ବିକାଶର ଆଁଖିରେ ବଢ଼ୁଛେ ଆବୁ: ଟଁକା ଯୁଗାଡ଼ ଚିନ୍‌ତାରେ ଗରିବ୍‌ ମା’ବାପ୍‌

କୋକସରା,୨୫।୭(ଡି.ଏନ.ଏ.): କଳାହାଣ୍ଡି ଜିଲା କୋକସରା ବ୍ଲକ ଗୋତୋମୁଣ୍ଡା ପଁଚେତ୍‌ ଅଧୀନ ଚୋରଣିଦୁଆର ଗାଁର ମଙ୍ଗଲେ ମାଝି ଆର ତ୍ରୀନାଥ ମାଝିକଁର ପୁଓ ବିକାଶ ମାଝି(୫)। ସେ ଜନମ୍‌ ବେଲେ ଠିକ୍‌ଠାକ୍‌ ଥିଲାବେଲେ ପାଖାପାଖି ବଛ୍‌ରେ ହେଲା ତାକର ଭୁଜନି ଆଏଁଖ୍‌ରେ ଗୁଟେ ଆବୁ ବଢ଼ତେଲ ଯାଉଛେ। ମା’ବାପ୍‌ ଆସର ପାସର ଡାକ୍‌ତରଖାନାମାନକେ ପୁଓର ଚିକିସତ୍ା କରେଇ ନିରାଶ ହେଇଛନ୍‌। ଏହେଦେ ଟଁକା ପଏସା ଅଭାବୁ ମା’ବାପ୍‌ ପୁଓର ଉଚ ଚିକିସତ୍ା କରେଇ ନାଇଁପାରି ଭଗବାନ ଭରସାରେ ରହିଛନ୍‌।
ସୂଚନା ଅନ୍‌ସାରେ ବିକାଶ ମାଝି ଜନମ୍‌ ବେଲେ ପୂରା ଠିକ୍‌ଠାକ୍‌ ଥିଲେ। ହେଲେ ପାଖାପାଖି ବଛ୍‌ରେ ହେଲା ତାକର ଭୁଜନି ଆଏଁଖ୍‌ଥି ଗୁଟେ ଆବୁ ବାହାରଲା। ମା’ବାପ୍‌ ପୁଓକେ ଧର୍ମଗଡ଼ ଡାକ୍‌ତାରଖାନାରେ ଚିକିସତ୍ା କରେଇ ଉଷୋକଷା କଲେ। ହେଲେ କିଛି ଲାଭ ନାଇଁ ହେଲା। ପଛେ ପରିବାର ଲୋକ ବିକାଶକେ ଭବାନୀପାଟଣା ଡାକ୍‌ତରଖାନାରେ ଆଁଖି ଡାକ୍‌ତରକୁଁ ଦେଖେଇ ଉଷୋକଷା କଲେ। ସେଥ୍‌ରେ ବି କିଛି ଲାଭ ନାଇଁହେଲାରୁ ଶେଷେ ଡାକ୍‌ତର ଅପରେଶନ କରବାକେ ପରାମଶ ଦେଇଥିବାର ପରିବାର ଲୋକ କହିଛନ୍‌। ଇଆଡ଼େ ପରିବାରଟା ନିହାତି ଗରିବ୍‌ ହେଇଥିଲାବେଲେ ଅଭାବ ଅନାଟନ ସବୁବେଲେ ଲାଗି ରହିଛେ। ଯେନ୍‌ଥିରଲାଗି ମା’ବାପ୍‌ ପୁଓର ଚିକିସତ୍ା କରେଇ ନାଇଁପାରି ଘରେ ପକେଇ ରଖିଛନ୍‌। ଇଆଡ଼େ ଦିନୁଦିନ୍‌କେ ବିକାଶର ଆଏଁଖ୍‌ଥି ଆବୁଟା ବଢ଼ତେଲ ଗଲାବେଲେ ସେ ଦରଦ୍‌ରେ ଛଟପଟ ହେଉଛନ୍‌। ଏହେଦେ ସେ ଗୁଟେ ଆଏଁଖ୍‌ଥି ଦେଖିପାରୁଛନ୍‌। ପରିବାରଟା ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ବୀମା ଯୋଜନାରେ ସାମିଲ ହେବାର ଲାଗି ବାରବାର ଆବେଦନ କରି ନିରାଶ ହେଇଛନ୍‌। ଏନ୍‌ତାଥି ମା’ବାପ୍‌ ସବୁଆଡ଼ୁ ନିରାଶ ହେଇ ପୁଓର ଚିକିସତ୍ା ଲାଗି ସରକାରୀ ସାହାଯ୍‌କେ ଟାକିଛନ୍‌। ଇ ବାବ୍‌ଦେ କୋକସରା ବିଡିଓ ବସନ୍ତ କୁମାର ସେଠୀକୁଁ ପଚରାଲାରୁ ମୁଇଁ ଇ ଘଟନା ବାବ୍‌ଦେ ଡାକ୍‌ତରକୁଁ ଜନେଇ ଦେଉଛେଁ। ଡାକ୍‌ତରି ଦଲ ଗାଁକେ ଯାଇ ବିକାଶର ପରୀକ୍ଷା ନିରୀକ୍ଷା କରବେ, ତା’ପରେ ଯେନ୍‌ଟା ହେବା ସରକାରୀ ଚିକିସତ୍ା ସାହାଯ୍‌ ଯୁଗେଇ ଦେବାର ବେବସ୍‌ତା କରାଯିବା ବଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ହୀରାକୁଦ ଜଳଭଣ୍ଡାରରେ ବଢୁଛି ବନ୍ୟାଜଳ ପରିମାଣ, ପୁଣି ଖୋଲିଲା ୫ ଗେଟ୍‌, ଜଳସ୍ତର ରହିଛି…

ସମ୍ବଲପୁର,୧୭ା୮(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରର ଉପରମୁଣ୍ଡରେ ବର୍ଷା ପରିମାଣ ବୃଦ୍ଧି ଯୋଗୁ ହୀରାକୁଦ ଜଳଭଣ୍ଡାରକୁ ପୁଣିଥରେ ଅତ୍ୟଧକ ବନ୍ୟାଜଳ ପ୍ରବେଶ କରିବା ଆରମ୍ଭ କରିଛି। ଫଳରେ ଜଳଭଣ୍ଡାରର…

ବନ୍ୟାପାଣିରେ ବୁଡ଼ିଲା ଶିବମନ୍ଦିର, ଫସିଲେ ପୂଜକ ଦମ୍ପତି, ୮ ଘଣ୍ଟା ପରେ…

କୁଚିଣ୍ଡା,୧୬ା୮(ବିରଞ୍ଚି ଦର୍କା): ସମ୍ବଲପୁର ଜିଲା କୁଚିଣ୍ଡା ବ୍ଲକରେ ପ୍ରବାହିତ ଖର୍ଲା ନଦୀରେ ବନ୍ୟା ଆସିଛି। ବନ୍ୟାପାଣି ମାଡ଼ି ଆସିବାରୁ ଚକଦରହ ଶିବମନ୍ଦିରଟି ପାଣିରେ ଅଧା ବୁଡ଼ି ଯାଇଥିଲା।…

ଅଧିକାରୀଙ୍କ ପାଇଁ ୱାଟରପ୍ରୁଫ୍ ଟେଣ୍ଟ: ଖୋଲା ଆକାଶ ତଳେ ଛାତ୍ରୀଛାତ୍ର

ଜମନକିରା, ୧୬।୮ (ରବୀନ୍ଦ୍ର ପ୍ରସାଦ ଦାନୀ): ଗୋଟିଏ ପଟେ ଜୀବନ-ମରଣ ସହ ସଂଗ୍ରାମ କରୁଥିବା ଅସହାୟ ରୋଗୀ, ଅନ୍ୟପଟେ କାଦୁଅ ପଚପଚ ଡାକ୍ତରଖାନା ପରିସରରେ ସ୍ୱାଧୀନତା ଦିବସ…

ସମ୍ବଲପୁର ଯୁଯୁମୁରା ନିକଟରେ ଭୟଙ୍କର ସଡ଼କ ଦୁର୍ଘଟଣା: ମହିଳା ଓଏଏସ୍ ଟ୍ରେନିଙ୍କ ସମେତ ୨ ମୃତ, ୧୨ ଆହତ

ସମ୍ବଲପୁର,୧୫|୮(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ଯୁଯୁମୁରା ଥାନା ଅନ୍ତର୍ଗତ କଂସର ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି। ଜାତୀୟ ରାଜପଥ-୫୫ରେ ସମ୍ବଲପୁର ପଟକୁ ଯାଉଥିବା ଓଡ଼ିଶା…

ଜିଲା ମୁଖ୍ୟ ଚିକିତ୍ସାଳୟ ଖାଦ୍ୟରେ ଝିଟିପିଟି

ସମ୍ବଲପୁର,୧୪ା୮(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ମୁଖ୍ୟ ଚିକିତ୍ସାଳୟ (ଡିଏଚ୍‌ଏଚ୍‌)ର ମେଡିସିନ୍‌(ଭେଷଜ) ୱାର୍ଡରେ ରୋଗୀଙ୍କ ଜଳଖିଆ ତରକାରୀରୁ ମୃତ ଝିଟିପିଟି ବାହାରିବା ଘଟଣାରେ ଏଠାରେ ଗଭୀର ଆଲୋଡନ୍‌ ସୃଷ୍ଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri