ବର୍ଷାଦିନେ ଓଜନ କମାଇବାର ସହଜ ଉପାୟ

ବର୍ଷାଦିନେ ଯଦି ଓଜନ କମାଇବା ପାଇଁ ଚାହୁଁଛନ୍ତି ତେବେ ଏହି ଫୁଡ୍‌ ଟିପ୍ସ୍‌ ଉପରେ ଗୁରୁତ୍ୱ ଦିଅନ୍ତୁ
*ବର୍ଷାଦିନେ ତେଲଭାଜି ଖାଦ୍ୟ ଖାଇଲେ ଓଜନ ବୃଦ୍ଧି ହୋଇଥାଏ। ଏଣୁ ଏହା ବଦଳରେ ଓଜନ କମ୍‌ କରିବାକୁ ପୋଡା ମକା,ବାଦାମ କିମ୍ବା ଗଜା ହୋଇଥିବା ଶସ୍ୟରୁ ପ୍ରସ୍ତୁତ ଚାଟ୍‌ ଖାଇବା ହିତକର। ଏଥିରେ କମ୍‌ କ୍ୟାଲୋରି ରହିଥାଏ।
*ଜାମୁକୋଳି, ନାସ୍‌ପାତି,ଚେରି ଓ ବିଭିନ୍ନ ବର୍ଷାଦିନିଆ କୋଳି ଖାଆନ୍ତୁ। ଏଥିରେ ପ୍ରଚୁର ଆଣ୍ଟିଅକ୍ସିଡାଣ୍ଟ ଓ ଫାଇବର୍‌ ରହିଛି। ଏହା ଓଜନ କମାଇବା ସହ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିଥାଏ।
*ଭେଜିଟେବଲ ସୁପ୍‌ ବର୍ଷାଦିନେ ଓଜନ କମାଇବାରେ ସାହାଯ୍ୟ କରେ। ଏହା ରୋଗ ପ୍ରତିରୋଧକ ଶକ୍ତି ବି ବୃଦ୍ଧି କରେ ଓ ଶରୀରରେ ଜଳୀୟ ଅଂଶ ଠିକ୍‌ ରଖିବା ସହ ଅଧିକ ଖାଇବା ଅଭ୍ୟାସଠାରୁ ଦୂରେଇ ରଖେ। ଏଣୁ ଓଜନ ବଢିବାର ଆଶଙ୍କା ରହିନଥାଏ।
*ବର୍ଷା ହେଉଥିବାବେଳେ ଚା’ପିଇବାକୁ ଭାରି ଇଚ୍ଛା ହୁଏ। ଏଣୁ ଯଦି ଏମିତି ଇଚ୍ଛା ହେଉଛି ତେବେ କ୍ଷୀର ଚା’ ବଦଳରେ ଅଦା ଚା’ ପିଅନ୍ତୁ। ଏହା ଓଜନ କମାଇବାରେ ସାହାଯ୍ୟ କରିବ । ଏହି ଚା’ରେ ଗୋଲମରିଚ ଗୁଣ୍ଡ, ଲବଙ୍ଗ ଓ ଡାଲଚିନି ପକାଇ ପିଇବା ଆହୁରି ଲାଭଦାୟକ। ଏହା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରେ।
* ବର୍ଷାଦିନେ ଖରାଦିନ ଅପେକ୍ଷା କମ୍‌ ପାଣି ପିଇବା ଅଭ୍ୟାସରେ ଆମେ ପଡିଯାଉ। ଏହା କିନ୍ତୁ ଠିକ୍‌ ନୁହେଁ। ବର୍ଷାଦିନେ ବି ପ୍ରଚୁର ପାଣି ପିଅନ୍ତୁ। ଏହାଦ୍ୱାରା ଓଜନ ସହଜରେ କମାଇପାରିବେ ।


Enter your email to get our daily news in your inbox.

All Right Reserved By Dharitri.Com

ସନ୍ତୁଳିତ ଡାଇବେଟିସ୍‌ ପାଇଁ ଆପଣାନ୍ତୁ ଏହି ଉପାୟ…

ଆଜିକାଲି ଡାଇବେଟିସ୍‌ ଏକ ସାଧାରଣ ସ୍ବାସ୍ଥ୍ୟ ସମସ୍ୟା ପାଲଟି ଗଲାଣି କହିଲେ ଆଦୌ ଭୁଲ ହେବ ନାହିଁ। ଏହା ଯଦି ଜଟିଳ ଆକାର ଧାରଣ କରେ...

ବିଳମ୍ବରେ ଉଠୁଥିଲେ ଶରୀରରେ ଦେଖାଦିଏ ଏହି ସମସ୍ୟା

ପ୍ରତିଦିନ ଭୋରରୁ ଉଠିବା ସ୍ବାସ୍ଥ୍ୟ ପାଇଁ ଲାଭଦାୟକ। ହେଲେ ଏପରି କିଛି ବ୍ୟକ୍ତି ଅଛନ୍ତି, ଯେଉଁମାନେ ରାତିରେ ଡେରିରେ ଶୋଇଥାନ୍ତି ଓ ସକାଳୁ ବହୁ ବିଳମ୍ବରେ...

ଦୀପରୁ ଦୀପ କାହିଁକି ଲଗାଯାଏ ନାହିଁ…

ହିନ୍ଦୁ ଧର୍ମରେ ଦୀପ ଜଳାଇବାକୁ ନେଇ ଅନେକ ଧାର୍ମିକ ମହତ୍ତ୍ୱ ରହିଛି। ଦୀପ ଜଳାଇ ଯେହେତୁ ଆମେ ଦେବଦେବୀଙ୍କୁ ଆବାହନ କରିଥାଉ; ତେଣୁ ତାଙ୍କରି ଆଶୀର୍ବାଦରୁ...

ଖରାଦିନେ ଶୋଇବା ପୂର୍ବରୁ କ’ଣ କଲେ ତ୍ୱଚା କରିବ ଗ୍ଲୋ, ଜାଣନ୍ତୁ ସେ ସମ୍ପର୍କରେ…

ଦିନଯାକର ପରିଶ୍ରମ ପରେ ଥକ୍କାପଣ ଯୋଗୁ ଅନେକେ ରାତିରେ ତ୍ୱଚାର ଠିକ୍‌ରେ ଯତ୍ନ ନ ନେଇ ସେମିତି ଶୋଇପଡ଼ନ୍ତି; ଯଦ୍ଦ୍ବାରା ତ୍ୱଚାର ଚମକ ଧୀରେ ଧୀରେ...

ହିଟ ଓ୍ବେଭ ପାଇଁ ଡ୍ୟାମେଜ ହୋଇପାରେ ଲିଭର-କିଡ୍‌ନୀ

ନୂଆଦିଲ୍ଲୀ: ଆଜିକାଲି ଦିଲ୍ଲୀ-ନୋଏଡା ସମେତ ସମଗ୍ର ଦେଶରେ ଅତ୍ୟଧିକ ଗରମ ଅନୁଭୂତ ହେଉଛି। ଉତ୍ତାପ ବୃଦ୍ଧି ଯୋଗୁଁ ଉତ୍ତରପ୍ରଦେଶରେ ମଧ୍ୟ ୨ଜଣଙ୍କର ମତ୍ୟୁ ହୋଇଛି। ସୂଚନାଯୋଗ୍ୟ,...

ଖରାଦିନେ ତ୍ୱଚାର ଯତ୍ନ ନେବେ କିପରି: ଏହି ଟିପ୍ସ ଆପଣାନ୍ତୁ

ପ୍ରବଳ ଖରା ତ୍ୱଚା ଲାଗି କ୍ଷତିକାରକ। ଗ୍ରୀଷ୍ମଋତୁରେ ଏହାକୁ କିପରି ମୁଲାୟମ ତଥା ଆକର୍ଷଣୀୟ ରଖିବେ ସେ ନେଇ କେତୋଟି ଟିପ୍ସ… ଖରା ଏବଂ ପ୍ରଦୂଷଣ...

ଗ୍ରୀଷ୍ମରେ କେମିତି ରହିବେ ଫିଟ୍‌: ଆପଣାନ୍ତୁ ଏହି ଫିଟ୍‌

”ଗ୍ରୀଷ୍ମଋତୁରେ ସବୁବେଳେ ଶରୀରରେ ଜଳୀୟ ଅଂଶକୁ ସନ୍ତୁଳିତ ରଖୁଥିବା ଖାଦ୍ୟ ଖାଆନ୍ତୁ। ବିଶେଷଭାବରେ ସବୁଜ ପନିପରିବାରେ ପ୍ରସ୍ତୁତ ଖାଦ୍ୟ, ତଟକା ଫଳମୂଳ ଖାଆନ୍ତୁ। କାରଣ ଏଗୁଡ଼ିକରେ...

ମହାକାଶରେ ଶିବ-ଶକ୍ତି

ଭାରତୀୟ ଧର୍ମ ସଂସ୍କୃତିରେ ଶିବ ହେଲେ ମଙ୍ଗଳମୟ ଦେବାଧିଦେବ ମହାଦେବ ଏବଂ ଶକ୍ତି ସୂଚିତ କରେ ତାଙ୍କ ସଙ୍ଗିନୀ ତଥା ଶକ୍ତିର ପ୍ରତୀକ ଶକ୍ତିସ୍ବରୂପିଣୀ ମା’...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri