Posted inଜାତୀୟ

ଫେଲ୍‌ ମାରିଛି କେନ୍ଦ୍ରର ଶସ୍ୟ ବୀମା ଯୋଜନା: ଚାଷୀଙ୍କୁ ମିଳିନି ୫ ହଜାର କୋଟି

ନୂଆଦିଲ୍ଲୀ,୧୨ା୬: କେନ୍ଦ୍ର ସରକାରଙ୍କ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା (ପିଏମ୍‌ଏଫ୍‌ବିଓ୍ବାଇ) ବିଫଳ ହୋଇଛି। ୨୦୧୮ ଡିସେମ୍ବରରେ ଖରିଫ ଋତୁ ଶେଷ ହୋଇଥିବାବେଳେ ଫସଲ ନଷ୍ଟ ହୋଇଥିବା ଚାଷୀଙ୍କ ଦାବିର ୪୦% ଅର୍ଥ ବୀମା କମ୍ପାନୀଗୁଡ଼ିକ ନିର୍ଦ୍ଧାରିତ ସମୟ ମଧ୍ୟରେ ପଇଠ କରିନାହାନ୍ତି। ଏହି ବକେୟା ଅର୍ଥର ପରିମାଣ ୫ ହଜାର କୋଟି ଟଙ୍କା ବୋଲି ସୂଚନା ଅଧିକାର (ଆର୍‌ଟିଆଇ) ଆଇନ ବଳରେ ମିଳିଥିବା ତଥ୍ୟରୁ ଜଣାପଡ଼ିଛି।
ଋତୁ ଶେଷରେ ଦେଶର ବିଭିନ୍ନ ଭାଗରେ ବ୍ୟାପକ ଫସଲହାନି ନେଇ ରିପୋର୍ଟ ଆସିଥିଲା। ନଷ୍ଟ ହୋଇଥିବା ଫସଲ ବାବଦକୁ ଚାଷୀମାନେ ମୋଟ ୧୨,୮୬୭ କୋଟି ଟଙ୍କା ଦାବି କରିଥିଲେ। ରାଜ୍ୟ ସରକାରଗୁଡ଼ିକ ମଧ୍ୟ ଏହାକୁ ପ୍ରମାଣୀକୃତ କରିଥିଲେ। ପିଏମ୍‌ଏଫ୍‌ବିଓ୍ବାଇର ନିର୍ଦ୍ଦେଶାବଳୀ ଅନୁସାରେ ଅମଳ ଶେଷ ହେବାର ଦୁଇମାସ ମଧ୍ୟରେ ଚାଷୀଙ୍କୁ ଏହା ପଇଠ କରାଯିବା ଉଚିତ। ଅର୍ଥାତ୍‌ ୨୦୧୮ ଖରିଫର ଦାବି ଅର୍ଥ ୨୦୧୯ ଫେବୃୟାରୀରେ ଚାଷୀଙ୍କୁ ମିଳିଯିବା ଦରକାର ଥିଲା। ହେଲେ ବୀମା କମ୍ପାନୀଗୁଡ଼ିକ ଅଦ୍ୟାବଧି କ୍ଷତିଗ୍ରସ୍ତ ଚାଷୀଙ୍କୁ ଚିହ୍ନଟ କରି ମୋଟ ଦାବି ଅର୍ଥର ୪୦% ଅର୍ଥାତ୍‌ ୫,୧୭୧ କୋଟି ଟଙ୍କା ଦେବାରେ ବିଫଳ ହୋଇଛନ୍ତି। ମେ ୧୦ ସୁଦ୍ଧା ଏତିକି ପରିମାଣ ଅର୍ଥ ବକେୟା ଥିବା କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟରୁ ଆର୍‌ଟିଆଇରେ ସୂଚନା ମିଳିଛି। ଉଭୟ ପିଏମ୍‌ଏଫ୍‌ବିଓ୍ବାଇ ଏବଂ ପୁନର୍ଗଠିତ ପାଣିପାଗ ଭିତ୍ତିକ ଶସ୍ୟ ବୀମା ଯୋଜନା (ଆର୍‌ଡବ୍ଲ୍ୟୁବିସିଆଇଏସ୍‌)ର ତଥ୍ୟ ମନ୍ତ୍ରଣାୟଳ ପକ୍ଷରୁ ଦିଆଯାଇଛି। ଆର୍‌ଡବ୍ଲ୍ୟୁବିସିଆଇଏସ୍‌ରେ ୫% ବୀମା ଦିଆଯାଉଥିବାବେଳେ ପିଏମ୍‌ଏଫ୍‌ବିଓ୍ବାଇରେ ଅବଶିଷ୍ଟ ବୀମା ପ୍ରଦାନ କରାଯାଏ। ଯେଉଁ ଋତୁରେ ବୃଷ୍ଟିପାତ ୧୦% ନିଅଣ୍ଟ ହୋଇ ଦେଶର ବିଭିନ୍ନ ଭାଗରେ ମରୁଡ଼ି ସ୍ଥିତି ସୃଷ୍ଟି ହୋଇଛି, ସେଭଳି ସମୟରେ ଚାଷୀଙ୍କୁ ସେମାନଙ୍କ ବୀମା ଅର୍ଥ ମିଳିବାରେ ବିଳମ୍ବ ହୋଇଛି। ଏହି କ୍ଷେତ୍ରରେ ମହାରାଷ୍ଟ୍ରର ସର୍ବାଧିକ ୩,୮୯୩ କୋଟି ଦାବିରୁ ୩୬% ଅର୍ଥାତ୍‌ ୧,୪୧୬ ଟଙ୍କା ବାକି ରହିଛି। ଏମିତି ୬ଟି ରାଜ୍ୟ ରହିଛି ଯେଉଁଠି ବୀମା ଦାବିର ୧୦୦% ଅର୍ଥ ପଇଠ କରିବା ବାକି ଅଛି। ତହିଁରୁ ମଧ୍ୟପ୍ରଦେଶ, ଝାଡ଼ଖଣ୍ଡ ଓ ତେଲେଙ୍ଗାନା ସବୁଠୁ ବେଶି ମରୁଡ଼ିର ସମ୍ମୁଖୀନ ହେଉଛନ୍ତି।
ନରେନ୍ଦ୍ର ମୋଦିଙ୍କ ନେୃତୃତ୍ୱାଧୀନ ଏନ୍‌ଡିଏର ପ୍ରଥମ ପାଳିରେ ସରକାର ପିଏମ୍‌ବିଏଫ୍‌ବିଓ୍ବାଇକୁ ପ୍ରୋତ୍ସାହିତ କରିଥିଲେ। ଫସଲହାନି ଜନିତ ଗ୍ରାମାଞ୍ଚଳରେ ଦୁର୍ଦ୍ଦଶା ଦୂର କରିବା ଥିଲା ଏହାର ଲକ୍ଷ୍ୟ, ଯାହାକି ପୂରଣ ହୋଇନାହିଁ। ଭାରତରେ ଋତୁକାଳୀନ ଫସଲହାନିର ଏକ ମୁଖ୍ୟ କାରଣ ହେଉଛି ବୃଷ୍ଟିପାତର ଅଭାବ। କାରଣ ଦେଶର ୬୫% ଫସଲ ଅଞ୍ଚଳ ବର୍ଷା ଉପରେ ନିର୍ଭର କରେ। ତେଣୁ ବୃଷ୍ଟିପାତରେ ନିଅଣ୍ଟ ବେଳେ ଶସ୍ୟବୀମା ଦାବି ଅର୍ଥ ପଇଠ କରିବା ସରକାରଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପରୀକ୍ଷା। ଖରିଫ୍‌ ଋତୁ ପାଇଁ ବୁଣାବୁଣି କାର୍ଯ୍ୟ ଜୁନ୍‌ ଓ ଜୁଲାଇରେ କରାଯାଏ। ଭାରତରେ ମୋଟ ବୃଷ୍ଟିପାତର ୭୦% ମୌସୁମୀର ଅବଦାନ, ଯାହାକି ଜୁନ୍‌ରୁ ସେପ୍ଟେମ୍ବର ମଧ୍ୟରେ ହୋଇଥାଏ। ୨୦୧୮ରେ ମୌସୁମୀ ସ୍ବାଭାବିକଠାରୁ କମ୍‌ ଥିଲା। ଦୀର୍ଘ ସମୟ ଅବଧିଠାରୁ ୯.୪% କମ୍‌ ବୃଷ୍ଟିପାତ ହୋଇଥିଲା ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ପକ୍ଷରୁ କୁହାଯାଇଛି। ଏହା ଥିଲା ନିଅଣ୍ଟିଆ ବୃଷ୍ଟିପାତରେ ଲଗାତର ପଞ୍ଚମ ବର୍ଷ। ଏଥିଯୋଗୁ ୭ ରାଜ୍ୟ ନିଜକୁ ମରୁଡ଼ିଗ୍ରସ୍ତ ଘୋଷଣା କରିଥିଲେ। ଏହି ରାଜ୍ୟଗୁଡ଼ିକରେ ମୋଟ ୧୫ ନିୟୁତ ହେକ୍ଟର ଚାଷଜମିର ଫସଲ ପ୍ରଭାବିତ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଏସିଆ ଦେଶରେ ଅଧିକ ପଡିଲା ଜଳବାୟୁ ପରିବର୍ତ୍ତନର ପ୍ରଭାବ, ୨ ମାସରେ ଭାରତରେ ୧୦୦ରୁ ଅଧିକ ମୃତ୍ୟୁ: ରିପୋର୍ଟ

ନୂଆଦିଲ୍ଲୀ/ଜେନେଭା,୨୩।୪: ସର୍ବାଧିକ ବିପର୍ଯ୍ୟୟ ପ୍ରଭାବିତ ଅଞ୍ଚଳ ସମ୍ପର୍କରେ ମିଳିତ ଜାତିସଂଘ (ଜାତିସଂଘ) ରିପୋର୍ଟ ପ୍ରକାଶ ପାଇଛି। ଏହି ଅନୁଯାୟୀ, ୨୦୨୩ରେ ପାଗ, ଜଳବାୟୁ ଏବଂ ଜଳ...

କଂଗ୍ରେସ ଶାସନ ସମୟରେ କାହିଁକି ପାକିସ୍ତାନ ଆକ୍ରମଣର ଜବାବ ଦିଆଯାଇ ନ ଥିଲା, କାରଣ କହିଲେ ଶାହା

ନୂଆଦିଲ୍ଲୀ,୨୩।୪: ଲୋକ ସଭା ନିର୍ବାଚନ -୨୦୨୪ର ଦ୍ୱିତୀୟ ପର୍ଯ୍ୟାୟ ପାଇଁ ଅଭିଯାନ ଜୋରସୋରରେ ଚାଲିଛି। କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ମଙ୍ଗଳବାର ମହାରାଷ୍ଟ୍ରର ଆକୋଲା ଠାରେ...

ଦ୍ୱିତୀୟ ପର୍ଯ୍ୟାୟ ମତଦାନ ପାଇଁ ସରିଲା ନିର୍ବାଚନ ପ୍ରଚାର, ଶୁକ୍ରବାର ପଡିବ ଭୋଟ୍‌

ନୂଆଦିଲ୍ଲୀ,୨୩।୪: ଆରମ୍ଭ ହୋଇଯାଇଛି ଦେଶର ସବୁଡାରୁ ମଡ଼ ମହାପର୍ବ ନିର୍ବାଚନ ୨୦୨୪। ତେବେ ଆଜି ୨ୟ ପର୍ଯ୍ୟାୟ ମତଦାନ ପାଇଁ ସରିଛି ପ୍ରଚାର । ଶେଷ...

ଟିକେଟ ବିକୁଛନ୍ତି ତେଜସ୍ବୀ ଯାଦବ: କଂଗ୍ରେସ ନେତା

ବାଲ୍ମିକିନଗର,୨୩।୪: ବିହାରର ବାଲ୍ମିକିନଗରରେ ଥିବା ଗ୍ରାଣ୍ଡ ଆଲାଇନ୍ସରେ ବିଦ୍ରୋହର ସ୍ବର ବୃଦ୍ଧି ପାଇବାରେ ଲାଗିଛି। ତେଜସ୍ବୀ ଯାଦବଙ୍କୁ ପୁଞ୍ଜିପତିମାନଙ୍କୁ ଟିକେଟ ବିକ୍ରି କରୁଥିବା ଅଭିଯୋଗ କରି...

ସବୁଠାରୁ ଧନୀ ପ୍ରାର୍ଥୀ

ନୂଆଦିଲ୍ଲୀ,୨୩।୪: ତେଲୁଗୁ ଦେଶମ ପାର୍ଟିର ଡାକ୍ତର ଚନ୍ଦ୍ର ଶେଖର ପେମାସାନୀ ଗୁଣ୍ଟୁର ଲୋକ ସଭା ଆସନରୁ ଆଜି ପର୍ଯ୍ୟନ୍ତ ଦାଖଲ କରାଯାଇଥିବା ପ୍ରାର୍ଥୀଙ୍କ ମଧ୍ୟରେ ସବୁଠାରୁ...

ଅଡୁଆରେ ପୁରୀ ଏମପି ପିନାକୀ ମିଶ୍ର, ପହଞ୍ଚିଲେ ହାଇକୋର୍ଟ

ପୁରୀ/ନୂଆଦିଲ୍ଲୀ,୨୩।୪: ଅଡୁଆରେ ପୁରୀ ଏମପି ପିନାକୀ ମିଶ୍ର । ପିନାକୀଙ୍କ ପିଛା ଛାଡୁନି ମହୁଆ ମୋଇତ୍ରା ବିବାଦ । ଦିଲ୍ଲୀ ହାଇକୋର୍ଟ ଦ୍ୱାରସ୍ଥ ହୋଇଛନ୍ତି ବିଜେଡି...

ପରିବାରକୁ ଶେଷ କରିବାକୁ ସୁପାରି ଦେଇଥିଲେ ପୁଅ, ହେଲେ ଭୁଲରେ ଅତିଥିଙ୍କୁ ମାରିଲେ କିଲର, ଜାଣନ୍ତୁ ମର୍ଡର ମିଷ୍ଟ୍ରି

ବେଙ୍ଗାଲୁରୁ,୨୩।୪: କର୍ନାଟକର ଜଣେ କାଳିଯୁଗ ପୁଅର ହୃଦୟ ବିଦାରକ କାର୍ଯ୍ୟ ସାମ୍ନାକୁ ଆସିଛି। ତାଙ୍କ ମାତାପିତା ଏବଂ ସାବତ ଭାଇଙ୍କ ହତ୍ୟା ପାଇଁ ସେ ୬୫...

ମୁର୍ଖ ନ ଥିଲେ ନେହେରୁ-ଇନ୍ଦିରା, କାହିଁକି ଏମିତି କହିଲେ ଶାନ୍ତିଶ୍ରୀ ପଣ୍ଡିତ

ନୂଆଦିଲ୍ଲୀ,୨୩।୪: ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ (ଜେଏନୟୁ) କୁଳପତି ପ୍ରଫେସର ଶାନ୍ତିଶ୍ରୀ ପଣ୍ଡିତ କହିଛନ୍ତି ଯେ ଧର୍ମ, ଭାଷା ଏବଂ ‘ଡ୍ରେସ କୋଡ’ରେ ସମାନତା ଦେଶରେ କାମ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri