ବିକ୍ରି ପରିମାଣ ନେଇ ଚାଷୀ ଅସନ୍ତୋଷ: ଲଖମରା ମଣ୍ଡିକୁ ଆସିଛି ୧୨୪ ପ୍ୟାକେଟ୍‌ ଧାନ

ପଦ୍ମପୁର,୧୩ା୫(ପ୍ରଦୀପ୍ତ ଦାଶ): ବରଗଡ଼ ଜିଲା ପଦ୍ମପୁର ଉପଖଣ୍ଡରେ ସୋମବାରଠାରୁ ରବିଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହୋଇଛି। ଉପଖଣ୍ଡର ମୋଟ ୫୯ଟି କେନ୍ଦ୍ରରେ ଧାନ ସଂଗ୍ରହ କରାଯିବ । ସେଥିମଧ୍ୟରୁ ୧୧ଟି ମୁଖ୍ୟ ବଜାର ପ୍ରାଙ୍ଗଣ ଓ ୨୫ଟି ସମବାୟ ସମିତିରେ ଧାନ ସଂଗ୍ରହ ହେବ। ମଙ୍ଗଳବାର ପାଇକମାଳ ବ୍ଲକ ଲଖମରା ମଣ୍ଡିକୁ କେବଳ ଜଣେ ଚାଷୀ ୧୨୪ ପ୍ୟାକେଟ୍‌ ଧାନ ଆଣିଥିବା ଆର୍‌ଏମ୍‌ସି ସମ୍ପାଦକ ରବି ନାରାୟଣ ପଣ୍ଡା ସୂଚନା ଦେଇଛନ୍ତି। ତେବେ ଧାନ ବିକ୍ରି ପୂର୍ବରୁ ଟୋକନ ସମସ୍ୟା ନେଇ ଚାଷୀ ମହଲରେ ଅସନ୍ତୋଷ ଦେଖାଦେଇଛି। ଅନେକ ଚାଷୀଙ୍କ ପଞ୍ଜୀକୃତ ଜମି ତୁଳନାରେ କମ୍‌ ପରିମାଣର ଟୋକନ ଆସିଥିବା ବେଳେ ମଣ୍ଡିରେ ଧାନ ବିକ୍ରି ପାଇଁ ଧାର୍ଯ୍ୟ ସମୟ ମେ’ ୨୨ ପରେ ରହିଛି। ପଦ୍ମପୁର ଦର୍ବେ କେଲା ଗ୍ରାମର ଚାଷୀ ସନ୍ତୋଷ ମେହେର ୨.୫ ହେକ୍ଟର ଜମି ପଞ୍ଜୀକୃତ କରିଥିବା ବେଳେ ବିକ୍ରି ପାଇଁ ମାତ୍ର ୧୩ କୁଇଣ୍ଟାଲ ୬୮ କେଜିର ଟୋକନ ଆସିଛି। ସେହିପରି ଏହି ଗ୍ରାମର ଛବିଲ ମେହେର, ସରୋଜ ମେହେର, ବାହାଦୁର ମେହେର ଭଳି ଅନେକ ଚାଷୀଙ୍କ ଜମି ତୁଳନାରେ ବହୁତ କମ୍‌ ପରିମାଣର ଟୋକନ ଆସିଛି। ଏହାକୁ ନେଇ ଚାଷୀ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ଅପରପକ୍ଷେ ଟୋକନ ତାରିଖ ବିଳମ୍ବ ଓ ଅନେକ ଚାଷୀଙ୍କ ଏପର୍ଯ୍ୟନ୍ତ ଟୋକନ ପହଞ୍ଚି ନ ଥିବାରୁ ଚାଷୀଙ୍କ ଅମଳ ଧାନ ଖଳା ତଥା ରାସ୍ତାରେ ପଡ଼ିରହିଛି ଓ ଚାଷୀ ସମ୍ଭାବ୍ୟ ଲଘୁଚାପ ଦେଖି ଆଶଙ୍କାରେ ରହିଛି। ଟୋକନ ସମସ୍ୟା ନେଇ ରାଜବୋଡ଼ାସମ୍ବର କୃଷକ ସଙ୍ଗଠନ ତରଫରୁ ଉପଜିଲାପାଳଙ୍କ ସହିତ ବୁଧବାର ଆଲୋଚନା କରାଯିବ ବୋଲି ରାଜବୋଡ଼ାସମ୍ବର କୃଷକ ସଙ୍ଗଠନର ଆବାହକ ଅଶୋକ ସାହୁ କହିଛନ୍ତି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଏନ୍‌ଇଇଟି ବାତିଲ

ମେଡିକାଲ, ଇଞ୍ଜିନିୟରିଂ ଭଳି ଅତି ପ୍ରତିଦ୍ୱନ୍ଦ୍ୱିତାମୂଳକ ପ୍ରବେଶିକା ପରୀକ୍ଷାରେ ବାରମ୍ବାର ଅନିୟମିତତା ଦେଖାଦେବା ଦେଶର ଶିକ୍ଷା ବ୍ୟବସ୍ଥା ଓ ପରିଚାଳନା ସହିତ ଶିକ୍ଷା ମନ୍ତ୍ରଣାଳୟର ଅପାରଗତାକୁ ବାରମ୍ବାର…

ସୁନା-ରୁପାକୁ ନେଇ କେନ୍ଦ୍ର ସରକାର କଲେ ବଡ଼ ଘୋଷଣା: ମୋଦିଙ୍କ ଅପିଲ ପରେ…

ନୂଆଦିଲ୍ଲୀ,୧୩।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ନାଗରିକମାନଙ୍କୁ ଅତି କମରେ ଗୋଟିଏ ବର୍ଷ ପାଇଁ ସୁନା କିଣିବାରୁ ନିବୃତ୍ତ ରହିବାକୁ ନିବେଦନ କରିଛନ୍ତି। ଏହି ସମୟରେ ଏକ…

ସୌମ୍ୟ ହତ୍ୟା ମାମଲାରେ ଚାଞ୍ଚଲ୍ୟକର ଖୁଲାସା: ଘଟଣା ଦିନ ନେଇଥିଲେ…

ଭୁବନେଶ୍ୱର,୧୩।୫(ତ୍ରିନାଥ ମହାନ୍ତି):ଯୁବତୀଙ୍କୁ ଅସଦାଚରଣ ଓ ବଳାତ୍କାର ଉଦ୍ୟମ କରିଥିବା ଜିଆର୍‌ପି କନ୍‌ଷ୍ଟେବଲ୍‌ ସୌମ୍ୟରଞ୍ଜନ ସ୍ବାଇଁଙ୍କ ହତ୍ୟା ମାମଲାରେ କ୍ରାଇମ୍‌ବ୍ରାଞ୍ଚର ତଦନ୍ତକୁ ୩ଦିନ ପୂରିଲାଣି। ରବିବାର ରାତିରେ ଉପରଠାଉରିଆ…

୫ ପ୍ରକଳ୍ପ ଉଦ୍‌ଘାଟନକଲେ ବିଧାୟକ ରାମଚନ୍ଦ୍ର କାଡାମ

ନନ୍ଦପୁର,୧୩।୫(ତୁଷାର କାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ୍‌ ଗସ୍ତରେ ଆସି ପଟ୍ଟାଙ୍ଗି ବିଧାୟକ ରାମଚନ୍ଦ୍ର କାଡାମ ୫ ପ୍ରକଳ୍ପର ମଙ୍ଗଳବାର ଉଦ୍‌ଘାଟନ କରିଛନ୍ତି। ୮ ଲକ୍ଷ…

ଏନ୍‌ଇଇଟି ପ୍ରଶ୍ନପତ୍ର ଲିକ୍‌ ଘଟଣା ପ୍ରଶ୍ନ ଶୁଣି ଏମିତି ପ୍ରତିକ୍ରିୟା ଦେଲେ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର,୧୩ା୫(ସୁନିତ୍‌ ମିଶ୍ର):ଏନ୍‌ଇଇଟି ପ୍ରଶ୍ନପତ୍ର ଲିକ୍‌ହେବା ଘଟଣାକୁ ନେଇ ଦେଶବ୍ୟାପୀ ଛାତ୍ରୀଛାତ୍ରମାନେ ଜୋର୍‌ଦାର ପ୍ରତିବାଦ ଆରମ୍ଭ କରିଛନ୍ତି। ଏହାଦ୍ୱାରା ଦେଶର ୨୨ ଲକ୍ଷରୁ ଊର୍ଦ୍ଧ୍ୱ ପରୀକ୍ଷାର୍ଥୀଙ୍କ ପରିଶ୍ରମ ଏବଂ…

ମୁଲାୟମ ସିଂହ ଯାଦବଙ୍କ ସାନ ପୁଅର ଅକାଳ ମୃତ୍ୟୁ: ହଠାତ୍‌ ଘଟିଲା…

ଲକ୍ଷ୍ନୌ,୧୩।୫: ମୁଲାୟମ ସିଂହ ଯାଦବଙ୍କ ସାନ ପୁଅ ତଥା ଅପର୍ଣ୍ଣା ଯାଦବଙ୍କ ସ୍ବାମୀ ପ୍ରତୀକ ଯାଦବଙ୍କ ଦେହାନ୍ତ ହୋଇଛି। ସେ ଲକ୍ଷ୍ନୌର ଏକ ହସ୍ପିଟାଲରେ ଶେଷନିଶ୍ୱାସ ତ୍ୟାଗ…

ବାରକୋଟରେ ଚାଞ୍ଚଲ୍ୟ: ଲଜରୁ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ସାଥିରେ ରହୁଥିବା ଯୁବକ ଫେରାର

ଦେବଗଡ଼, ୧୨।୫(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ବାରକୋଟସ୍ଥିତ ଏକ ଲଜରୁ ଜଣେ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ମୃତ ମହିଳା ଜଣକ ହେଲେ ବାରକୋଟ…

ମାମୁଘରକୁ ବୁଲି ଆସିଥିଲେ,ହାତୀର ଜଳକ୍ରୀଡ଼ା ଦେଖିବା ହେଲା କାଳ; ପାଣିରେ ଖସିପଡ଼ି ୬ ବର୍ଷର ନାବାଳକଙ୍କ ମୃତ୍ୟୁ

ଦେବଗଡ଼,୧୨|୫(ଶଶାଙ୍କ ଶେଖର ଝାଙ୍କର): ଦେବଗଡ ଥାନାଚଂଳର ଦନ୍ତାରିବାହାଳ ଗ୍ରାମର ମତୁଆଳି ନାଳ‌ରେ ପାଣିରେ ବୁଡି ମଙ୍ଗଳବାର ଜଣେ ନାବାଳାକର ମୃତ୍ୟୁ ଘଟିଛି। ମୃତକ ନାବାଳକ ହେଲେ ବେତ୍ରା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri