତର ବଙ୍ଗୋପସାଗର ଉପରେ ପୁଣି ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ଦେଖାଦେଇଛି। ଉତ୍ତର ବଙ୍ଗୋପସାଗର ସଂଲଗ୍ନ ପଶ୍ଚିମବଙ୍ଗ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ…

୪ ବର୍ଷରୁ କମ ବୟସର ପିଲାମାନଙ୍କୁ ଦିଆଯିବ ନାହିଁ ଏହି ଥଣ୍ଡା-କାଶ ଔଷଧ: କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ,୨୨।୮: କେନ୍ଦ୍ର ସରକାର ଛୋଟ ପିଲାମାନଙ୍କ ସ୍ବାସ୍ଥ୍ୟ ସୁରକ୍ଷା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି। ସରକାର ୪ ବର୍ଷରୁ କମ ବୟସର ପିଲାମାନଙ୍କ ପାଇଁ ଉଦ୍ଦିଷ୍ଟ…

ଏହି ୫୨ ନେତା ପିନ୍ଧିବେ ୧୦ ଲକ୍ଷ ଟଙ୍କାର ଜ୍ୟାକେଟ୍‌: ପଛରେ ରହିଛି ଏମିତି କାରଣ

ଲକ୍ଷ୍ନୌ,୨୨।୮: ଉତ୍ତର ପ୍ରଦେଶରେ ରାଜନୈତିକ ନେତାଙ୍କ ସୁରକ୍ଷା ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନିଆଯାଇଛି। ରାଜ୍ୟର ୫୨ ନେତାଙ୍କୁ ବୁଲେଟପ୍ରୁଫ ଜ୍ୟାକେଟ ଯୋଗାଇ ଦିଆଯାଇଛି। ଏହି ସୁରକ୍ଷା…

ମୃତ୍ୟୁପରେ ରୋଗୀଙ୍କୁ ରେଫର କଲେ ଡାକ୍ତର: ତ୍ରୁଟିପୂର୍ଣ୍ଣ ଚିକିତ୍ସା ଅଭିଯୋଗ

ତିହିଡି଼,୨୨।୮(ସଞ୍ଜିତ ବଳ):ଭଦ୍ରକ ଜିଲା ତିହିଡି଼ ଥାନା ଭାଟପ ପଞ୍ଚାୟତ ଅଧୀନ ବଉଳପାଳ ଗ୍ରାମର ମାୟାଧର ତ୍ରିପାଠୀ (୬୫)ନାମକ ଜଣେ ବୃଦ୍ଧଙ୍କ ତ୍ରୁଟିପୂର୍ଣ୍ଣ ଚିକିତ୍ସା ପାଇଁ ମୃତ୍ୟୁ ଘଟିଥିବା…

ଦୀପିକାଙ୍କୁ ନେଇ ବଢୁଛି ଚର୍ଚ୍ଚା: ‘ସ୍ପିରିଟ୍‌’ରୁ ବିଦା ହେବାକୁ ବଢିଲା ବିବାଦ

ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋଣ ପ୍ରଭାସଙ୍କ ଫିଲ୍ମ ‘ସ୍ପିରିଟ୍‌’ରୁ ବିଦା ହେବାକୁ ନେଇ ଚର୍ଚ୍ଚାରେ ଅଛନ୍ତି। ଫିଲ୍ମର ନିର୍ମାତା ଅଭିନେତ୍ରୀଙ୍କ ବିଷୟରେ ଅନେକ ଅଭିଯୋଗ ଆଣିଛନ୍ତି। ସନ୍ଦୀପ…

ଏକକାଳୀନ ଫାଟିଲା ଅନେକ ସ୍ମାର୍ଟ ମିଟର, ଦୁଇ ଶିଶୁଙ୍କ ସହ ଜଳିଗଲେ ୪ ଜଣ

ସୁଲତାନପୁର,୨୨।୮: ଉତ୍ତର ପ୍ରଦେଶ ସୁଲତାନପୁରର ଆବାସ ବିକାଶ କଲୋନୀର ପାଣି ଟାଙ୍କି ନିକଟରେ, ସାତଟି ପୃଥକ ଘରେ ସ୍ଥାପିତ ସ୍ମାର୍ଟ ମିଟର, ଏକାସଙ୍ଗେ ବିସ୍ଫୋରଣ ହେବାରୁ ଗୋଟିଏ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri