ବିଏମ୍‌ସି, ବିଡିଏ, ବିଏସ୍‌ସିଏଲ୍‌ର ଅଭିନବ ପଦକ୍ଷେପ: ବିନା ମୋଟରଯାନରେ କର୍ମଚାରୀ ଆସିବେ ଅଫିସ

ଭୁବନେଶ୍ୱର,୧୨।୧୨ (ବ୍ୟୁରୋ): ବିନା ମୋଟରଚାଳିତ ଯାନରେ ଅଫିସ ଆସିବେ କର୍ମଚାରୀ। ସୁସ୍ଥ ପରିବେଶ ସୃଷ୍ଟି ଓ ଦୀର୍ଘସ୍ଥାୟୀ ସ୍ମାର୍ଟସିଟି ଲକ୍ଷ୍ୟ ନେଇ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି), ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ଏବଂ ଭୁବନେଶ୍ୱର ସ୍ମାର୍ଟସିଟି ଲିମିଟେଡ୍‌ (ବିଏସ୍‌ସିଏଲ୍‌) ପକ୍ଷରୁ ଏଭଳି ଅଭିନବ ପରିକଳ୍ପନା କରାଯାଇଛି। ପ୍ରତି ଶୁକ୍ରବାରକୁ ନନ୍‌ ମୋଟରାଇଜ ଟ୍ରାନ୍ସପୋର୍ଟ ଡେ’ (ଏନ୍‌ଏମ୍‌ଟି) ଭାବେ ପାଳନ କରାଯିବ। ଏହାକୁ ବାସ୍ତବ ରୂପ ଦେବାକୁ ପ୍ରତି କାର୍ଯ୍ୟାଳୟକୁ ଚିଠି କରାଯାଇଛି। ଆସନ୍ତା ୧୩ ତାରିଖରୁ ଏହା ପାଳନ କରାଯିବ ବୋଲି ନିର୍ଦ୍ଦେଶନାମାରେ ଉଲ୍ଲେଖ ରହିଛି।
ଏନେଇ ବିଏସ୍‌ସିଏଲ୍‌ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ, ବିଡିଏ ଉପାଧ୍ୟକ୍ଷ ତଥା ବିଏମ୍‌ସି କମିଶନର ପ୍ରେମଚନ୍ଦ୍ର ଚୌଧାରୀ କହିଛନ୍ତି, ଆଜିର ଜଳବାୟୁର ଅସ୍ବାଭାବିକ ପରିବର୍ତ୍ତନରେ ସୁଧାର ଆଣିବା, ବିଶ୍ୱ ଉଷ୍ମତା କମାଇବା, ପରିବେଶ ପ୍ରଦୂଷଣ ରୋକିବା ଓ ସବୁଜ ପରିବେଶ ଗଢିବା ଆଜିର ଦିନରେ ନିହାତି ଆବଶ୍ୟକ। ତେଣୁ ଆମ କର୍ମଚାରୀମାନେ ଶୁକ୍ରବାର ଦିନ ସାଇକେଲ କିମ୍ବା ପାଦରେ ଚାଲିଚାଲି ଅଫିସ ଯିବାଆସିବା କରିବେ। ରାଜଧାନୀର ସୁସ୍ଥ ତଥା ସୁନ୍ଦର ପରିବେଶ ପାଇଁ ଆମର କେତେକ ଜୀବନଶୈଳୀକୁ ଏପରି ଭାବେ ପରିବର୍ତ୍ତନ କରିବାକୁ ପଡିବ। ଏକ ଦୀର୍ଘସ୍ଥାୟୀ ସ୍ମାର୍ଟସିଟିର ଲକ୍ଷ୍ୟ ନେଇ ଏପରି ପଦକ୍ଷେପକୁ ଅଭ୍ୟାସରେ ପରିଣତ କରାଇବାକୁ ହେବ। ଏହା ନିଶ୍ଚୟ ଅନ୍ୟମାନଙ୍କୁ ଉତ୍ସାହିତ କରିବା ସହ ପ୍ରେରଣା ଯୋଗାଇବ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି।
ଆଞ୍ଚଳିକ ପରିବହନ କାର୍ଯ୍ୟାଳୟର ତଥ୍ୟ ଅନୁସାରେ, ୨୦୧୧ ଜନଗଣନାରେ ଭୁବନେଶ୍ୱରର ଜନସଂଖ୍ୟା ୧୧ ଲକ୍ଷ ଥିବାବେଳେ ପଞ୍ଜୀକୃତ ଯାନ ସଂଖ୍ୟା ୧୪ ଲକ୍ଷ୍ୟଥିଲା। ପରବର୍ତ୍ତୀ ୮ବର୍ଷ ମଧ୍ୟରେ ଏହି ସଂଖ୍ୟା ବହୁଗୁଣିତ ହୋଇଛି। ପରିବେଶ ଓ ପରିସ୍ଥିତିକୁ ଦୃଷ୍ଟିରେ ରଖି ସରକାର ଭୁବନେଶ୍ୱର ପାଇଁ ବର୍ତ୍ତମାନ ଲୋ’କାର୍ବନ ମୋବିଲିଟି ପ୍ଲାନ୍‌ କରିବାକୁ ଯୋଜନା କରୁଛନ୍ତି। ସରକାରଙ୍କ ଗୃହ ନିର୍ମାଣ ଓ ଉନ୍ନୟନ ବିଭାଗ, ବିଡିଏ ଏବଂ ଜର୍ମାନ ସଂସ୍ଥା ଜିଆଇଜେଡ୍‌ ମିଳିତ ଭାବେ କେତେକ ପ୍ରକଳ୍ପକୁ କାର୍ଯ୍ୟକାରୀ କରିବାକୁ ଯାଉଛନ୍ତି। ଭୁବନେଶ୍ୱର ସାଇକେଲିଙ୍ଗ୍‌ ଆଣ୍ଡ ଆଡ୍‌ଭେଞ୍ଚର୍ସ କ୍ଲବ୍‌ ସମ୍ପାଦକ ଅଜୟ ନନ୍ଦଙ୍କ କହିବାନୁସାରେ, ୩୬୦ ଡିଗ୍ରୀ କମ୍ୟୁନିକେଶନ ଦ୍ୱାରା ସାଇକେଲ ଚାଳନା ଅଭ୍ୟାସକୁ ଆଗକୁ ନେଇ ହେବ। ବିଏମ୍‌ସି, ବିଡିଏ ଏବଂ ସ୍ମାର୍ଟସିଟି କର୍ତ୍ତପକ୍ଷଙ୍କ ଏଭଳି ନିଷ୍ପତ୍ତି ଖୁବ୍‌ ପ୍ରଶଂସନୀୟ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?