ବିଜିୟୁର ନବାଗତ ବିଏଜେଏମ୍‌ସି ଏବଂ ଏମ୍‌ଏଜେଏମ୍‌ସି ଛାତ୍ରୀଛାତ୍ରଙ୍କୁ ସ୍ବାଗତ: ଡିଜିଟାଲ ଗଣମାଧ୍ୟମ ସାମ୍ବାଦିକତାର ଭବିଷ୍ୟତ

ଭୁବନେଶ୍ୱର,୩।୮(ବ୍ୟୁରୋ): ବିର୍ଲା ଗ୍ଲୋବାଲ ୟୁନିଭରସିଟିର ବିର୍ଲା ସ୍କୁଲ ଅଫ କମ୍ୟୁନିକେଶନ ପକ୍ଷରୁ ନବାଗତ ସପ୍ତମ ବ୍ୟାଚ୍‌ର ଏମ୍‌ଏଜେଏମ୍‌ସି ଏବଂ ତୃତୀୟ ବ୍ୟାଚ୍‌ର ବିଏଜେଏମ୍‌ସି(ଅନର୍ସ) ଛାତ୍ରୀଛାତ୍ରମାନଙ୍କର ସ୍ବାଗତ ସମ୍ବର୍ଦ୍ଧନା ଉତ୍ସବ ଶିକ୍ଷାନୁଷ୍ଠାନର ଗୋଠପାଟଣା କ୍ୟାମ୍ପସରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ହିଷ୍ଟ୍ରି ଟିଭି ୧୮ର ବରିଷ୍ଠ ପ୍ରଯୋଜକ ମୋନିକା ନନ୍ଦ ମୁଖ୍ୟ ଅତିଥିଭାବେ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥିଭାବେ ସନ୍‌ମାର୍ଗର ମୁଖ୍ୟ ମହାପ୍ରବନ୍ଧକ ଡ. ଅଶୋକ କୁମାର ପଣ୍ଡା ଏବଂ ମୁଖ୍ୟବକ୍ତା ଭାବେ ଓଡିଶା ଲାଇଭ୍‌ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ନୀଳାମ୍ବର ରଥ ଯୋଗ ଦେଇଥିଲେ। ବର୍ତ୍ତମାନ ସାମ୍ବାଦିକତା ମୁଦ୍ରିତ ଗଣମାଧ୍ୟମରୁ ଆରମ୍ଭ କରି ଡିଜିଟାଲ ଯୁଗରେ ପଦାର୍ପଣ କରିଛି ବୋଲି ମୋନିକା ନନ୍ଦ କହିଥିଲେ। ଛାତ୍ରୀଛାତ୍ରମାନେ ଜନସମ୍ପର୍କ ଅଧିକାରୀ, ବିଜ୍ଞାପନ, ୱେବ ଜର୍ନାଲିଜିମ୍‌, ମୋବାଇଲ ଜର୍ନାଲିଜିମ୍‌ ଆଦି ବିଭିନ୍ନ କ୍ଷେତ୍ରରେ ନିଜ କ୍ୟାରିୟର ଗଢିପାରିବେ ବୋଲି ସେ କହିଥିଲେ। ଡିଜିଟାଲ ମିଡିଆକୁ ପ୍ରାଧାନ୍ୟ ଦେବା ସହ ଏହାହିଁ ଭବିଷ୍ୟତରେ ପ୍ରମୁଖ ମାଧ୍ୟମ ପାଲଟିବ ବୋଲି ନୀଳାମ୍ବର ରଥ କହିଥିଲେ। ଜଣେ ପେସାଦାର ସାମ୍ବାଦିକ ହେବାପାଇଁ ସଫଳ ଯୋଗାଯୋଗ, ସାହସୀ ଓ ଉତ୍ସର୍ଗୀକୃତ ହେବା ଆବଶ୍ୟକ ବୋଲି ଅଶୋକ ପଣ୍ଡା କହିଥିଲେ। ବିଜିୟୁର ରେଜିଷ୍ଟ୍ରାର ଡ. ବି.କେ. ଦାଶ ବିଜିୟୁର ଶିକ୍ଷା ଏବଂ ପ୍ରଶିକ୍ଷଣ ଛାତ୍ରୀଛାତ୍ରମାନଙ୍କୁ ଭବିଷ୍ୟତରେ ଭଲ ସାମ୍ବାଦିକ ରୂପେ ଗଢିତୋଳିବ ବୋଲି କହିଥିଲେ। ବିର୍ଲା ସ୍କୁଲ ଅଫ କମ୍ୟୁନିକେଶନର ମୁଖ୍ୟ ଶିବଶଙ୍କର ଦାସ ସ୍ବାଗତ ଭାଷଣ ଓ ପ୍ରଫେସର ତୁଲୀକା ଧନ୍ୟବାଦ ଅର୍ପଣ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିଜେଡିରେ ସାମିଲ ହେଲେ ବିଜୟ କେତନ ସ୍ବାଇଁ; କହିଲେ-ବିତୃଷ୍ଣା ହୋଇ ଭାଜପା ଛାଡ଼ିଲି

ଭୁବନେଶ୍ୱର,୧୯ା୪: ଭାଜପା ଛାଡି ବିଜେଡିରେ ଯୋଗ ଦେଲେ ବରିଷ୍ଠ ନେତା ବିଜୟ କେତନ ସ୍ବାଇଁ । ରାଜନଗର ବିଧାୟକ ଧ୍ରୁବ ସାହୁ, କେନ୍ଦ୍ରାପଡ଼ା ପର୍ଯ୍ୟବେକ୍ଷକ ପ୍ରତାପ...

ଓଡିଶା ରାଜନୀତିରେ ଚହଳ,ଭାଜପାରେ ଯୋଗଦେବେ ଦୁଇ ବଡ଼ ନେତା!

ଭୁବନେଶ୍ୱର,୧୯।୪: ଆଗକୁ ରାଜ୍ୟ ରାଜନୀତି ସରଗରମ ହେବାକୁ ଯାଉଛି କାରଣ ଭାଜପାରେ ଯୋଗ ଦେଇ ପାରନ୍ତି ଓଡିଶା ରାଜନୀତିର ଦୁଇ ବଡ଼ ନେତା। ଏବେ ଚର୍ଚ୍ଚା...

 ୨୫ରୁ ସିଝିବ ଓଡ଼ିଶା, ପୁଣି କଲବର କରିବ ତାତି

ଭୁବନେଶ୍ୱର,୧୯ା୪: ଡହଡହ ଖରାରେ ସିଝୁଛି ସାରା ରାଜ୍ୟ। ଉପକୂଳଠାରୁ ଆରମ୍ଭ କରି ଆଭ୍ୟନ୍ତରଣ ଓଡ଼ିଶା ପର୍ଯ୍ୟନ୍ତ ପାରଦ ଉପରମୁହାଁ ହୋଇଛି। ଏହି ତାପମାତ୍ରା ଆସନ୍ତା ୨୧...

ଗେଷ୍ଟ ହାଉସରେ ବ୍ୟବସାୟୀ ରହସ୍ୟମୟ ମୃତଦେହ ଠାବ

ଭୁବନେଶ୍ୱର,୧୯।୪: ଗୁରୁବାର ଭୁବନେଶ୍ୱରର ମୈତ୍ରୀ ବିହାର ଅଞ୍ଚଳର ଏକ ଗେଷ୍ଟ ହାଉସରୁ ଜଣେ ବ୍ୟବସାୟୀଙ୍କ ମୃତ ଦେହ ଉଦ୍ଧାର ହୋଇଛି। ମୃତକଙ୍କ ନାମ ତପନ ପ୍ରସାଦ...

ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଧଳାବାଘ ‘ସ୍ନେହା’ ମୃତ

ଭୁବନେଶ୍ୱର,୧୯।୪: ଶୁକ୍ରବାର ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଚିକିତ୍ସିତ ହେଉଥିବାବେଳେ ଧଳାବାଘ ‘ସ୍ନେହା’ର ମୃତ୍ୟୁ ଘଟିଛି। ବୃଦ୍ଧାବସ୍ଥା ଏବଂ ଗ୍ରୀଷ୍ମ ପ୍ରବାହ କାରଣରୁ ଗତକାଲି ଅସୁସ୍ଥ ହେବା...

୨ଦିନ ପରେ ହ୍ରାସ ପାଇବ ତାପମାତ୍ରା

ଭୁବନେଶ୍ୱର,୧୯।୪: ଆଗାମୀ ୨ଦିନ ତାପମାତ୍ରାରେ କୌଣସି ପ୍ରକାର ପରିବର୍ତ୍ତନ ହେବ ନାହିଁ ବୋଲି ପାଣିପାଗ ବିଭାଗ ପକ୍ଷରୁ ଶୁକ୍ରବାର ସୂଚନା ଦିଆଯାଇଛି। ଅର୍ଥାତ ୨ ଦିନ...

୨୧ରୁ ତାତିରେ ଲାଗିବ ବ୍ରେକ୍‌, ଏହି ସବୁ ଜିଲାରେ ବର୍ଷିବ

ଭୁବନେଶ୍ୱର,୧୯।୪: ତାତିରୁ ମିଳିବ ଆଶ୍ୱସ୍ତି। ୨୧ ଓ ୨୨ ତାରିଖ ବେଳକୁ ଖରାର ପ୍ରକୋପ ସାମାନ୍ୟ ହ୍ରାସ ପାଇବା ସହ ରାଜ୍ୟରେ କିଛି ସ୍ଥାନରେ ବର୍ଷା...

‘ଓଡ଼ିଶାରେ ଏତିକି ଲୋକ ସଭା ଆସନ ଜିତିବ ଭାଜପା’

ଭୁବନେଶ୍ୱର,୧୯।୪: ବିଧାନସଭା ନିର୍ବାଚନ ପାଇଁ ଭାଜପା ଦ୍ୱିତୀୟ ପର୍ଯ୍ୟାୟ ସୁଦ୍ଧା ୧୩୧ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ତେବେ ଖୁବ୍‌ଶୀଘ୍ର ଭାଜପାର ଅବଶିଷ୍ଟ ବିଧାନସଭା ପ୍ରାର୍ଥୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri