ପ୍ରତିରୋଧ ଲାଗି ଜୋର୍‌ଦାର ପ୍ରୟାସ

କାମାକ୍ଷାନଗର/ଭୁବନ, ୨୨।୩(ଡି.ଏନ.ଏ.) – ଭାରତରେ କାୟାବିସ୍ତାର କରୁଛି କରୋନା ଭାଇରସ୍‌। ଏହାକୁ ରୋକିବାକୁ ଏବେ ଉଭୟ ରାଜ୍ୟ ଏବଂ କେନ୍ଦ୍ର ସରକାର ଗୁରୁତ୍ୱ ଦେଉଥିବାବେଳେ ସଂକ୍ରମଣ ପ୍ରତିହତ କରିବାକୁ ସବୁସ୍ତରରେ ଉଦ୍ୟମ ଆରମ୍ଭ ହୋଇଛି। ଏ ନେଇ ପ୍ରତିଦିନ ନୂଆ ଗାଇଡ୍‌ ଲାଇନ୍‌ ଜାରି ହେଉଛି। ଏହାକୁ ଜନମାନସରେ ପ୍ରଚାର କରିବା ଦାୟିତ୍ୱ ନେଇଛନ୍ତି ପ୍ରଶାସନିକ ଅଧିକାରୀ। ଅନ୍ୟପଟେ କରୋନାକୁ ନେଇ ଏବେ ଗଁ।ଠୁ ସହର ଯାଏ ଏକ ପ୍ରକାର ଅସ୍ବାଭାବିକ ମାହୋଲ ସୃଷ୍ଟି ହୋଇଛି। ସମସ୍ତଙ୍କ ମନରେ ଦ୍ୱନ୍ଦ୍ୱ ଏବଂ ଆଶଙ୍କା। ଏପରି ପରିସ୍ଥିତିର ମୁକାବିଲା କରିବାକୁ କରିବାକୁ ପିଲାଠୁ ବୟସ୍କ ଯାଏ ସଚେତନ ରହିବା ଜରୁରୀ ବୋଲି ଆହ୍ବାନ ଦିଆଯାଉଛି।
ସରକାରୀ ଗାଇଡ୍‌ ଲାଇନ୍‌ ଜାରି କରାଯିବା ପରେ କାମାକ୍ଷାନଗର ବ୍ଲକ ସଦରରେ ଶନିବାର ହାତ ଗଣତି ଗ୍ରୋସରି, ଔଷଧ ଦୋକାନକୁ ବାଦ୍‌ ଦେଲେ ଅନ୍ୟ ସବୁ ବ୍ୟବସାୟିକ ପ୍ରତିଷ୍ଠାନ ବନ୍ଦ ରହିଥିଲା। ଥାନାଧିକାରୀ ଅଭିନବ ଡାଳୁଆ ସଦଳବଳ ସହରରେ ପଇଁତରା ମାରି ବ୍ୟବସାୟୀଙ୍କ ସହ ଆଲୋଚନା କରିଥିଲେ। ପ୍ରଶାସନର ନିଷ୍ପତ୍ତିକୁ ସମ୍ମାନ ଜଣାଇ ସମସ୍ତେ ଦୋକାନ ବନ୍ଦ କରିଥିଲେ। କର୍ମଚାରୀ ଆସୁ ନ ଥିବାରୁ ସରକାରୀ କାର୍ଯ୍ୟାଳୟ ଖଁ। ଖଁ। ଲାଗୁଥିଲା। ବିଜୁ ପଟ୍ଟନାୟକ ବସ୍‌ଷ୍ଟାଣ୍ଡରେ ହାତଗଣତି ବସ୍‌ ଯାତ୍ରୀଶୂନ୍ୟ ଥିଲା। କେବଳ ସ୍ବାସ୍ଥ୍ୟକେନ୍ଦ୍ରକୁ ବାଦ୍‌ଦେଲେ ସାରା ସହର ଦିନସାରା ଜନଶୂନ୍ୟ ଲାଗୁଥିଲା। ପ୍ରଶାସନ ପକ୍ଷରୁ ଉପଜିଲାପାଳ ଇଂ. ବିଷ୍ଣୁପ୍ରସାଦ ଆଚାର୍ଯ୍ୟ ବ୍ୟବସାୟୀ, ଯାତ୍ରୀଙ୍କୁ କରୋନା ପ୍ରତିରୋଧୀ ବ୍ୟବସ୍ଥା ସମ୍ପର୍କରେ ଅବଗତ କରାଇଥିଲେ। ତହସିଲଦାର ସଞ୍ଜୟ ରାଉତ, ବିଡିଓ ବିକାଶ ମହାନ୍ତି, ଥାନାଧିକାରୀ ଅଭିନବ ଡାଳୁଆ, ଏନ୍‌ଏସି ନିର୍ବାହୀ ଅଧିକାରୀ ବିରଜା ପ୍ରସାଦ ରଥ ପ୍ରମୁଖ ଉପସ୍ଥିତ ଥିଲେ।
ସେହିପରି ଭୁବନରେ ପ୍ରଶାସନ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ ହାତକୁ ନିଆଯାଇଛି।
ଦୋକାନ ବଜାରରେ ଅଧିକ ଗହଳି ନ କରିବା, ମାସ୍କ ବ୍ୟବହାର, ପରିଷ୍କାର ପରିଚ୍ଛନ୍ନ ରହିବା ନେଇ ତହସିଲଦାର ଶକ୍ତିକାନ୍ତ ରାଏ, ବିଡିଓ ଆଶୀର୍ବାଦ ପରିଡ଼ା, ଥାନାଧିକାରୀ ନିର୍ମଳା ଗୋଚ୍ଛାୟତ, ଏନ୍‌ଏସି ନିର୍ବାହୀ ଅଧିକାରୀ ପ୍ରମୋଦ ବରାଳ ପ୍ରମୁଖ ଜନତାଙ୍କୁ ସଚେତନ କରାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭ୍ରମରପୁର ସ୍କୁଲରେ ଶିକ୍ଷକ ବଦଳି ବାତିଲ ଦାବିରେ ଜେନ୍ ଆଲଫାଙ୍କ ଆନ୍ଦୋଳନ, ସ୍କୁଲ ସମ୍ମୁଖରେ ଉତ୍ତେଜନା            

ଦିଗପହଣ୍ଡି,୮|୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଭ୍ରମରପୁର ଗ୍ରାମ ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ଭାଗବତ ପ୍ରସାଦ ନାୟକଙ୍କୁ ଚୌଧୁରୀ ଟିକରପଡ଼ା ଗ୍ରାମ ବିଦ୍ୟାଳୟକୁ…

ଘରେ କରୁଥିଲେ କାମ: ବିଦ୍ୟୁତ୍‌ ଆଘାତରେ ଚାଲିଗଲା ଦିନ ମଜୁରିଆଙ୍କ ଜୀବନ

କୁଆଁରମୁଣ୍ଡା,୮।୯(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜଲା ବୀରମିତ୍ରପୁର ଥାନା କୁଆଁରମୁଣ୍ଡା ଫାଣ୍ଡି ଅନ୍ତର୍ଗତ ଚୁଟିଆଟୋଲି ଗ୍ରାମ ରୀତା ତିର୍କୀଙ୍କ ଘର ସେଣ୍ଟ୍ରିଂ କାମ କରୁଥିବା ବେଳେ ମଙ୍ଗଳବାର…

ବୁଧଙ୍କ ନକ୍ଷତ୍ର ପରିବର୍ତ୍ତନରେ ୩ ରାଶି ହେବେ ଭାଗ୍ୟଶାଳୀ; କ୍ୟାରିୟରରେ ବଡ଼ ଅଫର୍‌, ଘରକୁ ଆସିବ ଟଙ୍କା!

ବୈଦିକ ଜ୍ୟୋତିଷରେ ବୁଧ ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଗ୍ରହ, ଯିଏକି ପ୍ରତ୍ୟକ୍ଷ ଭାବରେ ଜୀବନକୁ ଗଭୀର ଭାବେ ପ୍ରଭାବିତ କରନ୍ତି। ଜ୍ୟୋତିଷଙ୍କ ଅନୁଯାୟୀ, ବୁଧ ଗ୍ରହ ମାନସିକ…

କମ୍‌ ବୟସରେ ଧନୀ ହୁଅନ୍ତି ଏହି ୩ ରାଶିର ଲୋକ: ମା’ ଲକ୍ଷ୍ମୀଙ୍କ ରହିଥାଏ ବିଶେଷ କୃପା, କେବେ ରହେନି ଅଭାବ!

ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ୧୨ଟି ରାଶି ଓ ୨୭ଟି ନକ୍ଷତ୍ରର ବର୍ଣ୍ଣନା ରହିଛି। ପ୍ରତ୍ୟେକ ରାଶି ଉପରେ କୌଣସି ନା କୌଣସି ଗ୍ରହଙ୍କ ଆଧିପତ୍ୟ ରହିଥାଏ। ତେଣୁ…

ମୋଦିଙ୍କ କାର୍ଯ୍ୟକ୍ରମ ସ୍ଥଳରୁ ବନ୍ଧୁକ ସହ ଧରାପଡିଲେ ୨ ସନ୍ଦିଗ୍ଧ

ମୁମ୍ବାଇ,୮।୯: ମୁମ୍ବାଇର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯେଉଁଠାରେ ଏକ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଉଛନ୍ତି ସେହି ସ୍ଥାନ ନିକଟରୁ ଦୁଇଜଣଙ୍କୁ ଅଟକ ରଖାଯାଇଛି। ସେମାନଙ୍କ ମଧ୍ୟରୁ ଜଣଙ୍କଠାରୁ ଏକ…

ବର୍ଷକୁ ବ୍ୟାଙ୍କରେ କେତେ କ୍ୟାଶ୍‌ ଜମା କରିପାରିବେ? ଜାଣନ୍ତୁ ନିୟମ

ନୂଆଦିଲ୍ଲୀ,୮।୯: ସଞ୍ଚୟ ଖାତାରେ (Savings Account) ନଗଦ ଟଙ୍କା ଜମା କରିବା ଏକ ସାଧାରଣ ପ୍ରକ୍ରିୟା, କିନ୍ତୁ ଆପଣ ଜାଣନ୍ତି କି ଏକ ନିର୍ଦ୍ଦିଷ୍ଟ ସୀମାରୁ ଅଧିକ…

ବାଘ ଛାଲ ଡିଲ୍‌ ବେଳେ ମାଡ଼ି ବସିଲା ଗୁଜରାଟ ଟିମ୍‌

ଜୟପୁର,୮।୯: ଗୁଜରାଟର ସ୍ବତନ୍ତ୍ର ଡିଆର୍‌ଆଇ ଟିମ୍‌କୁ ଓଡ଼ିଶାରେ ଏକ ବଡ଼ ସଫଳତା ମିଳିଛି। ଡିଆର୍‌ଆଇ ଟିମ୍‌ ଜୟପୁରରେ ଚଢ଼ାଉ କରି ଏକ କଲରା ପତରିଆ ବାଘ ଛାଲ…

ସରିଗଲା ଡେଡ୍‌ଲାଇନ୍‌; ଏବେ ଆଉ ମିଳିବନି ସିଲିଣ୍ଡର? ଶୀଘ୍ର କରନ୍ତୁ ଏହି କାମ…

ନୂଆଦିଲ୍‌ଲୀ,୮।୯: LPG ଗ୍ୟାସ ସିଲିଣ୍ଡରର ନୂଆ କନେକସନ ଉପରେ ଏବେ ମଧ୍ୟ ରୋକ ଲାଗି ରହିଛି। ଅନ୍ୟପଟେ ନିକଟରେ ସରକାରଙ୍କ ପକ୍ଷରୁ କୁହାଯାଇଥିଲା ଯେ ନକଲି କନେକସନକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri