ବାଟବନା ହେଇଛେ ଆବାସ ଯୋଜନା: ଦଦ୍‌ରା ମାଟି ଖପର ଘରେ ଗରିବ୍‌ ପରିବାର

ଲାଠୋର, ୨୫।୭ (ଡି.ଏନ୍‌.ଏ.): ସରକାର ଗରିବ ଦୁଖି, ବାସହୀନମାନକୁ ପ୍ରଧାନମନ୍ତ୍ରୀ ଆବାସ, ଇନ୍ଦିରା ଅବାସ, ବିଜୁ ପକାଘର, ମୋ କୁଡ଼ିଆ ଯୋଜନାରେ ସାମିଲ କରି ପକାଘର ଯୁଗେଇ ଦେଉଛନ୍‌। ହେଲେ ଏସ୍‌ଇସିସି ତାଲିକାନେ ଭୁଲଭଟକା ଲାଗି ଅନେକ ଜାଗାରେ ଗରିବ୍‌ ପରିବାରମାନେ ଯୋଜନାରୁ ବାଦ୍‌ପଡ଼ି ବଡ଼ା ଗୁଲଗୁଲା ହେଇ ଜୀବନ୍‌ ବିତଉଛନ୍‌। ଏନ୍‌ତା ଗୁଟେ ଘଟନା ଦେଖ୍‌ବାକେ ମିଲିଛେ ବଲାଙ୍ଗୀର ଜିଲା ଖପରାଖୋଲ ବ୍ଲକ ଲାଠୋର ପଁଚେତ୍‌ ଅଧୀନ ପିପଲବାହାଲ ଗଁାରେ।
ସୂଚନା ଅନ୍‌ସାରେ ପିପଲବାହାଲ ଗଁାର ବୈଦାର ପରାଭୁଏ। ପରିବାର କହେଲେ ମାଏକିନା ଇନ୍ଦିରା, ଦୁଇ ଝି’ ଆର ଗୁଟେ ପୁଓକେ ନେଇ ତାକର ସଁସାର। ଜମିବାଡ଼ି, ସଁପତି ବଲି ତାକର କିଛି ନାଇଁ। ନିଜେ ଲୁହା କାମ୍‌ କରବାର ସଂଗେ ରାଏଜ୍‌ ବାହାରକେ ଦାଦନ୍‌ ଯାଇ କୁଟୁମ ପୁଷୁଛନ୍‌। ହେଲେ ବୈଦାରକଁର ବଏସ୍‌ ଅଧ୍‌କା ହେବାର ଲାଗି ଏହେଦେ ସେ ଲୁହା କାମ୍‌ ନାଇଁ କରିପାରବାର। ଯେନ୍‌ଥିରଲାଗି ଏହେଦେ କୁଟୁମବସିଆ ଦାଦନ୍‌ ଯାଇ ପେଟ୍‌ ପାଲୁଛନ୍‌। ଏନ୍‌ତାଥି ସେ ତାକର ମାଏଟ୍‌ ଖପର ଘରଟାକେ ମରାମତି କରି ନାଇଁପାରବାର। ଖପର ଉପରେ ଗୁଟେ ପଲିଥିନ୍‌ ଢାପି କୁଟୁମବସିଆ ମୁଡ଼ଗୁଁଜିଛନ୍‌। ସେ ବହୁତ ବଛର ହେଲା ସରକାରୀ ଯୋଜନାରେ ଘରଖଁଡ଼େ ପାଏବାର ଲାଗି ଭିନେ ଭିନେ ସମିଆରେ ଥାନୀୟ ନେତା, ସରକାରୀ ବାବୁମାନକୁ ଗୁହାରି କରି ନିରାଶ ହେଇଥିବାର କହିଛନ୍‌। ଏହେଦେ ପରିବାରଟା ଉପେ ଶୂଇନ୍‌ ହେଇ ଭଂଗା ଦଦ୍‌ରା କୁରିଆରେ ଜୀବନ୍‌କେ ପାଏନ୍‌ଛଡ଼େଇ ରହୁଛନ୍‌। ସେନ୍‌ତା ବୈଦାର ଦିନାକେତେ ତଲେ ଖପ୍ରାଖୋଲ ବ୍ଲକ ପରଶାସନକେ ଘରଖଁଡ଼େ ଯୁଗେଇ ଦେବାକେ ନିବେଦନ କରିଥିବାର କହିଛନ୍‌। ଇ ଦୁଖି ଗରିବ୍‌ ପରିବାରକେ ବ୍ଲକ ପରଶାସନ ଦୁରୁଷ୍‌ଟି ଦେଇ ଯେତେ ଜଲଦି ହେବା ସରକାରୀ ଯୋଜନାରେ ଘରଖଁଡ଼େ ଯୁଗେଇ ଦେବାକେ ସାଧାରନରେ ଦାବି ହେଉଛେ।


Enter your email to get our daily news in your inbox.

All Right Reserved By Dharitri.Com

ବନ୍ଦ ହେଲା ହୀରାକୁଦ ଜଳଭଣ୍ଡାରର ୧୩ ଗେଟ୍‌, ୨ ଗେଟ୍‌ରେ ବନ୍ୟାଜଳ ନିଷ୍କାସନ

ସମ୍ବଲପୁର,୧।୧୦(ପ୍ରମୋଦ ବହିଦାର): ସମ୍ପ୍ରତ୍ତି ମହାନଦୀର ଉପରମୁଣ୍ଡରୁ ବନ୍ୟାଜଳ ପ୍ରବାହ ହ୍ରାସ ପାଇବାରୁ ହୀରାକୁଦ ଜଳଭଣ୍ଡାରକୁ ବନ୍ୟାଜଳ ପ୍ରବେଶ ପରିମାଣ ମଧ୍ୟ କ୍ରମଶଃ ହ୍ରାସ ପାଇଛି। ତେଣୁ ହୀରାକୁଦ…

ବନ୍ଦ ହେଲା ହୀରାକୁଦର ୬ ଗେଟ୍‌, ଏତିକି ଗେଟ୍‌ ଦେଇ ନିଷ୍କାସନ ହେଉଛି ବନ୍ୟାଜଳ

ସମ୍ବଲପୁର,୨୯।୯(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରକୁ ବନ୍ୟାଜଳ ପ୍ରବେଶ ପରିମାଣ ହ୍ରାସ ପାଇବା ପରେ ମଙ୍ଗଳବାର ୪ଟି ଗେଟ୍‌ ବନ୍ଦ କରି ଦିଆଯାଇଛି। ଫଳରେ ହୀରାକୁଦ ଜଳଭଣ୍ଡାରର ବାମ…

ସମ୍ବଲପୁର ଫ୍ୟାକ୍ଟ୍ରିଜ୍ ଆଣ୍ଡ ବଏଲର୍ସ ସହକାରୀ ନିର୍ଦ୍ଦେଶକଙ୍କ ଘରେ ରେଡ୍, ୭ ସ୍ଥାନରେ ଭିଜିଲାନ୍ସ ଚଢ଼ାଉ

​ସମ୍ବଲପୁର,୨୯।୯(ପ୍ରମୋଦ ବହିଦାର): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସମ୍ବଲପୁର କାରଖାନା ଓ ବଏଲର୍ସର ସହକାରୀ ନିର୍ଦ୍ଦେଶକ ଉମାକାନ୍ତ ସାମନ୍ତରାୟଙ୍କ ବିରୋଧରେ ଓଡ଼ିଶା ଭିଜିଲାନ୍ସ ବିଭାଗ ପକ୍ଷରୁ…

ହୀରାକୁଦର ୩୦ ଗେଟ୍‌ ଖୋଲିଲା

ସମ୍ବଲପୁର,୨୮ା୯(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରକୁ ବନ୍ୟାଜଳ ପ୍ରବେଶ ପରିମାଣ ହଠାତ୍‌ ୬ ଲକ୍ଷ ଘନଫୁଟ୍‌ରୁ ଊର୍ଦ୍ଧ୍ୱରେ ପହଞ୍ଚିବା ପରେ ସୋମବାର ପୁଣି ୨ଟି ସ୍ଲୁଇସ୍‌ ଗେଟ୍‌କୁ ଖୋଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?