ବିମାନ ଯାତ୍ରା ପାଇଁ ଏସ୍‌ଓପି

ଭୁବନେଶ୍ୱର,୨୨।୫(ବ୍ୟୁରୋ): ଦେଶରେ ଘରୋଇ ବିମାନ ସେବା ଆସନ୍ତା ୨୫ ତାରିଖରୁ ଆରମ୍ଭ ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଅନୁମତି ମିଳିବା ପରେ ଗୁରୁବାର ଏନେଇ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜିଓର୍‌(ଏସ୍‌ଓପି) ଜାରି କରାଯାଇଛି। କରୋନା ସଂକ୍ରମଣ ବ୍ୟାପିବାକୁ ଦୃଷ୍ଟିରେ ରଖି ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ ଡୋମେଷ୍ଟିକ ଏୟାରଲାଇନ୍ସ ବା ଘରୋଇ ବିମାନ ଉଡ଼ାଣ ପାଇଁ ଏହି ଏସ୍‌ଓପି ଜାରି କରାଯାଇଛି। ଅନ୍ୟପକ୍ଷରେ ଘରୋଇ ବିମାନ ସେବା ସ୍ବାଭାବିକ ହେବାପରେ ଅନ୍ତର୍ଜାତୀୟ ବିମାନ ସେବା ଆରମ୍ଭ କରାଯିବା ନେଇ ଆଲୋଚନା କରାଯିବ ବୋଲି ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂ ପୁରୀ ଟୁଇଟ୍‌ କରି କହିଛନ୍ତି। ଘରୋଇ ତଥା ଡୋମେଷ୍ଟିକ୍‌ ରୁଟ୍‌ରେ ପୂର୍ବ ନିର୍ଦ୍ଧାରିତ ସୂଚୀର ୩ ଭାଗରୁ ମାତ୍ର ଏକ ଭାଗ ବିମାନ ଚଳାଚଳ କରିବାକୁ ଅନୁମତି ମିଳିବ। ଧୀରେ ଧୀରେ ପରିସ୍ଥିତିକୁ ଦୃଷ୍ଟିରେ ରଖି ବିମାନ ସଂଖ୍ୟା ବୃଦ୍ଧି କରାଯିବ ବୋଲି ସେ କହିଛନ୍ତି।
ଜାରି ହୋଇଥିବା ଏସ୍‌ଓପି ଗାଇଡ୍‌ଲାଇନ୍‌ ଅନୁଯାୟୀ ଉଡାଣର ୨ଘଣ୍ଟା ପୂର୍ବରୁ ବିମାନବନ୍ଦରରେ ଯାତ୍ରୀମାନେ ପହଞ୍ଚତ୍ବେ। ଯେଉଁ ଯାତ୍ରୀମାନଙ୍କ ବିମାନ ୪ ଘଣ୍ଟା ମଧ୍ୟରେ ରହିଥିବ ସେମାନଙ୍କୁ ହିଁ ଏୟାରପୋର୍ଟ ଟର୍ମିନାଲକୁ ଛଡ଼ାଯିବ। ଏହାପୂର୍ବରୁ କେହି ଯାଇପାରିବେ ନାହିଁ। ସମସ୍ତ ଯାତ୍ରୀ ଆରୋଗ୍ୟ ସେତୁ ଆପ୍‌ ଡାଉନ୍‌ଲୋଡ କରିବା ସହିତ ମାସ୍କ ଓ ଗ୍ଲୋବ୍ସ ପିନ୍ଧିବାକୁ ବାଧ୍ୟତାମୂଳକ କରାଯାଇଛି। ବିମାନବନ୍ଦରରେ ପହଞ୍ଚତ୍ବା ଓ ବିମାନବନ୍ଦରରୁ ଗନ୍ତବ୍ୟ ସ୍ଥଳକୁ ଯିବା ଲାଗି ରାଜ୍ୟ ସରକାର ଏବଂ ସ୍ଥାନୀୟ ପ୍ରଶାସନ ଯାତ୍ରୀ ଏବଂ ବିମାନ କର୍ମଚାରୀଙ୍କୁ ସମସ୍ତ ସୁବିଧା ଯୋଗାଇ ଦେବେ। କେବଳ ବ୍ୟକ୍ତିଗତ ଗାଡ଼ି ଓ ଅନୁମତିପ୍ରାପ୍ତ କ୍ୟାବ୍‌ରେ ଯାତ୍ରୀମାନେ ବିମାନବନ୍ଦରକୁ ଯାଇପାରିବେ। ସାମାଜିକ ଦୂରତ୍ୱ ରକ୍ଷା କରି ଗାଡ଼ି ପାର୍କିଂ କରିବା ସହିତ ଟ୍ରାଫିକ ପୋଲିସ ଓ ସିଆଇଏସ୍‌ଏଫ୍‌ ଦ୍ୱାରା ପାର୍କିଂ ସୁବିଧା କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ବିମାନ ମଧ୍ୟରେ ଯାତ୍ରୀଙ୍କ ମଧ୍ୟରେ ସାମାଜିକ ଦୂରତ୍ୱ ରକ୍ଷା ପାଇଁ ସିଟ୍‌ଗୁଡ଼ିକରେ ମାର୍କିଂ କରାଯିବ। ବିମାନ ବନ୍ଦରକୁ ପ୍ରବେଶ କଲାବେଳେ ଯାତ୍ରୀଙ୍କ ଥର୍ମାଲ ସ୍କ୍ରିନିଂ ବାଧ୍ୟତାମୂଳକ ହେବ। ସମସ୍ତ ବିମାନ କର୍ମଚାରୀ ନିଜ ପାଖରେ ସାନିଟାଇଜର ରଖିବେ ଓ ପିପିଇ କିଟ୍‌ ପିନ୍ଧିବେ। ଏୟାରପୋର୍ଟ ଅଧିକାରୀମାନେ ଯାତ୍ରୀଙ୍କ ବ୍ୟାଗଗୁଡ଼ିକୁ ସାନିଟାଇଜ କରି ଏହାକୁ ଲଗେଜ୍‌ କ୍ୟାରିୟରରେ ରଖିବେ। ବିମାନ ବନ୍ଦର ମଧ୍ୟରେ ପ୍ରବେଶ କରିବା ପରେ ଟ୍ରଲିକୁ ଖୋଲିବା କିମ୍ବା ବ୍ୟବହାର କରିବାକୁ ଅନୁମତି ଦିଆଯିବନି। କେବଳ ଅତି ଜରୁରୀ ପରିସ୍ଥିତିରେ ସାନିଟାଇଜ କରି ବ୍ୟବହାର କରିହେବ। ଭିଡ଼ ନିୟନ୍ତ୍ରଣ କରିବା ପାଇଁ ଟର୍ମିନାଲର ସମସ୍ତ ଗେଟ୍‌ ଖୋଲା ରହିବ। ଟର୍ମିନାଲ ମଧ୍ୟରେ ଖବରକାଗଜ କିମ୍ବା ପତ୍ରିକା(ମାଗାଜିନ) ମିଳିବନାହିଁ। କୌଣସି ପ୍ରକାର ଫ୍ଲୁ ବା ଭୂତାଣୁଜନିତ ରୋଗରେ ପୀଡ଼ିତ କର୍ମଚାରୀଙ୍କୁ ବିମାନବନ୍ଦର ପରିସରରେ ପ୍ରବେଶ ଅନୁମତି ମିଳିବ ନାହିଁ। ବିମାନ ଲ୍ୟାଣ୍ଡ୍‌ କରିବା ପରେ ପର୍ଯ୍ୟାୟକ୍ରମେ ଯାତ୍ରୀଙ୍କୁ ବାହାରକୁ ଆସିବା ପାଇଁ ଅନୁମତି ମିଳିବ।
ଅନ୍ୟପକ୍ଷରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ ଜାରି ହୋଇଥିବା ଏସ୍‌ଓପିକୁ ଅନୁକରଣ କରି ଘରୋଇ ବିମାନ ସେବା ଆରମ୍ଭ କରିବାକୁ ଭୁବନେଶ୍ୱର ବିମାନବନ୍ଦର ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିବା ବିମାନବନ୍ଦର ନିର୍ଦ୍ଦେଶକ ଭି.ଭି. ରାଓ କହିଛନ୍ତି। କେନ୍ଦ୍ର ସରକାରଙ୍କ ସମସ୍ତ ଗାଇଡଲାଇନ୍‌ ପାଳନ କରାଯିବ। ପ୍ରବେଶ ପଥ, ସ୍କ୍ରିନିଂ ଜୋନ୍‌ ଓ ଟର୍ମିନାଲ୍‌ରେ ଯାତ୍ରୀମାନଙ୍କ ମଧ୍ୟରେ ଏକ ମିଟିର ଦୂରତ୍ୱ ରଖିବା ପାଇଁ ଗୋଲେଇ କିମ୍ବା ଷ୍ଟିକର ମରାଯିବ। ବ୍ଲିଚିଂ ଭିଜା ମ୍ୟାଟ୍‌ କିମ୍ବା କାର୍‌ପେଟ୍‌କୁ ଯାତ୍ରୀଙ୍କ ଜୋତା ସାନିଟାଇଜ କରିବାକୁ ବ୍ୟବହାର କରାଯିବ। ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନବନ୍ଦରକୁ ସମ୍ପୂର୍ଣ୍ଣ ଟଚ୍‌ ଫ୍ରି ଜୋନ୍‌ କରାଯିବ ବୋଲି ରାଓ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ସଚେତନତା ବଢ଼ିଲେ ରୋକି ହେବ ଏଡ୍‌ସ ମହାମାରୀ’

ଭଞ୍ଜନଗର,୧୯ା୯(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟରେ ଶନିବାର ଏଡ୍‌ସ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଜାତୀୟ ସେବା ଯୋଜନା (ଏନ୍‌ଏସ୍‌ଏସ୍‌)…

ବିରାଟ କୋହଲିଙ୍କ କ୍ରେଜ ଦେଖିଛନ୍ତି? ମାତ୍ର ୨୪ ଘଣ୍ଟା ମଧ୍ୟରେ ବିକ୍ରି ହୋଇଯାଇଥିଲା ପ୍ରଥମ ଦିନିକିଆ ମ୍ୟାଚ ପାଇଁ ୫୦,୦୦୦ ଟିକେଟ

ନୂଆଦିଲ୍ଲୀ,୧୯।୯: ୱେଷ୍ଟଇଣ୍ଡିଜ କ୍ରିକେଟ ଦଳ ତିନୋଟି ODI (ଏକଦିବସୀୟ) ଏବଂ ପାଞ୍ଚୋଟି T20I ମ୍ୟାଚ ବିଶିଷ୍ଟ ସିରିଜ ପାଇଁ ଭାରତ ଗସ୍ତ କରୁଛି। ଏହି ଗସ୍ତ ସେପ୍ଟେମ୍ବର…

ବଡ଼ ଦୁର୍ଘଟଣା: ବଗଳାମୁଖୀରୁ ଫେରୁଥିବା ବେଳେ ନାଳରେ ଭାସିଯାଇ ୮ ଓଡ଼ିଆ ଶ୍ରଦ୍ଧାଳୁଙ୍କ ମୃତ୍ୟୁ

ଇନ୍ଦୋର,୧୯।୯: ମଧ୍ୟପ୍ରଦେଶର ନାଲଖେଡା ସ୍ଥିତ ମା’ ବଗଳାମୁଖୀ ମନ୍ଦିର ନିକଟରେ ଶ୍ରଦ୍ଧାଳୁଙ୍କୁ ନେଇ ଯାଉଥିବା ଏକ କାରକୁ ଏକ ନାଳ ଭସାଇ ନେଇଥିଲା। ଏହି ଘଟଣାରେ କାରରେ…

Video: ଭାବ ବିହ୍ବଳ ହୋଇ ଖୁବ କାନ୍ଦିଲେ ଚରାଗ ପାଶଓ୍ବାନ

ମୁମ୍ବାଇ,୧୯।୯: ଭକ୍ତମାନଙ୍କ ପାଇଁ ଗଣପତି ବାପ୍ପାଙ୍କୁ ବିଦାୟ ଦେବାର ମୁହୂର୍ତ୍ତଟି ଅତ୍ୟନ୍ତ ଭାବପୂର୍ଣ୍ଣ ହୋଇଥାଏ। କେନ୍ଦ୍ରମନ୍ତ୍ରୀ ତଥା ଲୋକ ଜନଶକ୍ତି ପାର୍ଟି (ରାମ ବିଳାସ)ର ନେତା ଚିରାଗ…

ପ୍ରେମୀଯୁଗଳଙ୍କୁ ଗଛରେ ବାନ୍ଧି ମାଡ଼: ଲୁଚିକି ମହିଳାଙ୍କ ଘରକୁ ଆସିଥିବାବେଳେ ଘଟିଲା…

ବାରିପଦା/ ଝାରପୋଖରିଆ,୧୯ା୯ (ନୀଳାଦ୍ରି ବିହାରୀ ଦଣ୍ଡପାଟ/ସୁଧୀର କୁମାର ମହାନ୍ତ):ମୟୂରଭଞ୍ଜ ଜିଲା ଝାରପୋଖରିଆ ଥାନା ଅଞ୍ଚଳରେ ପ୍ରେମ ସମ୍ପର୍କରୁ ନେଇ ଏକ ଅଶୋଭନୀୟ ଘଟଣା ଘଟିଛି। ଜଣେ ବିବାହିତା…

8th Pay Commission: ନାଇଟ ଡ୍ୟୁଟି ପାଇଁ ମିଳିବ ଅଲଗା ଟଙ୍କା! ୩ ଗୁଣା ଦରମା…

୮ମ ବେତନ ଆୟୋଗ (8th Pay Commission) ଗଠନ ସହିତ ସରକାରୀ କର୍ମଚାରୀଙ୍କ ଆଶା ଆହୁରି ବଢ଼ିବାରେ ଲାଗିଛି। ଏହି କ୍ରମରେ ଦେଶର ବିଭିନ୍ନ କେନ୍ଦ୍ର ସରକାରୀ…

ଜଳବାୟୁ ସମ୍ମିଳନୀରେ ବଡ଼ ବାର୍ତ୍ତା ଦେଲେ ମୋଦି, କହିଲେ, ପ୍ଲାଷ୍ଟିକ ବର୍ଜ୍ୟବସ୍ତୁ ବଡ଼ ଚ୍ୟାଲେଞ୍ଜ

ନୂଆଦିଲ୍ଲୀ,୧୯।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ନୂଆଦିଲ୍ଲୀରେ ‘ପରିବେଶ ଏବଂ ଜଳବାୟୁ ଗତିଶୀଳତାର ଭବିଷ୍ୟତ’ (The Future of Environment and Climate Dynamics) ବିଷୟ ଉପରେ…

ବିଶ୍ୱକର୍ମା ପୂଜା ମଣ୍ଡପରେ ଛତ୍ରପୁର ବିଧାୟକ

ଛତ୍ରପୁର, ୧୮।୯ (ଦିଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗଞ୍ଜାମ ଜିଲା ସଦର ମହକୁମା ଛତ୍ରପୁରସ୍ଥିତ ବିଦ୍ୟୁତ୍‌ ବିଭାଗ କାର୍ଯ୍ୟାଳୟ ପରିସରରେ ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ମହାଆଡ଼ମ୍ବରରେ ଦେବଶିଳ୍ପୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?