Posted inଫୁରସତ

ଚଢ଼େଇଙ୍କ ପାଇଁ ବହୁତଳ ପ୍ରାସାଦ

ମଣିଷ ନିଜ ପାଇଁ ନିର୍ମାଣ କରିଛି ଅନେକ ବହୁତଳ ପ୍ରାସାଦ। କାଟୁଛି ବିଳାସମୟ ଜୀବନ। କିଛି ପ୍ରାଣୀ ବି ନିଜ ପାଇଁ ଛୋଟିଆ ଆବାସଟିଏ ତିଆରି କରିଥାଏ। ତେବେ ଚଢେଇଙ୍କ ପାଇଁ ଏବେ ମଣିଷ ତିଆରି କରିଛି ଏକ ବହୁତଳ ପ୍ରାସାଦ। ଆଉ ତା’ର ନାମ ଦେଇଛି ବାର୍ଡ ଫ୍ଲାଟ୍‌। ଗାଜିଆବାଦରେ ତିଆରି ହୋଇଛି ଏହି ପ୍ରଥମ ମଲ୍ଟି ଷ୍ଟୋରି ଫ୍ଲାଟ୍‌। ଗାଜିଆବାଦ ବିକାଶ ପ୍ରାଧିକରଣ ପ୍ରଥମକରି ଏହି ପଦକ୍ଷେପ ନେଇଛି। ଏହି ବାର୍ଡ ଫ୍ଲାଟ୍‌ରେ ୬୦ଟି ପକ୍ଷୀ ରହିବା ପାଇଁ ବ୍ୟବସ୍ଥା କରାଯାଇଛି। ଚଢେଇଙ୍କୁ ପ୍ରାକୃତିକ ଅନୁଭୂତି ଦେବାପାଇଁ ଏହାକୁ ଏକ ଲମ୍ବା ଖମ୍ବରେ ଝୁଲାଇ ରଖାଯାଇଛି। ଆଉ ଏହି ଫ୍ଲାଟ୍‌ ଉପରେ ଖରା ଓ ବର୍ଷାରୁ ରକ୍ଷା କରିବା ଲାଗି ଛତା ବି ଲଗାଇଛି। ଏହାକୁ ତିଆରି କରିବାର ଲକ୍ଷ୍ୟ ଥିଲା ପ୍ରକୃତି ସହିତ ଆପାର୍ଟମେଣ୍ଟରେ ରହୁଥିବା ଲୋକଙ୍କୁ ନିକଟତର କରାଇବା। ଉକ୍ତ ବାର୍ଡ ଫ୍ଲାଟ ତିଆରି କରିବା ପାଇଁ ପ୍ରାୟ ୨ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି। ଏହାମଧ୍ୟରେ ପାଣି ଓ ପୁଲ୍‌ର ବ୍ୟବସ୍ଥା କରାଯାଇଛି। ନିୟମିତ ପାଣି ବଦଳାଇବା ସୁବିଧା ବି ରହିଛି। ଫ୍ଲାଟ୍‌ଟି କାଠ ଓ ଲୁହା ଫ୍ରେମ୍‌ରେ ତିଆରି।


Enter your email to get our daily news in your inbox.

All Right Reserved By Dharitri.Com

ଗାଁ ଦେଶର ମେରୁଦଣ୍ଡ

ଭାରତ ହେଉଛି ବିବିଧତାର ଦେଶ। ଯେତେବେଳେ ଦେଶର ସମଗ୍ର ବିକାଶ ବିଷୟରେ କଥା ଉଠେ, ସେତେବେଳେ ତୃଣମୂଳସ୍ତରରୁ ତାହା ଆରମ୍ଭ ହୋଇଥାଏ। କେବଳ କେନ୍ଦ୍ର ସରକାର...

୪ ବିଧାୟକଙ୍କ କଟିଲା ଟିକେଟ୍‌: ୬ରୁ ୫ ନୂଆମୁହଁ

ଭୁବନେଶ୍ୱର,୨୨।୪: ବିଜେଡିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ସୋମବାର ପ୍ରକାଶ କରିଛି। ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ଘୋଷଣା ହୋଇଥିବା...

ଶିବେଇ ସାମନ୍ତରାଙ୍କ ଚତୁରତା ଲୋକମୁଖରେ ଭିନ୍ନ ରୂପ ନେଲା

ଚୁମ୍ବକଶିଳା ବସାଯିବା ପରେ ତିନିଥର ବିଫଳ ହୋଇଥିବା କାର୍ଯ୍ୟ ସଫଳ ହୋଇଥିଲା। ସହସ୍ର ମଲ୍ଲ ସେଇ ଖୁସିରେ ପୁରସ୍କାର ଘୋଷଣା କରିଥିଲେ। ଧର୍ମପଦ ମନ୍ଦିର ଶିଖରରୁ...

ଜାଣନ୍ତୁ ବିଶ୍ୱ ପୁସ୍ତକ, କପିରାଇଟ୍‌ ଦିବସର ଇତିହାସ…

ପ୍ରତିବର୍ଷ ଏପ୍ରିଲ ୨୩ରେ ବିଶ୍ୱ ପୁସ୍ତକ ଏବଂ କପିରାଇଟ୍‌ ଦିବସ ପାଳନ କରାଯାଇଥାଏ। ସମୟ ବଦଳିବା ସହିତ କମ୍ପ୍ୟୁଟର ଏବଂ ଇଣ୍ଟରନେଟ୍‌ ବର୍ତ୍ତମାନ ପୁସ୍ତକ ବି...

୨୪ ଘଣ୍ଟାରେ ୨୬୦୦୦ ବସ୍‌ ଉଠ୍‌ ହୋଇ ଗିନିଜ ଓ୍ବାର୍ଲଡ ରେକର୍ଡ

ପିଲାଦିନେ ସ୍କୁଲରେ ପାଠ ପଢି ନ ଥିଲେ ଦଣ୍ଡ ଆକାରରେ ସାର୍‌ କହୁଥିଲେ ବସ୍‌ ଉଠ୍‌ ହେବା ପାଇଁ। ୩୦ ଥର ବସ୍‌ ଉଠ୍‌ ହେଲା...

ଉଛୁଳା ଭକ୍ତିର ଅନ୍ତରାଳେ….

ମା’ଛେଉଣ୍ଡ ମାଧବ ବାବୁ ଭଦ୍ରଲୋକରେ ଗଣାହେଲେ, ଯେବେଠୁଁ କଷ୍ଟକରି ଉଚ୍ଚଶିକ୍ଷା ଲାଭ କଲା ପରେ ଉଚ୍ଚ ପଦବୀଯୁକ୍ତ ଚାକିରି ପାଇଲେ। ତାଙ୍କର ସବୁଗୁଣ ଭଲ l...

ନିମାପଡ଼ାର ‘ମାଇପି ମେଳା’

ଗୁହାରିଆ ପଡ଼ିଲେ ମାନସିକ ପୂରଣ ହୋଇଥାଏ l ଅନ୍ଧବିଶ୍ୱାସ ହେଉ କି ବିଶ୍ୱାସ, ଏଭଳି ଏକ ପ୍ରଥା କିନ୍ତୁ ପ୍ରଚଳିତ ହୋଇଆସୁଅଛି କାହିଁ କେବେଠୁ। ପୁରାଣ...

ପ୍ରଥମ ରୋଜଗାର ବୋଉକୁ ଦେଇଥିଲି: ଲଳିତ କୁମାର

ମୋର ଜନ୍ମ ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ ଅନ୍ତର୍ଗତ ନନ୍ଦଳା ଗ୍ରାମରେ। ମାତା ପାର୍ବତୀ ସ୍ବାଇଁ ଓ ପିତା ଭିକାରୀ ସ୍ବାଇଁଙ୍କର ତିନିପୁଅଙ୍କ ଭିତରେ ମୁଁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri