ବର୍ଷାଦିନେ ଓଜନ କମାଇବାର ସହଜ ଉପାୟ

ବର୍ଷାଦିନେ ଯଦି ଓଜନ କମାଇବା ପାଇଁ ଚାହୁଁଛନ୍ତି ତେବେ ଏହି ଫୁଡ୍‌ ଟିପ୍ସ୍‌ ଉପରେ ଗୁରୁତ୍ୱ ଦିଅନ୍ତୁ
*ବର୍ଷାଦିନେ ତେଲଭାଜି ଖାଦ୍ୟ ଖାଇଲେ ଓଜନ ବୃଦ୍ଧି ହୋଇଥାଏ। ଏଣୁ ଏହା ବଦଳରେ ଓଜନ କମ୍‌ କରିବାକୁ ପୋଡା ମକା,ବାଦାମ କିମ୍ବା ଗଜା ହୋଇଥିବା ଶସ୍ୟରୁ ପ୍ରସ୍ତୁତ ଚାଟ୍‌ ଖାଇବା ହିତକର। ଏଥିରେ କମ୍‌ କ୍ୟାଲୋରି ରହିଥାଏ।
*ଜାମୁକୋଳି, ନାସ୍‌ପାତି,ଚେରି ଓ ବିଭିନ୍ନ ବର୍ଷାଦିନିଆ କୋଳି ଖାଆନ୍ତୁ। ଏଥିରେ ପ୍ରଚୁର ଆଣ୍ଟିଅକ୍ସିଡାଣ୍ଟ ଓ ଫାଇବର୍‌ ରହିଛି। ଏହା ଓଜନ କମାଇବା ସହ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିଥାଏ।
*ଭେଜିଟେବଲ ସୁପ୍‌ ବର୍ଷାଦିନେ ଓଜନ କମାଇବାରେ ସାହାଯ୍ୟ କରେ। ଏହା ରୋଗ ପ୍ରତିରୋଧକ ଶକ୍ତି ବି ବୃଦ୍ଧି କରେ ଓ ଶରୀରରେ ଜଳୀୟ ଅଂଶ ଠିକ୍‌ ରଖିବା ସହ ଅଧିକ ଖାଇବା ଅଭ୍ୟାସଠାରୁ ଦୂରେଇ ରଖେ। ଏଣୁ ଓଜନ ବଢିବାର ଆଶଙ୍କା ରହିନଥାଏ।
*ବର୍ଷା ହେଉଥିବାବେଳେ ଚା’ପିଇବାକୁ ଭାରି ଇଚ୍ଛା ହୁଏ। ଏଣୁ ଯଦି ଏମିତି ଇଚ୍ଛା ହେଉଛି ତେବେ କ୍ଷୀର ଚା’ ବଦଳରେ ଅଦା ଚା’ ପିଅନ୍ତୁ। ଏହା ଓଜନ କମାଇବାରେ ସାହାଯ୍ୟ କରିବ । ଏହି ଚା’ରେ ଗୋଲମରିଚ ଗୁଣ୍ଡ, ଲବଙ୍ଗ ଓ ଡାଲଚିନି ପକାଇ ପିଇବା ଆହୁରି ଲାଭଦାୟକ। ଏହା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରେ।
* ବର୍ଷାଦିନେ ଖରାଦିନ ଅପେକ୍ଷା କମ୍‌ ପାଣି ପିଇବା ଅଭ୍ୟାସରେ ଆମେ ପଡିଯାଉ। ଏହା କିନ୍ତୁ ଠିକ୍‌ ନୁହେଁ। ବର୍ଷାଦିନେ ବି ପ୍ରଚୁର ପାଣି ପିଅନ୍ତୁ। ଏହାଦ୍ୱାରା ଓଜନ ସହଜରେ କମାଇପାରିବେ ।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ଜାତୀୟ ହସ୍ତତନ୍ତ ଦିବସ: ସରକାରୀ ଯୋଜନାରୁ ପ୍ରକୃତ ବୁଣାକାର ବଞ୍ଚିତ

ଅମରପାଲି,୭ା୮(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲାର ସମୃଦ୍ଧ ବାନ୍ଧକଳା ଓ ହସ୍ତତନ୍ତ ପରମ୍ପରା ସବୁବେଳେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁକୁ ଆସିଛି। ସମ୍ବଲପୁରୀ ଶାଢ଼ି ଏବଂ ସୋନପୁରୀ ବାର୍ତ୍ତାପାଟ ପାଇଁ ଦେଶବ୍ୟାପୀ…

ଫସିବେ କି ଚଞ୍ଚଳ ରାଣା: ସୁପ୍ରିମକୋର୍ଟରେ କହିଲେ ଯାଞ୍ଚ ହୋଇଛି, ଏଠି କମିଶନର କହୁଛନ୍ତି ପୋର୍ଟାଲ ତଥ୍ୟ

ଭୁବନେଶ୍ୱର,୭।୮(ରବିନାରାୟଣ ଜେନା):ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ଅଞ୍ଚଳରେ ଆବାସିକ ଘରେ ବେଆଇନ ଭାବେ ବ୍ୟବସାୟ କେନ୍ଦ୍ର ଖୋଲିବା ପ୍ରସଙ୍ଗ ଏବେ ରୋଚକ ମୋଡ଼ ନେଇଛି। ଏହି ପ୍ରସଙ୍ଗକୁ ନେଇ…

ଶୋଇଥିବା ବେଳେ ମାଆ ସହିତ ୭ ବର୍ଷର ପୁଅକୁ କାମୁଡିଲା ରଣା ସାପ, ଛଟପଟ ହୋଇ ଚାଲିଗଲା ଜୀବନ

ଗଜପତି,୭।୮(ଗିରିଧାରୀ ପରିଛା): ଗଜପତି ଜିଲା ରାୟଗଡ଼ ବ୍ଲକ ଜଲାଙ୍ଗ ପଞ୍ଚାୟତ ଅନ୍ତର୍ଗତ କଡମତାଲ ଗ୍ରାମରେ ଘଟିଛି ଏକ ହୃଦୟବିଦାରକ ଘଟଣା। ଘରେ ଶୋଇଥିବା ବେଳେ ରଣା ସାପ…

ପ୍ରବଳ ବର୍ଷା ସହ ବିଜୁଳି-ଘଡ଼ଘଡ଼ି ସମ୍ଭାବନା: ୧୨ ଜିଲାକୁ ସତର୍କ ରହିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର,୭।୮: ଆସନ୍ତା ୩ ଘଣ୍ଟା ପାଇଁ ଓଡ଼ିଶାର ୧୨ ଜିଲାକୁ ସତର୍କ ସୂଚନା ଜାରି କରାଯାଇଛି। ରାଜ୍ୟର ୧୨ ଜିଲାରେ ବର୍ଷା ସହ ବିଜୁଳି ଓ ଘଡ଼ଘଡ଼ି…

୨୨.୧୯ ଲକ୍ଷ ଟଙ୍କା ହଡ଼ପ ଅଭିଯୋଗ, ପୂର୍ବତନ PACS ସମ୍ପାଦକଙ୍କୁ ଗିରଫ କଲା ଭିଜିଲାନ୍ସ

ବଲାଙ୍ଗୀର,୭ା୮(ସୁନିଲ କୁମାର ମହାନ୍ତି): ପ୍ରାଥମିକ କୃଷି ସମବାୟ ସମିତି (PACS)ଗୁଡ଼ିକରେ ଆର୍ଥିକ ଅନିୟମିତତା ବିରୋଧରେ ବଡ଼ ଧରଣର ପଦକ୍ଷେପ ନେଇଛି ଓଡ଼ିଶା ଭିଜିଲାନ୍ସ । ବଲାଙ୍ଗୀର ଜିଲା…

ଓ୍ବାଇ.ବି. ଖୁରାନିଆଙ୍କ ପରେ କିଏ ହେବେ ପୋଲିସ ମୁଖିଆ: ବଢୁଛି ଚର୍ଚ୍ଚା

ଭୁବନେଶ୍ୱର,୭।୮(ତ୍ରିନାଥ ମହାନ୍ତି):ପୋଲିସ ଡିଜି ଯୋଗେଶ ବାହାଦୁର ଖୁରାନିଆ ଆସନ୍ତା ୧୬ ତାରିଖରେ ଅବସର ନେବେ। ତାଙ୍କ ପରେ କିଏ ହେବ ପରବର୍ତ୍ତୀ ଡିଜିପି ତାହାକୁ ନେଇ କଳ୍ପନାଜଳ୍ପନା…

ପ୍ରତିବାଦର ପଦଧ୍ୱନି

ସିଜେପି- କକ୍‌ରୋଚ୍‌ ଜନତା ପାର୍ଟି। ନଁା ନ ଥିଲା କି ଗନ୍ଧ ନ ଥିଲା। ଏହା କୌଣସି ରାଜନୈତିକ ଦଳ ବି ନୁହେଁ। ଜଷ୍ଟିସ୍‌ ସୂର୍ଯ୍ୟକାନ୍ତ ଯୁବ…

ନୂତନ ଫାଣ୍ଡିଧିକାରୀଙ୍କ ଯୋଗଦାନ: ଆସୁ ଆସୁ ନେଲେ ବଡ଼ ପଦକ୍ଷେପ

ରିଷିଡା, ୭।୮ (ସୁଶାନ୍ତ ମଲ୍ଲିକ) : କର୍ଲାମୁଣ୍ଡା ବ୍ଲକ ରିଷିଡା ଫାଣ୍ଡିରେ ନୂତନ ଫାଣ୍ଡଧିକାରୀ ଭାବେ ମକରଧ୍ୱଜ ବିଷୋୟୀ ଯୋଗଦେଇଛନ୍ତି । ଏହା ପୂର୍ବରୁ ସେ ଜୁନାଗଡ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri