ବିଦ୍ୟୁତ୍‌ ଖୁଣ୍ଟରୁ ଖସି ଯୁବକ ମୃତ:ସାଉଥ୍‌କୋ କର୍ମଚାରୀଙ୍କ ବିରୋଧରେ ଅଭିଯୋଗ ଆଣିଲେ ସ୍ତ୍ରୀ

ଭଞ୍ଜନଗର,୧।୬(ଡି.ଏନ.ଏ.): ତାରସିଂ ଥାନା କୁଡୁତାଇ ସୋସାଇଟି ନିକଟରେ ଶନିବାର ସକାଳେ ଜଣେ ଯୁବକଙ୍କ ବିଦ୍ୟୁତ୍‌ ଆଘାତରେ ମୃତ୍ୟୁ ଘଟିଛି। ସେ ହେଲେ ଉକ୍ତ ଥାନା ବାଙ୍କତରାର ଯୋଗେନ୍ଦ୍ର ନାୟକ (୨୭)। ଯୋଗେନ୍ଦ୍ର ଶନିବାର କୁଡୁତାଇ ସୋସାଇଟି ନିକଟରେ ଥିବା ଏକ ବିଦ୍ୟୁତ୍‌ ଖୁଣ୍ଟରେ ଚଢ଼ି କାମ କରୁଥିଲେ। ଏହି ସମୟରେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ସେ ତଳେ ପଡ଼ି ଗୁରୁତର ହୋଇଥିଲେ। ତାଙ୍କୁ ଚିକିତ୍ସା ପାଇଁ ଭଞ୍ଜନଗର ହସ୍ପିଟାଲକୁ ଅଣାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ଏହି ଘଟଣାକୁ ନେଇ ସମ୍ପୃକ୍ତ ଅଞ୍ଚଳରେ ଚାପା ଉତ୍ତେଜନା ପ୍ରକାଶ ପାଇଛି। ଅନ୍ୟପଟେ ଯୋଗେନ୍ଦ୍ରଙ୍କ ସ୍ତ୍ରୀ ପିଙ୍କିଙ୍କ ଅଭିଯୋଗ ପ୍ରକାରେ, ଯୋଗେନ୍ଦ୍ରଙ୍କୁ ସାଉଥ୍‌କୋର ଜଣେ କର୍ମଚାରୀ ନେଇ କାର୍ଯ୍ୟରେ ଲଗାଇଥିଲେ। ସକାଳେ ଯୋଗେନ୍ଦ୍ର ଖୁଣ୍ଟରେ ଚଢ଼ି କାମ କରୁଥିବା ସମୟରେ ବିଦ୍ୟୁତ୍‌ ଆଘାତ ହେବାରୁ ତଳେ ପଡ଼ି ଯାଇ ତାଙ୍କର ମୃତ୍ୟୁ ଘଟିଛି। ତେଣୁ ଅଭିଯୁକ୍ତ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ସହ କ୍ଷତିପୁରଣ ଦେବାପାଇଁ ଯୋଗେନ୍ଦ୍ରଙ୍କ ସ୍ତ୍ରୀ ଥାନାରେ ଅଭିଯୋଗ କରିଛନ୍ତି। ପୋଲିସ ପହଞ୍ଚତ୍ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ଭଞ୍ଜନଗର ହସ୍ପିଟାଲକୁ ପଠାଇବା ସହ ଘଟଣାର ତଦନ୍ତ ଚଳାଇଛି। ଅପରପକ୍ଷେ ଘଟଣା ସମ୍ପର୍କରେ ତାରସିଂ ଥାନା ଅଧିକାରୀ ସବ୍ୟସାଚ୍ଚୀ ମଲ୍ଲିଙ୍କ ମତାମତ ନେବାପାଇଁ ଉଦ୍ୟମ କରାଯାଇଥିଲା କିନ୍ତୁ ତାଙ୍କ ମୋବାଇଲ ଫୋନ ସୁଇଚ୍‌ ଅଫ୍‌ ଥିବାରୁ ମତାମତ ନିଆଯାଇ ପାରିନାହିଁ। ଭଞ୍ଜନଗର ଏସ୍‌ଡିପିଓ ଶୁଭ୍ରାଶୁଂ ମିଶ୍ରଙ୍କୁ ମଧ୍ୟ ଫୋନ କରିବାରୁ ସେ ଫୋନ ଉଠାଇ ନ ଥିଲେ। ଫଳରେ ପୋଲିସର ମତାମତ ନିଆଯାଇ ପାରିନାହିଁ। ଏ ନେଇ ସାଉଥ୍‌କୋ ନିର୍ବାହୀଯନ୍ତ୍ରୀଙ୍କ ସହ ଯୋଗାଯୋଗ କରିବାରୁ ସେ କହିଛନ୍ତି ଯେ, ଯୋଗେନ୍ଦ୍ର ସାଉଥ୍‌କୋ କର୍ମଚାରୀ ନୁହଁନ୍ତି । ତାଙ୍କର କିପରି ମୃତ୍ୟୁ ଘଟିଛି ତାହା ତଦନ୍ତ ପରେ ଜଣାପଡ଼ିବ। କିନ୍ତୁ ଏ ନେଇ ସରକାରୀ ଭାବେ ଆମ ପାଖରେ କୌଣସି ଖବର ନାହିଁ ।


Enter your email to get our daily news in your inbox.

All Right Reserved By Dharitri.Com

ବିଦ୍ୟାଳୟ ଅଭିମୁଖେ ଯାଉଥିବାବେଳେ ବଡ଼ ଅଘଟଣ: ସ୍କୁଲ ଗାଡ଼ି ଓଲଟି ୧୦ ଛାତ୍ରୀଛାତ୍ର…

ଦିଗପହଣ୍ଡି/ଚିକିଟି,୧୮।୪(ଅଶେଷ ନାଥ ମିଶ୍ର/ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟି ଗଡ଼ ଧାନଘର ଛକ ବିଦ୍ୟୁତ କାର୍ଯ୍ୟାଳୟ ନିକଟ ମୁଖ୍ୟରାସ୍ତାକଡରେ ଥିବା ଏକ ବିଦ୍ୟୁତ ଖୁଣ୍ଟକୁ ଧକ୍କା…

୭ ମାସ ହେଲା ତୁର୍କେଲ ପୋଲରେ ଯାତାୟାତ ବନ୍ଦ: କଂଗ୍ରେସ ପରେ ବିଜେଡିର ଆନ୍ଦୋଳନ ଚେତାବନୀ

ଭବାନୀପାଟଣା,୧୮ା୪(ଉତ୍ତମ କୁମାର ଦାଶ):କଳାହାଣ୍ଡି ଜିଲା ଭବାନୀପାଟଣା ସଦର ବ୍ଲକ ଅନ୍ତର୍ଗତ ତୁର୍କେଲ ତେଲନଦୀ ଉପରେ ପୋଲ ନିର୍ମାଣ ଦାବି ତେଜିବାରେ ଲାଗିଛି। କଂଗ୍ରେସ ପରେ ଏବେ ବିଜେଡି…

ଏହି କ୍ଷେତ୍ରରେ ନୂଆପଡ଼ା ଜିଲା ରାଜ୍ୟରେ ପ୍ରଥମ: ଚାରିଆଡ଼ୁ ପ୍ରଶଂସା

ନୂଆପଡ଼ା,୧୮ା୪ (ମକାରୁ ବେମାଲ):ନୂଆପଡ଼ା ଜିଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ଜିଲା ନଗର ଉନ୍ନୟନ ସଂସ୍ଥା (ଡୁଡା)ର ସମୀକ୍ଷା ବୈଠକ ଶୁକ୍ରବାର ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି।…

Business Eminence Awards 2026: ନିୟମ ପାଳନ କ୍ଷେତ୍ରରେ ଅନେକ ଚ୍ୟାଲେଞ୍ଜ ରହିଛି

କଳିଙ୍ଗ ବାୟୋମେଡିକାଲର ପ୍ରତିଷ୍ଠାତା ଇଂ. ମନୋଜ କୁମାର ନାୟକ ଭଦ୍ରକ ଜିଲାରେ ଜନ୍ମଗ୍ରହଣ କରିଥିଲେ ଏବଂ ରାଉରକେଲାରେ ସ୍କୁଲ ପଢ଼ା ସାରିଥିଲେ। ପରେ ବ୍ରହ୍ମପୁରର ୟୁସିପିଇଏସ୍‌ରେ ଯୋଗଦେଇ…

ଭୋଗୁଥିବା ସ୍ବପ୍ନ

ମଣିଷ ସ୍ବପ୍ନ ତ ଦେଖେ କିନ୍ତୁ ସବୁ ସ୍ବପ୍ନ ସତ ହୁଏନା। ଅନେକ ସ୍ବପ୍ନ ଅଧୁରା ରହେ। ଆଉ କିଛି ସ୍ବପ୍ନ ପୂରଣ ହୁଏ ସତ। ସ୍ବପ୍ନ…

ମନମୁଖି ଛଟେଇ

କିଛିଦିନ ତଳେ ସକାଳେ ଓରାକଲ କମ୍ପାନୀ କୌଣସି ପୂର୍ବ ଆଲୋଚନା ନ କରି ବା ସୂଚନା ବା ଚେତାବନୀ ନ ଦେଇ ସ୍ବୟଂଚାଳିତ ଇ-ମେଲ୍‌ରେ ଏକା ଥରକେ…

ନିର୍ଦ୍ଦେଶରେ ଦ୍ୱନ୍ଦ୍ୱ

ଯଦି ଆପଣ ଭାବୁଛନ୍ତି ଯେ ଦିଲ୍ଲୀରେ ଦୁଇ ପକ୍ଷଙ୍କ ମଧ୍ୟରେ ବିବାଦ ଦ୍ୱନ୍ଦ୍ୱାତ୍ମକ ଥିଲା ତାହା ନୁହେଁ, ଏବେ ତାମିଲନାଡୁରେ ସମାନ ପ୍ରକାର କାହାଣୀ ଦେଖିବାକୁ ମିଳିିଛି;…

ଏସ୍‌ସିବି ରୋଗୀଙ୍କ ଖାଦ୍ୟରୁ ବାହାରିଲା ବେଙ୍ଗ: ଭିଡିଓ ଭାଇରାଲ ପରେ ଚର୍ଚ୍ଚା ବଢ଼ିଲା

କଟକ,୧୮।୪(ଶିଳ୍ପା ପ୍ରିୟଦର୍ଶିନୀ):ଡାକ୍ତରଖାନାରେ ରୋଗୀଙ୍କୁ ଦିଆଯାଉଥିବା ଖାଦ୍ୟରୁ ବେଙ୍ଗ ବାହାରିବା ଘଟଣା ଏବେ ସାମ୍ନାକୁ ଆସିଛି। ତେବେ ଏହି ଖାଦ୍ୟ ଏସ୍‌ସିବି ମେଡିକାଲ ପରିସରରେ ଥିବା ଏକ କ୍ୟାଣ୍ଟିନର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri