ବର୍ଷା ଆସିଲେ ଡରୁଛନ୍ତି ୧ ନମ୍ବର ୱାର୍ଡ଼ବାସୀ

ନୟାଗଡ଼ ଅଫିସ,୧୬।୭- ବର୍ଷା ଆସିଲେ ଡରୁଛନ୍ତି ନୟାଗଡ଼ ୧ ନମ୍ବର ଓ୍ବାର୍ଡବାସୀ। ସୋମବାର ଅପରାହ୍ନରେ ଦୁଇଘଣ୍ଟା ବର୍ଷାରେ ପୁଣି କଲବଲ ହୋଇଛନ୍ତି ସେମାନେ। ପାଣି ନିଷ୍କାସନର ବ୍ୟବସ୍ଥା ନ ଥିବାରୁ ବର୍ଷାଜଳ କେଉଁଆଡ଼େ ନ ଯାଇ ସେଠାରେ ଜମି ରହିଥିଲା। ଫଳରେ ଓ୍ବାର୍ଡବାସୀ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ। କାହା ଘର ଭିତରେ ବର୍ଷାପାଣି ପଶିଯାଇଥିଲା ତ ଆଉ କାହା ବାରଣ୍ଡାରେ ନର୍ଦ୍ଦମା ପାଣି ଭାସୁଥିଲା। ବର୍ଷା ଓ ନର୍ଦ୍ଦମା ପାଣି ଏକାକାର ହୋଇ ଲୋକଙ୍କ ଦୁର୍ଦ୍ଦଶା ବଢ଼ାଇଥିଲା। ପରେ ନୟାଗଡ଼ ମ୍ୟୁନିସିପାଲିଟି କର୍ତ୍ତୃପକ୍ଷ ଘଟଣାସ୍ଥଳରେ ପହଞ୍ଚତ୍ ଜେସିବି ସାହାଯ୍ୟରେ ଡ଼୍ରେନ୍‌ ସଫା କରିବା ସହିତ ପାଣି ବାହାରିବା ପାଇଁ ବନ୍ଦୋବସ୍ତ କରିଥିଲେ।
ଗତ ଶନିବାର ଅପରାହ୍ନରେ ହୋଇଥିବା ୨ ଘଣ୍ଟା ବର୍ଷାରେ ନୟାଗଡ ମ୍ୟୁନିସିପାଲିଟିର ୧ ନମ୍ବର ୱାର୍ଡ଼ ବେହାଲ ହୋଇଯାଇଛି। ସେହି ସମୟରେ ଅଧିକାଂଶ ବ୍ୟକ୍ତିଙ୍କ ଘରେ ପାଣି ପଶି ବୁଡ଼ିଯାଇଥିବାର ଦେଖିବାକୁ ମିଳିଥିଲା। ପରେ ମୋଟର ଲଗାଯାଇ ପାଣି କଢ଼ାଯାଇଥିଲା। ଏହିଭଳି ଅସ୍ଥାୟୀ ସମାଧାନ ହେଉଥିବାରୁ ଆଗାମୀ ଦିନରେ ବର୍ଷା ହେଲେ ପୁନର୍ବାର ଏହି ସମସ୍ୟା ମୁଣ୍ଡ ଟେକିବ। ତେଣୁ ଏହାର ସ୍ଥାୟୀ ସମାଧାନ ପାଇଁ ୱାର୍ଡ଼ବାସୀ ଦାବି କରିଛନ୍ତି। ଫଳରେ ବର୍ଷାକୁ ୧ ନମ୍ବର ୱାର୍ଡ଼ବାସିନ୍ଦା ଡରୁଛନ୍ତି ବୋଲି ଆଲୋଚନା ହେଉଛି। ଅନ୍ୟପକ୍ଷେ ଉକ୍ତ କଲୋନୀରେ ସରକାରୀ ଜାଗା ନ ଥିବାରୁ କେଉଁପଟେ ବର୍ଷାଜଳ ନିଷ୍କାସନ କରାଯିବ, ତାହା ମ୍ୟୁନିସିପାଲିଟି କର୍ତ୍ତୃପକ୍ଷଙ୍କ ପାଇଁ ଚିନ୍ତାର ବିଷୟ ପାଲଟିଛି। ତୁରନ୍ତ ଏହାର ସମାଧାନ କରାଯିବ ବୋଲି ମ୍ୟୁନିସିପାଲିଟି ପକ୍ଷରୁ ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ୟୁକ୍ରେନ୍‌-ରୁଷିଆ ଯୁଦ୍ଧ: ୟୁକ୍ରେନ୍‌ର ଡ୍ରୋନ ଆକ୍ରମଣରେ ଜଳିଗଲା ରୁଷିଆର ବଡ଼ ଗୋଦାମ ଘର

ମସ୍କୋ,୧୬ା୮: ରୁଷିଆ ୟୁକ୍ରେନ୍‌ ଉପରେ ଜୋର୍‌ଦାର ଏୟାରଷ୍ଟ୍ରାଇକ୍‌ କରିଥିବା ବେଳେ କିଭ୍‌ ମଧ୍ୟ ଏହାର କଡ଼ା ଜବାବ ଦେଇଛି। ମସ୍କୋ ଅଞ୍ଚଳରେ ୟୁକ୍ରେନ୍‌ ଓଜନଦାର ଡ୍ରୋନ୍‌ ଯୋଗେ…

ଗାଲେ ଟେଷ୍ଟରେ ପଡିକଲଙ୍କ ଦମ୍‌ଦାର ଶତକ, ଭାରତ ୪୬୦/୯

ଗାଲେ, ୧୬ା୮: ଶ୍ରୀଲଙ୍କା ବିପକ୍ଷରେ ଚାଲିଥିବା ପ୍ରଥମ ଟେଷ୍ଟ କ୍ରିକେଟ ମ୍ୟାଚ୍‌ରେ ଭାରତୀୟ ବ୍ୟାଟର ଦମ୍‌ଦାର ପ୍ରଦର୍ଶନ କରିଛନ୍ତି। ବ୍ୟାଟର ଦେବଦତ୍ତ ପଡିକଲଙ୍କ ଶତକ ବଳରେ ଭାରତ…

କେନାଲରେ ଫସି ରହିଥିଲା ବାର୍‌ହା, ଏମିତି ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ

ଗଞ୍ଜାମ,୧୬।୮(ବିଦ୍ୟାଧର ସାହୁ): ଗଞ୍ଜାମ ସହର ସ୍ଥିତ ପୋତାଗଡ଼ ପାର୍ଶ୍ୱରେ ଥିବା ଋଷୁକୂଲ୍ୟା ନଦୀ ଜଳରେ ବୋଟିଙ୍ଗ ପାଇଁ ନିର୍ମାଣ ହୋଇଥିବା କ୍ଷୁଦ୍ର କେନାଲରେ ଫସି ରହିଥିବା ଏକ…

Ananya Raj Death: ୩୫ ବର୍ଷରେ ଅଭିନେତ୍ରୀ ଅନନ୍ୟା ରାଜଙ୍କ ପରଲୋକ, ମାସେ ପରେ ସାମ୍ନାକୁ ଆସିଲା ଖବର

ମୁମ୍ବାଇ,୧୬।୮: ଅଭିନେତ୍ରୀ ତଥା ସୋସିଆଲ ମିଡିଆ ଷ୍ଟାର ଅନନ୍ୟା ରାଜଙ୍କ ୩୫ ବର୍ଷ ବୟସରେ ଦେହାନ୍ତ ହୋଇଛି । ତାଙ୍କ ମୃତ୍ୟୁର ପ୍ରାୟ ଏକ ମାସ ପରେ…

ଛକରେ କଫସିରପ ବିକ୍ରି ବେଳେ ମାଡିବସିଲା ସୋହେଲା ପୋଲିସ, ୩ ଗିରଫ

ସୋହେଲା,୧୬।୮(ଅଶ୍ୱିନୀ ପାତ୍ର): ବରଗଡ଼ ଜିଲା ସୋହେଲା ପୋଲିସ ଆଜି ବାଉଁସେନମୁରା ଗ୍ରାମ ପଂଚାୟତ ଅନ୍ତର୍ଗତ କେନ୍ଦବାହାଲ ରାସ୍ତାରେ ପେଟ୍ରୋଲିଂ ସମୟରେ ତିନିଜଣ କଫସିରପ ବ୍ୟବସାୟୀଙ୍କୁ ଗିରଫ କରି…

ଅନ୍ଧାରିଆ ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ; ମାଡ଼ିବସିଲା ଝରିଗାଁ ପୋଲିସ, ଜବତ କଲା…

ଝରିଗାଁ,୧୬।୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ନିକଟସ୍ଥ ହୁଣ୍ଡାରଧଡକି ଜଙ୍ଗଲ ନିକଟରେ ଜୁଆ ଖେଳ ଚାଲିଥିବା ବେଳେ ରବିବାର ସନ୍ଧ୍ୟାରେ ଝରିଗାଁ ପୋଲିସ ତରଫରୁ ଅତର୍କିତ…

ଖେମୁଣ୍ଡି ଫୁଟବଲ ଟୁର୍ନାମେଣ୍ଟ: ବ୍ରହ୍ମପୁରର ନଟରାଜ ଟିମ୍‌ ଚାମ୍ପିୟନ

ଦିଗପହଣ୍ଡି,୧୬।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି ସ୍ପୋର୍ଟିଂ କ୍ଲବ ଏବଂ ଏନଏସି କାର୍ଯ୍ୟାଳୟର ମିଳିତ ଆନୁକୁଲ୍ୟରେ ପବିତ୍ର ସ୍ବାଧୀନତା ଦିବସ ଅବସରରେ ସ୍ଥାନୀୟ…

BJPକୁ ବଡ଼ ଝଟକା! ଦଳ ଛାଡିଲେ ଏହି ଅଭିନେତା, ମଞ୍ଚ ଉପରୁ ଘୋଷଣା କରି ଚମକାଇଦେଲେ

ତିରୁଭାନନ୍ତପୁରମ୍‌,୧୬।୮: କେରଳରେ ଭାଜପାକୁ ବଡ଼ ଝଟକା ଲାଗିଛି । ଅଭିନେତା ତଥା କେରଳ ଭାଜପାର ଉପାଧ୍ୟକ୍ଷ ଏସ୍‌. ଦେବନ ଦଳର ଉପାଧ୍ୟକ୍ଷ ପଦ ସହ ପ୍ରାଥମିକ ସଦସ୍ୟତାରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri