ଫ୍ଲାଟ୍‌ ମିଳୁନି, ଚିନ୍ତା ବଢ଼ାଇଛି ଋଣ ବୋଝ

ଭୁବନେଶ୍ୱର,୨୮।୨(ବ୍ୟୁରୋ): ରାଜଧାନୀରେ ଜାଗାଟିଏ ପାଇବା, ଘରଟିଏ କରିବା ସମସ୍ତଙ୍କର ସ୍ବପ୍ନ। ଲୋକଙ୍କ ଏଭଳି ମାନସିକତାକୁ ନେଇ ଖେଳ ଖେଳୁଛନ୍ତି କେତେକ ରିୟଲ ଇଷ୍ଟେଟ୍‌ ସଂସ୍ଥା, ବିଲ୍ଡର ଓ ଦଲାଲ। ଲୋଭନୀୟ ସ୍କିମ୍‌ ମାଧ୍ୟମରେ ଜମି ବା ଘର ଯୋଗାଇ ଦେବାକୁ କହି ଲୋକଙ୍କଠାରୁ କୋଟି କୋଟି ଟଙ୍କା ଠକି ନେଉଛନ୍ତି। ଇତିମଧ୍ୟରେ କିଏ ଧରାପଡ଼ି ଜେଲ୍‌ ଯାଉଛି ତ ଆଉ କିଏ ସଂସ୍ଥା ବନ୍ଦ କରି ଫେରାର ହେଉଛି। କିନ୍ତୁ ନିଜର କଷ୍ଟ ଉପାର୍ଜିତ ଟଙ୍କା ଦେଇ ଫସିଥିବା ଲୋକେ ଜୀବନସାରା ଦୁର୍ଦ୍ଦଶା ହିଁ ଭୋଗି ଚାଲିଛନ୍ତି। ଘର ପାଇବାର ସ୍ବପ୍ନ ଚୂର୍‌ମାର ହୋଇଥିବାବେଳେ ବ୍ୟାଙ୍କ ଋଣ ସେମାନଙ୍କ ଜୀବନକୁ ଦହଗଞ୍ଜ କରୁଛି। ଲ୍ୟାଣ୍ଡ୍‌ ଇଣ୍ଡିଆ ରିୟଲ ଇଷ୍ଟେଟ୍‌ ପ୍ରାଇଭେଟ୍‌ ଲିମିଟେଡ୍‌କୁ ଟଙ୍କାଦେଇ ଏମିତି ସ୍ଥିତିର ସାମ୍ନା କରୁଛନ୍ତି ୮୦ରୁ ଊର୍ଦ୍ଧ୍ୱ ଜମାକାରୀ। ୨୦୧୨ରୁ ଚାହିଁ ରହିଥିଲେ ମଧ୍ୟ ଏଯାଏ ଘର ମିଳିପାରୁନି। ଏପଟେ ଚିଟ୍‌ଫଣ୍ଡ ଠକେଇ ଅଭିଯୋଗରେ ଗିରଫ ହୋଇ ଏବେ ଜେଲ୍‌ରୁ ଫେରିଥିବା ସଂସ୍ଥାର ନିର୍ଦ୍ଦେଶକ ମଧ୍ୟ ହାତ ଟେକିଦେଇଛନ୍ତି। ଏପରିସ୍ଥିତିରେ ଉପଭୋକ୍ତାମାନେ କିପରି ଫ୍ଲାଟ୍‌ ପାଇବେ ଓ ଋଣ ଶୁଝିବେ ସେହି ଚିନ୍ତାରେ ଦିନରାତି ଘାରି ହେଉଛନ୍ତି।
ମିଳିଥିବା ସୂଚନାନୁସାରେ, ଲ୍ୟାଣ୍ଡ୍‌ ଇଣ୍ଡିଆ ରିୟଲ ଇଷ୍ଟେଟ ପ୍ରାଇଭେଟ ଲିମିଟେଡ୍‌ ଚନ୍ଦକା ଥାନା ଅନ୍ତର୍ଗତ ଘଙ୍ଗାପାଟଣା ମୌଜାରେ ଆପାର୍ଟମେଣ୍ଟ ପ୍ରୋଜେକ୍ଟ କରି ୨୦ଲକ୍ଷରେ ୨ବିଏଚ୍‌କେ ଫ୍ଲାଟ୍‌ ଦେବାକୁ ଲୋକଙ୍କଠାରୁ ଟଙ୍କା ନେଇଥିଲା। କେତେଜେଣ ସମ୍ପୂର୍ଣ୍ଣ କ୍ୟାଶ୍‌ ଦେଇଥିବାବେଳେ ଆଉ କେତେଜଣ କିଛି କ୍ୟାଶ୍‌ ଓ ଆଉ କିଛି ବ୍ୟାଙ୍କ୍‌ ଋଣ କରିଥିଲେ। ଶେଷଦେବ ପରିଡ଼ା ନାମକ ଜଣେ ଜମାକାରୀ କୁହନ୍ତି, ସଂସ୍ଥାର ନିର୍ଦ୍ଦେଶକ ବ୍ରଜସୁନ୍ଦର ମିଶ୍ର ତାଙ୍କ ସହ ଏକ ଏଗ୍ରିମେଣ୍ଟ କରିଥିଲେ। ଏଗ୍ରିମେଣ୍ଟ ମୁତାବକ ସେ ୨ଲକ୍ଷ ଟଙ୍କା ଅଗ୍ରୀମ ଦେବାପରେ ଅବଶିଷ୍ଟ ୧୮ଲକ୍ଷ ବ୍ୟାଙ୍କ୍‌ ଋଣ ମାଧ୍ୟମରେ ନେଇଥିଲା ସଂସ୍ଥା। ୨୦୧୬ରେ ଫ୍ଲାଟ୍‌ ହସ୍ତାନ୍ତର ହେବା କଥା। ମାତ୍ର ଘର ନିର୍ମାଣ ଅଳ୍ପ ଆରମ୍ଭ ହୋଇ ବର୍ତ୍ତମାନ ଯାଏ ପଡ଼ିରହିଛି। ବ୍ୟାଙ୍କକୁ ଋଣ କିସ୍ତି ଶୁଝିବା କଷ୍ଟକର ହେଉଛି। ବିଲ୍ଡର ଜେଲରୁ ଫେରିବା ପରେ ମଧ୍ୟ ପ୍ରୋଜେକ୍ଟ ଆରମ୍ଭ କରୁ ନାହାନ୍ତି। ବ୍ୟାଙ୍କ ମଧ୍ୟ ଆମ ସମସ୍ୟା ବୁଝୁନାହିଁ। ମୋ ଭଳି ଅନ୍ୟମାନଙ୍କ କଥା ମଧ୍ୟ ସରକାର ବୁଝନ୍ତୁ ବୋଲି ସେ ନିବେଦନ କରିଛନ୍ତି।
ଅନ୍ୟଜଣେ ଜମାକାରୀ ମନୋଜ ମିଶ୍ର କୁହନ୍ତି, ଫ୍ଲାଟ୍‌ କିଣିବାକୁ ବ୍ୟାଙ୍କରୁ ୨୦୧୩ରେ ଋଣ କରି ସଂସ୍ଥାକୁ ଦେଇଥିଲେ। ୨୦୧୬ରେ ସଂସ୍ଥା ଆମକୁ ପ୍ଲାଟ ହସ୍ତାନ୍ତର କରିବାକୁ ଚୁକ୍ତି କରିଥିବାରୁ ସେବେଠାରୁ ବ୍ୟାଙ୍କ ଦେଇଥିବା ଟଙ୍କାର ସୁଧ ସହ କିସ୍ତି ଆଦାୟ କରୁଛି। ଅନ୍ୟପକ୍ଷରେ ବିଲ୍ଡର ଜଣକ ଜେଲ୍‌ ଯାଇଥିବା ଓ ବ୍ୟାଙ୍କ୍‌ ଆକାଉଣ୍ଟ୍‌ ସିଜ୍‌ ହୋଇଥିବା ବାହାନା ଦେଖାଇ ନିଜେ ଅସହାୟତା ପ୍ରକାଶ କରୁଛନ୍ତି। କିନ୍ତୁ ଅନ୍ୟ କାହାକୁ ଉକ୍ତ ଘର ନିର୍ମାଣ ଦାୟିତ୍ୱ ଦେଉ ନ ଥିବାରୁ ଆମେ ଫ୍ଲାଟ୍‌ ପାଇପାରୁନୁ। ଏପଟେ ବ୍ୟାଙ୍କ୍‌ କିସ୍ତି ଶୁଝିବା ଆଉ ସମ୍ଭବ ହେଉନି। ଏହି ସମସ୍ୟା ଆମ ପାରିବାରିକ ଜୀବନକୁ କ୍ଷତିଗ୍ରସ୍ତ କରୁଛି। ତେଣୁ ଏଥିପ୍ରତି ବ୍ୟାଙ୍କ୍‌ ଓ ବିଲ୍ଡର ଚିନ୍ତା କରିବା ଆବଶ୍ୟକ।
ବ୍ୟାଙ୍କ ମ୍ୟାନେଜର କୁହନ୍ତି, ଉକ୍ତ ପ୍ରକଳ୍ପ ପାଇଁ ଆମ ପାଖରୁ ୬୮ଜଣ ଋଣ ନେଇଛନ୍ତି। ଫ୍ଲାଟ୍‌ ନ ପାଇ ବହୁ ଉପଭୋକ୍ତା କିସ୍ତି ଓ ସୁଧ ଦେବା ବନ୍ଦ କରି ଦେବାରୁ ଉକ୍ତ ଆକାଉଣ୍ଟଗୁଡିକୁ ଏନିପିଏ (ନନ୍‌ ପେମେଣ୍ଟ ଆକାଉଣ୍ଟ୍‌) କରିବାକୁ ମୁଖ୍ୟ କାର୍ଯ୍ୟାଳୟରୁ ନିର୍ଦ୍ଦେଶ ଆସିଛି॥ ତଥାପି ଆମେ ବିକଳ୍ପ ଚିନ୍ତା କରୁଛୁ। ବ୍ୟାଙ୍କ ତରଫରୁ ବିଲ୍ଡରଙ୍କ ସହ ଯୋଗାଯୋଗ ଚାଲିଛି।
ସଂସ୍ଥାର ନିର୍ଦ୍ଦେଶକ ତଥା ବିଲ୍ଡର ବ୍ରଜ ସୁନ୍ଦର ମିଶ୍ର କୁହନ୍ତି, ଚିଟ୍‌ଫଣ୍ଡ ସହ ଉକ୍ତ ପ୍ରୋଜେକ୍ଟର କୌଣସି ସମ୍ପର୍କ ନାହିଁ। ଲୋକମାନଙ୍କୁ ମୁଁ ଠକିବାକୁ ଚାହୁଁନି। ୨୦୧୬ରୁ ଜେଲ ଯାଇ ୨୦୧୯ ଦଶହରାରେ ଜାମିନରେ ଆସିଛି। ଏବେ ମୋ ଆର୍ଥତ୍କ ସ୍ଥିତି ସ୍ବଚ୍ଛଳ ନାହିଁ। କୋର୍ଟରେ ମାମଲା ବିଚାରାଧୀନ ଥିବାବେଳେ ମୋର ସମସ୍ତ ବ୍ୟାଙ୍କ ଆକାଉଣ୍ଟ ସିଜ୍‌ କରିଦିଆଯାଇଛି। ଆକାଉଣ୍ଟ ଚଳାଇବାକୁ ହାଇକୋର୍ଟରେ ମୁଁ ପିଟିଶନ କରିଛି। ଅର୍ଥନୈତିକ ଅପରାଧ ଶାଖା ପକ୍ଷରୁ କାଗଜପତ୍ର ଶୀଘ୍ର କୋର୍ଟରେ ପ୍ରଦାନ କରାଗଲେ ଓ ବ୍ୟାଙ୍କ ଆକାଉଣ୍ଟ ଚଳାଇବାକୁ ଅନୁମତି ମିଳିଗଲେ ତୁରନ୍ତ ଫ୍ଲାଟ୍‌ କାମ ସାରି ଲୋକଙ୍କୁ ହସ୍ତାନ୍ତର କରିବି। ପୁଣି ବର୍ତ୍ତମାନ ଦରଦାମ ବଢିଯାଇଥିବାରୁ ଉକ୍ତ ପ୍ରୋଜେକ୍ଟ ପାଇଁ ଅଧିକ ଅର୍ଥ ଆବଶ୍ୟକ। ଏ ନେଇ ଜମାକରୀ ଓ ବ୍ୟାଙ୍କ ସହ କଥାହୋଇ କାମ ଆରମ୍ଭ କରିବୁ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦିଲ୍ଲୀ ହାଇକୋର୍ଟରେ ହାଜର ହେବେ ଅମିତାଭ, ବଢ଼ିଲା ଚର୍ଚ୍ଚା…

ନୂଆଦିଲ୍ଲୀ: ବଲିଉଡ଼ର ମହାନାୟକ ଅମିତାଭ ବଚ୍ଚନ ନିଜର ନାମ, ଫଟୋ ଏବଂ କଣ୍ଠସ୍ୱରର ଅନଧିକୃତ ବ୍ୟବହାରକୁ ରୋକିବା ପାଇଁ ଦୀର୍ଘ ଦିନ ହେବ ଆଇନଗତ ଲଢ଼େଇ ଜାରି…

ମୁମ୍ବାଇ ପୋଲିସ ଦ୍ୱାରା ବଲିଉଡ୍ ଅଭିନେତା ଇମ୍ରାନ୍ ଅଟକ; ଭିଡିଓ ଭାଇରାଲ୍

ମୁମ୍ବାଇ: ବଲିଉଡ୍ ଅଭିନେତା ଇମ୍ରାନ୍ ଖାନ୍‌ଙ୍କୁ ଶନିବାର ମୁମ୍ବାଇ ପୋଲିସ ହେପାଜତକୁ ନେଇଛି। ମୁଖ୍ୟ ନିର୍ବାଚନ ଆୟୋଗ (CEC) ଜ୍ଞାନେଶ କୁମାରଙ୍କ ବିରୋଧରେ ଦିଲ୍ଲୀରେ ହେବାକୁ ଥିବା…

ଫେରୁଛି ମୌସୁମୀ: କାଲି ଗୁଳୁଗୁଳି ସହ ଝଡ଼ବର୍ଷା ନେଇ ୧୩ ଜିଲାକୁ ଓ୍ବାର୍ନିଂ, ଉପକୂଳ ଜିଲାରେ…

ଭୁବନେଶ୍ୱର, ୧୦ା୧୦(ବନ୍ଦନା ସେଠୀ) – ରାଜ୍ୟରେ ଏବେ ମୌସୁମୀ ଫେରିବା ପ୍ରକ୍ରିୟା ଜାରି ରହିଥିବାବେଳେ ଓଡ଼ିଶା ଦେଇ ଏକ ଟ୍ରଫ୍‌ ଲାଇନ୍‌ (ମୌସୁମୀ ରେଖା) ବଙ୍ଗୋପସାଗର ପର୍ଯ୍ୟନ୍ତ…

ବଲାଙ୍ଗୀର ପାଇଁ ଗର୍ବ: କର୍ଣ୍ଣେଲ ସି.କେ. ନାଇଡୁ ଟ୍ରଫି ପାଇଁ ଓଡ଼ିଶା ଅଣ୍ଡର-୨୩ ଦଳରେ ସ୍ଥାନ ପାଇଲେ ଓମକାର ମହାନ୍ତି

ବଲାଙ୍ଗୀର,୧୦ା୧୦(ସୁନିଲ କୁମାର ମହାନ୍ତି) : ବଲାଙ୍ଗୀରର ଯୁବ କ୍ରିକେଟ ଖେଳାଳି ଓମକାର ମହାନ୍ତି କର୍ଣ୍ଣେଲ ସି.କେ. ନାଇଡୁ ଟ୍ରଫି ପାଇଁ ଓଡ଼ିଶାର ୨୩ ବର୍ଷରୁ କମ୍ ବାଳକ…

ମୃତ୍ୟୁର ଏକ ମାସ ପରେ ହତ୍ୟା ଅଭିଯୋଗ: ମାଟିତଳୁ ଗଳିତ ମୃତଦେହ ଉଦ୍ଧାର କଲା ସୋହେଲା ପୋଲିସ, ୩ ଗିରଫ

ସୋହେଲା,୧୦ା୧୦ (ଅଶ୍ୱିନୀ କୁମାର ପାତ୍ର): ବରଗଡ଼ ଜିଲା ସୋହେଲା ଥାନା ଅନ୍ତର୍ଗତ ପାଣ୍ଡକିପାଲି ଗ୍ରାମରେ ଜଣେ ଶ୍ରମିକଙ୍କ ମୃତ୍ୟୁର ଠିକ୍‌ ଏକ ମାସ ପରେ ଏକ ସାଂଘାତିକ…

ଭୁବନେଶ୍ୱର କୁମାରଙ୍କ ପ୍ରତ୍ୟାବର୍ତ୍ତନ ଉପରେ ମହମ୍ମଦ ସାମି ଦେଲେ ଏମିତି ବୟାନ ସମସସ୍ତେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୧୦।୧୦: ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ପାଇଁ ଭୁବନେଶ୍ୱର କୁମାର ଚାରି ବର୍ଷ ପରେ ଭାରତୀୟ ଦଳକୁ ଫେରିଛନ୍ତି। ଅନ୍ୟପକ୍ଷରେ, ମହମ୍ମଦ ସାମି…

CJP ବିକ୍ଷୋଭ ମଧ୍ୟରେ ୩ ପୂର୍ବତନ ମୁଖ୍ୟମନ୍ତ୍ରୀ ଅଟକ, ଭାଜପା କହିଲା…

ନୂଆଦିଲ୍ଲୀ,୧୦।୧୦: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ହୋଇଥିବା ଏକ ବିକ୍ଷୋଭ ସମୟରେ ମମତା ବାନାର୍ଜୀ, ଅରବିନ୍ଦ କେଜରିୱାଲ ଏବଂ ପି. ବିଜୟନଙ୍କ ସମେତ ଅନେକ…

‘ଯୋଗ୍ୟ ହିତାଧିକାରୀଙ୍କ ନିକଟରେ ପହଞ୍ଚିବ ସରକାରୀ ସେବା’

ଭଞ୍ଜନଗର,୧୦ା୧୦(ବାବୁଲା ପ୍ରଧାନ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଶାସନର ୨୫ ବର୍ଷ ପୂର୍ତ୍ତି ଅବସରରେ ଗତ ସେପ୍ଟେମ୍ବର ୧୭ରୁ ଏକ ମାସ ବ୍ୟାପୀ ସେବା ସଂକଳ୍ପ ଅଭିଯାନ ଆରମ୍ଭ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?