Posted inଫୁରସତ

ବାଲିଯାତ୍ରା

ଆରମ୍ଭ ହୋଇସାରିଛି କଟକର ବିଶ୍ୱ ପ୍ରସିଦ୍ଧ ବାଲିଯାତ୍ରା। ୨ବର୍ଷ ପରେ ବିନା କରୋନା କଟକଣାରେ ସଭିଁଏ ବାଲିଯାତ୍ରାରେ ମଉଜ ମଜଲିସ୍‌ କରୁଛନ୍ତି। କିଏ ବିଭିନ୍ନ ପ୍ରକାର ଦୋଳି ଖେଳିବାରେ ମସଗୁଲ୍‌ ତ କିଏ ବୁଲି ବୁଲି ସବୁ ଦୋକାନରୁ ନେଉଛନ୍ତି ଭଳିକି ଭଳି ଖାଇବାର ମଜା।

ଦିନ ଯେତିକି ଗଡୁଛି ବାଲିଯାତ୍ରା ପଡିଆରେ ଗହଳି ସେତିକି ବଢୁଛି। ଖଚାଖଚ୍‌ ଭିଡ ସହ ନାଚଗୀତର ଆସର ଜମୁଛି। ସଭିଏଁ ଦିନ ବଢିବା ସହ ମେଳା ମୁହାଁ ହେଉଛନ୍ତି। ଆଖି ଖୋସି ହେଉଯାଉଥିବା ରଙ୍ଗବେରଙ୍ଗର ଆଲୋକମାଳା ସହ ଚଟପଟି ଖାଦ୍ୟ ଖାଇବାକୁ ପିଲାମାନଙ୍କ ମଧ୍ୟରେ ନାହିଁ ନଥିବା ଉତ୍ସାହ। ପିଲାମାନେ ରାମଦୋଳି, ବ୍ରେକଡ୍ୟାନ୍ସ ଆଦି ଦୋଳିରେ ବସି ମଜା କରୁଛନ୍ତି। ଧାଡିକି ଧାଡିକି ଲମ୍ବିଥିବା ଖେଳନା ଦୋକାନରେ ପିଲାଏ ଭଳିକି ଭଳି ଖେଳନା ନେବା ପାଇଁ ଭିଡ ଜମାଇଲେଣି। ଏଥର ଆର୍କଷଣର କେନ୍ଦ୍ରବିନ୍ଦୁ ପାଲଟିଛି ଦଶହଜାର କାଗଜ ଡଙ୍ଗା ଓ ଲେଜର୍‌ ଲାଇଟ୍‌ ଶୋ।

ଦୋଳିର ମଜା ନେବି
ବାଲିଯାତ୍ରାରେ ବୁଲିବା ସହିତ ଯଦି ଦୋଳି ଖେଳର ମଜ୍ଜା ନ ଉଠାଇଲ ତାହାଲେ ସବୁ ଅଧୁରା ହୋଇଯାଏ। ସବୁବେଳେ ବିଭିନ୍ନ ରକମର ଦୋଳି ବାଲିଯାତ୍ରାରେ ପଡିଥାଏ। ମୁଁ ବାଲିଯାତ୍ରା ତ ଯାଏ କେବଳ ଦୋଳିରେ ବସିବା ଲାଗି। ଏଥର ମୀନାବଜାରରେ ରାମଦୋଳି, ଚକ୍ରି, ବ୍ରେକଡ୍ୟାନ୍ସ, ଟୋରା ଟୋରାରେ ମନ ଶାନ୍ତି ହେବା ଯାଏଁ ବସି ଉପଭୋଗ କରିବି। ସବୁ ଭାଇ ଭଉଣୀ ମିଶି ଢେର ମଜା କରିବୁ। ବାପା ସମସ୍ତଙ୍କ ପାଇଁ ଭଳିକି ଭଳି ଖେଳନା କିଣାଇ ଦେବେ ବୋଲି ବହିଛନ୍ତି।
-ସ୍ବାଗତ କୁମାର ସାହୁ, କ୍ଲାସ୍‌-୫, ଓସ୍ତପାଳ ପ୍ରାଥମିକ ବିଦ୍ୟାଳୟ, ଭଦ୍ରକ

ଯାତ୍ରାରୁ ମନ ପସନ୍ଦର କଣ୍ଢେଇ ଆଣିଛି
ଏଥର ବାଲିଯାତ୍ରାରେ ଭଳିକି ଭଳି ଖେଳନା ଦୋକାନ ପଡିଛି। ଏଥର ମୁଁ କାଠ ତିଆରି ସୁନ୍ଦର କଣ୍ଢେଇ କିଣି ଆଣିଛି। ୨ବର୍ଷ ବାଲିଯାତ୍ରା ନ ବୁଲି ପାରି ମନ ଦୁଃଖ ଥିଲା। ଏବର୍ଷ ବାପାଙ୍କ ସହ ବହୁତ ବୁଲିଲି। ସାରେ ଲେଜର୍‌ ଲାଇଟ୍‌ ସୋ ସବୁଠୁ ଆର୍କଷଣୀୟ ଥିଲା। ମୀନାବଜାରରେ ରାମଦୋଳିରେ ବାପାଙ୍କ ସହ ବସି ଖୁବ୍‌ ମଜା କଲି। ଯାତ୍ରାରେ ଦହିବରା, ମଥୁରା କେକ୍‌, ଠୁଙ୍କାପୁରୀ ବି ଖାଇଲି। ଏଥର ୧୦୦ଟି ଖାଣ୍ଟି ଓଡିଆ ଖାଦ୍ୟ ଷ୍ଟଲ୍‌ ପଡିଛି। ସେଥିରେ ପରଷାଯାଉଥିବା ଖାଦ୍ୟରେ ପେଟଭର୍ତ୍ତି ହୋଇଗଲା।
-ଅଇଶ୍ୱରୟା ସାହୁ, କ୍ଲାସ୍‌-୬, ବିବେକାନନ୍ଦ ଶିକ୍ଷାକେନ୍ଦ୍ର, ଯାଜପୁର ଟାଉନ

ପ୍ରଥମ ଥର କବାଲି ଶୁଣି ଖୁସି ଲାଗିଲା
୨ବର୍ଷ ପରେ ଏବର୍ଷ ବାଲିଯାତ୍ରାରେ ବହୁତ ଭିଡ ହୋଇଛି। ଲୋକ ଗହଳି ସାଙ୍ଗକୁ ବିଭିନ୍ନ ପ୍ରକାର ଷ୍ଟଲ୍‌ ମଧ୍ୟ ପଡିଛି। କଟକରେ ମୋ ମାମୁଁଙ୍କ ଘର ହୋଇଥିବାରୁ ମୁଁ ମାମୁଁଙ୍କ ପରିବାର ସହ ବାଲିଯାତ୍ରା ବୁଲିବାକୁ ଯାଇଥିଲି। ୨ବର୍ଷ କରୋନା କଟକଣା ଯୋଗୁଁ ବାଲିଯାତ୍ରା ଆସିପାରୁ ନଥିଲି। ଏବର୍ଷ ଖେଳନା ଷ୍ଟଲ୍‌ ଓ ବିଭିନ୍ନ ପ୍ରକାର ଦୋଳି ଲାଗିଛି। ମୋତେ ଅକ୍ଟୋପସ୍‌ ଦୋଳିରେ ବସିବାକୁ ବଢିଆ ଲାଗିଲା। ଏଥର ନାମୀଦାମୀ କଣ୍ଠଶିଳ୍ପୀଙ୍କ ଦ୍ୱାରା କବାଲି ପରିବେଷଣ ହେଉଛି। ପ୍ରଥମଥର କବାଲି ଶୁଣି ବହୁତ ଖୁସି ଲାଗିଲା।
-ଶ୍ୱେତାଶ୍ରୀ ସାହୁ, କ୍ଲାସ୍‌-୫,
ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର, ପୁରୀ

ଠୁଙ୍କାପୁରୀ ଖାଇବାର ମଜା ନେବି
ଏ ବର୍ଷ ବାଲିଯାତ୍ରା ଭିନ୍ନ ଢଙ୍ଗରେ ହୋଇଛି। ଏଥର ଦଶ ହଜାର କାଗଜ ଡଙ୍ଗା ନିର୍ମାଣ ହୋଇ କଟକ ଗିନିଜ୍‌ ରେକର୍ଡରେ ସ୍ଥାନ ପାଇବାକୁ ଯାଉଛି। ଶନିବାର ଏହି ପୋଗ୍ରାମ ରଖାଯାଇଥିବାରୁ ମୁଁ ପରିବାର ସହ ଆଜି ବାଲିଯାତ୍ରା ବୁଲିବାକୁ ପ୍ଲାନ୍‌ କରିଥିଲି। ବୁଲାବୁଲି ସାଙ୍ଗକୁ ଏହି ଡଙ୍ଗା ନିର୍ମାଣ ଦେଖିବି। ବାଲିଯାତ୍ରାରେ ଠୁଙ୍କାପୁରୀ ଖାଇବାର ମଜା ଅଲଗା। ଏହାଛଡା ଷ୍ଟଲ୍‌ରେ ପଡିଥିବା ଅଲଗା ସୁସ୍ବାଦୁ ଖାଦ୍ୟ ଖାଇବାର ମଜା ନେବି।
-ସ୍ମୃତିମୟୀ ବେହେରା, କ୍ଲାସ୍‌-୮, ଏମ୍‌ ଏଲ ଏ ସରକାରୀ ଉଚ୍ଚ ବିଦ୍ୟାଳୟ, ଦୁଲାଖାପାଟଣା

ଲେଜର୍‌ ଶୋ ଦେଖି ବହୁତ ଖୁସି ହେଲି
ଗତକାଲି ସାରେ ପରିବାର ସହ ବାଲିଯାତ୍ରା ବୁଲିବାକୁ ଯାଇଥିଲି। ଖାସ୍‌ କରି ବିଶେଷ ଆର୍କଷଣ ସାଜିଥିବା ଲେଜର ଲାଇଟ୍‌ ଶୋ କୁ ମୁଁ ହାତଛଡା କରିବାକୁ ଚାହୁଁ ନଥିଲି। ମାହାତ୍ମାଗାନ୍ଧୀଙ୍କ ଜୀବନୀ ଓ କଟକର ଐତିହ୍ୟସ୍ଥଳୀ ଉପରେ ଚିତ୍ତାକର୍ଷକ ଶୋ ପରିବେଷଣ ହେଲା। ପ୍ରଥମ ଥର ପାଇଁ ଲେଜର ଶୋ ଦେଖି ବହୁତ ଖୁସି ଲାଗିଲା। ବିଭିନ୍ନ ରାଜ୍ୟରୁ ଆସିଥିବା ଲୋକ ସେମାନଙ୍କ ଲୋକକଳା ପ୍ରର୍ଦଶନ କରୁଥିଲେ। ସେ ସବୁକୁ ମୁଁ ବହୁତ ଉପଭୋଗ କଲି।

-ଅଖ୍ୟଧ୍ୟା ମିଶ୍ର, କ୍ଲାସ୍‌-୭, ଡିଏଭି ପବ୍ଲିକ୍‌ ସ୍କୁଲ୍‌, ଚନ୍ଦ୍ରଶେଖର, ଭୁବନେଶ୍ୱର


Enter your email to get our daily news in your inbox.

All Right Reserved By Dharitri.Com

ଫ୍ଲାଇଟ୍‌ ଆଟେଣ୍ଡାଣ୍ଟରୁ ଏୟାରଲାଇନ୍ସ ସିଇଓ

ଟୋକିଓ: ଜାପାନରେ ଏକ ବୈପ୍ଳବିକ ଘଟଣା ସାମ୍‌ନାକୁ ଆସିଛି, ଯାହା ସମଗ୍ର ବିଶ୍ୱରେ ମହିଳାମାନଙ୍କ ପ୍ରେରଣାଦାୟୀ ହୋଇପାରିଛି। ଜାପାନ ଏୟାରଲାଇନ୍ସର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ)...

ରାକ୍ଷସଙ୍କ ବଗିଚା, ଏହା ପଛରେ ରହିଛି ଏମିତି କାହାଣୀ

ଯେତେବେଳେ ଆପଣ ଏକ ବଗିଚା କିମ୍ବା ପାର୍କ ବୁଲିବାକୁ ଯାଆନ୍ତି, ସେତେବେଳେ ଆପଣ ପ୍ରାକୃତିକ ସୌନ୍ଦର୍ଯ୍ୟ ଆଶା କରନ୍ତି। କିନ୍ତୁ ଏକ ଅନନ୍ୟ ଉଦ୍ୟାନ ଅଛି,...

ଈଶ୍ୱରଙ୍କ ଉପରେ ବିଶ୍ୱାସ ଅଛି କିନ୍ତୁ ଭରସା ନାହିଁ !

ଆଚ୍ଛା, ଇୟେ କେମିତିକା କଥା! ଈଶ୍ୱରଙ୍କ ଉପରେ ଜଣକର ବିଶ୍ୱାସ ଥିବ ଅଥଚ ଭରସା ନ ଥିବ, ଏ କଥା ଆଦୌ ହୋଇ ନ ପାରେ...

କ୍ଲାଉଡ ସିଡିଂ ପ୍ରକୃତରେ କ’ଣ? ଯାହା କୃତ୍ରିମ ବର୍ଷା କରାଏ…

ନିକଟରେ ଦୁବାଇରେ ପ୍ରବଳ ବର୍ଷା ଯୋଗୁ ବନ୍ୟା ପରିସ୍ଥିତି ଉପୁଜିଥିଲା। ଦୁଇ ବର୍ଷରେ ଯେତିକି ବର୍ଷା ହେବା କଥା ଗୋଟିଏ ଦିନରେ ସେଠି ସେତିକି ବର୍ଷା...

ପ୍ରଥମ ରୋଜଗାର ଟଙ୍କାରେ ମା’ଙ୍କ ପାଇଁ ସମ୍ବଲପୁରୀ ଶାଢି କିଣିଥିଲି: ଡ. ଆଲୋକ ସାହୁ

ଜନ୍ମ ମୋର ଯାଜପୁରରେ ହୋଇଥିଲେ ହେଁ ବାପା ଯେହେତୁ କେନ୍ଦୁଝରରେ ଚାକିରି କରୁଥିଲେ ତେଣୁ ମୋ ସ୍କୁଲ ପାଠପଢା ସେଇଠି ହିଁ ହୋଇଥିଲା। ସ୍ଥାନୀୟ ଆନନ୍ଦପୁରସ୍ଥିତ...

ଭାମା-କାମାଚିଙ୍କ ନିବିଡ଼ ବନ୍ଧୁତ୍ୱର ହୃଦୟସ୍ପର୍ଶୀ କାହାଣୀ, ୫୫ ବର୍ଷ ଧରି…

ଚେନ୍ନାଇ: ତାମିଲନାଡୁ ସରକାରଙ୍କ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ସୁପ୍ରିୟା ସାହୁ ନିଜ ଏକ୍ସ’ ଆକାଉଣ୍ଟରେ ୨ ହାତୀଙ୍କ...

ନିଜ ଛୁଆଙ୍କୁ ନିଜେ ମାରି ଖାଇଯାଏ ଠେକୁଆ? କାରଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ

ଠେକୁଆ ଦେଖିବାକୁ ବେଶ ସୁନ୍ଦର। ଅନେକ ଏହାକୁ ଘରେ ପାଳିବାକୁ ପସନ୍ଦ କରନ୍ତି। ହେଲେ ଏହି ପଶୁ ସହିତ ଜଡ଼ିତ ଏକ ଚକିତ କଲାଭଳି କଥା...

ଶୀତଦିନେ ବି ଟକଟକ ହୋଇ ଫୁଟେ ଏହି ନଦୀର ପାଣି, ବୈଜ୍ଞାନିକ ବି ଚକିତ

ସାଧାରଣତଃ ନଦୀର ପାଣି ଥଣ୍ଡା ଥାଏ। ହେଲେ ଦୁନିଆର ଏଭଳି ଏକ ନିଆରା ନଦୀ ରହିଛି ଯାହାର ପାଣି ସର୍ବଦା ଟକଟକ୍‌ ହୋଇ ଫୁଟୁଥାଏ। କେବଳ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri