ବାରଣ୍ଡାରେ ପଢୁଛନ୍ତି ଛାତ୍ରୀଛାତ୍ର

ବଇଣ୍ଡା,୨।୩(ଡି.ଏନ.ଏ.) ଅନୁଗୋଳ ଜିଲା କିଶୋରନଗର ବ୍ଲକ ଧଉରପାଳ ପଞ୍ଚାୟତ କେନ୍ଦୁନାଳୀ ଗ୍ରାମରେ ଅଙ୍ଗନଓ୍ବାଡ଼ି ଗୃହ ନିର୍ମାଣ ହୋଇପାରୁ ନାହିଁ। ଅର୍ଥ ମଞ୍ଜୁର ହୋଇ ପଡ଼ି ରହିଥିଲେ ବି ନିର୍ମାଣ ହେବାକୁ ଥିବା ସରକାରୀ ଜମିରୁ ଜବରଦଖଲ ହଟାଯାଉ ନ ଥିବାରୁ ଏପରି ସମସ୍ୟା ସୃଷ୍ଟି ହୋଇଛି। ଏହାର ପ୍ରତିବାଦରେ ଶନିବାର କେନ୍ଦୁନାଳୀ ଗ୍ରାମବାସୀ ଅନୁଗୋଳ ଜିଲାପାଳଙ୍କଠାରେ ଅଭିଯୋଗ କରିଛନ୍ତି।
ଅଭିଯୋଗପତ୍ରରେ ଗ୍ରାମବାସୀ ଦର୍ଶାଇଛନ୍ତି ଯେ, ଗ୍ରାମରେ ଅଙ୍ଗନଓ୍ବାଡ଼ି ଗୃହ ନ ଥିବା ଯୋଗୁ କୁନି କୁନି ଛାତ୍ରୀଛାତ୍ରମାନେ ସ୍ଥାନୀୟ ବିଦ୍ୟାଳୟ ବାରଣ୍ଡାରେ ବସି ପଢୁଛନ୍ତି। ଗ୍ରାମବାସୀଙ୍କ ବହୁବାର ଦାବି ପରେ ୨୦୧୮ରେ ରାଜ୍ୟ ସରକାରଙ୍କ ପକ୍ଷରୁ ଅଙ୍ଗନଓ୍ବାଡ଼ି ଶ୍ରେଣୀଗୃହ ନିର୍ମାଣ ପାଇଁ ୮ ଲକ୍ଷ ଟଙ୍କା ମଞ୍ଜୁର କରାଯାଇଥିଲା। ସ୍ଥାନୀୟ ବିଦ୍ୟାଳୟ ସମ୍ମୁଖରେ ଥିବା କେନ୍ଦୁନାଳୀ ମୌଜା ଖାତା ନଂ. ୪୬ ପ୍ଲଟ ନଂ.୧୪୮/୧୫୦/୧୫୧ ସରକାରୀ ଜମିରେ ଏହା ନିର୍ମାଣ ନିମନ୍ତେ ଗ୍ରାମବାସୀ ପ୍ରଶାସନକୁ ପ୍ରସ୍ତାବ ଦେଇଥିଲେ। ହେଲେ ଉକ୍ତ ଜମିକୁ ସେହି ଗ୍ରାମର ଜଣେ ବ୍ୟକ୍ତି ଜବରଦଖଲରେ ରଖିଛନ୍ତି। ଉକ୍ତ ଜମିକୁ ଚିହ୍ନଟ କରିବା ପାଇଁ ଗ୍ରାମବାସୀ ଗତ ଡିସେମ୍ବର ୪ ତାରିଖରେ କିଶୋରନଗର ତହସିଲ କାର୍ଯ୍ୟାଳୟରେ ଅଭିଯୋଗ କରିଥିଲେ। ପରେ ବିଭାଗ ପକ୍ଷରୁ ଜାଗା ଚିହ୍ନଟ କରିବା ପାଇଁ ନିର୍ଦ୍ଦେଶନାମା ଦିଆଯାଇଥିଲା। କିନ୍ତୁ ଅଙ୍ଗପଡ଼ା ରାଜସ୍ବ ବିଭାଗର କେତେଜଣ କର୍ମଚାରୀ ଜବରଦଖଲକାରୀଙ୍କ ସହ ସଲାସୁତୁରା କରିଥିବାରୁ ଉଚ୍ଛେଦ ହୋଇପାରୁନାହିଁ। ଫଳରେ ଅଙ୍ଗନଓ୍ବାଡ଼ି ଗୃହ ନିର୍ମାଣ ସମ୍ଭବ ହୋଇପାରୁ ନ ଥିବାରୁ ମଞ୍ଜୁର ଅର୍ଥ ଫେରିଯିବା ଆଶଙ୍କା ପ୍ରକାଶ ପାଇଛି। ତୁରନ୍ତ ଏଥିପ୍ରତି ଅନୁଗୋଳ ଜିଲାପାଳ ଦୃଷ୍ଟି ଦେଇ ଉକ୍ତ ସରକାରୀ ଜାଗାରୁ ଜବରଦଖଲ ହଟାଇବା ପାଇଁ କେନ୍ଦୁନାଳୀ ଗ୍ରାମବାସୀ ଦାବି କରିଛନ୍ତି। ନଚେତ ତହସିଲ ଅଫିସ ଘେରାଉ କରାଯିବ ବୋଲି ଗ୍ରାମର ଦିଲୀପ କୁମାର ସାହୁ, ସଞ୍ଜୟ ଦେହୁରୀ, ସନ୍ତୋଷ ପ୍ରଧାନ, ବିଶ୍ୱାମିତ୍ର ପ୍ରଧାନ, ରସାନନ୍ଦ ପ୍ରଧାନ, ଶରତ ସାହୁ, କିଶୋରଚନ୍ଦ୍ର ପ୍ରଧାନ ପ୍ରମୁଖ ଚେତାବନୀ ଦେଇଛନ୍ତି। ଏ ନେଇ କିଶୋରନଗର ତହସିଲଦାର ଡ. ଲକ୍ଷ୍ମୀପ୍ରସାଦ ସାହୁ କହିଛନ୍ତି, ତୁରନ୍ତ ବିଭାଗ ପକ୍ଷରୁ ପଦକ୍ଷେପ ନିଆଯାଇ ସରକାରୀ ଜମିରୁ ଜବରଦଖଲ ଉଚ୍ଛେଦ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ବଜ୍ରାଘାତରେ ଜଳିଗଲା ମାଉସୀ ମା’ ମନ୍ଦିରର ପତାକା: ଚିନ୍ତାରେ ଭକ୍ତ

ବରଗଡ଼,୨୨।୬(ପ୍ରେମାନନ୍ଦ ଖମାରୀ)-ବରଗଡ଼ ଜିଲାର ବିଭିନ୍ନ ସ୍ଥାନରେ ସୋମବାର ଅପରାହ୍ନରେ ବଜ୍ରପାତ ସହିତ ବର୍ଷା ହୋଇଥିଲା। ତେବେ ଅପରାହ୍ନ ପ୍ରାୟ ୩ଟା ସମୟରେ ହୋଇଥିବା ବଜ୍ରପାତରେ ଜିଲାର ଭଟଲିସ୍ଥିତ…

ଜଙ୍ଗଲରୁ ମିଳିଲା ଯୁବତୀଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର,ଆତ୍ମହତ୍ୟା ନା ହତ୍ୟା ବଢିଲା ସସ୍‌ପେନ୍ସ

ପଟ୍ଟାଙ୍ଗି,୨୨।୬(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ ପେଟୁରୁ ପଞ୍ଚାୟତ ଅନ୍ତର୍ଗତ କପାଟିଗୁଡା ଜଙ୍ଗଲରୁ ସନ୍ଦେହଜନକ ଭାବେ ଯୁବତୀଯୁବକଙ୍କ ମୃତଦେହ ସୁଙ୍କି ପୋଲିସ ଉଦ୍ଧାର…

ଟ୍ରାକ୍ଟର ଦୁର୍ଘଟଣାରେ ଡ୍ରାଇଭରଙ୍କ ମୃତ୍ୟୁ : ମୃତ ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବାକୁ ଦାବି

ଲାଞ୍ଜିଗଡ଼,୨୨।୬(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ବିଶ୍ୱନାଥପୁର ଥାନା ଅଞ୍ଚଳରେ ଏକ ମର୍ମନ୍ତୁଦ ଘଟଣା ଘଟିଛି। ନିଜେ ଚଳାଉଥିବା ଟ୍ରାକ୍ଟର ଚକରେ ଚାପିହୋଇ ଡ୍ରାଇଭରଙ୍କ…

ନାବାଳିକାଙ୍କୁ ବ୍ଲାକମେଲ କରି ଦୀର୍ଘଦିନ ଧରି ଶୋଷଣ କରୁଥିଲେ ନାବାଳକ, ଅଭିଯୋଗ ପରେ ନାବାଳକଙ୍କୁ …

ପାରଳାଖେମୁଣ୍ଡି, ୨୨।୬(ଗିରିଧାରୀ ପରିଛା): ଗଜପତି ଜିଲା ସଦରମହକୁମା ପାରଳାଖେମୁଣ୍ଡି ଆଦର୍ଶ ଥାନାରେ ଜଣେ ନାବାଳିକାଙ୍କ ଅଭିଯୋଗକୁ ଆଧାର କରି ପୋକ୍ସୋ ଆଇନ ଅନୁଯାୟୀ ଏକ ମାମଲା ରୁଜୁ…

ଅତର ବ୍ୟବସାୟୀଙ୍କୁ ଠକେଇ, ଅସଲି ନେଇ ନକଲି ଦେଇଦେଲେ, ଠକିନେଲେ ଏତେ କୋଟି ଟଙ୍କା

ଛତ୍ରପୁର, ୨୨।୬( ଦିଲ୍ଲୀପ ସାମଲ): ଅତି ଚତୁରତା ସହ ବ୍ଲୁ ପ୍ରିଣ୍ଟ କରି ଫିଲ୍ମ ଷ୍ଟାଇଲରେ ହୋଇଛି କିଆ ଅତର ଠକେଇ । ଲକ୍ଷ କି ଦୁଇ…

ମହିଳା ଆଇନଜୀବୀଙ୍କ ଆକସ୍ମିକ ବିୟୋଗ: ଚାରିଆଡ଼େ ଖେଳିଗଲା ଶୋକର ଛାୟା

ଦିଗପହଣ୍ଡି, ୨୨।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ବ୍ରହ୍ମପୁର ଓକିଲ ସଂଘର ବରିଷ୍ଠ ସଦସ୍ୟା ଆଇନଜୀବି ରମା ସୁବୁଦ୍ଧିଙ୍କ ସୋମବାର ଆକସ୍ମିକ ପରଲୋକ ହୋଇଯାଇଛି। ଗତ ୧୯୫୨…

ଲଭ,ସେକ୍ସ, ଧୋକ୍କା: ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ, ଜେଲଗଲେ ଅଭିଯୁକ୍ତ ଡାକ୍ତର

ଦିଗପହଣ୍ଡି,୨୨।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଆଡ଼ପଡ଼ା ଗ୍ରାମ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧୀନ ଡେଙ୍ଗାଓସ୍ତା ଗ୍ରାମ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରର ଡାକ୍ତର ଅବିନାଶ ମହାନ୍ତିଙ୍କୁ ପୋଲିସ…

ମୁଖ୍ୟମନ୍ତ୍ରୀଙ୍କ ସହାୟତା ଘୋଷଣା: ଦୁର୍ଘଟଣାରେ ମୃତ ଅନିଲଙ୍କ ପରିବାରକୁ ମିଳିବ…

ଗଞ୍ଜାମ ,୨୨।୬(ବିଦ୍ୟାଧର ସାହୁ ) : ଅଜଣା ଗାଡି ଧକ୍କାରେ ଶନିବାର ଗଞ୍ଜାମ ଅଞ୍ଚଳର ଅନିଲ ମହାପାତ୍ର ନାମକ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିଲା । କୌଣସି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri