ବଢ଼ୁଛି ତାଳଚେରବାସୀଙ୍କ ଅସନ୍ତୋଷ: ରାଜପଥରେ ଆଣ୍ଠୁଏ ଖାଲ

ତାଳଚେର୨୯ା୯(ନି.ପ୍ର) – ତାଳଚେର ସହର ଦେଇ ଯାଇଥିବା ୫୩ ନମ୍ବର ଜାତୀୟ ରାଜପଥର ବାଙ୍କଧରା ଛକ ଠାରୁ ତାଳଚେର ବାଇପାସ ଅଞ୍ଚଳ ପର୍ଯ୍ୟନ୍ତ ଜାତୀୟ ରାଜପଥ ଏବେ ସାଧାରଣ ଜନତାଙ୍କ ପାଇଁ ମରଣଯନ୍ତା ପାଲଟିଥିବା ସାଧାରଣରେ ଅଭିଯୋଗ ହେଉଛି। ଏ ନେଇ ପ୍ରଶାସନ, ଜାତୀୟ ରାଜପଥ ବିଭାଗ ଅବଗତ ଥିଲେ ବି କିଛି ନ ଜାଣିଲା ଭଳି ଚୁପ୍‌ ରହୁଥିବାରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି।
ପ୍ରକାଶ ଯେ, ଦୀର୍ଘ ବର୍ଷ ଧରି ଡେରା-ହାଣ୍ଡିଧୂଆଁ ଛକ- ପବିତ୍ରମୋହନ ଛକ ଦେଇ କୋଇଲା ଟ୍ରକ୍‌ଗୁଡ଼ିକ ଯାତାୟାତ କରୁଥିଲା। ଅଞ୍ଚଳବାସୀଙ୍କ ପ୍ରବଳ ବିରୋଧ, ବାରମ୍ବାର ଆନ୍ଦୋଳନ ପରେ ୨୦୧୬ ଡିସେମ୍ବରରୁ ଉକ୍ତ ରାସ୍ତାରେ କୋଇଲା ଟ୍ରକ୍‌ ଓ ଭାରିଯାନ ଚଳାଚଳ ବନ୍ଦ ରଖାଯାଇ କୋଲ୍‌ କରିଡର ଭାବେ ସହରର ମୁଖ୍ୟ ରାସ୍ତା ୫୩ ନମ୍ବର ରାଜପଥର ବାଙ୍କଧରା ଛକ, କଲେଜ, ବସ୍‌ଷ୍ଟାଣ୍ଡ, ବାଇପାସ ଛକ, ପବିତ୍ରମୋହନ ଛକ ଦେଇ କୋଇଲା ଟ୍ରକ୍‌ ଚଳାଚଳ ପାଇଁ ପ୍ରଶାସନ ନିଷ୍ପତ୍ତି ନେଲା। ଏହାପରଠାରୁ ସହର ମଧ୍ୟ ଦେଇ ରାଜପଥରେ ଦୈନିକ ହଜାର ହଜାର ଟ୍ରକ୍‌ ଚଳାଚଳ କରିବାରୁ ରାସ୍ତା ଅବସ୍ଥା ଶୋଚନୀୟ ହୋଇପଡ଼ିଛି। ଖରାହେଲେ ପ୍ରବଳ ଧୂଳି ଉଡି ପ୍ରଦୂଷଣସ୍ତରକୁ ବଢ଼ାଇ ଦେଉଥିବା ବେଳେ ବର୍ଷା ଦିନେ ଆଣ୍ଠୁଏ ଲେଖାଁଏ କାଦୁଅ ଲୋକଙ୍କ ଯାତାୟାତକୁ କଷ୍ଟକର କରିଦେଇଛି। ବିଶେଷକରି ବାଙ୍କଧରା ଛକ ଠାରୁ କଲେଜ ପର୍ଯ୍ୟନ୍ତ ରାସ୍ତାରେ ବିରାଟକାୟ ଖାଲମାନ ସୃଷ୍ଟି ହୋଇଛି। ପ୍ରତିଦିନ ଅନେକ ବାଇକ୍‌ ଚାଳକ ଏହି ଖାତରେ ପଡି ଆହତ ହେଉଥିବା ଅଭିଯୋଗ ବୃଦ୍ଧି ପାଉଛି। ଶୁକ୍ରବାର ଜଣେ ସ୍କୁଟି ଚାଳକଙ୍କ ଗୋଡ ଭାଙ୍ଗି ଯାଇଛି। ସେହିପରି ରାସ୍ତାର ଉଭୟ ପାର୍ଶ୍ୱରେ ଟ୍ରକ୍‌ ଛିଡା ହୋଇ ରହୁଥିବାରୁ ଭୟଙ୍କର ଟ୍ରାଫିକ ସମସ୍ୟା ସୃଷ୍ଟି ହେଉଛି। ତାଳଚେରରୁ ହଜାର ହଜାର କୋଟି ଟଙ୍କାର ରାଜସ୍ବ କେନ୍ଦ୍ର ଓ ରାଜ୍ୟ ସରକାର ନେଉଥିବା ବେଳେ ଅଞ୍ଚଳବାସୀଙ୍କ ଏହି ପ୍ରମୁଖ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନିଆ ନ ଯିବାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଏ ସମ୍ପର୍କରେ ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ସହ ଯୋଗାଯୋଗ ସମ୍ଭବ ହୋଇପାରି ନ ଥିବାରୁ ମତାମତ ମିଳିପାରି ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଯାତ୍ରାରେ ସୁଯୋଗ ପ୍ରତିଶ୍ରୁତି ଦେଇ ଯୁବତୀଙ୍କୁ ଗଣବଳାତ୍କାର, ବନ୍ଧା ହେଲେ ଯାତ୍ରାପାର୍ଟିର ୨ ମ୍ୟାନେଜର

ପଟ୍ଟାମୁଣ୍ଡାଇ,୩୦।୫ କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ ଅଞ୍ଚଳରୁ ଏକ ଲଜ୍ଜା ଜନକ ଘଟଣା ସାମ୍ନାକୁ ଆସିଛି। ଯାତ୍ରାପାର୍ଟିରେ ସୁଯୋଗ ଦେବାର ପ୍ରତିଶ୍ରୁତି ଦେଇ ଚଉଦକୁଲାଟ ଅଞ୍ଚଳର ଜଣେ ଯୁବତୀଙ୍କୁ ମୃଦୁପାନୀୟରେ…

୩ରୁ କୋରାପୁଟରେ ରବିଧାନ କିଣା ଆରମ୍ଭ

ଜୟପୁର,୩୦।୫(ପବନ ପାଣିଗ୍ରାହୀ): କୋରାପୁଟ ଜିଲାରେ ଆସନ୍ତା ଜୁନ ୩ରୁ ଚାଷୀଙ୍କ ଅମଳ ରବିଧାନ କ୍ରୟ ନେଇ ମଣ୍ଡି ଶୁଭାରମ୍ଭ ହେବ। ଏହା ପୂର୍ବରୁ ଶନିବାର ଜୟପୁର ଉପଖଣ୍ଡର…

ଆକ୍ସନ ମୁଡ୍‌ରେ ଦାରିଙ୍ଗବାଡି ପୋଲିସ୍: ସପ୍ତାହରେ ଏକାଧିକ ଗାଡ଼ି ଜବତ, ନିୟମ ଖିଲାପକାରୀଙ୍କ ନିଦ ହଜାଇଲେ…

ଦାରିଙ୍ଗବାଡି, ୩୦।୫ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ପୋଲିସ ଏବେ ଆକ୍ସନ ମୁଡ୍‌ରେ। ଟ୍ରାଫିକ୍ ନିୟମ ଉଲ୍ଲଂଘନକାରୀ ଏବଂ ବେପରୁଆ ଗାଡ଼ି ଚାଳକଙ୍କ ବିରୋଧରେ ପୋଲିସ…

ଆଫଗାନ ଶରଣାର୍ଥୀଙ୍କୁ ନେଇଯାଉଥିବା ଟ୍ରକ୍‌ ଦୁର୍ଘଟଣା, ଆଉ ତା’ପରେ…

କାବୁଲ,୩୦ା୫: ପାକିସ୍ତାନରୁ ଆଫଗାନ୍‌ ଶରଶାର୍ଥୀମାନଙ୍କୁ ନେଇ ଯାଉଥିବା ଏକ ଟ୍ରକ୍‌ ଶନିବାର ପୂର୍ବ ଆଫଗାନିସ୍ତାନର ଜାତୀୟ ରାଜପଥରେ ଓଲଟିପଡ଼ି ଦୁର୍ଘଟଣଗ୍ରସ୍ତ ହୋଇଛି। ଫଳରେ ୨୨ଜଣଙ୍କ ମୃତ୍ୟୁ ଘଟିବା…

୩ରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଶିବକୁମାର

ବେଙ୍ଗାଲୁରୁ,୩୦ା୫: କର୍ନାଟକ ପ୍ରଦେଶ କଂଗ୍ରେସ ସଭାପତି ଡି.କେ. ଶିବକୁମାର ଶନିବାର ବିଧାୟକ ଦଳ ନେତା ନିର୍ବାଚିତ ହୋଇଛନ୍ତି। ଜୁନ୍‌ ୩ରେ ସେ କର୍ନାଟକର ନୂଆ ମୁଖ୍ୟମନ୍ତ୍ରୀ ଭାବେ…

ତୁମୁଡିବନ୍ଧରେ କାଳବୈଶାଖୀର ଭୟଙ୍କର ତାଣ୍ଡବ: ପତ୍ର ଭଳି ଉଡ଼ିଲା ଆଜବେଷ୍ଟସ, ଭାଙ୍ଗିଲା ବିଦ୍ୟୁତ ଖୁଣ୍ଟ

ତୁମୁଡିବନ୍ଧ, ୩୦।୫ (ଦୀପକ କୁମାର ପରାସେଠ): କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଲକ ଅଞ୍ଚଳରେ କାଳବୈଶାଖୀର କରାଳ କୋପ ଦେଖିବାକୁ ମିଳିଛି। ଶନିବାର ସନ୍ଧ୍ୟା ପ୍ରାୟ ୫ଟା ୩୦…

ଫାଇନାଲରେ ପହଞ୍ଚିଲେ ସାତ୍ତ୍ୱିକ-ଚିରାଗ ଯୋଡ଼ି

ସିଙ୍ଗାପୁର,୩୦ା୫: ଭାରତର ତାରକା ଯୋଡ଼ି ସାତ୍ତ୍ୱିକସାଇରାଜ ରାଙ୍କିରେଡ୍ଡୀ ଓ ଚିରାଗ ଶେଟ୍ଟି ସିଙ୍ଗାପୁର ଓପନ ସୁପର ୭୫୦ ବ୍ୟାଡ୍‌ମିଣ୍ଟନ ଟୁର୍ନାମେଣ୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ଶନିବାର ଅନୁଷ୍ଠିତ…

ରେସଲିଂ ଫେରିବା ଆଶା ଧୂଳିସାତ

ନୂଆଦିଲ୍ଲୀ,୩୦ା୫- ଅଲିମ୍ପିଆନ ଭିନେଶ ଫୋଗତଙ୍କ ପ୍ରତିଦ୍ୱନ୍ଦ୍ୱିତାମୂଳକ ରେସଲିଂକୁ ଫେରିବା ଆଶା ଧୂଳିସାତ ହୋଇଛି। ଶନିବାର ଏସିଆନ ଗେମ୍ସ ଚୟନ ପ୍ରକ୍ରିୟାରେ ୫୩ କେଜି ସେମିଫାଇନାଲରେ ସେ ମୀନାକ୍ଷୀଙ୍କଠାରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri