ବାଇକ୍‌ ଷ୍ଟାଣ୍ଡ୍‌ରେ ଗଡୁଛି ମଦ ବୋତଲ

କେନ୍ଦୁଝର,୨୦ା୫(ସ୍ବ.ପ୍ର.): କେନ୍ଦୁଝର ଜିଲାପାଳଙ୍କ କାର୍ଯ୍ୟାଳୟ ପରିସର ଅବ୍ୟବସ୍ଥା ଘେରରେ ରହିଛି। ରକ୍ଷଣାବେକ୍ଷଣ, ସୁରକ୍ଷା ଢିଲା କାରଣରୁ ପରିସରରେ ମଦ୍ୟପଙ୍କ ଆଡ୍ଡା ଜମୁଛି। ସାମାନ୍ୟ ବର୍ଷା ହେଲେ ଜଳ ନିଷ୍କାସନ ହୋଇପାରୁ ନ ଥିବାରୁ ରାସ୍ତା ନଷ୍ଟ ହେଉଛି। ଅସ୍ବାସ୍ଥ୍ୟକର ପରିବେଶ ସୃଷ୍ଟି ହେବା ସହ ଯାତାୟାତରେ ସମସ୍ୟା ସୃଷ୍ଟି ହେଉଛି। ଖୋଦ୍‌ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଏଭଳି ଅବସ୍ଥାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି।
ପ୍ରକାଶ ଯେ, ନିକଟରେ ଜିଲାପାଳଙ୍କ କାର୍ଯ୍ୟାଳୟ ନିକଟ ରାସ୍ତା ଉନ୍ନତୀକରଣ କରାଯାଇଥିଲା। ମାତ୍ର ଡ୍ରେନେଜ ବ୍ୟବସ୍ଥା ନ ଥିବାରୁ ପରିସରରେ ପାଣି ଜମା ହୋଇ ରହୁଛି। ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି ହେଉ ନ ଥିବାରୁ ପରିସରରେ ଥିବା ଆପତ୍‌କାଳୀନ ବିଭାଗ କାର୍ଯ୍ୟାଳୟ ନିକଟ ତଥା ପାଣି ଟାଙ୍କି ନିକଟରେ ଥିବା ବାଇକ ଷ୍ଟାଣ୍ଡ୍‌ରେ ମଦ୍ୟପଙ୍କ ସୁରକ୍ଷିତ ପିଇବା ସ୍ଥାନ ପାଲଟିଛି। ଚାରିଆଡ଼େ ମଦ ବୋତଲ ପଡ଼ି ଥିଲେ ହେଁ ସଫେଇ ହେଉନାହିଁ କିମ୍ବା କଟକଣା କରାଯାଉ ନାହିଁ। ନିୟମିତ ସଫେଇ ହେଉ ନ ଥିବାରୁ ଚାରିଆଡ଼େ ମଇଳା ଆବର୍ଜନା ମାସରୁ ଅଧିକ ଦିନ ପଡ଼ି ରହୁଛି। ସେହିପରି ନିକଟରେ ଥିବା ୨୦ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ଶୌଚାଳୟ କାମରେ ଲାଗୁନାହିଁ। ଫଳରେ ବାହାରୁ ଆସୁଥିବା ଲୋକେ ଓ କର୍ମଚାରୀମାନେ ବହୁ ଅସୁବିଧା ଭୋଗୁଛନ୍ତି। ଅଭିଯୋଗ ପ୍ରକୋଷ୍ଠ ତଥା ଅନ୍ୟାନ୍ୟ କାମରେ ଆସୁଥିବା ଲୋକେ ବିଶେଷ କରି ମହିଳାମାନେ ଅକଥନୀୟ ସମସ୍ୟା ଭୋଗୁଛନ୍ତି। ଶୌଚାଳୟ କାମରେ ଲାଗୁ ନ ଥିବାରୁ ଲୋକମାନେ ଏଣେତେଣେ ପରିସ୍ରା କରିବାକୁ ବାଧ୍ୟ ହୋଇଥାନ୍ତି ବୋଲି ସାମାଜିକ କର୍ମୀ ଦିଲ୍ଲୀପ ସାହୁ କହିଛନ୍ତି। ପୂର୍ବତନ ବିଧାୟକ ସୁବର୍ଣ୍ଣ ନାୟକ କହିଛନ୍ତି, ଜିଲାପାଳଙ୍କ କାର୍ଯ୍ୟାଳୟକୁ ଜିଲା ତଥା ରାଜ୍ୟ ବାହାରୁ ବହୁ ଭିଆଇପି ଆସିଥାନ୍ତି। ଏହା ସତ୍ତ୍ୱେ ପରିସରକୁ ସରସ ସୁନ୍ଦର ତଥା ଲୋକଙ୍କ ସୁବିଧା କରାଯାଇପାରୁନାହିଁ। ରକ୍ଷଣାବେକ୍ଷଣ ପାଇଁ ନିଯୁକ୍ତ କର୍ମଚାରୀ ବାବୁମାନଙ୍କ ଘରେ କାମ କରୁଥିବାରୁ ପରିସର ଅବହେଳିତ ହୋଇଛି ବୋଲି ସେ କହିଛନ୍ତି। ଜିଲାପାଳ ଉକ୍ତ ସମସ୍ୟା ଦିଗରେ ତୁରନ୍ତ ପଦକ୍ଷେପ ଗ୍ରହଣ କରିବାକୁ ଦାବି କରିଛନ୍ତି। ଘଟଣାରେ ଜିଲାପାଳଙ୍କ ମତାମତ ପାଇଁ ଯୋଗାଯୋଗ କରାଯାଇଥିଲେ ହେଁ ସମ୍ଭବ ହୋଇନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

୧୫ ଦିନ ହେଲା ନିଖୋଜ ଥିଲେ ଯୁବକ, ପରିତ୍ୟକ୍ତକୁ ଘରୁ ମିଳିଲା…

କଟକ,୨୫।୮(ପ୍ରଭୁ କଲ୍ୟାଣ ପାଲ୍‌): ବାରଙ୍ଗ ଥାନା ଗୋଡ଼ିସାହିର ଏକ ପରିତ୍ୟକ୍ତ ଘରୁ ମଙ୍ଗଳବାର ପୋଲିସ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଜବତ କରିଛି। ଯୁବକ ଜଣକ ବାରଙ୍ଗ…

ରକ୍ଷାବନ୍ଧନ ପର୍ଯ୍ୟନ୍ତ ୩ ରାଶିଙ୍କୁ ବୁଧ ଦେବେ ଶୁଭ ଫଳ! ଅଚାନକ ଟଙ୍କା….

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ବୁଧ ଗ୍ରହକୁ ବୁଦ୍ଧି, ବାଣିଜ୍ୟ ଓ ଆର୍ଥିକ କାରବାରର କାରକ ଗ୍ରହ ବୋଲି ମନାଯାଏ । ବୁଧ ଏବେ କେତୁଙ୍କ ମଘା ନକ୍ଷତ୍ରରେ…

ଉଛୁଳୁଛି ସମୁଦ୍ର, ପୃଥିବୀ ଆଡକୁ ମାଡି ଆସୁଛି ବଡ଼ ‘ବିପର୍ଯ୍ୟୟ’? ବର୍ଷା-ବନ୍ୟା ଦେଉଛି ବିପଦର ବଡ଼ ସଙ୍କେତ

ନୂଆଦିଲ୍ଲୀ,୨୫।୮: ବିଶ୍ୱ ପାଣିପାଗ ଧାରାରେ ଦ୍ରୁତ ପରିବର୍ତ୍ତନ ହେଉଛି। କିଛି ଅଞ୍ଚଳ ପ୍ରବଳ ଗରମ ଅନୁଭବ କରୁଥିବା ବେଳେ, ଅନ୍ୟ ଅଞ୍ଚଳରେ ଅଳ୍ପ ସମୟ ମଧ୍ୟରେ ଏତେ…

୫୦ କିଲୋ ପିଆଜ କିଣିଲେ ଉଠାଇନେବ ପୋଲିସ! ଜାଣନ୍ତୁ ନିୟମ

ନୂଆଦିଲ୍ଲୀ,୨୫।୮: ସାରା ଦେଶରେ ପିଆଜ ଦରରେ ଦ୍ରୁତ ବୃଦ୍ଧି ଦେଖିବାକୁ ମିଳିଛି। ମାତ୍ର ଗୋଟିଏ ସପ୍ତାହ ମଧ୍ୟରେ ପିଆଜ ଦର ପ୍ରାୟ ୧୭ ପ୍ରତିଶତ ବଢ଼ିଛି। ଅନେକ…

ବିଧିର ବିଚିତ୍ର ବିଧାନ: ରାତିରେ ଶୋଇଥିଲେ ଅଜା- ନାତି ସକାଳକୁ ଦେଖିଲାବେଳକୁ ….

ବଣାଇଁ, ୨୫।୮ (ପ୍ରଦୀପ ତ୍ରିପାଠୀ): ସୁନ୍ଦରଗଡ଼ ଜିଲା ଟିକାୟତପାଲୀ ଥାନା ଅନ୍ତର୍ଗତ ତିଲେଇମାଳ ଗ୍ରାମରେ ବିଷାକ୍ତ ସାପ କାମୁଡ଼ାରେ ଅଜା ଓ ନାତିଙ୍କ ମୃତ୍ୟୁ ଘଟିଛି। ଏହି…

ଅବସର ନେବେ ଗଡ଼କରୀ! ଦେଲେ ଏମିତି ବୟାନହେଲାଣି ରାଜନୈତିକ ଚର୍ଚ୍ଚା

ନୂଆଦିଲ୍ଲୀ,୨୫।୮: ନାଗପୁର ଜିଲାର କାଟୋଲ ଅଞ୍ଚଳର ପାରାଡସିଙ୍ଗାରେ ଆୟୋଜିତ ଏକଲବ୍ୟ ଏକଲ ବିଦ୍ୟାଳୟର ଶିକ୍ଷକ ଏବଂ ପର୍ଯ୍ୟବେକ୍ଷକଙ୍କ ପାଇଁ ଏକ ତାଲିମ ଅଧିବେଶନରେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ…

ଗୁଣିଆଙ୍କ ଔଷଧ ଖାଇ ଚାଲିଗଲା ନିଃସନ୍ତାନ ଦମ୍ପତିଙ୍କ ଜୀବନ

ଫୁଲବାଣୀ,୨୫।୮: କନ୍ଧମାଳ ଜିଲା ଗୋଚ୍ଛାପଡ଼ା ଥାନା ନେଡ଼ିପଙ୍ଗାରେ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ଗୁଣିଆଙ୍କ ନିକଟରୁ ଔଷଧ ଖାଇ ନିଃସନ୍ତାନ ଦମ୍ପତିଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି।…

ବୈଭବ ସୂର୍ଯ୍ୟବଂଶୀ ତାଙ୍କ ଜର୍ସିର ପ୍ରକୃତ ନମ୍ବର କାହିଁକି ଲୁଚାଇ ଦେଇଥିଲେ? ଯାହା ପାଲଟିଲାଣି ଆଲୋଚନାର ବିଷୟ

ନୂଆଦିଲ୍ଲୀ,୨୫।୮: ସମସ୍ତଙ୍କ ନଜର ଏବେ ଭାରତର ଯୁବ ତାରକା, 15 ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀଙ୍କ ଉପରେ। ଏହି ଯୁବ ବ୍ୟାଟସମ୍ୟାନ ତାଙ୍କର ବିସ୍ଫୋରକ ବ୍ୟାଟିଂ ଶୈଳୀ ମାଧ୍ୟମରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri