ପେଟ୍ରୋଲ ପମ୍ପ୍‌, ଫାଇନାନ୍ସ ସଂସ୍ଥାକୁ ସଚେତନ କଲା ପୋଲିସସିସି କ୍ୟାମେରା ଲଗାଇବାକୁ ପରାମର୍ଶ

ଛତ୍ରପୁର,୨୮ା୫(ଡି.ଏନ.ଏ) -ବିଭିନ୍ନ ମାଇକ୍ରୋ ଫାଇନାନ୍ସ ସଂସ୍ଥା ଓ ପେଟ୍ରୋଲ ପମ୍ପର ଟଙ୍କା ବ୍ୟାଙ୍କକୁ ଜମା କରିବାକୁ ନେବାବେଳେ ସତର୍କତା ଅବଲମ୍ବନ କରିବାକୁ ଛତ୍ରପୁର ଥାନା ପୋଲିସ ପକ୍ଷରୁ ସଚେତନ କରାଯାଇଛି। ଥାନା ଇଲାକାରେ ଥିବା ୧୩ଟି ପେଟ୍ରୋଲ ପମ୍ପର ଅଧିକାରୀ ଓ ମାଇକ୍ରୋ ଫାଇନାନ୍ସ ସଂସ୍ଥାର ଅଧିକାରୀ ଓ କର୍ମଚାରୀଙ୍କୁ ଡକାଇ ସୋମବାର ସନ୍ଧ୍ୟାରେ ଛତ୍ରପୁର ଥାନାରେ ସଚେତନ କରାଯାଇଛି ା ଛତ୍ରପୁର ଏସଡିପିଓ ଉକତ୍ଳ କେଶରୀ ଦାଶ, ଥାନା ଆଇଆଇସି ପ୍ରିୟସ ରଞ୍ଜନ ଛୋଟରାୟ, ସେକେଣ୍ଡ ଅଫିସର ପ୍ରମୁଖ ଏଥିରେ ଉପସ୍ଥିତ ଥିଲେ ା ଟଙ୍କା ଜମା କରିବାକୁ ଗଲାବେଳେ ଏବଂ ପେଟ୍ରୋଲ ପମ୍ପ ଓ ମାଇକ୍ରୋ ଫାଇନାନ୍ସ ସଂସ୍ଥାରେ କ’ଣ ସବୁ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିବେ ସେ ସମ୍ପର୍କରେ ବିସ୍ତୃତ ଭାବେ ବୁଝାଇ ଦିଆଯାଇଥିଲା। ସୁରକ୍ଷା ଦୃଷ୍ଟିରୁ ସମସ୍ତ ପେଟ୍ରୋଲ ପମ୍ପ ଓ ମାଇକ୍ରୋ ଫାଇନାନ୍ସ ସଂସ୍ଥାରେ ହାଇ ରେଜୁଲେଶନର ସିସି କ୍ୟାମେରା ଲଗାଇବା ବାଧ୍ୟତାମୂଳକ ବୋଲି କୁହାଯାଇଥିଲା ା ଏହା କରାଗଲେ କୌଣସି ଆପରାଧୀକ କାର୍ଯ୍ୟକଳାପ ହେଲେ ଅଭିଯୁକ୍ତଙ୍କୁ ଚିହ୍ନଟ କରିବାରେ ପୋଲିସକୁ ସହଜ ହେବ। ଟଙ୍କା ଜମା କରିବାକୁ ବ୍ୟାଙ୍କକୁ ଗଲାବେଳେ ସୁରକ୍ଷା କର୍ମୀଙ୍କ ସହ ଦାୟିତ୍ୱବାନ ଅଧିକାରୀ କିମ୍ବା କର୍ମଚାରୀଙ୍କୁ ପଠାଇବାକୁ ନିର୍ଦ୍ଦେଶ ଦିଆଯାଇଛି ା ଅନ୍ୟପକ୍ଷରେ କ୍ୟାସଲେଶ୍‌ କାରବାର ଉପରେ ଗୁରୁତ୍ୱ ଦେବାକୁ ପୋଲିସ ପକ୍ଷରୁ ପରାମର୍ଶ ଦିଆଯାଇଛି। ଆବଶ୍ୟକସ୍ଥଳେ ପୋଲିସକୁ ଜଣାଇବାକୁ କୁହାଯାଇଛିା ସନ୍ଧ୍ୟାରେ ବ୍ୟାଙ୍କକୁ ଟଙ୍କା ଜମା କରିବାକୁ ନ ଯିବା ପାଇଁ ପେଟ୍ରୋଲ ପମ୍ପ ମାଲିକ ଓ ମାଇକ୍ରୋ ଫାଇନାନ୍ସ ସଂସ୍ଥାର ଅଧିକାରୀଙ୍କୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ହତ୍ୟା ଉଦ୍ୟମ ଘଟଣା: ଅଭିଯୁକ୍ତ ଗଲେ ଜେଲ , ମନ୍ଦିର ପରିବେଶ ସଫା କାହିଁକି କଲ ନାହିଁ ବୋଲି ଗାଳି କରି…

ଦିଗପହଣ୍ଡି,୧୪|୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଗଙ୍ଗାପୁର ଗ୍ରାମର ଶିବରାମ ସାହୁ ତାଙ୍କ ଗ୍ରାମର ବିଦେଶୀ ସାହୁଙ୍କୁ ମରଣାନ୍ତକ ଆକ୍ରମଣ କରି ହତ୍ୟା ଉଦ୍ୟମ…

ବିଭାଜନ ବିଭୀଷିକା ସ୍ମୃତି ସଭାରେ ଯୋଗଦେଲେ ଆଇନ ମନ୍ତ୍ରୀ

ଛତ୍ରପୁର, ୧୪।୮ (ଦିଲ୍ଲୀପ ସାମଲ/ଦ୍ୱାରକା ପଟ୍ଟନାୟକ): ୧୯୪୭ ମସିହାରେ ଭାରତ ସ୍ୱାଧୀନତା ପାଇବା ପୂର୍ବରୁ ଦେଶ ବିଭାଜନ ସମୟରେ ଘଟିଥିବା ବିଭୀଷିକା ଓ ଦୁଃଖଦ ଘଟଣାଗୁଡ଼ିକର ସ୍ମୃତିରେ…

ଛାତ୍ର କଂଗ୍ରେସର ରାଜ୍ୟ ସାଧାରଣ ସମ୍ପାଦକଙ୍କୁ ଆକ୍ରମଣ ଅଭିଯୋଗ

ଛତ୍ରପୁର, ୧୪ା୮ (ଦିଲ୍ଲୀପ ସାମଲ): ଛାତ୍ର କଂଗ୍ରେସର ରାଜ୍ୟ ସାଧାରଣ ସମ୍ପାଦକ ଚକ୍ରପାଣି ପୋଲାଇଙ୍କୁ ଆକ୍ରମଣର ଧମକ ମିଳିଥିବା ଅଭିଯୋଗ ହୋଇଛି। ଏନେଇ ଚକ୍ରମଣିଙ୍କ କହିବା ଅନୁସାରେ,…

ଘରେ ପଶି ମହିଳାଙ୍କୁ ଅସଦାଚରଣ ମାମଲା: ଅଭିଯୁକ୍ତଙ୍କୁ ଏମିତି ରାୟ ଶୁଣାଇଲେ….

ଦିଗପହଣ୍ଡି,୧୪|୮(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ସିଭିଲ କୋର୍ଟ ସିନିୟର ଡିଭିଜନ କୋର୍ଟରେ ଏକ ମାମଲାର ଚୂଡାନ୍ତ ଶୁଣାଣି ହୋଇଛି। ଗତ ୨ ବର୍ଷ…

ଦିଗପହଣ୍ଡି ସବଜେଲ କ୍ୱାଟର୍ସରୁ ମିଳିଲା ୱାର୍ଡରଙ୍କ ମୃତଦେହ, ଡ୍ୟୁଟିକୁ ନ ଯିବାରୁ ବଢ଼ିଲା …

ଦିଗପହଣ୍ଡି,୧୪|୮(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ସାହାସପୁର ଗ୍ରାମ ନିକଟ ଦିଗପହଣ୍ଡି ସବଜେଲ କ୍ୱାଟର୍ସରୁ ଶୁକ୍ରବାର ସନ୍ଧ୍ୟାରେ ଜଣେ ଜେଲ ୱାର୍ଡରଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକ…

ଘୁମୁସର ସ୍ବର ଶୁଣିବେ ଶ୍ରୋତା, ‘ରେଡିଓ ଆଇନା’ର ଲୋକାର୍ପଣ କରି ବିଧାୟକ କହିଲେ…

ଭଞ୍ଜନଗର,୧୪ା୮(ବାବୁଲା ପ୍ରଧାନ): ରେଡିଓର ବିକାଶ ଓ ଏହାକୁ ଲୋକଙ୍କ ନିକଟତର କରିବା ଲକ୍ଷ୍ୟରେ ଭଞ୍ଜନଗର ମାଲସାହିଠାରେ ଶୁକ୍ରବାର ‘ରେଡିଓ ଆଇନା’ର ଲୋକାର୍ପଣ ହୋଇଛି। ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ…

୭ ଦିନ ବନ୍ଦ ରହିବ ବିଜୁ ପଟ୍ଟନାୟକ ଶିଶୁ ଉଦ୍ୟାନ: ପଛରେ ରହିଛି ଏମିତି କାରଣ

ଭଞ୍ଜନଗର,୧୪।୮(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବିଜୁ ପଟ୍ଟନାୟକ ଶିଶୁ ଉଦ୍ୟାନ ପରିସରରେ ହୋଇଥିବା ରାଜ୍ୟର ଏକ ମାତ୍ର ସରକାରୀ ୱାଟର ପାର୍କକୁ ଗତ ମାସରେ ଅନିର୍ଦ୍ଦିଷ୍ଟ…

ଦୁର୍ଘଟଣା ଘଟାଉଛି ଜମିହିଡ଼ ଭଳି ହମ୍ପସ୍‌, ବାଇକରୁ ଖସିପଡ଼ି ମହିଳା…

ଦିଗପହଣ୍ଡି, ୧୩ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମେଡିକାଲ ଛକ ସାହାଣୀ ସାହି ନିକଟରେ ନିର୍ମିତ ଏକ ଅବୈଜ୍ଞାନିକ ହମ୍ପସ୍‌ରେ ବାଇକରୁ ଖସିପଡ଼ି ଜଣେ ମହିଳା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri