ବିଭିନ୍ନ ସ୍ଥାନରେ ଅଗ୍ନିକାଣ୍ଡ: ୯ ବଖରା ଜଳିଗଲା, ଗୃହପାଳିତ ପ୍ରାଣୀ ଜୀବନ୍ତ ଦଗ୍ଧ

ଜଳେଶ୍ୱର/ବାଲିଆପାଳ, ବସ୍ତା, ୯।୨(ସ୍ବ.ପ୍ର)- ବାଲେଶ୍ୱର ଜିଲା ୩ଟି ସ୍ଥାନରେ ଅଗ୍ନିକାଣ୍ଡ ଘଟି ମୋଟ ୯ ବଖରା ଜଳିଯିବା ସହ ଗୃହପାଳିତ ପ୍ରାଣୀ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି।
ଜଳେଶ୍ୱର ବ୍ଲକ ଭଣ୍ଡାରୀପଲ୍ଲୀ ପଞ୍ଚାୟତ ଅସ୍ତଡ଼ିହା ଗାଁର ଶୁକ୍ରବାର ରାତିରେ ଅକସ୍ମାତ ଅଗ୍ନିକାଣ୍ଡ ଘଟି ୩ ପରିବାରଙ୍କ ଘର ଜଳିଯାଇଛି। ସମରେନ୍ଦ୍ର ସାମଲ, ରାଜୀବ ସାମଲ ଓ ସଞ୍ଜୀବ ସାମଲଙ୍କ ବାସଗୃହ ପୋଡ଼ିଯାଇଛି। ୩ ପରିବାରର ୫୦ କୁଇଣ୍ଟାଲ ଧାନ, ଆସବାବପତ୍ର, ଜିନିଷ ନଷ୍ଟ ହୋଇଥିଲା। କ୍ଷତିଗ୍ରସ୍ତ ପରିବାରବର୍ଗକୁ ସହାୟତା ଯୋଗାଇ ଦେବାକୁ ପୂର୍ବତନ ସରପଞ୍ଚ ହେମନ୍ତ କୁମାର ଗିରି ଦାବି କରିଛନ୍ତି। ବାଲିଆପାଳ ବ୍ଲକ କେନ୍ଦୁଆଡ଼ିଆ ଗ୍ରାମର ବରେନ୍ଦ୍ର ଧଳଙ୍କ ଗୁହାଳରେ ନିଆଁ ଲାଗି ତାଙ୍କ ପଡ଼ୋଶୀଙ୍କର ଏକ ବଖରା ଚାଳଘର ପୋଡ଼ି ଭସ୍ମୀଭୂତ ହୋଇଯାଇଛି।
ବାଲିଆପାଳ ବ୍ଲକ କେନ୍ଦୁଆଡ଼ିଆ ଗ୍ରାମର ବରେନ୍ଦ୍ର ଧଳ ନିଜ ଗୁହାଳରେ ଧୂଆଁ ଲଗାଇଥିଲେ। ବିଳମ୍ବିତ ରାତିରେ ଗୁହାଳରେ ନିଆଁ ଲାଗି ଗୁହାଳ ସମ୍ପୂର୍ଣ୍ଣ ପୋଡ଼ିଯାଇଥିଲା। ଏଥିସହିତ ତାଙ୍କର ପଡ଼ୋଶୀ ରମେଶ ଧଳଙ୍କ ଘରେ ମଧ୍ୟ ନିଆଁ ଲାଗିଯାଇ ତାଙ୍କର ଏକ ବଖରା ଚାଳିଆ ଜଳିଯାଇଛି। ଗୁହାଳରେ ବନ୍ଧା ହୋଇଥିବା ଗୋଟିଏ ବାଛୁରୀ ପୋଡ଼ି ମରିଯାଇଥିବା ବେଳେ ଅନ୍ୟ ତିନୋଟି ଗୋରୁ ପୋଡ଼ିଯାଇ ଗୁରୁତର ହୋଇଛନ୍ତି। ନିଆଁରେ ଘରେ ଥିବା ଆସବାବପତ୍ର, ଧାନ, ଚାଉଳ ଆଦି ଅନ୍ୟାନ୍ୟ ଜିନିଷପତ୍ର ଜଳିଯାଇଛି।
ବସ୍ତା ଥାନା ମୁକୁଳିଶି ପଞ୍ଚାୟତ କୁଶୁଦା ଗ୍ରାମରେ ଅଗ୍ନିକାଣ୍ଡ ଘଟି ଦୁଇ ବଖରା ଜଳିଯିବା ସହ ବିପୁଳ କ୍ଷତି ହୋଇଛି। ଶୁକ୍ରବାର ବିଳମ୍ବିତ ରାତିରେ ଏହି ଗ୍ରାମର ଝଡ଼ିବନ୍ଧୁ ବିଶ୍ୱାଳ ଓ ହାଡ଼ିବନ୍ଧୁ ବିଶ୍ୱାଳଙ୍କ ଘରେ ନିଆଁ ଲାଗିଥିଲା। ନିଆଁ ଏତେ ଜୋର୍‌ରେ ଲାଗିଥିଲା ଯେ ତାକୁ ଆୟତ୍ତ କରିବା କଷ୍ଟକର ହୋଇପଡ଼ିଥିଲା। ଅଗ୍ନିକାଣ୍ଡରେ ଦୁଇ ବଖରା ଘର ସମେତ ଦୁଇଟି ଗୁହାଳ ମଧ୍ୟ ପୋଡ଼ିଯାଇଥିଲା। ଅଗ୍ନିକାଣ୍ଡରେ ଦୁଇଟି ଗୋରୁ, ୧୦ଟି ଛେଳି, ୩୦ଟି କୁକୁଡା, ୯୦ କୁଇଣ୍ଟାଲରୁ ଊର୍ଦ୍ଧ୍ୱ ଅମଳ ହୋଇଥିବା ଧାନ, ଦୁଇଟି ଧାନଗାଦି, ଘର ଆସବାବପତ୍ର ଲୁଗାପଟା ସମେତ ଗୃହ ଉପକରଣ ପୋଡି ଛାରଖାର ହୋଇଯାଇଥିଲା। ବସ୍ତା ଦମକଳ ବାହିନୀ ଓ ବସ୍ତା ପୋଲିସ ପହଞ୍ଚତ୍ ନିଆଁ ଲିଭାଇବାରେ ସାହାଯ୍ୟ କରିଥିଲେ। ଅଗ୍ନିକାଣ୍ଡର କାରଣ ଜଣାପଡ଼ି ନ ଥିବା ବେଳେ ଗୁହାଳରୁ ଏହି ଅଗ୍ନିକାଣ୍ଡ ଘଟିଥିବା କୁହାଯାଉଛି। ଏହି ଘଟଣା ପରେ ମୁକୁଳିଶି ସରପଞ୍ଚ ପ୍ରତିନିଧି ରଞ୍ଜନ କୁମାର ଧଳ ସର୍ବସ୍ବାନ୍ତ ହୋଇଥିବା ଦୁଇ ପରିବାରଙ୍କୁ ଭେଟି ସାହାଯ୍ୟର ହାତ ବଢ଼ାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ଛାଡ଼ିଲେ ନୀଳଗିରି ବିଧାୟକ ସୁକାନ୍ତ ନାୟକ, ବିଜେଡିରେ ହୋଇପାରନ୍ତି ସାମିଲ

ନୀଳଗିରି, ୨୯।୩(ପ୍ରଶାନ୍ତ କୁମାର ବିଶ୍ବାଳ): ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ଭାରତୀୟ ଜନତା ପାର୍ଟି(ଭାଜପା)ରୁ ଇସ୍ତଫା ଦେଇଛନ୍ତି ନୀଳଗିରି ବିଧାୟକ ଛାଡିଲେ ସୁକାନ୍ତ। ଶୁକ୍ରବାର...

ହୋଲି ଉତ୍ସବରେ ଗୋଷ୍ଠୀ ସଂଘର୍ଷ: ଖଣ୍ଡା, ଭୁଜାଲି ମାଡ଼ରେ ୫ ଗୁରୁତର

ନୀଳଗିରି,୨୬।୩(ପ୍ରଶାନ୍ତ କୁମାର ବିଶ୍ବାଳ): ରଙ୍ଗର ପର୍ବ ହୋଲି ପାଇଁ ସବୁଠି ଉତ୍ସବ ମୁଖର ଥିବା ବେଳେ ବାଲେଶ୍ୱର ଜିଲା ନୀଳଗିରି ଥାନା ବାଉଁଶବଣିଆ ପଞ୍ଚାୟତ ଅଧୀନ...

ହୋଲି ଅଘଟଣ: ଗାଧୋଇବାକୁ ଯାଇ ବୁଡ଼ିଗଲେ ୨ ଛାତ୍ର

ଭୁବନେଶ୍ୱର,୨୬।୩: ରଙ୍ଗର ପର୍ବ ହୋଲିରେ ଘଟିଛି ଅଘଟଣ । ପୋଖରୀରେ ଗାଧୋଇଲା ବେଳେ ବୁଡ଼ି ୨ଜଣଙ୍କ ମୃତ୍ୟୁ ଘଟିଛି। କଟକ ଜିଲା ସାଲେପୁର ଥାନା ଅଧୀନ...

ବାଲେଶ୍ୱରରୁ ସ୍ବାଧୀନ ପ୍ରାର୍ଥୀ ଭାବେ ଲଢ଼ିବାକୁ ଘୋଷଣା କଲେ ଖାରବେଳ ସ୍ବାଇଁ

ଭୁବନେଶ୍ୱର,୨୫।୩: ଭାରତୀୟ ଜନତା ପାର୍ଟି (ଭାଜପା) ରବିବାର ପଞ୍ଚମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଜାରି କରିଛି। ଏଥିରେ ମୋଟ ୧୧୧ ପ୍ରାର୍ଥୀଙ୍କୁ ଟିକେଟ ଦିଆଯାଇଛି। ଓଡ଼ିଶାର...

ବାହାଘର ସାତ ଦିନ ପରେ ନବବଧୂଙ୍କ ମୃତଦେହ ଉଦ୍ଧାର, ତଦନ୍ତ ଆରମ୍ଭ

ବାଲେଶ୍ୱର, ୨୫।୩: ବିବାହର ସାତ ଦିନ ପରେ ଜଙ୍ଗଲରୁ ମିଳିଲା ନବ ବଧୂଙ୍କର ମୃତଦେହ। ବାଲେଶ୍ୱର ଜିଲାର ସୋର ଅଂଚଳରେ ଏହି ଘଟଣାର ଘଟିଥିବା ସୂଚନା...

କାନ୍ଥ ଭୁଶୁଡ଼ି ପୁଅଙ୍କ ଜୀବନ ଗଲା, ମା-ବାପା ଗୁରୁତର

ଭୋଗରାଇ,୨୫।୩(ପ୍ରଦୀପ ଦାସ): କାନ୍ଥ ଭୁଶୁଡ଼ି ପଡ଼ିବାରୁ ଗୋଟିଏ ପରିବାରର ପୁଅଙ୍କ ମୃତ୍ୟୁ ହୋଇଥିବା ବେଳେ ତାଙ୍କ ମା-ବାପା ଗୁରୁତର ଅଛନ୍ତି। ତାଙ୍କୁ ବାଲେଶ୍ୱର ମୁଖ୍ୟ ଡାକ୍ତରଖାନାରେ...

ସାଇକେଲରେ ପଞ୍ଚଲିଙ୍ଗେଶ୍ୱର ପହଞ୍ଚିଲେ ବିଦେଶୀ ପର୍ଯ୍ୟଟକ

ନୀଳଗିରି, ୨୪।୩(ପ୍ରଶାନ୍ତ ବିଶ୍ୱାଳ):ପର୍ଯ୍ୟଟନ ମାନଚିତ୍ରରେ ଉତ୍ତରଓଡ଼ିଶାର ପ୍ରମୁଖ ପର୍ଯ୍ୟଟନସ୍ଥଳୀ ପଞ୍ଚଲିଙ୍ଗେଶ୍ୱର। ବିସ୍ତୀର୍ଣ୍ଣ ସବୁଜ ବନାନୀ ପଞ୍ଚଲିଙ୍ଗେଶ୍ୱରକୁ ପ୍ରତିଦିନ ଦେଶ ଓ ଦେଶ ବାହାରର ପର୍ଯ୍ୟଟକଙ୍କୁ ଆକର୍ଷିତ...

ମାରାଥନ ଚଢ଼ାଉ, ଚୋରା ବେପାରୀ ଛାନିଆଁ

ବାଲେଶ୍ୱର,୨୪।୩(ମାନସ ବିଶ୍ୱାଳ):ବାଲେଶ୍ୱର ସହର ନିକଟସ୍ଥ ପୁରୁଣା ବାଲେଶ୍ୱର ଓ ବସ୍ତା ଥାନା ଅଧୀନ ଗାନ୍ଧି ଛକ ଦେଶୀ ମଦ କାରବାରର ହବ୍‌ ପାଲଟିଛି। ପୁରୁଣାବାଲେଶ୍ୱରରୁ ଜିଲାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri