Posted inଫୁରସତ

ପ୍ରେମ ପାଇଁ ରକ୍ତପାନ

ଜର୍ମାନୀର ୩୨ ବର୍ଷୀୟ ଅଲବର୍ଟୋ, ଗର୍ଲଫ୍ରେଣ୍ଡ ଇଲାରିଆଙ୍କୁ ଫେସ୍‌ବୁକ୍‌ରୁ ସେବେ ଜାଣିବାକୁ ପାଇଥିଲେ ଯେବେ ସେ ତାଙ୍କ ସର୍କସ ପାଇଁ ଜଣେ ସହଯୋଗୀ ଆବଶ୍ୟକ ବୋଲି ବିଜ୍ଞାପନ ଦେଇଥିଲେ। ସହଯୋଗୀରୁ ଇଲାରିଆ ଅଲବର୍ଟୋଙ୍କ ଗର୍ଲଫ୍ରେଣ୍ଡ ହୋଇଗଲେ। ଦୁହେଁ ମିଶି ବିଭିନ୍ନ ସ୍ଥାନରେ ଭାମ୍ପାୟର ହରର ଶୋ’ କଲେ। ସେଥିରେ ସେମାନେ ଭାମ୍ପାୟର ଭଳି ବେଶ ହୋଇ ଲୋକଙ୍କୁ ବହୁତ ଡରାନ୍ତି। ତେବେ ସେମାନେ କେବଳ ଷ୍ଟେଜ୍‌ରେ ଭାମ୍ପାୟର ସାଜନ୍ତି ନାହିଁ ବରଂ ନିଜ ବ୍ୟକ୍ତିଗତ ଜୀବନକୁ ବି ଭାମ୍ପାୟର ଭଳି ବିତାନ୍ତି। ଅର୍ଥାତ୍‌ ଘରେ ବି ସେମାନେ ଭାମ୍ପାୟର୍‌ ଭଳି ରହିବା ସହ ଦୁହେଁ ଦୁହିଁଙ୍କର ରକ୍ତ ପିଅନ୍ତି। ଯଦିଓ ଭାମ୍ପାୟର ଭଳି ବେକକୁ ଦାନ୍ତରେ କାମୁଡି ସେମାନେ ରକ୍ତ ପିଅନ୍ତି ନାହିଁ। ପ୍ରତିଦିନ ସେମାନେ ଉଭୟେ ଉଭୟଙ୍କ ହାତରୁ ସିରିଞ୍ଜରେ ରକ୍ତ ବାହାରକରି ପିଅନ୍ତି। ଇଲାରିଆ ଅଲବର୍ଟୋଙ୍କର ଅଧିକ ରକ୍ତ ପିଅନ୍ତି। କିନ୍ତୁ ଅଲବର୍ଟୋ ଇଲାରିଆଙ୍କ କମ୍‌ ରକ୍ତ ପିଅନ୍ତି। କାରଣ ସେ ଭୟ କରନ୍ତି ଇଲାରିଆଙ୍କଠାରୁ ଅଧିକ ରକ୍ତ ନେଲେ ତାଙ୍କ ଗର୍ଜିୟସ୍‌ ଶରୀରରେ ଚିହ୍ନ ହେବା ସହ ଶରୀର ଦୁର୍ବଳ ହୋଇଯିବ। ତେବେ ଦୁହିଙ୍କ ମତରେ ରକ୍ତ ପିଇବା ଦ୍ୱାରା ସେମାନଙ୍କ ମଧ୍ୟରେ ଭଲ ପାଇବା ବଢିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

୨୨୦ କୋଟି ଖର୍ଚ୍ଚ କରି ଯୁବକ ହେଲେ କୁକୁର, କାରଣ ଜାଣିଲେ ଉଡିଜିବ ହୋସ୍‌: ଦେଖନ୍ତୁ Video

ନୂଆଦିଲ୍ଲୀ, ୮।୮: ସୋସିଆଲ ମିଡିଆରେ ଏକ ଭିଡିଓ ଦ୍ରୁତଗତିରେ ଭାଇରାଲ ହେଉଛି, ଯାହାକୁ ଦେଖି ଲୋକେ ବିଭିନ୍ନ ପ୍ରକାରର କଥା କହୁଛନ୍ତି। ଭାଇରାଲ ପୋଷ୍ଟରେ ଦାବି କରାଯାଉଛି…

ଗରମରୁ ରକ୍ଷା ପାଇବା ପାଇଁ ଲୋକଙ୍କୁ ଏମିତି ନିର୍ଦ୍ଦେଶ ଦେଲେ କିମ୍‌ ଜୋଙ୍ଗ୍‌ ଉନ୍‌, ସାରା ବିଶ୍ୱ ଜାଣି ଆଶ୍ଚର୍ଯ୍ୟ…

ପ୍ୟୋଙ୍ଗୟାଙ୍ଗ,୭ା୮: ଉତ୍ତର କୋରିଆରେ ବର୍ତ୍ତମାନ ପ୍ରବଳ ଗରମ ଅନୁଭୂତ ହେଉଛି। ଏହି ଗରମ ଯୋଗୁ ସେଠାକାର ଲୋକମାନଙ୍କୁ ଏମିତି ନିର୍ଦ୍ଦେଶ ଦିଆଯାଇଛି ଯାହା ଆଶ୍ଚର୍ଯ୍ୟଜନକ। ଉତ୍ତର କୋରିଆର…

ଭାରତର ଏହି ସ୍ଥାନରେ ଏଯାଏଁ ପହଞ୍ଚିନି କଳିଯୁଗ? ରହସ୍ୟ ଜାଣିଲେ କାବା ହୋଇଯିବେ…

ନୂଆଦିଲ୍ଲୀ,୬।୮: ହିନ୍ଦୁ ଧର୍ମଶାସ୍ତ୍ରଗୁଡ଼ିକରେ ଚାରୋଟି ଯୁଗ— ତ୍ରେତାୟୁଗ, ସତ୍ୟଯୁଗ, ଦ୍ୱାପର ଯୁଗ ଏବଂ କଳିଯୁଗର ବର୍ଣ୍ଣନା କରାଯାଇଛି। ତିନୋଟି ଯୁଗ ଶେଷ ହୋଇସାରିଛି ଏବଂ ଏବେ ଶେଷ…

ଏହି ମନ୍ଦିରରେ ୩୦୦ ବର୍ଷ ଧରି ଜଳୁଛି ଅଖଣ୍ଡ ଦୀପ, ଦିନକୁ ୩ ଥର ହୋଇଥାଏ ଶିବଲିଙ୍ଗର ରଙ୍ଗ ପରିବର୍ତ୍ତନ

ଶ୍ରାବଣ ମାସରେ ଭଗବାନ ଶିବଙ୍କ ପୂଜା କରିବାର ବହୁତ ମହତ୍ତ୍ୱ ରହିଛି। ସାରା ଦେଶରେ ଅନେକ ଶିବ ମନ୍ଦିର ଅଛି। ଏହି ମନ୍ଦିରଗୁଡ଼ିକ ମଧ୍ୟରୁ ଅନେକକୁ ଚମତ୍କାର…

କୋର୍ଟଙ୍କ ବଡ଼ ନିଷ୍ପତ୍ତି: ଏଣିକି ଟ୍ରେନ୍‌ରେ ଲଗେଜ୍‌ ଚୋରି ହେଲେ ଜରିମାନା ଦେବ ରେଳ ବିଭାଗ, ଜାଣନ୍ତୁ ସମ୍ପୂର୍ଣ୍ଣ ତଥ୍ୟ…

ନୂଆଦିଲ୍ଲୀ,୬ା୮: ଯଦି ଆପଣ ଟ୍ରେନରେ ଯାତ୍ରା କରୁଛନ୍ତି ଆଉ ଏହି ସମୟରେ ଆପଣଙ୍କ ବ୍ୟାଗ କିମ୍ବା ମୂଲ୍ୟବାନ ଜିନିଷ ଚୋରି ହୋଇଯାଉଛି, ତେବେ ଆଉ ଚିନ୍ତା ନାହିଁ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri