Posted inଖେଳ

ବିଶ୍ୱ ଆଥଲେଟିକ୍ସ ଚାମ୍ପିୟନଶିପ୍‌: କୋଲମେନଙ୍କ ଚମକ

ଦୋହା,୩୦।୯ (ଏଏଫ୍‌ପି)- ଏଠାରେ ଚାଲିଥିବା ବିଶ୍ୱ ଆଥଲେଟିକ୍ସ ଚାମ୍ପିୟନଶିପ୍‌ର ୧୭ତମ ସଂସ୍କରଣରେ ଆମେରିକା ତାରକା ସ୍ପ୍ରିଣ୍ଟର କ୍ରିଷ୍ଟିଆନ କୋଲମେନ ଅତି ସୁନ୍ଦର ଢଙ୍ଗରେ ୧୦୦ମିଟର ଦୌଡରେ ଟାଇଟଲ ହାସଲ କରିଛନ୍ତି। ସ୍ଥାନୀୟ ଖଲିଫା ଇଣ୍ଟର ନ୍ୟାଶନାଲ ଷ୍ଟାଡିୟମରେ ସେ ଏହି ରେସ୍‌ର ମାତ୍ର ୯.୭୬ ସେକେଣ୍ଡ ସମୟ ନେଇ ନିଜ ପ୍ରତିଦ୍ୱନ୍ଦ୍ୱୀମାନଙ୍କୁ ବହୁ ପଛରେ ପକାଇ ଚାମ୍ପିୟନ ହୋଇଛନ୍ତି। ଏଥିସହିତ ପ୍ରଥମଥର ପାଇଁ ସେ କ୍ୟାରିୟରର ମେଜର ଆଉଟ୍‌ଡୋର ଟାଇଟଲ ହାସଲ କରିଛନ୍ତି। ଏହି ବିଜୟ ସହ କୋଲମେନ ଆସନ୍ତାବର୍ଷ ଆୟୋଜନ ହେବାକୁ ଥିବା ଟୋକିଓ ଅଲିମ୍ପିକ୍ସରେ ୧୦୦ମି ରେସ୍‌ର ଫେଭରାଇଟ୍‌ ବିବେଚିତ ହୋଇଛନ୍ତି। ଜାମାଇକା କିମ୍ବଦନ୍ତୀ ଧାବକ ଉସେନ ବୋଲ୍ଡଙ୍କ ଯୁଗ ଶେଷ ହେବା ପରେ ୨୩ ବର୍ଷୀୟ କୋଲମେନ ନୂଆ ଷ୍ଟାର ଧାବକ ଭାବେ ଉଭା ହୋଇଛନ୍ତି।
ତେବେ ଆମେରିକାର କିମ୍ବଦନ୍ତୀ ଧାବକ ମିଚେଲ ଜନସନ କୋଲମେନଙ୍କ ଏହି ବିଜୟକୁ ଗ୍ରହଣ କିରବାକୁ ରାଜି ନୁହନ୍ତି। ଡ୍ରଗ୍‌ ଟେଷ୍ଟରେ ସାମିଲ ହୋଇପାରି ନ ପାରି କୋଲମେନ ବିବାଦୀୟ ହୋଇପଡିଥିଲେ। ଏହି କାରଣରୁ ସେ କୋଲମେନଙ୍କ ସଫଳତାକୁ ସେତେଟା ଗୁରୁତ୍ୱ ନ ଦେଇ ମନ୍ତବ୍ୟ ଦେଇଛନ୍ତି। ତେବେ ଜନସନଙ୍କ ମନ୍ତବ୍ୟରେ କୋଲମେନ ଆଦୌ ପ୍ରଭାବିତ ନୁହଁ ବୋଲି କୋଲମେନ କହିଛନ୍ତି। ସେ କ’ଣ କହୁଛନ୍ତି ତାହାକୁ ଆଦୌ ଖାତିର କରେନାହିଁ ବୋଲି କୋଲମେନ କହିଛନ୍ତି। କେତୋଟି ବୈଷୟିକ ତ୍ରୁଟି କାରଣରୁ ତାଙ୍କ ବିରୋଧରେ ମାମଲା ପ୍ରତ୍ୟାହାର ହେବା ପରେ କୋଲମେନ ଦୋହାରେ ଦୌଡ଼ିବାର ସୁଯୋଗ ହାସଲ କରିଥିଲେ। ବୋଲ୍ଟଙ୍କ ଉତ୍ତରାଧିକାରୀ ରୂପେ କୋଲମେନଙ୍କୁ ବିବେଚନା କରାଯାଉଥିବାରୁ ଜନ୍‌ସନ ଏହାକୁ ଗ୍ରହଣ କରିନାହାନ୍ତି। କୌଣସି ପ୍ରକାର ଡୋପିଂ ମାମଲାରେ ପ୍ରତ୍ୟକ୍ଷ ବା ପରୋକ୍ଷଭାବେ ଜଡିତଥିବା ଆଥଲେଟ୍‌ମାନଙ୍କୁ ପ୍ରଶଂସକ ଗ୍ରହଣ କରିବେ ନାହିଁ ବୋଲି ଜନସନ ବିବିସିକୁ ସକ୍ଷାତକାର ଦେବା ଅବସରରେ କହିଥିଲେ। ତେବେ ପ୍ରଦର୍ଶନ ମାଧ୍ୟମରେ ମୁଁ ନିଜକୁ ପ୍ରମାଣିତ କରିବି ଓ ଜଜ୍‌ ତଥା ପ୍ରଶଂସକମାନେ ମଧ୍ୟ ପ୍ରଦର୍ଶନ ଭିତ୍ତିରେ ମୋ ପ୍ରତିଭାକୁ ସ୍ବୀକାର କରିବେ ବୋଲି କୋଲମେନ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସରକାରୀ ଅଧିକାରୀଙ୍କୁ ବ୍ଲାକ୍‌ମେଲ କରି ଟଙ୍କା ନେବା ପଡ଼ିଲା ମହଙ୍ଗା, ୨ ଖବରଦାତାଙ୍କ ସହ ଆଉ ଜଣେ ଗିରଫ

ଭବାନୀପାଟଣା,୭ା୯(ଉତ୍ତମ କୁମାର ଦାଶ): ଜଣେ ସରକାରୀ ଅଧିକାରୀଙ୍କୁ ବ୍ଲାକ୍‌ମେଲ୍‌ କରି ଟଙ୍କା ନେବା ଘଟଣାରେ ୨ ଖବରଦାତାଙ୍କ ସହ ଜଣେ ଗିରଫ ହେବା କଳାହାଣ୍ଡି ଜିଲାରେ ଏବେ…

ନନ୍ଦନକାନରେ ଖୁସି ଖବର: ପ୍ରଥମଥର ମା’ ହେଲା ସିଂହୀ ମାୟା, ଦୁଇ ଶାବକରୁ…

ବାରଙ୍ଗ,୭ା୯(ଲିଙ୍ଗରାଜ ରାଉତ): ନନ୍ଦନକାନନ ପାଇଁ ଏକ ଖୁସି ଖବର। ସିଂହୀ ମାୟା ପ୍ରଥମ କରି ମା’ ହୋଇଛି। ୧୧୨ ଦିନର ଗର୍ଭଧାରଣ ପରେ ସୋମବାର ଭୋର୍‌ରେ ସିଂହୀ…

ପୁଣି ମାଡ଼ିଆସୁଛି ବଡ଼ ବର୍ଷା: ୯ରୁ ଅତିପ୍ରବଳ ବର୍ଷା

ଭୁବନେଶ୍ୱର, ୭ା୯: ରାଜ୍ୟକୁ ପୁଣି ମାଡ଼ିଆସୁଛି ବଡ଼ ବର୍ଷା। ଆଜି ଓ ଆସନ୍ତାକାଲି ବିଭିନ୍ନ ଜିଲାରେ ଘଡ଼ଘଡ଼ି, ବିଜୁଳି ସହ ବର୍ଷା ହେବ। ଏହାପରେ ୯ ତାରିଖରୁ…

ଖଣି ନିଲାମକୁ ନେଇ ତେଜୁଛି ବିରୋଧ, ଆନ୍ଦୋଳନ ଚେତାବନୀ ଦେଇ ଅଞ୍ଚଳବାସୀ କହିଲେ…

ଥୁଆମୂଳ ରାମପୁର,୭।୯ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା କର୍ଲାପାଟ ବନ୍ୟପ୍ରାଣୀ ଅଭୟାରଣ୍ୟ ଅନ୍ତର୍ଗତ ଖଣ୍ଡୁଆଳମାଳି ପାହାଡ଼ କର୍ଲାପାଟ ବକ୍ସାଇଟ ବ୍ଲକକୁ ନେଇ ବିରୋଧ ତେଜୁଛି। ଆନୁମାନିକ ୨୪.୮…

PCB ଛାଡିବା ପରେ ପାକିସ୍ତାନ କ୍ରିକେଟର ଚିଠା ଖୋଲିଲେ ମିସବା, ହେଲାଣି ଚର୍ଚ୍ଚା

ଇସଲାମାବାଦ,୭।୯: ପାକିସ୍ତାନ କ୍ରିକେଟରେ କ’ଣ ଘଟୁଛି? ଦଳ ଏବଂ ଚୟନ କମିଟି ପରିବର୍ତ୍ତନ କରିବା ଦ୍ୱାରା ପାକିସ୍ତାନ କ୍ରିକେଟ ଦଳର ବର୍ତ୍ତମାନ ଏବଂ ଭବିଷ୍ୟତ ପରିବର୍ତ୍ତନ ହେବ…

ଓଜନ କମାଇବାର ସହଜ ଉପାୟ

ଆମ ଶରୀରର ଓଜନ ସନ୍ତୁଳିତ ରହିବା ନିହାତି ଦରକାର। ହେଲେ ଏହାର ଏକ ସରଳ ଉପାୟ ରହିଛି। ଏହାକୁ ଜଣେ ଅତି ସହଜରେ ଆପଣେଇ ପାରିବ। ତାହା…

ଆଜି ରାଜ୍ୟ କ୍ୟାବିନେଟ୍‌: ୯ ପ୍ରସ୍ତାବ ଉପରେ ବାଜିପାରେ ମୋହର

ଭୁବନେଶ୍ୱର,୭ା୯(ରବିନାରାୟଣ ଜେନା): ରାଜ୍ୟ ସରକାରଙ୍କ ପକ୍ଷରୁ ସୋମବାର ଅପରାହ୍ନ ୫ଟାରେ ରାଜ୍ୟ କ୍ୟାବିନେଟ ବୈଠକ ବସିବ। ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଏହି…

ଗୋ’ ଚାଲାଣବେଳେ ଫାଟିଲା ପିକ୍‌ଅପ୍‌ ଟାୟାର, ୩ ବଳଦ ମୃତ

ଜଗନ୍ନାଥପ୍ରସାଦ,୭ା୯(ବିଭୁ ପ୍ରସାଦ ପଟ୍ଟନାୟକ): ଗଞ୍ଜାମ ଜିଲା ଜଗନ୍ନାଥପ୍ରସାଦ ଥାନା ଅଞ୍ଚଳରେ ରବିବାର ମଧ୍ୟରାତ୍ରିରେ ବେଆଇନ ଗୋ-ଚାଲାଣ ବେଳେ ଏକ ବଡ଼ ଦୁର୍ଘଟଣା ଘଟିଛି। ଜିରାବାଡ଼ି ଗ୍ରାମ ନିକଟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri