Posted inଫୁରସତ

ପ୍ରଥମ ଦରମା ଟଙ୍କା ଘରକୁ ପଠାଇଥିଲି: ଅବସରପ୍ରାପ୍ତ ଶାସନ ସଚିବ ଡ. ଇଂ ନନ୍ଦନନ୍ଦନ ଦାସ

ଅବସରପ୍ରାପ୍ତ ଶାସନ ସଚିବ ତଥା ସମାଜସେବୀ ଡ. ଇଂ ନନ୍ଦନନ୍ଦନ ଦାସ ନିଜ ପ୍ରଥମ ରୋଜଗାର ସମ୍ପର୍କରେ ଯାହା କୁହନ୍ତି…
ଭଦ୍ରକ ଜିଲା ବାଉଦପୁର ଗାଁରେ ମୋ ଜନ୍ମ। ବି.ଏମ୍‌ ବାଗୁରାଇ ଉଚ୍ଚ ବିଦ୍ୟାଳୟରୁ ଏକାଦଶ ପାସ୍‌ କରି ଭଦ୍ରକ କଲେଜରେ ଆଇ.ଏସ୍‌ସି ଓ ଗୋଟିଏ ବର୍ଷ ବି.ଏସ୍‌ସି ପଢ଼ିଲା ପରେ ବୁର୍ଲା ଇଂଜିନିୟରିଂ କଲେଜରେ ସିଭିଲ୍‌ ଇଂଜିନିୟରିଂ ପଢିଥିଲି। ସିଭିଲ୍‌ ଇଂଜିନିୟରିଂର ଫାଇନାଲ୍‌ ପରୀକ୍ଷା ଦେଇଥାଏ ହେଲେ ରେଜଲ୍ଟ ବାହାରି ନ ଥାଏ, ତା’ରି ଭିତରେ ମୋତେ ପୂର୍ତ୍ତ ବିଭାଗରେ ଓଭର୍‌ସିୟର୍‌ ଭାବେ ଚଣ୍ଡିଖୋଲରେ ନିଯୁକ୍ତି ମିଳିଗଲା। ଏହା ହେଉଛି ୧୯୬୫ ମସିହାର କଥା। ସେତେବେଳେ ୨୬୦ ଟଙ୍କା ଦରମା ପାଉଥିଲି। କିଛି ଟଙ୍କା ନିଜ ଖର୍ଚ୍ଚ ପାଇଁ ରଖି ବାକି ଟଙ୍କା ଘରକୁ ପଠାଉଥିଲି। କିଛିଦିନ ପରେ ରେଜଲ୍ଟ ବାହାରିଲା, ଆଉ ମୁଁ ଓଭରସିୟର୍‌ରୁ ଜୁନିୟର୍‌ ଇଂଜିନିୟର୍‌ ହୋଇ ଚଣ୍ଡିଖୋଲ ଓ ଗଡ଼ମଧୂପୁରରେ କାମ କଲି। ଏହାପରେ ଆସିଷ୍ଟାଣ୍ଟ ଇଂଜିନିୟର୍‌ ଭାବେ ପଦୋନ୍ନତି ପାଇ କେନ୍ଦ୍ରାପଡ଼ା, ବାଲିଚନ୍ଦ୍ରପୁର, କୁଜଙ୍ଗ ଓ ରାଉରକେଲାରେ କାମ କଲି। ତା’ପରେ ଆର୍‌ଇଓ ସଂସ୍ଥାକୁ ଆସିଷ୍ଟାଣ୍ଟ ଇଂଜିନିୟର୍‌ ଭାବେ ବଦଳି ହୋଇଗଲି ଆଉ ସେଠାରେ ୫ ବର୍ଷ କାମ କରି ପୁଣି ପୂର୍ତ୍ତ ବିଭାଗକୁ ଆସିଲି। ଏହାପରେ ହାଉସିଂ ବୋର୍ଡ ଡିପାର୍ଟମେଣ୍ଟରେ କିଛିଦିନ ଆସିଷ୍ଟାଣ୍ଟ ଇଂଜିନିୟର୍‌, ଆସିଷ୍ଟାଣ୍ଟ ଏକ୍‌ଜିକ୍ୟୁଟିଭ୍‌ ଇଂଜିନିୟର୍‌ ଓ ଏକ୍‌ଜିକ୍ୟୁଟିଭ୍‌ ଇଂଜିନିୟର୍‌ ଭାବେ କାମ କଲି। ତା’ପରେ ପୁଣି ପୂର୍ତ୍ତ ବିଭାଗର ଏଡିବି ପ୍ରୋଜେକ୍ଟର ସମ୍ବଲପୁର-ରାଉରକେଲା ରାସ୍ତାରେ ରେସିଡେଣ୍ଟ ଇଂଜିନିୟର୍‌ ଭାବେ କିଛିଦିନ କାମ କରି ପ୍ରମୋଶନ ପାଇ ପ୍ରୋଜେକ୍ଟ ଡାଇରେକ୍ଟର ହେଲି ଏବଂ ସେହି ପ୍ରୋଜେକ୍ଟକୁ ସମ୍ପୂର୍ଣ୍ଣ କଲି। ଏହାପରେ ପୁଣି ପ୍ରମୋଶନ ପାଇ ପଞ୍ଚାୟତିରାଜ ଡିପାର୍ଟମେଣ୍ଟରେ ପାଓ୍ବାର୍‌ ଅଫ୍‌ ଚିଫ୍‌ ଇଂଜିନିୟର୍‌, ଇଡ୍‌କୋରେ ଚିଫ୍‌ ଇଂଜିନିୟର୍‌ ଏବଂ ପୂର୍ତ୍ତ ବିଭାଗରେ ଇଂଜିନିୟର୍‌ ଇନ୍‌ ଚିଫ୍‌ ଭାବେ କିଛିଦିନ କାମ କରିବା ପରେ ପୂର୍ତ୍ତ ବିଭାଗର ଶାସନ ସଚିବ ହେଲି। ଆଉ ଏହି ପଦବୀରେ ଥାଇ ଶେଷରେ ୩୧ ଡିସେମ୍ବର, ୨୦୦୧ରେ ଚାକିରିରୁ ଅବସର ନେଲି। କର୍ମମୟ ଜୀବନରେ ରାସ୍ତା ଓ ବିଲ୍ଡିଂ ଉପରେ ଯେଉଁସବୁ ନିଜସ୍ବ ନୂତନ ଉଦ୍ଭାବନ କରିଥିଲି, ଅବସର ପରେ ସେହି ବିଷୟ ଯଥା ‘ରୋଡ୍‌’, ‘ବିଲ୍ଡିଂ ଆଣ୍ଡ ଡିଜାଷ୍ଟର୍‌’ ଉପରେ ୨ଥର ପିଏଚ୍‌.ଡି ପାଇଲି। ତା’ସହିତ ଡି.ଏସ୍‌ସି ଇନ୍‌ ସିଭିଲ୍‌ ଇଂଜିନିୟରିଂ ମଧ୍ୟ ପାଇଥିଲି। ଏହାଛଡ଼ା ବିଭିନ୍ନ ଜର୍ନାଲ୍‌ ପାଇଁ ରିସର୍ଚ୍ଚ ଆର୍ଟିକିଲ୍‌ ଲେଖିବା ସହ ବିଭିନ୍ନ ସମାଜ ମଙ୍ଗଳ କାର୍ଯ୍ୟରେ ନିଜକୁ ସାମିଲ କରି ସୋସିଆଲ୍‌ ଓ୍ବାର୍କ୍‌ରେ ଡି.ଲିଟ୍‌ ଏବଂ ପୋଷ୍ଟ ଡକ୍ଟୋରାଲ୍‌ ଫେଲୋଶିପ୍‌ କେ.ସି ଇଣ୍ଟର ନ୍ୟାସନାଲ୍‌ ୟୁନିର୍ଭସିଟି, ସାଉଥ୍‌ କୋରିଆରୁ ପାଇଲି। ଆଉ ଏବେ ପିପୁଲ୍ସ ଓ୍ବେଲଫେୟାର୍‌ ସଜେଶନ୍‌ ଫୋରମ୍‌ର ଚେୟାର୍‌ମ୍ୟାନ୍‌, ଓଡ଼ିଶା ଦୁର୍ନୀତି ସଂଘର୍ଷ ମଞ୍ଚର ଚେୟାର୍‌ମ୍ୟାନ୍‌ ତଥା ଇଣ୍ଡିଆନ୍‌ ବିଲ୍ଡିଂ କଂଗ୍ରେସ୍‌ର ଆଡ୍‌ଭାଇଜର୍‌ ଭାବେ ଦାୟିତ୍ୱ ତୁଲାଉଅଛି। ତା’ଛଡ଼ା ପୋସ୍କୋର କନ୍‌ସଲ୍‌ଟାଣ୍ଟ, ୟୁକେ କମ୍ପାନୀ ମଟ୍ଟ ମାକ୍‌ଡୋନାଲ୍ଡର ଟିମ୍‌ ଲିଡର୍‌ ଭାବେ ବି କିଛିଦିନ ଦାୟିତ୍ୱ ତୁଲାଇଥିଲି। ସେହିପରି ହାଇଦ୍ରାବାଦ୍‌-ବାଙ୍ଗାଲୋର୍‌ ରାସ୍ତାର ଡିପିଆର୍‌, ଗାଜିୟାବାଦ୍‌-ଆଲିଗଡ଼ ରାସ୍ତାର ଡିପିଆର୍‌ ଏବଂ ନୟାଗଡ଼-ବଲାଙ୍ଗୀର ରାସ୍ତାର ଡିପିଆର୍‌ ବି ମୁଁ ପ୍ରସ୍ତୁତ କରିଥିଲି। ଏ ସମସ୍ତ ଉଲ୍ଲେଖନୀୟ କାମ ପାଇଁ ମୋତେ ରାଷ୍ଟ୍ରୀୟ ଗୌରବ ପୁରସ୍କାର ମିଳିବା ସହ ଇନ୍‌ଷ୍ଟିଚ୍ୟୁଶନ୍‌ ଅଫ୍‌ ଇଂଜିନିୟର୍ସ ତରଫରୁ ୬ଥର ଗୋଲ୍ଡ ମେଡାଲ୍‌ ବି ମିଳିଛି। ସେହିପରି ମୋ ଲିଖିତ ୬ଟି ପୁସ୍ତକ (ଗ୍ଲୋବାଲ୍‌ ପିସ୍‌, ଫାଇନ୍‌ ଟ୍ୟୁନିଂ ଅଫ୍‌ ରୋଡ୍‌ ଆଣ୍ଡ ବିଲ୍ଡିଂ ପ୍ରୋଜେକ୍ଟସ୍‌, ରିଲିଜିଅନ୍‌ ହ୍ୟୁମାନିଟି, ଅମୂଲ୍ୟ ରତ୍ନର ମାଳା, ଜାଗ ଭାରତବାସୀ ସମୟ କମ୍‌, ମାନବ ଧର୍ମ)ପ୍ରକାଶିତ ହେବା ପରେ ମୁଁ ବହୁ ପାଠକୀୟ ପ୍ରଶଂସା ପାଇଛି। ତନ୍ମଧ୍ୟରୁ ଗ୍ଲୋବାଲ୍‌ ପିସ୍‌ ପୁସ୍ତକଟିକୁ ନଭେମ୍ବର ୨୦୧୭ରେ ମୁଁ ପ୍ରାୟ ୧୭୦ ଦେଶର ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ପାଖକୁ ପଠାଇଥିଲି। ଉକ୍ତ ପୁସ୍ତକରେ ଲେଖାଥିବା ଉପାଦେୟ ତଥ୍ୟ ଗୁଡ଼ିକୁ ପଢି ଏବେ ନର୍ଥ ଓ ସାଉଥ୍‌ କୋରିଆ ଶତ୍ରୁତା ଭାବ ଭୁଲି ପରସ୍ପର ମଧ୍ୟରେ ବନ୍ଧୁତା ଭାବ ସ୍ଥାପନା କରିବା ସଙ୍ଗେ ସଙ୍ଗେ ଆମେରିକା ସହିତ ଗ୍ଲୋବାଲ୍‌ ପିସ୍‌ ପାଇଁ ନର୍ଥ କୋରିଆ ମଧ୍ୟ ଆଗେଇ ଆସିଲାଣି, ଯାହା ମୋ ପାଇଁ ଏକ ଗର୍ବର ବିଷୟ। ତା’ଛଡ଼ା ୟା’ ଭିତରେ ମୁଁ ପ୍ରାୟ ୨୫ଟି ଦେଶ ଭ୍ରମଣ କରିବା ସହ ନେପାଳ ଓ ଭାରତରେ ଅନେକ ଅନ୍ତର୍ଜାତୀୟ ସେମିନାର୍‌ରେ ଆର୍ଟିକିଲ୍‌ ପରିବେଷଣ ମଧ୍ୟ କରିସାରିଛି। ସେହିପରି ପୃଥିବୀ ସୂର୍ଯ୍ୟଙ୍କଠାରୁ ବାହାରିବା ପରେ କାହିଁକି ବିପରୀତ ଦିଗରେ ବୁଲି ଦିନରାତି ହୁଏ, ତା’ର କାରଣ ଉଦ୍ଭାବନ କରି ଭୁବନେଶ୍ୱରସ୍ଥିତ ପ୍ଲାନେଟୋରିୟମ୍‌କୁ ହସ୍ତାନ୍ତର କରିଛି। ଏହିପରି ଅନେକ ବୈଜ୍ଞାନିକ ପଦ୍ଧତି ଆବିଷ୍କାର ପାଇଁ ଇଣ୍ଡିଆ ଫାଷ୍ଟ ମାଗାଜିନ୍‌ ମୋତେ ‘ମ୍ୟାନ୍‌ ଅଫ୍‌ ସାଇନ୍ସ ଆଣ୍ଡ ସେନ୍ସ’ ନାମିତ କରିଛି। ଏସବୁ ବ୍ୟତୀତ ବିଭିନ୍ନ ପ୍ରକାର ଫସିଲ୍‌, କୋରାଲ୍‌ ଓ କ୍ରିଷ୍ଟାଲ୍‌କୁ ନେଇ ମୋର ଏକ କ୍ଷୁଦ୍ର ସଂଗ୍ରହାଳୟ ମଧ୍ୟ ରହିଛି। ସେହିପରି ମୁଁ ଜଣେ ଭଲ ପହଁରାଳି। ଭିନ୍ନଭିନ୍ନ ସମୟରେ ପାଣିରେ ବୁଡି ଯାଉଥିବା ୪ ଜଣ ନିରୀହ ବ୍ୟକ୍ତିଙ୍କର ଜୀବନ ମୁଁ ବଞ୍ଚାଇଛି। ମିଛ କହିବା ଓ ଭୁଲ୍‌ କାମ କରିବା ମୋ ନୀତି ବିରୋଧ। ତେଣୁ ଆଜି ମୁଁ ଯେଉଁ ସ୍ଥାନରେ ପହଁଞ୍ଚତ୍ଛି ତା’ ପଛରେ ମୋ ନିଷ୍ଠା, ଆଦର୍ଶ ଓ ଭଗବାନଙ୍କର ଆଶୀର୍ବାଦକୁ ଶ୍ରେୟ ଦେବି।
-ଅମ୍ବ୍ରିତା


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?