Posted inଫୁରସତ

ପ୍ରଥମେ ଏହି ବହିର ହୋଇଥିଲା କପିରାଇଟ୍‌

ଜଣେ ଲେଖକଙ୍କ କାହାଣୀଙ୍କୁ କେହି କପି କରୁଥିଲେ ଏହାକୁ କେମିତି ରୋକାଯାଇ ପାରିବ ଆସନ୍ତୁ ଜାଣିବା ଏ ସମ୍ପର୍କରେ…

ପ୍ରଥମେ କେଉଁ ଦେଶରେ ଲାଗୁ କରାଯାଇଥିଲା କପିରାଇଟ୍‌ ଆକ୍ଟ:

୧୭୯୦ ମସିହାରେ ଯୁକ୍ତରାଷ୍ଟ୍ର ଆମେରିକାରେ କପିରାଇଟ୍‌ ଆକ୍ଟ ଲାଗୁ କରାଯାଇଥିଲା। ସେହି ମସିହା ଜୁନ୍‌ ୯ରେ ପ୍ରଥମେ ଯେଉଁ ବହିର କପିରାଇଟ୍‌ କରାଯାଇଥିଲା ତାହାର ନାଁ ହେଲା ‘The Philadelphia Spelling Book’।

କପିରାଇଟ୍‌ କ’ଣ : ନିଜେ ଲେଖିଥିବା ପୁସ୍ତକର ମାଲିକ ହେଉଛନ୍ତି ଲେଖକ। ମାତ୍ର ଏହାକୁ ଯଦି କେହି ଚୋରି କରି ଅର୍ଥାତ କପି କରି ନିଏ ତେବେ କପିରାଇଟ୍‌ ହୋଇଥିବା କୁହାଯାଏ। ଏହାକୁ ସୁରକ୍ଷିତ ରଖିବା ପାଇଁ କପିରାଇଟ୍‌ ଆକ୍ଟ ଲାଗୁ ହୋଇଛି। ଭାରତରେ ଏହି ଆକ୍ଟ ୧୯୫୭ରେ ଲାଗୁ କରାଯାଇଛି। ଏହି ଆକ୍ଟ ୬୦ ବର୍ଷ ପର୍ଯ୍ୟନ୍ତ ବଳବତ୍ତର ରହେ। ଲେଖକଙ୍କ ମୃତ୍ୟୁ ହେବାର ୬୦ ବର୍ଷ ପର୍ଯ୍ୟନ୍ତ ଏହି ଆକ୍ଟ ବୈଧ ଥାଏ। ଫଳରେ ଲେଖକ ଲେଖିଥିବା ପୁସ୍ତକ ଉପରେ ହକ୍‌ ରହିଥାଏ।

ନିଜ ଲେଖାକୁ କେମିତି କରିବେ କପିରାଇଟ୍‌ : ସରକାର କପିରାଇଟ୍‌ ସମ୍ବନ୍ଧିତ ଏକ ସାଇଟ୍‌ http://copyright.gov.in କୁ ଯାଇ ଏଥିରେ ଆବେଦନ କରିପାରିବେ।

କପିରାଇଟ୍‌ ରେଜିଷ୍ଟ୍ରେସନ ପାଇଁ ୯୦୪ ଫର୍ମ ପୂରଣ କରାଯାଏ।

ଆବେଦନ ସହିତ ଦେବାକୁ ପଡ଼ିଥାଏ ଏହି କାଗଜପତ୍ର :

ଅଭିଯୋଗର ପ୍ରମାଣପତ୍ର

ଲେଖାର ତିନି କପି

ପ୍ରକାଶକଙ୍କଠାରୁ ଅଭିଯୋଗର ପ୍ରମାଣପତ୍ର

ପ୍ରକାଶକଙ୍କ ନାମ, ଠିକଣା ଏବଂ ନାଗରିକତା

ପ୍ରକାଶଥାଉ କି, ଏପି୍ରିଲ ୨୩ରେ ବିଶ୍ୱ ପୁସ୍ତକ ଏବଂ କପିରାଇଟ୍‌ ଦିବସ ପାଳନ କରାଯାଇଥାଏ। ଏହିଦିନ ଉଇଲୟମ ସେକ୍ସପିଅରଙ୍କ ଦେହାନ୍ତ ହୋଇଥିଲା। ତାଙ୍କ ଜନ୍ମଦିବସକୁ ବିଶ୍ୱ କପିରାଇଟ୍‌ ଦିବସ ଭାବେ ପାଳନ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?