ବିଏମ୍‌ସି, ବିଡିଏ, ବିଏସ୍‌ସିଏଲ୍‌ର ଅଭିନବ ପଦକ୍ଷେପ: ବିନା ମୋଟରଯାନରେ କର୍ମଚାରୀ ଆସିବେ ଅଫିସ

ଭୁବନେଶ୍ୱର,୧୨।୧୨ (ବ୍ୟୁରୋ): ବିନା ମୋଟରଚାଳିତ ଯାନରେ ଅଫିସ ଆସିବେ କର୍ମଚାରୀ। ସୁସ୍ଥ ପରିବେଶ ସୃଷ୍ଟି ଓ ଦୀର୍ଘସ୍ଥାୟୀ ସ୍ମାର୍ଟସିଟି ଲକ୍ଷ୍ୟ ନେଇ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି), ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ଏବଂ ଭୁବନେଶ୍ୱର ସ୍ମାର୍ଟସିଟି ଲିମିଟେଡ୍‌ (ବିଏସ୍‌ସିଏଲ୍‌) ପକ୍ଷରୁ ଏଭଳି ଅଭିନବ ପରିକଳ୍ପନା କରାଯାଇଛି। ପ୍ରତି ଶୁକ୍ରବାରକୁ ନନ୍‌ ମୋଟରାଇଜ ଟ୍ରାନ୍ସପୋର୍ଟ ଡେ’ (ଏନ୍‌ଏମ୍‌ଟି) ଭାବେ ପାଳନ କରାଯିବ। ଏହାକୁ ବାସ୍ତବ ରୂପ ଦେବାକୁ ପ୍ରତି କାର୍ଯ୍ୟାଳୟକୁ ଚିଠି କରାଯାଇଛି। ଆସନ୍ତା ୧୩ ତାରିଖରୁ ଏହା ପାଳନ କରାଯିବ ବୋଲି ନିର୍ଦ୍ଦେଶନାମାରେ ଉଲ୍ଲେଖ ରହିଛି।
ଏନେଇ ବିଏସ୍‌ସିଏଲ୍‌ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ, ବିଡିଏ ଉପାଧ୍ୟକ୍ଷ ତଥା ବିଏମ୍‌ସି କମିଶନର ପ୍ରେମଚନ୍ଦ୍ର ଚୌଧାରୀ କହିଛନ୍ତି, ଆଜିର ଜଳବାୟୁର ଅସ୍ବାଭାବିକ ପରିବର୍ତ୍ତନରେ ସୁଧାର ଆଣିବା, ବିଶ୍ୱ ଉଷ୍ମତା କମାଇବା, ପରିବେଶ ପ୍ରଦୂଷଣ ରୋକିବା ଓ ସବୁଜ ପରିବେଶ ଗଢିବା ଆଜିର ଦିନରେ ନିହାତି ଆବଶ୍ୟକ। ତେଣୁ ଆମ କର୍ମଚାରୀମାନେ ଶୁକ୍ରବାର ଦିନ ସାଇକେଲ କିମ୍ବା ପାଦରେ ଚାଲିଚାଲି ଅଫିସ ଯିବାଆସିବା କରିବେ। ରାଜଧାନୀର ସୁସ୍ଥ ତଥା ସୁନ୍ଦର ପରିବେଶ ପାଇଁ ଆମର କେତେକ ଜୀବନଶୈଳୀକୁ ଏପରି ଭାବେ ପରିବର୍ତ୍ତନ କରିବାକୁ ପଡିବ। ଏକ ଦୀର୍ଘସ୍ଥାୟୀ ସ୍ମାର୍ଟସିଟିର ଲକ୍ଷ୍ୟ ନେଇ ଏପରି ପଦକ୍ଷେପକୁ ଅଭ୍ୟାସରେ ପରିଣତ କରାଇବାକୁ ହେବ। ଏହା ନିଶ୍ଚୟ ଅନ୍ୟମାନଙ୍କୁ ଉତ୍ସାହିତ କରିବା ସହ ପ୍ରେରଣା ଯୋଗାଇବ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି।
ଆଞ୍ଚଳିକ ପରିବହନ କାର୍ଯ୍ୟାଳୟର ତଥ୍ୟ ଅନୁସାରେ, ୨୦୧୧ ଜନଗଣନାରେ ଭୁବନେଶ୍ୱରର ଜନସଂଖ୍ୟା ୧୧ ଲକ୍ଷ ଥିବାବେଳେ ପଞ୍ଜୀକୃତ ଯାନ ସଂଖ୍ୟା ୧୪ ଲକ୍ଷ୍ୟଥିଲା। ପରବର୍ତ୍ତୀ ୮ବର୍ଷ ମଧ୍ୟରେ ଏହି ସଂଖ୍ୟା ବହୁଗୁଣିତ ହୋଇଛି। ପରିବେଶ ଓ ପରିସ୍ଥିତିକୁ ଦୃଷ୍ଟିରେ ରଖି ସରକାର ଭୁବନେଶ୍ୱର ପାଇଁ ବର୍ତ୍ତମାନ ଲୋ’କାର୍ବନ ମୋବିଲିଟି ପ୍ଲାନ୍‌ କରିବାକୁ ଯୋଜନା କରୁଛନ୍ତି। ସରକାରଙ୍କ ଗୃହ ନିର୍ମାଣ ଓ ଉନ୍ନୟନ ବିଭାଗ, ବିଡିଏ ଏବଂ ଜର୍ମାନ ସଂସ୍ଥା ଜିଆଇଜେଡ୍‌ ମିଳିତ ଭାବେ କେତେକ ପ୍ରକଳ୍ପକୁ କାର୍ଯ୍ୟକାରୀ କରିବାକୁ ଯାଉଛନ୍ତି। ଭୁବନେଶ୍ୱର ସାଇକେଲିଙ୍ଗ୍‌ ଆଣ୍ଡ ଆଡ୍‌ଭେଞ୍ଚର୍ସ କ୍ଲବ୍‌ ସମ୍ପାଦକ ଅଜୟ ନନ୍ଦଙ୍କ କହିବାନୁସାରେ, ୩୬୦ ଡିଗ୍ରୀ କମ୍ୟୁନିକେଶନ ଦ୍ୱାରା ସାଇକେଲ ଚାଳନା ଅଭ୍ୟାସକୁ ଆଗକୁ ନେଇ ହେବ। ବିଏମ୍‌ସି, ବିଡିଏ ଏବଂ ସ୍ମାର୍ଟସିଟି କର୍ତ୍ତପକ୍ଷଙ୍କ ଏଭଳି ନିଷ୍ପତ୍ତି ଖୁବ୍‌ ପ୍ରଶଂସନୀୟ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଏପି ପରେ ଓଡ଼ିଶାରେ ପ୍ରାର୍ଥୀ ଘୋଷଣା କଲା ସିପିଆଇଏମ, ଭୁବନେଶ୍ୱର ଲୋକ ସଭା ଆସନରୁ ଲଢିବେ ଏହି ନେତା

ଭୁବନେଶ୍ୱର,୧୮।୪: ରାଜ୍ୟର ୩୭ଟି ବିଧାନସଭା ପାଇଁ ଆମ ଆଦମୀ ପାର୍ଟି ନିଜର ପ୍ରାର୍ଥୀ ଘୋଷଣା କରିଥିବା ବେଳେ ସିପିଆଇ(ଏମ ) ମଧ୍ୟ ଆଜି ଭୁବନେଶ୍ୱର ଲୋକ...

ଟ୍ୱିନ୍ ସିଟିରେ ମହିଳାଙ୍କ ସୁରକ୍ଷା ପାଇଁ ସ୍ୱତନ୍ତ୍ର ଟିମ୍ ଗଠନ କଲା କମିସନରେଟ ପୋଲିସ

ଭୁବନେଶ୍ୱର,୧୮।୪: ସର୍ବସାଧାରଣ ସ୍ଥାନରେ ମହିଳାଙ୍କ ସୁରକ୍ଷା ସୁନିଶ୍ଚିତ କରିବା ଦିଗରେ ଏକ ବଡ ପଦକ୍ଷେପ ନେଇଛି କମିଶନରେଟ୍ ପୋଲିସ୍। ମହିଳା ମାନଙ୍କ ସୁରକ୍ଷା ପାଇଁ ଏଣିକି...

ସତ୍ୟବାଦୀରୁ ମନୋଜ ରଥଙ୍କୁ ପ୍ରାର୍ଥୀ କରିବା ପରେ ପ୍ରସାଦ ହରିଚନ୍ଦନ କହିଲେ…

ଭୁବନେଶ୍ୱର,୧୮।୪: ଆଜି କଂଗ୍ରେସ ଆଉ ୪ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି। ମାହାଙ୍ଗାରୁ ଦେବେନ୍ଦ୍ର ସାହୁ, ସତ୍ୟବାଦୀରୁ ମନୋଜ ରଥ, ଭୁବନେଶ୍ୱର-ମଧ୍ୟରୁ ପ୍ରକାଶ...

ଭିଆର୍‌ଏସ୍‌ ନେଲେ ଆଇପିଏସ୍‌ ସଞ୍ଜୟ ସିଂ

ଭୁବନେଶ୍ୱର,୧୮।୪: ଓଡ଼ିଶା କ୍ୟାଡର ଆଇପିଏସ୍‌ ସଞ୍ଜୟ ସିଂ ଭିଆରଏସ୍‌ ଘୋଷଣା କରିଛନ୍ତି। ୧୯୯୬ ବ୍ୟାଚ୍‌ ଆଇପିଏସ୍‌ ସଞ୍ଜୟ ସିଂଙ୍କୁ ଭିଆରଏସ୍‌ ଆବେଦନକୁ ରାଜ୍ୟ ଗୃହ ବିଭାଗ...

ଓଡ଼ିଶାବାସୀଙ୍କ ମତାମତ ଲୋଡ଼ିଲେ ପାଣ୍ଡିଆନ୍‌, କଲେ ଏଭଳି ଅପିଲ୍‌

ଭୁବନେଶ୍ୱର୧୮।୪: ଆଗାମୀ ସାଧାରଣ ନିର୍ବାଚନକୁ ନେଇ ବିଜେଡିର ନିର୍ବାଚନୀ ଇସ୍ତାହାର ପ୍ରକାଶ ପାଇବ। ଏହା ର୍ପୂବରୁ ଲୋକଙ୍କ ମତାମତ ଲୋଡିଛି ବିଜେଡି। ୫-ଟି ଅଧ୍ୟକ୍ଷ କାର୍ତ୍ତିକ...

ଓଡ଼ିଶାରେ ୩୭ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଦେଲା ଏଏପି, ଜାଣନ୍ତୁ କେଉଁଠୁ କିଏ ପାଇଲେ…

ଭୁବନେଶ୍ୱର,୧୮।୪: ଓଡ଼ିଶାରେ ଆମ ଆଦମୀ ପାର୍ଟି(ଏଏପି) ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା କରିଛି। ପ୍ରଥମ ପର୍ଯ୍ୟାୟରେ ଦଳ ରାଜ୍ୟର ୩୭ ବିଧାନସଭା ଆସନ ଲାଗି ପ୍ରାର୍ଥୀ...

ପରପାରିରେ ବିଶିଷ୍ଟ ଅଭିନେତା-ନିର୍ଦ୍ଦେଶକ ସଚ୍ଚି ଦାସ

ଭୁବନେଶ୍ୱର,୧୮।୪: ଆରପାରିରେ ବିଶିଷ୍ଟ ସିନେ କଳାକାର ଡ. ସଚ୍ଚି ଦାସ । ମୃତ୍ୟୁବେଳକୁ ତାଙ୍କୁ ୭୩ ବର୍ଷ ହୋଇଥିଲା । ସଚ୍ଚି ଦାସ, କବି ସମ୍ରାଟ...

ଦଳ ଟିକେଟ ଦେଲେ କେନ୍ଦ୍ରାପଡ଼ାରୁ ଲଢ଼ିବି: ସିପ୍ରା 

ଭୁବନେଶ୍ୱର,୧୮।୪: ନିର୍ବାଚନ ତାରିଖ ଯେତେ ପାଖେଇ ଆସୁଛି ବିଭିନ୍ନ ରାଜନୈତିକ ଦଳରେ ମିଶ୍ରଣ ପର୍ବ ଜୋର ଧରୁଛି । ବିଭିନ୍ନ ରାଜନେତା କିମ୍ବା ନେତ୍ରୀ ବିଭିନ୍ନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri