ବଣ୍ଡା ନୃତ୍ୟରେ ଦୁଲୁକିଲା ମଞ୍ଚ

ଚିକିଟି,୧୩ା୧ (ଡି.ଏନ.ଏ.)-ଗଞ୍ଜାମ ଜିଲା ଚିକିଟି ବ୍ଲକ ନୂଆପଡା ଗ୍ରାମରେ ରବିବାର ଅପରାହ୍ନରେ ବାହୁଦା ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ମହୋତ୍ସବ ୧୫ ତାରିଖ ପର୍ଯ୍ୟନ୍ତ ଚାଲିବ। ଦକ୍ଷିଣ ଓଡ଼ିଶା ସାହିତ୍ୟ ସମ୍ମିଳନୀର ମହାସଚିବ ଦଣ୍ଡପାଣି ମହାପାତ୍ରଙ୍କ ସଭାପତିତ୍ୱରେ ଆୟୋଜିତ ମହୋତ୍ସବରେ ମୁଖ୍ୟଅତିଥିଭାବେ ହାଇଦ୍ରାବାଦ୍‌ ସ୍ଥିତ ଏକ ମେଡିକାଲର କାର୍ଡିଓଲୋଜି ଡା. ବଦ୍ରିନାରାୟଣ ଯୋଗ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ କଲେଜ ଉନ୍ନୟନ କମିଟିର ଚେୟାରମ୍ୟାନ୍‌ ପ୍ରଫେସର ଡ ଦେବିପ୍ରସାଦ ପଟ୍ଟନାୟକ, ଆଞ୍ଚଳିକ ଶିଳ୍ପକେନ୍ଦ୍ରର ମ୍ୟାନେଜର ବ୍ରହ୍ମପୁର ଅନାମ ଚରଣ ପାତ୍ର, ଅଧ୍ୟାପକ ଡଃ.ମନୋରଞ୍ଜନ ପାଣିଗ୍ରାହୀ, ବାହାନପତି ଉଚ୍ଚବିଦ୍ୟାଳୟର ପ୍ରଧାନଶିକ୍ଷକ ସୁଦିପ୍ତ କୁମାର ପଟ୍ଟନାୟକ, ଚିକିଟି ବିଜେଡିର ଯୁବନେତା ସୁରେନ୍ଦ୍ର ମଣ୍ଡଳ, ବ୍ଲକ ଅଧ୍ୟକ୍ଷା ଏମ୍‌. ପଦ୍ମା ଯୋଗଦେଇ ମହୋତ୍ସବ କେବଳ ସାଂସ୍କୃତିକ ଭାବଧାରାର ଏକ ନୃତ୍ୟ, ଗୀତ ଏବଂ କଣ୍ଠଶିଳ୍ପୀମାନଙ୍କ ସମ୍ମିଳିତ ନୁହେଁ ବରଂ ଏହା ବାହୁଦା ନଦୀ ଅବବାହିକାର ୭୫ କିଲୋମିଟର ବ୍ୟାସାର୍ଦ୍ଧର ଶତାଧିକ ଗ୍ରାମବାସୀଙ୍କ ଜୀବନଜିବିକା ବୋଲି କହିଥିଲେ। ନୂଆପଡା, ଚାନ୍ଦପୁର, ଲାଲମେଣ୍ଟା, ଗଡଗୋବିନ୍ଦପୁର, ଗୌଡଗାଁ ସରପଞ୍ଚ ଏସ୍‌.ମମତା, ମନୋଜ କୁମାର ସାହୁ, ଜିଲା ପରିଷଦ ସଭ୍ୟା ପ୍ରମୋତି ପ୍ରଧାନ, ଚିକିଟି ବ୍ଲକ ଯୁବ ବିଜେଡି ସଭାପତି ସଚିଦାନନ୍ଦ ପଣ୍ଡା, ପୂୂର୍ବତନ ଅଧ୍ୟକ୍ଷ ଏମ୍‌.ନାଗରାଜ୍‌, ବିଜେଡି ଯୁବନେତା ବି. କୃଷ୍ଣମୂର୍ତ୍ତି, ନୂଆପଡାର ପୂର୍ବତନ ସରପଞ୍ଚ ଶ୍ୟାମାକାନ୍ତ ତ୍ରିପାଠୀ ଉପସ୍ଥିତ ଥିଲେ। ମହୋତ୍ସବର ପ୍ରଥମ ଦିନରେ ମାଲକାନଗିରି ଜିଲା ମୁଦୁଲିପଡା ଘାଟିର ବାରଡଙ୍ଗରର ବନାଞ୍ଚଳରେ ବସବାସ କରୁଥିବା ସଂସ୍କୃତି ଭାବଧାରା ଭିତରେ ଜୀବନ ନିର୍ବାହ କରି ଆସିଥିବା ବଣ୍ଡା ଅଧିବାସୀମାନଙ୍କ ବଣ୍ଡା ନୃତ୍ୟ ବାହୁଦା ମହୋତ୍ସବ ସାଂସ୍କୃତିକ ମଞ୍ଚରେ ଦେଖିବାକୁ ମିଳିଥିଲା। ଏଥିସହିତ ଅଞ୍ଚଳର ଛାତ୍ରୀଛାତ୍ରମାନଙ୍କୁ ନେଇ ରଙ୍ଗାରଙ୍ଗ ନୃତ୍ୟ ପରିବେଷଣ ହୋଇଥିଲା। ନୂଆପଡା ଗ୍ରାମରେ ସ୍ବାଧିନତା ସଂଗ୍ରାମୀ କୃଷ୍ଣମୂର୍ତ୍ତିଙ୍କୁ ମରଣୋତ୍ତର ଭାବେ ସମ୍ବର୍ଦ୍ଧିତ କରାଯାଇଥିଲା ା


Enter your email to get our daily news in your inbox.

All Right Reserved By Dharitri.Com

କେନାଲରେ ଫସି ରହିଥିଲା ବାର୍‌ହା, ଏମିତି ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ

ଗଞ୍ଜାମ,୧୬।୮(ବିଦ୍ୟାଧର ସାହୁ): ଗଞ୍ଜାମ ସହର ସ୍ଥିତ ପୋତାଗଡ଼ ପାର୍ଶ୍ୱରେ ଥିବା ଋଷୁକୂଲ୍ୟା ନଦୀ ଜଳରେ ବୋଟିଙ୍ଗ ପାଇଁ ନିର୍ମାଣ ହୋଇଥିବା କ୍ଷୁଦ୍ର କେନାଲରେ ଫସି ରହିଥିବା ଏକ…

ଭଞ୍ଜନଗର ବିଧାୟକଙ୍କ ବଡ଼ ସୂଚନା, ସମସ୍ତ ହାଇସ୍କୁଲରେ ଖୋଲିବ ଯୁକ୍ତ ୨

ଭଞ୍ଜନଗର,୧୬।୮(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାଇପାସ୍ ରାସ୍ତାରେ ତ୍ରିରଙ୍ଗା ମିଡ଼ିଆ ଓ ସାମାଜିକ ସଂଗଠନର କାର୍ଯ୍ୟାଳୟ ଶନିବାର ରାତିରେ ଉଦ୍‌ଘାଟିତ ହୋଇଯାଇଛି। ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ…

ଛକରେ କଫସିରପ ବିକ୍ରି ବେଳେ ମାଡିବସିଲା ସୋହେଲା ପୋଲିସ, ୩ ଗିରଫ

ସୋହେଲା,୧୬।୮(ଅଶ୍ୱିନୀ ପାତ୍ର): ବରଗଡ଼ ଜିଲା ସୋହେଲା ପୋଲିସ ଆଜି ବାଉଁସେନମୁରା ଗ୍ରାମ ପଂଚାୟତ ଅନ୍ତର୍ଗତ କେନ୍ଦବାହାଲ ରାସ୍ତାରେ ପେଟ୍ରୋଲିଂ ସମୟରେ ତିନିଜଣ କଫସିରପ ବ୍ୟବସାୟୀଙ୍କୁ ଗିରଫ କରି…

ଅନ୍ଧାରିଆ ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ; ମାଡ଼ିବସିଲା ଝରିଗାଁ ପୋଲିସ, ଜବତ କଲା…

ଝରିଗାଁ,୧୬।୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ନିକଟସ୍ଥ ହୁଣ୍ଡାରଧଡକି ଜଙ୍ଗଲ ନିକଟରେ ଜୁଆ ଖେଳ ଚାଲିଥିବା ବେଳେ ରବିବାର ସନ୍ଧ୍ୟାରେ ଝରିଗାଁ ପୋଲିସ ତରଫରୁ ଅତର୍କିତ…

ଖେମୁଣ୍ଡି ଫୁଟବଲ ଟୁର୍ନାମେଣ୍ଟ: ବ୍ରହ୍ମପୁରର ନଟରାଜ ଟିମ୍‌ ଚାମ୍ପିୟନ

ଦିଗପହଣ୍ଡି,୧୬।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି ସ୍ପୋର୍ଟିଂ କ୍ଲବ ଏବଂ ଏନଏସି କାର୍ଯ୍ୟାଳୟର ମିଳିତ ଆନୁକୁଲ୍ୟରେ ପବିତ୍ର ସ୍ବାଧୀନତା ଦିବସ ଅବସରରେ ସ୍ଥାନୀୟ…

ପ୍ରବଳ ବର୍ଷାକୁ ନେଇ ଚିନ୍ତାରେ ଚାଷୀ, ଆନନ୍ଦପୁର ଉପଜିଲାପାଳ କହିଲେ…

ହାଟଡିହୀ/ଛେନାପଦୀ,୧୬।୮(ଶୁଭକାନ୍ତ ନାୟକ/ନିରାକାର ପରିଡା): ପାଣିପାଗ ବିଭାଗ ତରଫରୁ କେନ୍ଦୁଝର ଜିଲାକୁ ରେଡ୍ ଓ୍ବାର୍ନିଂ ଜାରି କରାଯାଇଥିଲା । ଏହାପରେ ଲୋକଙ୍କ ଧନ, ଜୀବନକୁ ଦୃଷ୍ଟିରେ ରଖି ପ୍ରଶାସନ…

ସଶକ୍ତ ଶିଶୁ ସଶକ୍ତ ଭାରତ କାର୍ଯ୍ୟକ୍ରମରେ ଯୋଗଦେଲେ ଦିଗପହଣ୍ଡି ବିଧାୟକ, କହିଲେ ଶିଶୁଙ୍କ ବୈଷୟିକ ଜ୍ଞାନକୌଶଳ…

ଦିଗପହଣ୍ଡି,୧୬।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ମଧୁବିଦ୍ଯା ପୀଠ ବିଦ୍ୟାଳୟ ପରିସରରେ ‘ସଶକ୍ତ ଶିଶୁ ସଶକ୍ତ ଭାରତ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ରୋଟାରୀ…

ଜଳପ୍ରପାତରେ ଗାଧୋଉଥିବା ବେଳେ ଖସିପଡ଼ିଲେ ଶିକ୍ଷକ, ତାପରେ….

ବରଗଡ଼,୧୬।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଥାନା ଅଞ୍ଚଳରେ ଥିବା ପର୍ଯ୍ୟଟନସ୍ଥଳୀ ବାରବଖରା ଜଳପ୍ରପାତରେ ରବିବାର ଏକ ଅଭାବନୀୟ ଘଟଣା ଘଟିଛି । ଏହି ଜଳପ୍ରପାତରେ ଗାଧୋଉଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri