ବଢ଼ୁଛି ତାଳଚେରବାସୀଙ୍କ ଅସନ୍ତୋଷ: ରାଜପଥରେ ଆଣ୍ଠୁଏ ଖାଲ

ତାଳଚେର୨୯ା୯(ନି.ପ୍ର) – ତାଳଚେର ସହର ଦେଇ ଯାଇଥିବା ୫୩ ନମ୍ବର ଜାତୀୟ ରାଜପଥର ବାଙ୍କଧରା ଛକ ଠାରୁ ତାଳଚେର ବାଇପାସ ଅଞ୍ଚଳ ପର୍ଯ୍ୟନ୍ତ ଜାତୀୟ ରାଜପଥ ଏବେ ସାଧାରଣ ଜନତାଙ୍କ ପାଇଁ ମରଣଯନ୍ତା ପାଲଟିଥିବା ସାଧାରଣରେ ଅଭିଯୋଗ ହେଉଛି। ଏ ନେଇ ପ୍ରଶାସନ, ଜାତୀୟ ରାଜପଥ ବିଭାଗ ଅବଗତ ଥିଲେ ବି କିଛି ନ ଜାଣିଲା ଭଳି ଚୁପ୍‌ ରହୁଥିବାରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି।
ପ୍ରକାଶ ଯେ, ଦୀର୍ଘ ବର୍ଷ ଧରି ଡେରା-ହାଣ୍ଡିଧୂଆଁ ଛକ- ପବିତ୍ରମୋହନ ଛକ ଦେଇ କୋଇଲା ଟ୍ରକ୍‌ଗୁଡ଼ିକ ଯାତାୟାତ କରୁଥିଲା। ଅଞ୍ଚଳବାସୀଙ୍କ ପ୍ରବଳ ବିରୋଧ, ବାରମ୍ବାର ଆନ୍ଦୋଳନ ପରେ ୨୦୧୬ ଡିସେମ୍ବରରୁ ଉକ୍ତ ରାସ୍ତାରେ କୋଇଲା ଟ୍ରକ୍‌ ଓ ଭାରିଯାନ ଚଳାଚଳ ବନ୍ଦ ରଖାଯାଇ କୋଲ୍‌ କରିଡର ଭାବେ ସହରର ମୁଖ୍ୟ ରାସ୍ତା ୫୩ ନମ୍ବର ରାଜପଥର ବାଙ୍କଧରା ଛକ, କଲେଜ, ବସ୍‌ଷ୍ଟାଣ୍ଡ, ବାଇପାସ ଛକ, ପବିତ୍ରମୋହନ ଛକ ଦେଇ କୋଇଲା ଟ୍ରକ୍‌ ଚଳାଚଳ ପାଇଁ ପ୍ରଶାସନ ନିଷ୍ପତ୍ତି ନେଲା। ଏହାପରଠାରୁ ସହର ମଧ୍ୟ ଦେଇ ରାଜପଥରେ ଦୈନିକ ହଜାର ହଜାର ଟ୍ରକ୍‌ ଚଳାଚଳ କରିବାରୁ ରାସ୍ତା ଅବସ୍ଥା ଶୋଚନୀୟ ହୋଇପଡ଼ିଛି। ଖରାହେଲେ ପ୍ରବଳ ଧୂଳି ଉଡି ପ୍ରଦୂଷଣସ୍ତରକୁ ବଢ଼ାଇ ଦେଉଥିବା ବେଳେ ବର୍ଷା ଦିନେ ଆଣ୍ଠୁଏ ଲେଖାଁଏ କାଦୁଅ ଲୋକଙ୍କ ଯାତାୟାତକୁ କଷ୍ଟକର କରିଦେଇଛି। ବିଶେଷକରି ବାଙ୍କଧରା ଛକ ଠାରୁ କଲେଜ ପର୍ଯ୍ୟନ୍ତ ରାସ୍ତାରେ ବିରାଟକାୟ ଖାଲମାନ ସୃଷ୍ଟି ହୋଇଛି। ପ୍ରତିଦିନ ଅନେକ ବାଇକ୍‌ ଚାଳକ ଏହି ଖାତରେ ପଡି ଆହତ ହେଉଥିବା ଅଭିଯୋଗ ବୃଦ୍ଧି ପାଉଛି। ଶୁକ୍ରବାର ଜଣେ ସ୍କୁଟି ଚାଳକଙ୍କ ଗୋଡ ଭାଙ୍ଗି ଯାଇଛି। ସେହିପରି ରାସ୍ତାର ଉଭୟ ପାର୍ଶ୍ୱରେ ଟ୍ରକ୍‌ ଛିଡା ହୋଇ ରହୁଥିବାରୁ ଭୟଙ୍କର ଟ୍ରାଫିକ ସମସ୍ୟା ସୃଷ୍ଟି ହେଉଛି। ତାଳଚେରରୁ ହଜାର ହଜାର କୋଟି ଟଙ୍କାର ରାଜସ୍ବ କେନ୍ଦ୍ର ଓ ରାଜ୍ୟ ସରକାର ନେଉଥିବା ବେଳେ ଅଞ୍ଚଳବାସୀଙ୍କ ଏହି ପ୍ରମୁଖ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନିଆ ନ ଯିବାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଏ ସମ୍ପର୍କରେ ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ସହ ଯୋଗାଯୋଗ ସମ୍ଭବ ହୋଇପାରି ନ ଥିବାରୁ ମତାମତ ମିଳିପାରି ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ବର୍ଷା, ପବନ ସତ୍ତ୍ୱେ କଟକ ଜିଲାରେ ସ୍କୁଲ ଖୋଲା, ଅଭିଭାବକ ମହଲରେ ଅସନ୍ତୋଷ

କଟକ ସଦର,୨୭।୧୦(ସୁଶାନ୍ତ କୁମାର ଜେନା): ବାତ୍ୟା ଅର୍ଣ୍ଣବର ପ୍ରଭାବରେ କଟକ ଜିଲାରେ ମଙ୍ଗଳବାର ସକାଳୁ ବର୍ଷା ଆରମ୍ଭ ହୋଇଯାଇଛି। ହେଲେ କଟକ ଜିଲାରେ ଛୁଟି ଘୋଷଣା ହୋଇ…

ଗାଜଲବାଡି ଘାଟିରେ ଗାଡି ଯାତାୟାତ ବନ୍ଦ: ଫସିଲେ ପର୍ଯ୍ୟଟକ

ଦାରିଙ୍ଗବାଡି, ୨୭।୧୦ (ଅରୁଣ ସାହୁ):ବାତ୍ୟା ଅର୍ଣ୍ଣବକୁ ନେଇ ଗଞ୍ଜାମ ଜିଲା ପ୍ରଶାସନର ବଡ଼ ପଦକ୍ଷେପ। ଗୋପାଳପୁର-ରାଇପୁରକୁ ସଂଯୋଗ କରୁଥିବା ୫୯ ନଂ ଜାତୀୟ ରାଜପଥର ଗାଜଲବାଡି ଘାଟିକୁ…

ନଭେମ୍ବର ୧ରୁ ବନ୍ଦ ହୋଇପାରେ ମଧ୍ୟାହ୍ନ ଭୋଜନ! କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ପାଟନା,୨୭।୧୦: ବିହାରର ସରକାରୀ ପ୍ରାଥମିକ ବିଦ୍ୟାଳୟଗୁଡ଼ିକରେ ନଭେମ୍ବର ୧ ତାରିଖରୁ ମଧ୍ୟାହ୍ନ ଭୋଜନ (ମିଡ୍‌-ଡେ ମିଲ୍‌) ବ୍ୟବସ୍ଥା ବନ୍ଦ ହୋଇପାରେ । ଦୀର୍ଘ ୬ ମାସ ଧରି…

ମୋ ଜୀବନ ଚାଲିଯିବ.. ଲୋମଟାଙ୍କୁରା କାହାଣୀ ଶେୟାର କଲେ ଏହି ପ୍ରସିଦ୍ଧ କ୍ରିକେଟର୍‌

ସିଡନୀ,୨୭।୧୦: ଅଷ୍ଟ୍ରେଲିଆର ପୂର୍ବତନ କ୍ରିକେଟର୍‌ ଉସମାନ ଖ୍ବାଜାଙ୍କୁ ନେଇ ଏକ ବଡ଼ ଖୁଲାସା ସାମ୍ନାକୁ ଆସିଛି। ନିଜ କ୍ରିକେଟ କ୍ୟାରିୟରର ଅଧିକାଂଶ ସମୟ ସେ ରୁମାଟଏଡ ଆର୍ଥ୍ରାଇଟିସ…

ତୃତୀୟ ଟି-୨୦ ପାଇଁ ପ୍ଲେଇିଂ ଏକାଦଶରେ ୩ ବଡ଼ ପରିବର୍ତ୍ତନ; ଏହି ୧୧ ଜଣ ଖେଳାଳିଙ୍କୁ ନେଇ ମଇଦାନକୁ ଓହ୍ଲାଇଛି ଟିମ ଇଣ୍ଡିଆ

ନୂଆଦିଲ୍ଲୀ,୨୭।୧୦: ଭାରତ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ୱେଲିଂଟନର ହେନରୀ ଷ୍ଟାଡିୟମରେ, ପ୍ରଥମେ ବ୍ୟାଟିଂ କରିବା ଅପେକ୍ଷା ପରେ ବ୍ୟାଟିଂ କରି (ଲକ୍ଷ୍ୟ…

ମହାରାଷ୍ଟ୍ରରେ ପୁଣି କୋଲ୍ଡ ୱାର୍‌! ଏହି କାରଣକୁ ନେଇ ଫଡନଭିସ-ଶିନ୍ଦେଙ୍କ ମଧ୍ୟରେ ଚାଲିଛି କ୍ଷମତା ଲଢ଼େଇ

ମୁମ୍ବାଇ,୨୭।୧୦:ମହାରାଷ୍ଟ୍ରରେ କ୍ଷମତାସୀନ ମହାୟୁତି ମେଣ୍ଟ ଏବେ ରାଜନୈତିକ ଭାବେ ମଜଭୁତ ସ୍ଥିତିରେ ଥିବା ଦେଖାଯାଉଛି। କିନ୍ତୁ ମେଣ୍ଟର ଅଂଶୀଦାର ଦଳଗୁଡ଼ିକ ମଧ୍ୟରେ ବଢ଼ୁଥିବା ମତଭେଦ ରାଜ୍ୟ ରାଜନୀତିରେ…

ନବୀନ ପଟ୍ଟନାୟକଙ୍କ ଚିଠିର ଉତ୍ତର ଦେଲେ ମୁଖ୍ୟମନ୍ତ୍ରୀ, କହିଲେ ରାଜନୀତି ନୁହେଁ….

ଭୁବନେଶ୍ୱର: କୋରାପୁଟ ଜିଲାର କୋଟିଆ ନେଇ ଦୀର୍ଘଦିନ ଧରି ଆନ୍ତଃରାଜ୍ୟ ସୀମା ବିବାଦ ଲାଗି ରହିଛି । ଏହି ପ୍ରସଙ୍ଗରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ…

OSRTC ବସ୍‌ ଧକ୍କାରେ ବାଇକ୍‌ ଆରୋହୀ ମୃତ, କ୍ଷତିପୂରଣ ଦାବିରେ ସ୍ଥାନୀୟ ଲୋକଙ୍କ ରାସ୍ତା ଅବରୋଧ

ପରଜଙ୍ଗ,୨୭।୧୦ (ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ଅନ୍ତର୍ଗତ ବଡ଼କମର–ପାଙ୍ଗାତିରା ପୂର୍ତ୍ତ ବିଭାଗ ରାସ୍ତାର ଆମ୍ବପଳାଶ ଶ୍ମଶାନ ନିକଟରେ ଓଏସ୍‌ଆର୍‌ଟିସି ବସ୍‌ ଧକ୍କାରେ ଜଣେ ବାଇକ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?