ବାମନ ଅର୍ଥନୀତି

ଗତ ବର୍ଷ ପ୍ରାରମ୍ଭରେ ଭାରତୀୟ ଅର୍ଥନୀତିରେ ମାନ୍ଦାବସ୍ଥାର ଆଭାସ ମିଳିଥିଲା। ଏହାକୁ ସୁଧାରିବା ପାଇଁ କେନ୍ଦ୍ର ସରକାର ଅନେକ ନିଷ୍ପତ୍ତି ନେଇଥିଲେ। ହେଲେ ସେଥିରେ ସକାରାତ୍ମକ ଉନ୍ନତି ଦେଖାଦେଇ ନ ଥିଲା। ଏବେ କରୋନା ଭୂତାଣୁର ପ୍ରଭାବରେ ଦେଶବ୍ୟାପୀ ହୋଇଥିବା ଲକ୍‌ଡାଉନ୍‌ ବା ଅଚଳାବସ୍ଥା ଅର୍ଥନୀତିକୁ ଆହୁରି ବାମନ ଅବସ୍ଥାକୁ ନେଇଯାଇଛି। ଏଭଳିସ୍ଥଳେ ୧୦ଟି ରାଷ୍ଟ୍ରାୟତ୍ତ ବ୍ୟାଙ୍କ ମଧ୍ୟରେ ମିଶ୍ରଣ ଘଟି ୪ଟି ବଡ଼ ବ୍ୟାଙ୍କ ସୃଷ୍ଟି କରାଯିବା ନେଇ ଏପ୍ରିଲ ପହିଲାକୁ ଦିନ ଧାର୍ଯ୍ୟ କରାଯାଇଥିବାରୁ ସେହି ମୁହୂର୍ତ୍ତ ଉପସ୍ଥିତ ହୋଇଛି। ଅନାଦାୟ ଋଣ ବା ଏନ୍‌ପିଏ ସ୍ତର ଆକାଶଛୁଆଁ ହେବା ଓ ଚାଲାକ କରି ବ୍ୟାଙ୍କର ଅର୍ଥ ହଡ଼ପ କରିଥିବା ବିଶିଷ୍ଟ ଶିଳ୍ପପତି ଓ ବ୍ୟବସାୟଙ୍କ ଯୋଗୁ ବ୍ୟାଙ୍କିଙ୍ଗ୍‌ କ୍ଷେତ୍ର ଆଜି ଦେବାଳିଆ ସ୍ଥିତିରେ ପଡ଼ିଯାଇଛି। ଅପର୍ଯ୍ୟାପ୍ତ ଏନ୍‌ପିଏ ଧରିବସିଥିବା ଦୁର୍ବଳ ବ୍ୟାଙ୍କଗୁଡ଼ିକୁ କେତେକ ବଡ଼ ବ୍ୟାଙ୍କ ସହ ମିଶ୍ରଣ କରିଦେଲେ ଅର୍ଥନୀତିରେ ସୁଧାର ଆସିପାରିବ ବୋଲି ଚିନ୍ତା କରି କେନ୍ଦ୍ର ସରକାର ଉପରଲିଖିତ ନିଷ୍ପତ୍ତି ନେଇଛନ୍ତି ବୋଲି କୁହାଯାଉଛି। କିନ୍ତୁ ବାସ୍ତବତା ଭିନ୍ନ କାହାଣୀ ବଖାଣୁଛି। ବ୍ୟାଙ୍କ କର୍ମଚାରୀମାନେ ଚାକିରି ହରାଇବା ଚିନ୍ତାରେ ଅତିଷ୍ଠ ହୋଇ ଏହି ମିଶ୍ରଣକୁ ବିରୋଧ କରୁଛନ୍ତି। ଅନ୍ୟପକ୍ଷରେ ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ଆଶ୍ୱାସନା ଦିଆଯାଉଛି ଯେ, କୌଣସି କର୍ମଚାରୀଙ୍କ ଚାକିରି ଯିବ ନାହିଁ। ଏଭଳି ଯଦି ନିଷ୍ପତ୍ତି ନିଆଯାଇଥାଏ, ତେବେ ସୃଷ୍ଟି ହେବାକୁ ଯାଉଥିବା ବଡ଼ ବ୍ୟାଙ୍କର ଦକ୍ଷତା କିଭଳି ବୃଦ୍ଧି ପାଇ ଲାଭ ଅର୍ଜନ ହୋଇପାରିବ ବୁଝିବା କଷ୍ଟକର ହୋଇପଡ଼ିଛି। ଏଥିରୁ ଖିଅ ଟଣାଯାଇ ଆଲୋଚନା କରାଗଲେ ଏକ ବାସ୍ତବ ଘଟଣା ସାମ୍ନାକୁ ଆସିପାରେ। ଅପାରଗ ବା ସ୍ଥଳବିଶେଷରେ କାହାରିକୁ ଅନୁଚିତ ଅନୁଗ୍ରହ ଦେଖାଇ ଫାଇଦା ନେଇଥିବା ବ୍ୟାଙ୍କ କର୍ମଚାରୀଙ୍କ ଦ୍ୱାରା ଆଜି ଯେଉଁ ବ୍ୟାଙ୍କଗୁଡ଼ିକ ଦୁର୍ବଳ ହୋଇଯାଇଛନ୍ତିି, ସେହିମାନଙ୍କୁ ମିଶ୍ରଣ ପ୍ରକ୍ରିୟାରେ ସାମିଲ କରାଗଲେ ବ୍ୟାଙ୍କିଙ୍ଗ୍‌ ସ୍ଥିତିରେ କଦାପି ପରିବର୍ତ୍ତନ ଆସିପାରିବ ନାହିଁ। ଏହି ସୂକ୍ଷ୍ମ ତଫାତ୍‌କୁ ବୁଝିବା ପାଇଁ ସମ୍ଭବତଃ ଅର୍ଥ ମନ୍ତ୍ରଣାଳୟ ଧ୍ୟାନ ଦେଇ ନାହାନ୍ତି।
ଭାରତୀୟ ଅର୍ଥନୀତି ଏକ ବିଷମ ପରିସ୍ଥିତି ଦେଇ ଗତି କରୁଥିବା ବେଳେ କରୋନା ଚାପ ‘ବେଡ଼ି ଉପରେ କୋରଡ଼ା ମାଡ଼’ ହୋଇଯାଇଛି। ଏଥିସହିତ ନିକଟ ଅତୀତକୁ ଦେଖିଲେ ‘ୟେସ୍‌ ବ୍ୟାଙ୍କ’ର କାରନାମା ସାମ୍ନାକୁ ଆସିଯାଉଛି। ଏହି ଘରୋଇ ବ୍ୟାଙ୍କରେ ଜମା ରଖିଥିବା ଆକାଉଣ୍ଟଧାରୀ ନିଜ ଅର୍ଥ ଉଠାଇବାରେ ଯେତେବେଳେ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି, ସେତେବେଳେ ବ୍ୟାଙ୍କ ଉପରେ ଲୋକଙ୍କ ଭରସା କମିଗଲାଣି ବୋଲି କୁହାଯାଇପାରେ। ଏଭଳି ସ୍ଥଳେ ହାତଗଣତି ବ୍ୟାଙ୍କ ରହିଗଲେ ଅର୍ଥ ଜମା କରିବାର ପସନ୍ଦ କମିଯାଇପାରେ। ଅର୍ଥାତ୍‌ ଲୋକେ ଭାବିଲେଣି ଗୋଟିଏ ବ୍ୟାଙ୍କରେ ସବୁତକ ଅର୍ଥ ନ ରଖି ବିଭିନ୍ନ ବ୍ୟାଙ୍କରେ ଜମା ରଖିଥିଲେ ଅସ୍ବାଭାବିକ ପରିସ୍ଥିତିକୁ ଅତିକ୍ରମ କରାଯାଇପାରିବ।
ବ୍ୟାଙ୍କ ମିଶ୍ରଣ ସପକ୍ଷବାଦୀଙ୍କ ଯୁକ୍ତି ହେଉଛି ଯେ, ବୃହତ୍‌ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଘରୋଇ ବ୍ୟାଙ୍କ ସହ ଠିକ୍‌ ଭାବେ ପ୍ରତିଦ୍ୱନ୍ଦ୍ୱିତା କରିପାରିବ। ବଡ଼ ବ୍ୟାଙ୍କଗୁଡ଼ିକର ଋଣ ଦେବାର କ୍ଷମତା ବୃଦ୍ଧି ପାଇଥାଏ। କିନ୍ତୁ କୁହାଯାଇପାରେ ଯେ, ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଉପରେ ରାଜନୈତିକ ବ୍ୟକ୍ତି ଓ ଅମଲାତନ୍ତ୍ରୀଙ୍କ ହସ୍ତକ୍ଷେପ ରହୁଥିବାରୁ ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ (ପିଏନ୍‌ବି)ରୁ ଅର୍ଥ ହଡ଼ପ କରିଥିବା ନୀରବ ମୋଦି କିମ୍ବା ମେହୁଲ ଚୋକ୍‌ସିଙ୍କ ଭଳି ବ୍ୟକ୍ତିମାନେ ମଧ୍ୟ ପୂର୍ବଭଳି ଫାଇଦା ଉଠାଇପାରନ୍ତି। ବାସ୍ତବରେ ରାଜନୈତିକ ହସ୍ତକ୍ଷେପ ଯୋଗୁ ବ୍ୟାଙ୍କଗୁଡ଼ିକ ଅସ୍ବାଭାବିକ ଋଣ ପ୍ରଦାନ କରୁଛନ୍ତି କହିବା ଅସତ୍ୟ ହେବ। ରାଜନୈତିକ ବ୍ୟକ୍ତି କିମ୍ବା କେନ୍ଦ୍ର ସରକାରଙ୍କ ଅର୍ଥ ମନ୍ତ୍ରଣାଳୟର ଉଚ୍ଚପଦସ୍ଥ ଅଧିକାରୀଙ୍କ ହସ୍ତକ୍ଷେପ ସବୁବେଳେ ରହିଆସିଛି। ତେବେ ତାହାଠାରୁ ଅଧିକ ମାରାତ୍ମକ ହେଉଛି ଯେତେବେଳେ ବ୍ୟାଙ୍କ ଶାଖାସ୍ତରର କର୍ମଚାରୀଙ୍କଠାରୁ ଆରମ୍ଭ କରି ଉଚ୍ଚପାହ୍ୟାର କର୍ମକର୍ତ୍ତା ମିଶିଯାଇ ନିଜ ବ୍ୟାଙ୍କକୁ ଲୁଟିବା ପାଇଁ ମନସ୍ଥ କରିଦେଉଛନ୍ତି। ସେତେବେଳେ ସାଧାରଣ ଜମାକାରୀର କେହି ରକ୍ଷକ ରହୁନାହାନ୍ତି। ଏହି ପ୍ରଚ୍ଛଦପଟରେ ଦେଖିଲେ ବଡ଼ ବ୍ୟାଙ୍କକୁ ଲୁଟିବା ସହଜ ହୋଇପାରେ। କାରଣ ବିରାଟକାୟ ସଂସ୍ଥାରେ ବାମହାତ ଜାଣି ନ ଥିବ ଡାହାଣ ହାତ କ’ଣ କରୁଛି। ସମ୍ଭବତଃ କ୍ଷୁଦ୍ର ବ୍ୟାଙ୍କଗୁଡ଼ିକ ଜମାକାରୀଙ୍କ ପାଇଁ ଅଧିକ ସୁରକ୍ଷିତ ହୋଇପାରନ୍ତି। ଅନ୍ୟପକ୍ଷରେ ଭାରତର ବ୍ୟାଙ୍କିଙ୍ଗ୍‌ ବ୍ୟବସ୍ଥାକୁ ପରିଚାଳନା କରୁଥିବା ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ)ର ମୁଖିଆଙ୍କ ବାରମ୍ବାର ବଦଳି ଓ ଏହି କେନ୍ଦ୍ରୀୟ ବ୍ୟାଙ୍କ ଭିତରେ ମତଭେଦ ରହିଥିବା ବିଷୟ ବ୍ୟାଙ୍କିଙ୍ଗ କ୍ଷେତ୍ରର ମନୋବଳକୁ ଦୁର୍ବଳ କରିଚାଲିଛି। କେବଳ ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡ଼ିକର ଏନ୍‌ପିଏ ୭ ଲକ୍ଷ ୨୭ ହଜାର କୋଟି ଟଙ୍କା ରହିଛି। ଏପରି ସ୍ଥଳେ ବ୍ୟାଙ୍କ ମିଶ୍ରଣ ଫଳପ୍ରସୂ ନ ହେଲେ ବ୍ୟାଙ୍କିଙ୍ଗ୍‌ କ୍ଷେତ୍ର ଘୋର ଦୁର୍ଦ୍ଦିନ ଦେଇ ଗତିକରିବ।
ନରେନ୍ଦ୍ର ମୋଦି କ୍ଷମତାକୁ ଆସିବା ଦିନଠାରୁ ଭାରତୀୟ ଅର୍ଥନୀତିରେ କୌଣସି ସକାରାତ୍ମକ ପରିବର୍ତ୍ତନ ଘଟିପାରି ନାହିଁ। ଉପା ସରକାର ସମୟରେ ଦେଶର ମୋଟ ଘରୋଇ ଉତ୍ପାଦ (ଜିଡିପି) ଏକ ଭଲ ସ୍ଥିତିରେ ଥିଲା। ଜନସାଧାରଣ ମଧ୍ୟ ତାହା ଅନୁଭବ କରିପାରୁଥିଲେ। ମୋଦି ସରକାରଙ୍କ ବେଳେ ଅନେକ ଆର୍ଥିକ ସଂସ୍କାର ଅଣାଯାଇଛି ବୋଲି ଡିଣ୍ଡିମ ପିଟାଯାଉଥିଲେ ମଧ୍ୟ ତାହାର ଫଳ ଶୂନ ରହିଛି। ଏହି ପରିପ୍ରେକ୍ଷୀରେ ୧୦ ରାଷ୍ଟ୍ରାୟତ୍ତ ବ୍ୟାଙ୍କକୁ ମିଶାଯାଇ ୪ଟି ବୃହତ୍‌ ବ୍ୟାଙ୍କ ଗଠନ କରାଯିବାର ଯେଉଁ ପରିକଳ୍ପନା କରାଯାଇଛି, ତାହା ଏକ ବିତର୍କର ଅପେକ୍ଷା ରଖୁଛି। ଯାହା ଜଣାପଡ଼ୁଛି ଏହି ସରକାର ବିମୁଦ୍ରୀକରଣ, ଜିଏସ୍‌ଟି ପ୍ରଚଳନ ଓ ଏବେ କୋଭିଡ୍‌-୧୯କୁ ପରିଚାଳନା କରିବାରେ ଯେଭଳି ବିଫଳ ହୋଇଛନ୍ତି ବ୍ୟାଙ୍କ ମିଶ୍ରଣ ନିଷ୍ପତ୍ତି ଆଉ ଏକ ଅସଫଳତାକୁ ଦର୍ଶାଇପାରେ।


Enter your email to get our daily news in your inbox.

All Right Reserved By Dharitri.Com

ଆଶାର ଶେଷ ପତ୍ର

ପ୍ରବଳ ଶୀତଦିନେ ସହରରେ ପ୍ରାଣଘାତୀ ନିମୋନିଆ ବ୍ୟାପିଥିଲା। ଝିଅଟିଏ ଏହାର କବଳରେ ପଡ଼ିଗଲା। ରୋଗ ଏତେ ଗୁରୁତର ହେଲା ଯେ ଔଷଧର ପ୍ରଭାବ ବନ୍ଦ ହୋଇଗଲା। ଝିଅଟି…

ପରୀକ୍ଷା ସଂସ୍କାର ଚିନ୍ତା

ଦେଶରେ ବିଭିନ୍ନ ପରୀକ୍ଷାରେ ବାରମ୍ବାର ହେଉଥିବା ପ୍ରଶ୍ନପତ୍ର ପ୍ରଘଟକୁ ରୋକିବାରେ କେନ୍ଦ୍ର ସରକାରଙ୍କ ବିଫଳତା ପରିପ୍ରେକ୍ଷୀରେ ଉତ୍ତରଦାୟିତ୍ୱ ଦାବି କରି ଦିଲ୍ଲୀର ଜନ୍ତରମନ୍ତରରେ ଆରମ୍ଭ ହୋଇଥିବା ଛାତ୍ର…

ବ୍ୟବସ୍ଥାଗତ ବିଫଳତା

ଦୃଢ଼ ରାଜନୈତିକ କୌଶଳ ଆପଣାଉଥିବା ସରକାରମାନେ ସାଧାରଣତଃ କଠୋର ଆଇନ ଆଣି ସେସବୁକୁ କଡ଼ାକଡ଼ି ଭାବେ କାର୍ଯ୍ୟକାରୀକରି ସଙ୍କଟର ମୁକାବିଲା କରିଥାନ୍ତି। ଏଭଳି ସ୍ଥିତିରେ ବେଳେବେଳେ ପ୍ରଯୁକ୍ତି…

ଏଇ ଭାରତରେ

ଶକ୍ତିର ଅଭାବକୁ ଦେଖି ଦେଶରେ ସବୁଜ ଶକ୍ତି ଉତ୍ପାଦନ ଉପରେ ଗୁରୁତ୍ୱ ଦିଆଯାଉଛି। ଏହି କ୍ରମରେ ଏବେ ସୌର ଗାଁ ସୃଷ୍ଟି କରାଯାଉଛି। ଏମିତି ଏହି ଗାଁ…

ଅର୍ଥନୈତିକ ଦକ୍ଷତାକୁ ଅଣଦେଖା

ମୁଁ ଭାରତ ସରକାରଙ୍କ ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା ଏବଂ ପରେ ବିଶ୍ୱବ୍ୟାଙ୍କର ମୁଖ୍ୟ ଅର୍ଥନୀତିଜ୍ଞ ଭାବରେ ମୋଟ ସାତବର୍ଷ କାର୍ଯ୍ୟ କରିଛି। ଅର୍ଥନୀତି କେତେ ବିଚିତ୍ର, ତାହା…

ଆସ୍ଥାରେ ଆଘାତ

ଅଯୋଧ୍ୟା ରାମ ମନ୍ଦିରରୁ ଦାନ ଅର୍ଥ ଚୋରି ଘଟଣା ଅନେକ କୋଟି ଲୋକଙ୍କ ଧର୍ମୀୟ ଭାବନାକୁ ଆଘାତ ଦେଇଛି। ମନ୍ଦିରରୁ ଦାନ ଅର୍ଥ ଚୋରି ହେବା ମନ୍ଦିର…

ଯୁବ ଅଗ୍ରଦୂତ

ନୂଆଦିଲ୍ଲୀର ଯନ୍ତରମନ୍ତରରେ ହୋଇଥିବା ଯୁବ ଆନ୍ଦୋଳନରେ ଜେନ୍‌-ଜିର ପ୍ରଭାବ ଦେଖିବାକୁ ମିଳିଲା। ପାରମ୍ପରିକ ପ୍ରତିବାଦ ଅପେକ୍ଷା ଏହି ପିଢ଼ି ସୃଜନଶୀଳତା, ପ୍ରଯୁକ୍ତିବିଦ୍ୟା ଓ ହାସ୍ୟରସକୁ ଆନ୍ଦୋଳନର ଅଂଶ…

ଜୈବ-ସ୍ବତ୍ୱ ଡକାୟତି

ଜୈବ- ସ୍ବତ୍ୱ ଡକାୟତି(Bio-piracy) ଅର୍ଥ ହେଉଛି ଅନୁମତି କିମ୍ବା ସ୍ବୀକୃତି ବିନା ବାଣିଜି୍ୟକ ଲାଭ ପାଇଁ କୌଣସି ଦେଶ କିମ୍ବା ସମ୍ପ୍ରଦାୟର ପାରମ୍ପରିକ ଜ୍ଞାନ ଏବଂ ପ୍ରାକୃତିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri