Posted inUncategorized

ପ୍ରଫେସର ଅନ୍ତର୍ଯ୍ୟାମୀ ଆଚାର୍ଯ୍ୟ ଥିଲେ ଜଣେ କର୍ତ୍ତବ୍ୟନିଷ୍ଠ ବୈଜ୍ଞାନିକ

ବୈଜ୍ଞାନିକମାନେ ସାଧାରଣତଃ ଉଦାର ମନୋଭାବ ସମ୍ପନ୍ନ ହୋଇଥାନ୍ତି, କିନ୍ତୁ ସେମାନଙ୍କ ସାମାଜିକ ସମ୍ପର୍କ ଥାଏ ସୀମିତ। କାରଣ ସେମାନେ ବିଜ୍ଞାନାଗାରର ଚାରିକାନ୍ଥ ମଧ୍ୟରେ ଗବେଷଣାରତ ରହିବାକୁ ଅଧିକ ପସନ୍ଦ କରନ୍ତି। କେବଳ କେହି କେହି ଥାଆନ୍ତି ଏଥିରୁ ବ୍ୟତିକ୍ରମ। ସେମାନେ ଗବେଷଣା ସହିତ ସମାଜସେବା ଏବଂ ଜନସମ୍ପର୍କ କ୍ଷେତ୍ରରେ ନିଜର ପାରଦର୍ଶିତା ପ୍ରଦର୍ଶନ କରିପାରିଥାନ୍ତି। ଏହା ଫଳରେ ସେମାନେ ବିଜ୍ଞାନକୁ ଜନସାଧାରଣଙ୍କ ନିକଟକୁ ନେବାରେ ସମର୍ଥ ହୁଅନ୍ତି। ପ୍ରଫେସର ଅନ୍ତର୍ଯ୍ୟାମୀ ଆଚାର୍ଯ୍ୟ ଥିଲେ ଏହିଭଳି ଜଣେ ବୈଜ୍ଞାନିକ।
ଜିଲାର ପୁରୁଷୋତ୍ତମପୁର ବ୍ଲକସ୍ଥିତ ଏକ ଅଖ୍ୟାତ ପଲ୍ଲୀ ଗ୍ରାମ ପ୍ରତାପପୁରରେ ୧୯୫୨ ମସିହା ଜାନୁୟାରୀ ୧୨ ତାରିଖରେ ସେ ନଟବର ଏବଂ ଶ୍ରୀମତୀ ଆଚାର୍ଯ୍ୟଙ୍କ କୋଳମଣ୍ଡନ କରି ଜନ୍ମଲାଭ କରିଥିଲେ। ସେ ଥିଲେ ତାଙ୍କର ୩ ଭାଇ ଏବଂ ୨ ଭଉଣୀଙ୍କ ମଧ୍ୟରେ ସର୍ବକନିଷ୍ଠ। ଅତି ବାଲ୍ୟକାଳରୁ ମାତାଙ୍କୁ ହରାଇଲା ପରେ ତାଙ୍କ ସମସ୍ତ ଲାଳନପାଳନ ଦାୟିତ୍ୱ ପଡ଼ିଥିଲା ପିତାଙ୍କ ଉପରେ। ଜଣେ ନୀତିବାଦି ଧର୍ମପରାୟଣ ବ୍ୟକ୍ତି ହିସାବରେ ସେ ପିଲାମାନଙ୍କୁ ଉପଯୁକ୍ତ ଶିକ୍ଷା ଦେବା ସଙ୍ଗେ ସଙ୍ଗେ ଉତ୍ତମ ମଣିଷ ହେବା ଲାଗି ଦିଗ୍‌ଦର୍ଶନ ଦେଇଥିଲେ, ଯାହାକି ପ୍ରସ୍ଫୁଟିତ ହୋଇଥିଲା ପ୍ରଫେସର ଆଚାର୍ଯ୍ୟଙ୍କ ଚରିତ୍ରରେ। ତାହାହିଁ ତାଙ୍କୁ ଜଣେ ବୈଜ୍ଞାନିକ ହେବା ସଙ୍ଗେ ସଙ୍ଗେ ସଫଳ ମଣିଷଟିଏ କରି ଗଢ଼ିଥିଲା।
ଗ୍ରାମ ଉଚ୍ଚ ବିଦ୍ୟାଳୟରୁ ୧୯୬୮ ମସିହାରେ କୃତିତ୍ୱର ସହ ମାଧ୍ୟମିକ ଏବଂ ୧୯୭୦ ମସିହାରେ ଖଲିକୋଟ ମହାବିଦ୍ୟାଳୟରୁ ବିଜ୍ଞାନରେ ଉଚ୍ଚ ମାଧ୍ୟମିକ ଶିକ୍ଷା ସମ୍ପନ୍ନ କଲାପରେ ସେ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ଅଧୀନ କୃଷି ମହାବିଦ୍ୟାଳୟରେ ଛାତ୍ର ରୂପେ ଯୋଗଦେଇଥିଲେ। ସେଠାରୁ ସେ ୧୯୭୪ ମସିହାରେ ସ୍ନାତକ ଏବଂ ୧୯୭୬ ମସିହାରେ ସୂତ୍ରକୀଟ ବିଜ୍ଞାନ ବା ନେମାଟୋଲୋଜିରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କଲେ। ତତ୍ପରେ ବାରିପଦାଠାରେ ଆରମ୍ଭ ହୋଇଥିବା ଜାତୀୟ କୃଷି ବିକାଶ ଯୋଜନାରେ ଗବେଷଣା ଅଧିକାରୀ ରୂପେ ଯୋଗଦେଲେ। ଏଥିରେ ତାଙ୍କୁ ନିୟୋଜିତ କରିବାକୁ ପଡ଼ିଥିଲା ତାଙ୍କ ବୈଜ୍ଞାନିକ କୃତିତ୍ୱ ସହିତ ସମାଜସେବାର ପରାକାଷ୍ଠା। କାରଣ ଏ ଯୋଜନାର ଲକ୍ଷ୍ୟ ଥିଲା ବିବିଧ ନୂତନ କିସମର ଅଧିକ ଅମଳକ୍ଷମ ଧାନ ତଥା ଅନ୍ୟାନ୍ୟ ଫସଲକୁ ଚାଷୀମାନଙ୍କ ନିକଟରେ ପହଞ୍ଚାଇବା ଏବଂ ତାଙ୍କୁ ଏହାର ଚାଷ ପାଇଁ ଆବଶ୍ୟକ ନୂତନ ଜ୍ଞାନକୌଶଳ ଶିକ୍ଷା ଦେବା। ଫଳରେ କୃଷି ସମ୍ପର୍କିତ ନୂତନ ପ୍ରଯୁକ୍ତିବିଦ୍ୟାକୁ ବିଜ୍ଞାନାଗାରରୁ କୃଷି କ୍ଷେତ୍ରକୁ ସ୍ଥାନାନ୍ତର କରିବାରେ ସେ ନିଜର ଏକ ବିଶିଷ୍ଟ ପରିଚୟ ସୃଷ୍ଟି କରିପାରିଥିଲେ। ଇତିମଧ୍ୟରେ ୧୯୮୧ ମସିହାରେ ତାଙ୍କର ବିବାହ ସମ୍ପନ୍ନ ହୋଇଥିଲା ସର୍ବଗୁଣସମ୍ପନ୍ନା ବିଷ୍ଣୁପ୍ରିୟାଙ୍କ ସହିତ। ଏହାପରେ ସେଠାରୁ ବଦଳି ହୋଇ ସେ ଭୁବନେଶ୍ୱରସ୍ଥିତ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର ଉଦ୍ଭିଦ ରୋଗ ନିଦାନ ବିଭାଗରେ ଆରମ୍ଭ ହୋଇଥିବା ପାନଚାଷ ଉପରେ ସର୍ବଭାରତୀୟ ଗବେଷଣା କାର୍ଯ୍ୟକ୍ରମରେ ସହ ଗବେଷକ ରୂପେ ଯୋଗଦେଲେ। ସେତେବେଳେ ଆମ ରାଜ୍ୟର ପାନବରଜଗୁଡ଼ିକ ବହୁଳଭାବେ ନାନାଦି ସୂତ୍ରକୀଟମାନଙ୍କ ଦ୍ୱାରା ସଂକ୍ରମିତ ହେଉଥାନ୍ତି। ତେଣୁ ସେ ସମଗ୍ର ରାଜ୍ୟ ଭ୍ରମଣକରି ତାହାର ସର୍ବେକ୍ଷଣ କଲେ। ସେଗୁଡ଼ିକୁ ଚିହ୍ନଟକରି ତାହାର ପ୍ରତିଷେଧକ ବ୍ୟବସ୍ଥା ସ୍ଥିରକଲେ। ପୁନଶ୍ଚ ଚେର ଗଣ୍ଠି ଖାଇଯାଉଥିବା ସୂତ୍ରକୀଟଙ୍କ ଉପରେ ଅଧ୍ୟୟନକରି ସେହି ଗବେଷଣାର ଫଳାଫଳ ଉପରେ ନିବନ୍ଧ ଲେଖି ଡକ୍ଟରେଟ୍‌ ଉପାଧି ଅର୍ଜନ କଲେ। ଏହାପରେ ତାଙ୍କୁ ସୂତ୍ରକୀଟ ବିଜ୍ଞାନ ବିଭାଗର ଆସୋସିଏଟ୍‌ ପ୍ରଫେସର ପଦକୁ ପଦୋନ୍ନତି ଦିଆଗଲା। ସେଠାରୁ ସେ ପ୍ରଫେସର ଏବଂ ବିଭାଗୀୟ ମୁଖ୍ୟ ରୂପେ କାର୍ଯ୍ୟ କରି ୨୦୧୨ ମସିହାରେ ସେବା ନିବୃତ୍ତ ହେଲେ।
ତଥା ଅନ୍ୟାନ୍ୟ ଫସଲରେ ଲାଗୁଥିବା ସୂତ୍ରକୀଟଙ୍କ ଉପରେ ଗବେଷଣା କ୍ଷେତ୍ରକୁ ପ୍ରଫେସର ଆଚାର୍ଯ୍ୟଙ୍କର ଅବଦାନ ଥିଲା ଉଲ୍ଲେଖନୀୟ। ଏ ସମ୍ପର୍କରେ ଗବେଷଣାରତ ଛାତ୍ରୀଛାତ୍ରଙ୍କୁ ଦିଗ୍‌ଦର୍ଶନ ଦେବା ସଙ୍ଗେ ସଙ୍ଗେ ସେ ବିବିଧ ସୁନାମଧନ୍ୟ ଗବେଷଣା ପତ୍ରିକାରେ ପ୍ରକାଶ କରିଥିଲେ ୪୦ଟିରୁ ଊର୍ଦ୍ଧ୍ୱ ଗବେଷଣାପତ୍ର। ଏହା ବ୍ୟତୀତ ଚାଷୀ ଏବଂ ସର୍ବସାଧାରଣଙ୍କୁ ଏ ବିଷୟରେ ସଚେତନ କରିବା ଲାଗି ମଧ୍ୟ ସେ ଅନେକ ଜନପ୍ରିୟ ପ୍ରବନ୍ଧ ରଚନା କରିଥିଲେ।
ଆଚାର୍ଯ୍ୟ ଥିଲେ ଜଣେ କର୍ତ୍ତବ୍ୟନିଷ୍ଠ ଶିକ୍ଷକ ଓ ଗବେଷକ ଏବଂ ପରୋପକାରୀ ସାମାଜିକ କର୍ମୀ। ସେ ଥିଲେ ଅଜାତଶତ୍ରୁ, କାରଣ ଶତ୍ରୁକୁ ମଧ୍ୟ ସ୍ନେହ ଦେଇ ଆପଣାର କରିବା କଳା ତାଙ୍କୁ ଜଣା ଥିଲା। ମସ୍ତିଷ୍କ ଅର୍ବୁଦ ହେତୁ ଦୀର୍ଘଦିନ ଧରି ଶଯ୍ୟାଶାୟୀ ହେଲା ପରେ ମାର୍ଚ୍ଚ ୩୧ ତାରିଖ ୨୦୧୯ରେ ସେ ସ୍ବର୍ଗାରୋହଣ କଲେ। ଫଳରେ ଆମ ରାଜ୍ୟ ହରାଇଲା ଜଣେ ବିଶିଷ୍ଟ କୃତବିତ୍‌ କୃଷିବିଜ୍ଞାନୀଙ୍କୁ । କୃଷକମାନେ ହରାଇଲେ ଜଣେ ପରାମର୍ଶଦାତାଙ୍କୁ ଏବଂ ସମାଜ ହରାଇଲା ପରକୁ ଆପଣାର କଲା ଭଳି ଆଦର୍ଶ ଚରିତ୍ରଧାରୀ ଜଣେ ଉଚ୍ଚକୋଟୀର ମଣିଷଙ୍କୁ।

ପ୍ର. ରମେଶ ଚନ୍ଦ୍ର ପରିଡ଼ା

-୧୨୪/୨୪୪୫,
ଖଣ୍ଡଗିରି ବିହାର, ଭୁବନେଶ୍ୱର,
ମୋ-୯୯୩୭୯୮୫୭୬୭


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?