ପ୍ରସୂତି, ଶିଶୁ ମୃତ୍ୟୁର କାରଣ ଖୋଜିବାକୁ ନିର୍ଦ୍ଦେଶ

ଛତ୍ରପୁର,୨୯ା୪(ଡି.ଏନ.ଏ.)-ଗଞ୍ଜାମ ଜିଲାରେ ଦିଆଯାଉଥିବା ସ୍ବାସ୍ଥ୍ୟ ସେବାର ଏକ ସମୀକ୍ଷା ବୈଠକ ରବିବାର ଛତ୍ରପୁରସ୍ଥିତ ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଥିଲା। ଏଥିରେ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଅଧ୍ୟକ୍ଷତା କରି ଜନସାଧାରଣଙ୍କୁ ଉତ୍ତମ ସେବା ଯୋଗାଇଦେବା ଉପରେ ଗୁରୁତ୍ୱାରୋପ କରିଥିଲେ। ଗତ ୩ ମାସ ମଧ୍ୟରେ ହସ୍ପିଟାଲରେ ମୃତ୍ୟୁ ହୋଇଥିବା ବ୍ୟକ୍ତିଙ୍କ ମଧ୍ୟରୁ ୨ ପ୍ରସୂତିିଙ୍କ ମୁତ୍ୟୁର କାରଣ ଖୋଜା ଯାଇଥିଲା। ସାନଖେମୁଣ୍ଡି ବ୍ଲକ ଆଡପଡା ଓ ଖଲ୍ଲିକୋଟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ମତ୍ୟୁ ହୋଇଥିବା ୨ ପ୍ରସୂତିଙ୍କ ସମ୍ପର୍କୀୟ, ମେଡିକାଲ ଅଫିସର, ଏଏନଏମଙ୍କୁ ଡାକି ଜିଲାପାଳ ମୃତ୍ୟୁର କାରଣ ପଚାରି ବୁଝିଥିଲେ। କେଉଁ ସ୍ତରରେ ଅବହେଳା ହୋଇଛି ଏବଂ କ’ଣ ପାଇଁ ମାତୃ ଓ ଶିଶୁର ମୃତ୍ୟୁ ହେଉଛି ସେ ସମ୍ପର୍କରେ ତଦନ୍ତ କରି ଏହାର ହାର କମାଇବାକୁ ଜିଲାପାଳ ନିର୍ଦ୍ଦେଶ ଦେଇଛନ୍ତିି। ଏଡ୍‌ସ ଉପରେ ନିୟନ୍ତ୍ରଣ ପାଇଁ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ କରିବା ଉପରେ ଜିଲାପାଳ ଗୁରୁତ୍ୱାରୋପ କରିଥିଲେ। ବିବାହ ପୂର୍ବରୁ ଉଭୟ ପୁରୁଷ ଓ ମହିଳା ନିଜଠାରେ ଏଚଆଇଭି ଅଛି କି ନାହିଁ ତା’ର ପରୀକ୍ଷା କଲେ ଏହା ନିୟନ୍ତ୍ରଣ ହୋଇପାରନ୍ତା ବୋଲି ଜିଲାପାଳ କହିଥିଲେ। ସେହିପରି ଅନ୍ୟ ରାଜ୍ୟରେ ଶ୍ରମିକ ଭାବେ କାମ କରୁଥିବା ବ୍ୟକ୍ତି ଘରକୁ ଫେରିଲେ ସେମାନଙ୍କର ମଧ୍ୟ ଏଚଆଇଭି ପରୀକ୍ଷା କରିବାକୁ ସ୍ତ୍ରୀମାନେ କହିବା ଆବଶ୍ୟକ। ତେବେ ଏ ସମ୍ପର୍କରେ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ କରିବାକୁ ସ୍ଥିର ହୋଇଥିଲା। ବିଭିନ୍ନ ସମସ୍ୟାକୁ ଗଣମାଧ୍ୟମ ସମ୍ମୁଖକୁ ଆଣିବାରେ ବଡ ଭୂମିକା ନିର୍ବାହ କରୁଛନ୍ତି। ଏଣୁ ଗଣମାଧ୍ୟମରେ ପ୍ରକାଶିତ ଖବରକୁ ସକାରାମତ୍କ ଦୃଷ୍ଟିରେ ଦେଖିବା ସହ ସମସ୍ୟା ସମାଧାନ କରିବାକୁ ଅବିଳମ୍ବେ ପଦକ୍ଷେପ ନେବା ପାଇଁ ଜିଲାପାଳ ପରାମର୍ଶ ଦେଇଛନ୍ତି। ସ୍ବାସ୍ଥ୍ୟ ଓ ଶ୍ରମ ବିଭାଗ ମିଳିତ ସହାୟତାରେ କେତେକ ପଞ୍ଚାୟତକୁ ନେଇ ପରାମର୍ଶ ମେଳା ଆୟୋଜନ ହେବ। ଜନସାଧାରଣଙ୍କୁ ସ୍ବାସ୍ଥ୍ୟ ସେବାରେ ଅଂଶୀଦାର କରାଯିବ। ଗତ ବର୍ଷ ୯୦ ପ୍ରତିଶତ ଟିକାକରଣ କାର୍ଯ୍ୟକ୍ରମ ହୋଇଛି। ଚଳିତ ବର୍ଷ ମଧ୍ୟ ଥିବା ଟିକାକରଣ ଲକ୍ଷ୍ୟ ପୂରଣ କରିବାକୁ ଜିଲାପାଳ କହିଥିଲେ। ଆବଶ୍ୟକତା ଅନୁସାରେ ୧୦୨ ଆମ୍ବୁଲାନ୍ସ ବିଭିନ୍ନ ସ୍ଥାନରେ ରଖିବାକୁ କୁହାଯାଇଥିଲା। ଆଶା ଓ ଏଏନ୍‌ଏମମାନଙ୍କୁ ବିଭିନ୍ନ ସଚେତନା କାର୍ଯ୍ୟକ୍ରମ ପାଇଁ ତାଲିମ ଦିଆଯିବ। ଅଂଶୁଘାତର ମୁକାବିଲା ପାଇଁ ସଚେତନତା କାର୍ଯ୍ୟକ୍ରମ ସହ ପ୍ରତି ସ୍ବାସ୍ଥ୍ୟକେନ୍ଦ୍ରରେ ସ୍ବତନ୍ତ୍ର ଶଯ୍ୟା, ଓଆରଏସ୍‌ ପ୍ୟାକେଟ୍‌ ଓ ଏସି ଲଗାଇବାକୁ କୁହାଯାଇଥିଲା। ବୈଠକରେ ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ବିଜୟ ପାଣିଗ୍ରାହୀ, ଅତିରିକ୍ତ ମୁଖ୍ୟ ଚିକିତ୍ସାଧିକାରୀ ଡା. ପି କୁର୍ମେୟା, ଡା. ସରୋଜିନୀ ଦେବୀ, ଅତିରିକ୍ତି ଏସ୍‌ପି ପତିତପାବନ ଚୌଧୁରୀ, ଡିପିଏମ୍‌ ଶ୍ୟାମ ସୁନ୍ଦର ତ୍ରିପାଠୀଙ୍କ ସମେତ ମେଡିକାଲ ଅଫିସର ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବର୍ଷା ପାଇଁ ଭଞ୍ଜନଗର ୱାଟର ପାର୍କବନ୍ଦ: ଜଳଭଣ୍ଡାରର ଜଳସ୍ତର ବୃଦ୍ଧି

ଭଞ୍ଜନଗର, ୫।୭ (ବାବୁଲା ପ୍ରଧାନ): ମୌସୁମୀ ବର୍ଷା ଆରମ୍ଭ ହେବା ସହ ଭଞ୍ଜନଗର ୱାଟର ପାର୍କରେ ପର୍ଯ୍ୟଟକଙ୍କ ସଂଖ୍ୟା ଯଥେଷ୍ଟ କମିଯାଇଛି। ଅନ୍ୟପକ୍ଷରେ ପରିଚାଳନା ଖର୍ଚ୍ଚ ବଢ଼ିବା…

ଗାଲେରୀ କାଳୀ ମନ୍ଦିରରୁ ବଡ଼ ଧରଣର ଚୋରି; କୋଟି କୋଟି ଟଙ୍କାର ଅଳଙ୍କାର ଲୁଟ୍‌

ଭଞ୍ଜନଗର, ୫।୭ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲାର ଭଞ୍ଜନଗର ଅଞ୍ଚଳରେ ଚୋରି ଓ ଡକାୟତି ଘଟଣା ଦିନକୁ ଦିନ ବଢ଼ୁଥିବା ବେଳେ ରବିବାର ସକାଳେ ଆଉ ଏକ…

ପୋଡ଼ମପେଟା ପରେ ଏବେ ଆର୍ଯ୍ୟପଲ୍ଲୀ: କୂଳ ଲଙ୍ଘୁଛି ସମୁଦ୍ର, ଚିନ୍ତାରେ ମତ୍ସ୍ୟଜୀବୀ ସମ୍ପ୍ରଦାୟ

ଛତ୍ରପୁର, ୫।୭ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାରେ ସମୁଦ୍ର କୂଳ କ୍ଷୟକୁ ନେଇ ଚିନ୍ତା ବଢ଼ିବାରେ ଲାଗିଛି। ପୋଡ଼ମପେଟା ସମେତ ବିଭିନ୍ନ ଉପକୂଳବର୍ତ୍ତୀ ଅଞ୍ଚଳରେ ସମୁଦ୍ର କୂଳ…

ଦେଶୀ, ବିଦେଶୀ ମଦ ଜବତ, ମହିଳାଙ୍କ ସମେତ ଅନ୍ୟ ଜଣେ ଅଭିଯୁକ୍ତ ଗିରଫ

ଦିଗପହଣ୍ଡି,୪ା୭(ଅଶେଷ ନାଥ ମିଶ୍ର): ଦେଶୀ ଓ ବିଦେଶୀ ମଦ କାରବାର ଅଭିଯୋଗରେ ପୋଲିସ ଜଣେ ମହିଳା ଓ ଜଣେ ପୁରୁଷଙ୍କୁ ଗିରଫ କରିଛି। ସେମାନେ ହେଲେ ସାନୁ…

ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ଛାତ୍ରୀ ଗୁରୁତର, ବିଧାୟକ ମେଡିକାଲରେ ପହଞ୍ଚି…

ଗଞ୍ଜାମ,୪ା୭(ବିଦ୍ୟାଧର ସାହୁ): ଗଞ୍ଜାମ ଥାନା ଅନ୍ତର୍ଗତ ଓ୍ବାର୍ଡ ନଂ ୧୧ ଦାମୋଦରପୁର ଗ୍ରାମର ଭାସ୍କର ବେହେରାଙ୍କ ଝିଅ ବିଜ୍ଞାନ ଛାତ୍ରୀ ସ୍ମୃତିମୟୀ ବେହେରା ଶନିବାର ଅପରାହ୍ନରେ ବିଦ୍ୟୁତ୍‌…

ବାହାଘର ଶୋଭାଯାତ୍ରାରେ ପୋଲିସ କନେଷ୍ଟବଳଙ୍କୁ ମରଣାନ୍ତକ ଆକ୍ରମଣ: ଅଭିଯୁକ୍ତ ଗଲେ ଜେଲ

ଦିଗପହଣ୍ଡି,୪|୭(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡ଼ି ପଞ୍ଚାୟତ ଝରିପଦର ଗ୍ରାମର ଏକ ବିବାହ ଶୋଭାଯାତ୍ରା ରେ ଶୁକ୍ରବାର ମଧ୍ୟାହ୍ନରେ ଜଣେ କନଷ୍ଟେବଳ…

ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ଭିତରକୁ ପ୍ରବେଶ ଉପରେ କଟକଣା: ଭୋକ ଉପାସରେ ପରିବାର, କ୍ଷୋବ ପ୍ରକାଶ କରି…

ଛତ୍ରପୁର, ୪।୭ (ଦିଲ୍ଲୀପି ସାମଲ): ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଜାରି କରାଯାଇଥିବା ସୂଚନା ଅନୁଯାୟୀ ଆଗାମୀ ଜୁଲାଇ ୫ ପର୍ଯ୍ୟନ୍ତ ଗଞ୍ଜାମ ଜିଲାରେ ଲଘୁଚାପ ଜନିତ…

ଲଗାଣ ବର୍ଷାରେ ଭୁଶୁଡ଼ିଲା ଭିଜିଲାନ୍ସ କାର୍ଯ୍ୟାଳୟ ପାଚେରି

ଛତ୍ରପୁର,୪ା୭(ଦିଲ୍ଲୀପ ସାମଲ): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପରେ ସମଗ୍ର ଗଞ୍ଜାମ ଜିଲା ବେହାଲ ହୋଇପଡ଼ିଛି। ଇତିମଧ୍ୟରେ ଛତ୍ରପୁର ପୌରପରିଷଦ ଅନ୍ତର୍ଗତ ଜାତୀୟ ରାଜପଥ ପାର୍ଶ୍ୱରେ ଥିବା ଭିଜିଲାନ୍ସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri