ବିଜିୟୁର ନବାଗତ ବିଏଜେଏମ୍‌ସି ଏବଂ ଏମ୍‌ଏଜେଏମ୍‌ସି ଛାତ୍ରୀଛାତ୍ରଙ୍କୁ ସ୍ବାଗତ: ଡିଜିଟାଲ ଗଣମାଧ୍ୟମ ସାମ୍ବାଦିକତାର ଭବିଷ୍ୟତ

ଭୁବନେଶ୍ୱର,୩।୮(ବ୍ୟୁରୋ): ବିର୍ଲା ଗ୍ଲୋବାଲ ୟୁନିଭରସିଟିର ବିର୍ଲା ସ୍କୁଲ ଅଫ କମ୍ୟୁନିକେଶନ ପକ୍ଷରୁ ନବାଗତ ସପ୍ତମ ବ୍ୟାଚ୍‌ର ଏମ୍‌ଏଜେଏମ୍‌ସି ଏବଂ ତୃତୀୟ ବ୍ୟାଚ୍‌ର ବିଏଜେଏମ୍‌ସି(ଅନର୍ସ) ଛାତ୍ରୀଛାତ୍ରମାନଙ୍କର ସ୍ବାଗତ ସମ୍ବର୍ଦ୍ଧନା ଉତ୍ସବ ଶିକ୍ଷାନୁଷ୍ଠାନର ଗୋଠପାଟଣା କ୍ୟାମ୍ପସରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ହିଷ୍ଟ୍ରି ଟିଭି ୧୮ର ବରିଷ୍ଠ ପ୍ରଯୋଜକ ମୋନିକା ନନ୍ଦ ମୁଖ୍ୟ ଅତିଥିଭାବେ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥିଭାବେ ସନ୍‌ମାର୍ଗର ମୁଖ୍ୟ ମହାପ୍ରବନ୍ଧକ ଡ. ଅଶୋକ କୁମାର ପଣ୍ଡା ଏବଂ ମୁଖ୍ୟବକ୍ତା ଭାବେ ଓଡିଶା ଲାଇଭ୍‌ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ନୀଳାମ୍ବର ରଥ ଯୋଗ ଦେଇଥିଲେ। ବର୍ତ୍ତମାନ ସାମ୍ବାଦିକତା ମୁଦ୍ରିତ ଗଣମାଧ୍ୟମରୁ ଆରମ୍ଭ କରି ଡିଜିଟାଲ ଯୁଗରେ ପଦାର୍ପଣ କରିଛି ବୋଲି ମୋନିକା ନନ୍ଦ କହିଥିଲେ। ଛାତ୍ରୀଛାତ୍ରମାନେ ଜନସମ୍ପର୍କ ଅଧିକାରୀ, ବିଜ୍ଞାପନ, ୱେବ ଜର୍ନାଲିଜିମ୍‌, ମୋବାଇଲ ଜର୍ନାଲିଜିମ୍‌ ଆଦି ବିଭିନ୍ନ କ୍ଷେତ୍ରରେ ନିଜ କ୍ୟାରିୟର ଗଢିପାରିବେ ବୋଲି ସେ କହିଥିଲେ। ଡିଜିଟାଲ ମିଡିଆକୁ ପ୍ରାଧାନ୍ୟ ଦେବା ସହ ଏହାହିଁ ଭବିଷ୍ୟତରେ ପ୍ରମୁଖ ମାଧ୍ୟମ ପାଲଟିବ ବୋଲି ନୀଳାମ୍ବର ରଥ କହିଥିଲେ। ଜଣେ ପେସାଦାର ସାମ୍ବାଦିକ ହେବାପାଇଁ ସଫଳ ଯୋଗାଯୋଗ, ସାହସୀ ଓ ଉତ୍ସର୍ଗୀକୃତ ହେବା ଆବଶ୍ୟକ ବୋଲି ଅଶୋକ ପଣ୍ଡା କହିଥିଲେ। ବିଜିୟୁର ରେଜିଷ୍ଟ୍ରାର ଡ. ବି.କେ. ଦାଶ ବିଜିୟୁର ଶିକ୍ଷା ଏବଂ ପ୍ରଶିକ୍ଷଣ ଛାତ୍ରୀଛାତ୍ରମାନଙ୍କୁ ଭବିଷ୍ୟତରେ ଭଲ ସାମ୍ବାଦିକ ରୂପେ ଗଢିତୋଳିବ ବୋଲି କହିଥିଲେ। ବିର୍ଲା ସ୍କୁଲ ଅଫ କମ୍ୟୁନିକେଶନର ମୁଖ୍ୟ ଶିବଶଙ୍କର ଦାସ ସ୍ବାଗତ ଭାଷଣ ଓ ପ୍ରଫେସର ତୁଲୀକା ଧନ୍ୟବାଦ ଅର୍ପଣ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପୋଡ଼ମାପେଟା ବେଳାଭୂମି ଅବକ୍ଷୟ, ଭୟରେ ଅଞ୍ଚଳବାସୀ

ଗଞ୍ଜାମ,୨୨ା୮(ବିଦ୍ୟାଧର ସାହୁ): ଦିନକୁ ଦିନ ଅଶାନ୍ତ ହୋଇ ପଡୁଛି ସମୁଦ୍ର। ଉଚ୍ଚ ଲହଡି ଯୋଗୁ କୂଳ ଖାଉଥିବା ବେଳେ ଭୟରେ ସମୁଦ୍ର ତଟବର୍ତ୍ତୀ ଅଞ୍ଚଳ। ଗଞ୍ଜାମ ଜିଲାର…

ପୁଣି ଭାଇରାଲ ହେଲେ ରାନୁ ମଣ୍ଡଳ, ଏହି ରୋମାଣ୍ଟିକ୍‌ ଗୀତ ଗାଇ…

କୋଲକାତା,୨୨ା୮: ଯେତେବେଳେ ଆମେ ଷ୍ଟ୍ରିଟ୍‌ ଗାୟିକା/ଗାୟକଙ୍କ କଥା ଭାବୁ ପ୍ରଥମେ ରାନୁ ମଣ୍ଡଳଙ୍କ ନାଁ ମନେ ପଡ଼େ। ଜଣେ ଷ୍ଟ୍ରିଟ୍‌ ଗାୟିକା ହେବା ସହିତ ସେ ଜଣେ…

ସାପ ନେଲା ଚାଷୀଙ୍କ ଜୀବନ

ପାତ୍ରପୁର,୨୨ା୮(ଉମା ଚରଣ ନେପାକ): ଜରଡ଼ା ଥାନା ଆମପୁର ପଞ୍ଚାୟତ ମହାଦେଈପୁର ଗ୍ରାମରେ ସାପ କାମୁଡ଼ାରେ ଜଣେ ଚାଷୀଙ୍କ ମୃତ୍ୟୁ ଘଟିଛି। ସେ ହେଲେ ବାସୁଦେବ ପ୍ରଧାନ(୬୪)। ଶନିବାର…

ଘରେ ବସି ସ୍କୁଲ ପ୍ରୋଜେକ୍ଟ କରୁଥିଲେ ଛାତ୍ର, ମାରିଲା କରେଣ୍ଟ…

ଖଲ୍ଲିକୋଟ,୨୨।୮( ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ ଅଧୀନ କୈରାସି ଗ୍ରାମରେ ଶନିବାର ଏକ ଦୁଃଖଦ ଘଟଣା ଘଟିଛି। ବିଦ୍ୟୁତ୍‌ କରେଣ୍ଟ ଲାଗି ଜଣେ…

ଲଘୁଚାପ ଛଡାଇ ନେଇଛି ମତ୍ସ୍ୟଜୀବୀଙ୍କ ଜୀବିକା

ଛତ୍ରପୁର, ୨୨ା୮ (ଦ୍ୱାରକା ପଟ୍ଟନାୟକ/ଦିଲୀପ ସାମଲ): ବଙ୍ଗୋପସାଗରରେ ସୃଷ୍ଟି ହେଉଛି ତୁହାକୁ ତୁହା ଲଘୁଚାପ। ଏଥିପାଇଁ ସମୁଦ୍ର ଅଶାନ୍ତ ରହିଛି। ମତ୍ସ୍ୟଜୀବୀଙ୍କ ସୁରକ୍ଷା ପାଇଁ ଆଞ୍ଚଳିକ ପାଣିପାଗ…

ପୋଲିସର ନିଶାମୁକ୍ତ ଅଭିଯାନକୁ ନେଇ ବଢ଼ିଲା ଚର୍ଚ୍ଚା

କୋକସରା,୨୨ା୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା ପକ୍ଷରୁ ଗତ କିଛିଦିନ ହେଲା ନିଶା ମୁକ୍ତ ଅଭିଯାନ ଆରମ୍ଭ ହୋଇଛି। ଅଞ୍ଚଳର ବିଭିନ୍ନ ସ୍କୁଲ, କଲେଜ…

ବନ୍ଧୁକ ଦେଖାଇ ଗହଣା ବ୍ୟବସାୟୀଙ୍କଠାରୁ ଦୁର୍ବୃତ୍ତ ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର, ବାଇକ୍‌ ଛାଡ଼ି…

ମୋରଡ଼ା,୨୨ା୮(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡା ଥାନା ଅଞ୍ଚଳରେ ବନ୍ଧୁକ ମୁନରେ ଜଣେ ଗହଣା ବ୍ୟବସାୟୀଙ୍କୁ ଲୁଟ୍‌ ହୋଇଛି। ସୂଚନା ଅନୁଯାୟୀ, ଶୁଳିଆପଦା ଥାନା ଅଧୀନ କୋଷ୍ଠା…

ସ୍ବାୟତ୍ତ ଶାସନ ଦିବସ ପାଳନ ନେଇ ପ୍ରସ୍ତୁତି ଚୂଡ଼ାନ୍ତ

ଦିଗପହଣ୍ଡି,୨୨।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନ୍‌ଏସି ପକ୍ଷରୁ ଅଗଷ୍ଟ ୩୧ରେ ପାଳନ ହେବାକୁ ଥିବା ସ୍ବାୟତ୍ତ ଶାସନ ଦିବସ ପାଳନ ଉପଲକ୍ଷେ ଏକ ପ୍ରସ୍ତୁତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri