Posted inଜାତୀୟ

ଫେଲ୍‌ ମାରିଛି କେନ୍ଦ୍ରର ଶସ୍ୟ ବୀମା ଯୋଜନା: ଚାଷୀଙ୍କୁ ମିଳିନି ୫ ହଜାର କୋଟି

ନୂଆଦିଲ୍ଲୀ,୧୨ା୬: କେନ୍ଦ୍ର ସରକାରଙ୍କ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା (ପିଏମ୍‌ଏଫ୍‌ବିଓ୍ବାଇ) ବିଫଳ ହୋଇଛି। ୨୦୧୮ ଡିସେମ୍ବରରେ ଖରିଫ ଋତୁ ଶେଷ ହୋଇଥିବାବେଳେ ଫସଲ ନଷ୍ଟ ହୋଇଥିବା ଚାଷୀଙ୍କ ଦାବିର ୪୦% ଅର୍ଥ ବୀମା କମ୍ପାନୀଗୁଡ଼ିକ ନିର୍ଦ୍ଧାରିତ ସମୟ ମଧ୍ୟରେ ପଇଠ କରିନାହାନ୍ତି। ଏହି ବକେୟା ଅର୍ଥର ପରିମାଣ ୫ ହଜାର କୋଟି ଟଙ୍କା ବୋଲି ସୂଚନା ଅଧିକାର (ଆର୍‌ଟିଆଇ) ଆଇନ ବଳରେ ମିଳିଥିବା ତଥ୍ୟରୁ ଜଣାପଡ଼ିଛି।
ଋତୁ ଶେଷରେ ଦେଶର ବିଭିନ୍ନ ଭାଗରେ ବ୍ୟାପକ ଫସଲହାନି ନେଇ ରିପୋର୍ଟ ଆସିଥିଲା। ନଷ୍ଟ ହୋଇଥିବା ଫସଲ ବାବଦକୁ ଚାଷୀମାନେ ମୋଟ ୧୨,୮୬୭ କୋଟି ଟଙ୍କା ଦାବି କରିଥିଲେ। ରାଜ୍ୟ ସରକାରଗୁଡ଼ିକ ମଧ୍ୟ ଏହାକୁ ପ୍ରମାଣୀକୃତ କରିଥିଲେ। ପିଏମ୍‌ଏଫ୍‌ବିଓ୍ବାଇର ନିର୍ଦ୍ଦେଶାବଳୀ ଅନୁସାରେ ଅମଳ ଶେଷ ହେବାର ଦୁଇମାସ ମଧ୍ୟରେ ଚାଷୀଙ୍କୁ ଏହା ପଇଠ କରାଯିବା ଉଚିତ। ଅର୍ଥାତ୍‌ ୨୦୧୮ ଖରିଫର ଦାବି ଅର୍ଥ ୨୦୧୯ ଫେବୃୟାରୀରେ ଚାଷୀଙ୍କୁ ମିଳିଯିବା ଦରକାର ଥିଲା। ହେଲେ ବୀମା କମ୍ପାନୀଗୁଡ଼ିକ ଅଦ୍ୟାବଧି କ୍ଷତିଗ୍ରସ୍ତ ଚାଷୀଙ୍କୁ ଚିହ୍ନଟ କରି ମୋଟ ଦାବି ଅର୍ଥର ୪୦% ଅର୍ଥାତ୍‌ ୫,୧୭୧ କୋଟି ଟଙ୍କା ଦେବାରେ ବିଫଳ ହୋଇଛନ୍ତି। ମେ ୧୦ ସୁଦ୍ଧା ଏତିକି ପରିମାଣ ଅର୍ଥ ବକେୟା ଥିବା କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟରୁ ଆର୍‌ଟିଆଇରେ ସୂଚନା ମିଳିଛି। ଉଭୟ ପିଏମ୍‌ଏଫ୍‌ବିଓ୍ବାଇ ଏବଂ ପୁନର୍ଗଠିତ ପାଣିପାଗ ଭିତ୍ତିକ ଶସ୍ୟ ବୀମା ଯୋଜନା (ଆର୍‌ଡବ୍ଲ୍ୟୁବିସିଆଇଏସ୍‌)ର ତଥ୍ୟ ମନ୍ତ୍ରଣାୟଳ ପକ୍ଷରୁ ଦିଆଯାଇଛି। ଆର୍‌ଡବ୍ଲ୍ୟୁବିସିଆଇଏସ୍‌ରେ ୫% ବୀମା ଦିଆଯାଉଥିବାବେଳେ ପିଏମ୍‌ଏଫ୍‌ବିଓ୍ବାଇରେ ଅବଶିଷ୍ଟ ବୀମା ପ୍ରଦାନ କରାଯାଏ। ଯେଉଁ ଋତୁରେ ବୃଷ୍ଟିପାତ ୧୦% ନିଅଣ୍ଟ ହୋଇ ଦେଶର ବିଭିନ୍ନ ଭାଗରେ ମରୁଡ଼ି ସ୍ଥିତି ସୃଷ୍ଟି ହୋଇଛି, ସେଭଳି ସମୟରେ ଚାଷୀଙ୍କୁ ସେମାନଙ୍କ ବୀମା ଅର୍ଥ ମିଳିବାରେ ବିଳମ୍ବ ହୋଇଛି। ଏହି କ୍ଷେତ୍ରରେ ମହାରାଷ୍ଟ୍ରର ସର୍ବାଧିକ ୩,୮୯୩ କୋଟି ଦାବିରୁ ୩୬% ଅର୍ଥାତ୍‌ ୧,୪୧୬ ଟଙ୍କା ବାକି ରହିଛି। ଏମିତି ୬ଟି ରାଜ୍ୟ ରହିଛି ଯେଉଁଠି ବୀମା ଦାବିର ୧୦୦% ଅର୍ଥ ପଇଠ କରିବା ବାକି ଅଛି। ତହିଁରୁ ମଧ୍ୟପ୍ରଦେଶ, ଝାଡ଼ଖଣ୍ଡ ଓ ତେଲେଙ୍ଗାନା ସବୁଠୁ ବେଶି ମରୁଡ଼ିର ସମ୍ମୁଖୀନ ହେଉଛନ୍ତି।
ନରେନ୍ଦ୍ର ମୋଦିଙ୍କ ନେୃତୃତ୍ୱାଧୀନ ଏନ୍‌ଡିଏର ପ୍ରଥମ ପାଳିରେ ସରକାର ପିଏମ୍‌ବିଏଫ୍‌ବିଓ୍ବାଇକୁ ପ୍ରୋତ୍ସାହିତ କରିଥିଲେ। ଫସଲହାନି ଜନିତ ଗ୍ରାମାଞ୍ଚଳରେ ଦୁର୍ଦ୍ଦଶା ଦୂର କରିବା ଥିଲା ଏହାର ଲକ୍ଷ୍ୟ, ଯାହାକି ପୂରଣ ହୋଇନାହିଁ। ଭାରତରେ ଋତୁକାଳୀନ ଫସଲହାନିର ଏକ ମୁଖ୍ୟ କାରଣ ହେଉଛି ବୃଷ୍ଟିପାତର ଅଭାବ। କାରଣ ଦେଶର ୬୫% ଫସଲ ଅଞ୍ଚଳ ବର୍ଷା ଉପରେ ନିର୍ଭର କରେ। ତେଣୁ ବୃଷ୍ଟିପାତରେ ନିଅଣ୍ଟ ବେଳେ ଶସ୍ୟବୀମା ଦାବି ଅର୍ଥ ପଇଠ କରିବା ସରକାରଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପରୀକ୍ଷା। ଖରିଫ୍‌ ଋତୁ ପାଇଁ ବୁଣାବୁଣି କାର୍ଯ୍ୟ ଜୁନ୍‌ ଓ ଜୁଲାଇରେ କରାଯାଏ। ଭାରତରେ ମୋଟ ବୃଷ୍ଟିପାତର ୭୦% ମୌସୁମୀର ଅବଦାନ, ଯାହାକି ଜୁନ୍‌ରୁ ସେପ୍ଟେମ୍ବର ମଧ୍ୟରେ ହୋଇଥାଏ। ୨୦୧୮ରେ ମୌସୁମୀ ସ୍ବାଭାବିକଠାରୁ କମ୍‌ ଥିଲା। ଦୀର୍ଘ ସମୟ ଅବଧିଠାରୁ ୯.୪% କମ୍‌ ବୃଷ୍ଟିପାତ ହୋଇଥିଲା ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ପକ୍ଷରୁ କୁହାଯାଇଛି। ଏହା ଥିଲା ନିଅଣ୍ଟିଆ ବୃଷ୍ଟିପାତରେ ଲଗାତର ପଞ୍ଚମ ବର୍ଷ। ଏଥିଯୋଗୁ ୭ ରାଜ୍ୟ ନିଜକୁ ମରୁଡ଼ିଗ୍ରସ୍ତ ଘୋଷଣା କରିଥିଲେ। ଏହି ରାଜ୍ୟଗୁଡ଼ିକରେ ମୋଟ ୧୫ ନିୟୁତ ହେକ୍ଟର ଚାଷଜମିର ଫସଲ ପ୍ରଭାବିତ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ପାରାଦୀପରୁ ବାହାରିଥିବା ଜାହାଜ ଗଭୀର ସମୁଦ୍ରରୁ ନିଖୋଜ, ଏଥିରେ ଥିଲେ ୨୪ ନାବିକ, ଚାଲିଛି ଖୋଜା

ପାରାଦୀପ,୨୨ା୮(ଶରତ ରାଉତ): ପାରାଦୀପ ବନ୍ଦରରୁ ଲୁହାପଥର ବୋଝେଇ କରି ଚାଇନା ଯାଉଥିବା ଏକ ପଣ୍ୟବାହୀ ଜାହାଜ ଏମ୍‌ଭି ‘ଓସେନ ଓ୍ବିନର’ ଗତ ଶୁକ୍ରବାର ରାତିରୁ ନିଖୋଜ ଥିବା…

‘ନାରୀ ଶକ୍ତି ହେଉଛି ଦେଶର ଶକ୍ତି’, ମଞ୍ଚରେ ଏମିତି କହି ରାହୁଲ…

ନୂଆଦିଲ୍ଲୀ,୨୨ା୮: କଂଗ୍ରେସ ନେତା ତଥା ଲୋକ ସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ମହାରାଷ୍ଟ୍ରର ପୁଣେରେ ‘ସ୍କୁଲ୍‌ସ ଇକୋ’ କାର୍ଯ୍ୟକ୍ରମରେ ଭାଷଣ ଦେବା ଅବସରରେ ନାରୀମାନଙ୍କୁ…

ହାଫିଜ ସୟିଦଙ୍କୁ ସମନ ଜାରି କରିବ NIA

ଜମ୍ମୁ-କଶ୍ମୀର,୨୨।୮: ୨୦୨୫ ପହଲଗାମ ଆକ୍ରମଣ ଘଟଣାରେ ଜାତୀୟ ତଦନ୍ତକାରୀ ସଂସ୍ଥା(NIA) ପକ୍ଷରୁ ପାକିସ୍ତାନୀ ଆତଙ୍କବାଦୀ ହାଫିଜ ସୟିଦଙ୍କୁ ସମନ ଜାରି କରାଯିବ। ବୈଦେଶିକ ମନ୍ତ୍ରଣାଳୟ ଜରିଆରେ ପାକିସ୍ତାନକୁ…

୪ ବର୍ଷରୁ କମ ବୟସର ପିଲାମାନଙ୍କୁ ଦିଆଯିବ ନାହିଁ ଏହି ଥଣ୍ଡା-କାଶ ଔଷଧ: କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ,୨୨।୮: କେନ୍ଦ୍ର ସରକାର ଛୋଟ ପିଲାମାନଙ୍କ ସ୍ବାସ୍ଥ୍ୟ ସୁରକ୍ଷା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି। ସରକାର ୪ ବର୍ଷରୁ କମ ବୟସର ପିଲାମାନଙ୍କ ପାଇଁ ଉଦ୍ଦିଷ୍ଟ…

ଏହି ୫୨ ନେତା ପିନ୍ଧିବେ ୧୦ ଲକ୍ଷ ଟଙ୍କାର ଜ୍ୟାକେଟ୍‌: ପଛରେ ରହିଛି ଏମିତି କାରଣ

ଲକ୍ଷ୍ନୌ,୨୨।୮: ଉତ୍ତର ପ୍ରଦେଶରେ ରାଜନୈତିକ ନେତାଙ୍କ ସୁରକ୍ଷା ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନିଆଯାଇଛି। ରାଜ୍ୟର ୫୨ ନେତାଙ୍କୁ ବୁଲେଟପ୍ରୁଫ ଜ୍ୟାକେଟ ଯୋଗାଇ ଦିଆଯାଇଛି। ଏହି ସୁରକ୍ଷା…

ମୃତ୍ୟୁପରେ ରୋଗୀଙ୍କୁ ରେଫର କଲେ ଡାକ୍ତର: ତ୍ରୁଟିପୂର୍ଣ୍ଣ ଚିକିତ୍ସା ଅଭିଯୋଗ

ତିହିଡି଼,୨୨।୮(ସଞ୍ଜିତ ବଳ):ଭଦ୍ରକ ଜିଲା ତିହିଡି଼ ଥାନା ଭାଟପ ପଞ୍ଚାୟତ ଅଧୀନ ବଉଳପାଳ ଗ୍ରାମର ମାୟାଧର ତ୍ରିପାଠୀ (୬୫)ନାମକ ଜଣେ ବୃଦ୍ଧଙ୍କ ତ୍ରୁଟିପୂର୍ଣ୍ଣ ଚିକିତ୍ସା ପାଇଁ ମୃତ୍ୟୁ ଘଟିଥିବା…

ଏକକାଳୀନ ଫାଟିଲା ଅନେକ ସ୍ମାର୍ଟ ମିଟର, ଦୁଇ ଶିଶୁଙ୍କ ସହ ଜଳିଗଲେ ୪ ଜଣ

ସୁଲତାନପୁର,୨୨।୮: ଉତ୍ତର ପ୍ରଦେଶ ସୁଲତାନପୁରର ଆବାସ ବିକାଶ କଲୋନୀର ପାଣି ଟାଙ୍କି ନିକଟରେ, ସାତଟି ପୃଥକ ଘରେ ସ୍ଥାପିତ ସ୍ମାର୍ଟ ମିଟର, ଏକାସଙ୍ଗେ ବିସ୍ଫୋରଣ ହେବାରୁ ଗୋଟିଏ…

ବିଜୟ ସରକାର ଏହି ପିଲାମାନଙ୍କୁ ଦେବେ ବଡ଼ ଉପହାର; ଅଳଙ୍କାର ବ୍ୟବସାୟୀମାନଙ୍କୁ ଦିଆଯାଇଛି ଅର୍ଡର

ଚେନ୍ନାଇ,୨୨।୮: ମୁଖ୍ୟମନ୍ତ୍ରୀ ବିଜୟ ତାମିଲନାଡୁ ସମ୍ପର୍କରେ ଏକ ବଡ଼ ଘୋଷଣା କରିଛନ୍ତି। ସେ ନବଜାତ ଶିଶୁଙ୍କ ପାଇଁ ‘ଥାଇମାମାନ ସୁନା ମୁଦି ଯୋଜନା’ ଆରମ୍ଭ କରିଛନ୍ତି। ଗୁରୁତ୍ୱପୂର୍ଣ୍ଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri