ବିଭିନ୍ନ ସ୍ଥାନରେ ଅଗ୍ନିକାଣ୍ଡ: ୯ ବଖରା ଜଳିଗଲା, ଗୃହପାଳିତ ପ୍ରାଣୀ ଜୀବନ୍ତ ଦଗ୍ଧ

ଜଳେଶ୍ୱର/ବାଲିଆପାଳ, ବସ୍ତା, ୯।୨(ସ୍ବ.ପ୍ର)- ବାଲେଶ୍ୱର ଜିଲା ୩ଟି ସ୍ଥାନରେ ଅଗ୍ନିକାଣ୍ଡ ଘଟି ମୋଟ ୯ ବଖରା ଜଳିଯିବା ସହ ଗୃହପାଳିତ ପ୍ରାଣୀ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି।
ଜଳେଶ୍ୱର ବ୍ଲକ ଭଣ୍ଡାରୀପଲ୍ଲୀ ପଞ୍ଚାୟତ ଅସ୍ତଡ଼ିହା ଗାଁର ଶୁକ୍ରବାର ରାତିରେ ଅକସ୍ମାତ ଅଗ୍ନିକାଣ୍ଡ ଘଟି ୩ ପରିବାରଙ୍କ ଘର ଜଳିଯାଇଛି। ସମରେନ୍ଦ୍ର ସାମଲ, ରାଜୀବ ସାମଲ ଓ ସଞ୍ଜୀବ ସାମଲଙ୍କ ବାସଗୃହ ପୋଡ଼ିଯାଇଛି। ୩ ପରିବାରର ୫୦ କୁଇଣ୍ଟାଲ ଧାନ, ଆସବାବପତ୍ର, ଜିନିଷ ନଷ୍ଟ ହୋଇଥିଲା। କ୍ଷତିଗ୍ରସ୍ତ ପରିବାରବର୍ଗକୁ ସହାୟତା ଯୋଗାଇ ଦେବାକୁ ପୂର୍ବତନ ସରପଞ୍ଚ ହେମନ୍ତ କୁମାର ଗିରି ଦାବି କରିଛନ୍ତି। ବାଲିଆପାଳ ବ୍ଲକ କେନ୍ଦୁଆଡ଼ିଆ ଗ୍ରାମର ବରେନ୍ଦ୍ର ଧଳଙ୍କ ଗୁହାଳରେ ନିଆଁ ଲାଗି ତାଙ୍କ ପଡ଼ୋଶୀଙ୍କର ଏକ ବଖରା ଚାଳଘର ପୋଡ଼ି ଭସ୍ମୀଭୂତ ହୋଇଯାଇଛି।
ବାଲିଆପାଳ ବ୍ଲକ କେନ୍ଦୁଆଡ଼ିଆ ଗ୍ରାମର ବରେନ୍ଦ୍ର ଧଳ ନିଜ ଗୁହାଳରେ ଧୂଆଁ ଲଗାଇଥିଲେ। ବିଳମ୍ବିତ ରାତିରେ ଗୁହାଳରେ ନିଆଁ ଲାଗି ଗୁହାଳ ସମ୍ପୂର୍ଣ୍ଣ ପୋଡ଼ିଯାଇଥିଲା। ଏଥିସହିତ ତାଙ୍କର ପଡ଼ୋଶୀ ରମେଶ ଧଳଙ୍କ ଘରେ ମଧ୍ୟ ନିଆଁ ଲାଗିଯାଇ ତାଙ୍କର ଏକ ବଖରା ଚାଳିଆ ଜଳିଯାଇଛି। ଗୁହାଳରେ ବନ୍ଧା ହୋଇଥିବା ଗୋଟିଏ ବାଛୁରୀ ପୋଡ଼ି ମରିଯାଇଥିବା ବେଳେ ଅନ୍ୟ ତିନୋଟି ଗୋରୁ ପୋଡ଼ିଯାଇ ଗୁରୁତର ହୋଇଛନ୍ତି। ନିଆଁରେ ଘରେ ଥିବା ଆସବାବପତ୍ର, ଧାନ, ଚାଉଳ ଆଦି ଅନ୍ୟାନ୍ୟ ଜିନିଷପତ୍ର ଜଳିଯାଇଛି।
ବସ୍ତା ଥାନା ମୁକୁଳିଶି ପଞ୍ଚାୟତ କୁଶୁଦା ଗ୍ରାମରେ ଅଗ୍ନିକାଣ୍ଡ ଘଟି ଦୁଇ ବଖରା ଜଳିଯିବା ସହ ବିପୁଳ କ୍ଷତି ହୋଇଛି। ଶୁକ୍ରବାର ବିଳମ୍ବିତ ରାତିରେ ଏହି ଗ୍ରାମର ଝଡ଼ିବନ୍ଧୁ ବିଶ୍ୱାଳ ଓ ହାଡ଼ିବନ୍ଧୁ ବିଶ୍ୱାଳଙ୍କ ଘରେ ନିଆଁ ଲାଗିଥିଲା। ନିଆଁ ଏତେ ଜୋର୍‌ରେ ଲାଗିଥିଲା ଯେ ତାକୁ ଆୟତ୍ତ କରିବା କଷ୍ଟକର ହୋଇପଡ଼ିଥିଲା। ଅଗ୍ନିକାଣ୍ଡରେ ଦୁଇ ବଖରା ଘର ସମେତ ଦୁଇଟି ଗୁହାଳ ମଧ୍ୟ ପୋଡ଼ିଯାଇଥିଲା। ଅଗ୍ନିକାଣ୍ଡରେ ଦୁଇଟି ଗୋରୁ, ୧୦ଟି ଛେଳି, ୩୦ଟି କୁକୁଡା, ୯୦ କୁଇଣ୍ଟାଲରୁ ଊର୍ଦ୍ଧ୍ୱ ଅମଳ ହୋଇଥିବା ଧାନ, ଦୁଇଟି ଧାନଗାଦି, ଘର ଆସବାବପତ୍ର ଲୁଗାପଟା ସମେତ ଗୃହ ଉପକରଣ ପୋଡି ଛାରଖାର ହୋଇଯାଇଥିଲା। ବସ୍ତା ଦମକଳ ବାହିନୀ ଓ ବସ୍ତା ପୋଲିସ ପହଞ୍ଚତ୍ ନିଆଁ ଲିଭାଇବାରେ ସାହାଯ୍ୟ କରିଥିଲେ। ଅଗ୍ନିକାଣ୍ଡର କାରଣ ଜଣାପଡ଼ି ନ ଥିବା ବେଳେ ଗୁହାଳରୁ ଏହି ଅଗ୍ନିକାଣ୍ଡ ଘଟିଥିବା କୁହାଯାଉଛି। ଏହି ଘଟଣା ପରେ ମୁକୁଳିଶି ସରପଞ୍ଚ ପ୍ରତିନିଧି ରଞ୍ଜନ କୁମାର ଧଳ ସର୍ବସ୍ବାନ୍ତ ହୋଇଥିବା ଦୁଇ ପରିବାରଙ୍କୁ ଭେଟି ସାହାଯ୍ୟର ହାତ ବଢ଼ାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସମୁଦ୍ରରେ ନିଖୋଜ ଥିବା ଟ୍ରଲର ଠାବ, ୯ ମତ୍ସ୍ୟଜୀବୀଙ୍କ ମୃତଦେହ ଉଦ୍ଧାର, ମାଲିକ ପହଞ୍ଚି…

ଭୋଗରାଇ,୧୩ା୭(ପ୍ରଦୀପ ଦାସ): ପଶ୍ଚିମବଙ୍ଗ ପୂର୍ବମେଦିନୀପୁର ଜିଲା ଶଙ୍କରପୁର ମତ୍ସ୍ୟ ଅବତରଣ କେନ୍ଦ୍ର(ଜେଟିରୁ )ରୁ ଗତ ୨ ତାରିଖରୁ ସମୁଦ୍ରକୁ ଯାଇ ନିଖୋଜ ଥିବା ମା’ କାଳୀ ନାମକ…

ରାତିଅଧରେ ଏଟିଏମ୍‌ ତାଡ଼ି ଥାର୍‌ ଗାଡ଼ିରେ ବାନ୍ଧି ନେଉଥିଲେ ଦୁର୍ବୃତ୍ତ, ଭୁକିଲା କୁକୁର, ଆଉ ତା’ ପରେ…

ଖଇରା,୧୧ା୭(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ଥାନା ଅନ୍ତର୍ଗତ ତୁଡ଼ିଗଡିଆ ବଜାରରେ ଥିବା ଇଣ୍ଡିଆ -୧ ଏଟିଏମ୍‌ ମେଶିନ ତାଡ଼ି ଦୃବୁର୍ତ୍ତମାନେ ଥାର୍‌ ଗାଡ଼ି ପଛରେ ବାନ୍ଧି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri