ପୁରୁଷ ଓ ରୋଷେଇ

ରୁଦ୍ର ପ୍ରସନ୍ନ ରଥ
କିଛିଦିନ ତଳେ ଟ୍ବିନ୍‌ ସିଟି କମିଶନରେଟ ପୋଲିସ୍‌ର ପୋଲିସ୍‌ କମିଶନର ସୁଧାଂଶୁ ଷଡଙ୍ଗୀ ରୋଷେଇ କରିବାକୁ ନେଇ ଗୋଟିଏ ଛୋଟିଆ ମନ୍ତବ୍ୟ ଦେଇଥିଲେ। କମିଶନରେଟ ପୋଲିସ୍‌ର ୧୨ଶ ପ୍ରତିଷ୍ଠା ଦିବସରେ ସେ ଯୋଗଦେଇ କହିଥିଲେ ଯେ ଯଦି ଜଣେ ପୁଅପିଲା ରୋଷେଇ କରିବାକୁ ଇଚ୍ଛା ପ୍ରକାଶ କରୁନାହିଁ, ତେବେ ସେଭଳି ପୁରୁଷଙ୍କୁ ମହିଳାମାନେ ବିବାହ କରିବାକୁ ମନା କରିଦେବା ଆବଶ୍ୟକ। ପୋଲିସ୍‌ କମିଶନରଙ୍କ ଏହି ଉକ୍ତିକୁ ନେଇ ସାମାଜିକ ଗଣମାଧ୍ୟମରେ ହୋହଲ୍ଲା ଆରମ୍ଭ ହୋଇଯାଇଥିବା ବେଳେ ସରକାରୀ ଦଳର ମୁଖପାତ୍ର ମଧ୍ୟ ଏହାକୁ ବିରୋଧ କରିବା ଆରମ୍ଭ କରିଥିଲେ। ବେଶ୍‌ ସାଧାରଣ ଲାଗୁଥିବା ଏହି ଉପଦେଶକୁ ନେଇ ଏତେ ହୋହଲ୍ଲା କାହିଁକି? ମହିଳାମାନଙ୍କ ଜୀବନରେ ରୋଷେଇ କି ପ୍ରଭାବ ପକାଏ ଏବଂ କାହିଁକି ପୁରୁଷମାନେ ଏଥିରେ ସହଯୋଗ କରିବା ଦରକାର ତାହା ଆମେ ସମସ୍ତେ ଜାଣିବା ଉଚିତ ନୁହେଁ କି?
ଭାରତୀୟ ପାରିବାରିକ ବ୍ୟବସ୍ଥାରେ ପୁରୁଷ ଏବଂ ମହିଳାଙ୍କ ମଧ୍ୟରେ ବୁଝାମଣା ଏମିତି ଯେ ରୋଷେଇ କରିବାର କାମଟା ମହିଳାମାନଙ୍କ ଉପରେ ନ୍ୟସ୍ତ। ଜର୍ମାନୀସ୍ଥିତ ଏକ ମାର୍କେଟ ରିସର୍ଚ୍ଚ ସଂସ୍ଥା ଜିଏଫ୍‌କେର ସର୍ଭେ ଅନୁଯାୟୀ ଭାରତୀୟମାନେ ସପ୍ତାହକୁ ୧୩ ଘଣ୍ଟାରୁ ଅଧିକ ସମୟ ରୋଷେଇଘରେ କାଟନ୍ତି। ବର୍ତ୍ତମାନ ରୋଷେଇ ଘରେ ଗ୍ରାଇଣ୍ଡର, ଗ୍ୟାସ୍‌, ପ୍ରେସର କୁକର ଆଦି ଥିବାରୁ ଏହି ସମୟ ହ୍ରାସ ପାଇପାରିିଛି। ମାତ୍ର ଗାଁଗହଳିରେ ଏବେ ବି ସକାଳ ପହରରୁ ଚୁଲି ଲାଗିଲେ ମଧ୍ୟ ରାତିଯାଏ ରୋଷେଇ ଚାଲିଥାଏ। ଥରକୁ ଥର ମହିଳାଜଣକ ରୋଷେଇ ଘରେ ପଶି ଜଣ ଜଣଙ୍କ ପାଇଁ ରୋଷେଇ କରି ଚାଲିଥାଏ। ଭାରତୀୟମାନେ ସାଧାରଣତଃ ଖାଦ୍ୟପ୍ରିୟ ହୋଇଥିବାରୁ ଛଅ ତିଅଣ ନ ଭଜା ଖାଇବାର ଲୋଭ ସମ୍ବରଣ କରିପାରି ନ ଥାନ୍ତି। ଏଣୁ ଏହାର ପ୍ରଭାବ ଘରର ମହିଳାଙ୍କ ଉପରେ ପଡିଥାଏ। ପରିବା କାଟିବା, ବେସର ବାଟିବା, ରୋଷେଇ କରିବା, ବାସନ ଧୋଇବା କାମରେ ମହିଳାଜଣକ ଏପରି ବ୍ୟସ୍ତ ଥାଏ ଯେ, ସେ ଅନ୍ୟ କାମ କରିବା କିମ୍ବା ନିଜ ପାଇଁ ସମୟ ବାହାର କରିବା କଷ୍ଟକର ହୋଇପଡେ। ଆଉ ଏ ରୋଷେଇ କରିବାର ଚାପ ଏତେ ଅଧିକ ଯେ, ଜଣେ ସକାଳେ ଜଳଖିଆ ପ୍ରସ୍ତୁତ କରୁଥିବା ବେଳେ ମଧ୍ୟାହ୍ନଭୋଜନ ପାଇଁ କ’ଣ ରନ୍ଧା ହେବ ସେ ନେଇ ଚିନ୍ତା କରୁଥାଏ କିମ୍ବା ଏ ନେଇ ଘରେ ସ୍ବାମୀ, ଶ୍ୱଶୁର କିମ୍ବା ପିଲାଙ୍କଠାରୁ ବରାଦ ପାଇ ସାରିଥାଏ। ରୋଷେଇ ଘରୁ ବାହାରି ଆସିବାକୁ ଜଣେ ମହିଳା ଚେଷ୍ଟା ମଧ୍ୟ କରିପାରେ ନାହିଁ। ଆମ ପରମ୍ପରାରେ ରୋଷେଇକୁ ମହିଳାଙ୍କ ବ୍ୟକ୍ତିତ୍ୱ ସହ ବି ଜଡାଇ ଧରି ରଖିବାର ଚେଷ୍ଟା କରାଯାଇଛି। ଯେମିତି ନୂଆ କରି ବାହା ହୋଇ ଆସିଥିବା ବୋହୂ ଜଣଙ୍କର ବ୍ୟକ୍ତିତ୍ୱକୁ ରୋଷେଇରୁ ହିଁ ପରଖାଯାଏ। ନୂଆ ବୋହୂମାନଙ୍କର ଦକ୍ଷତା ସେମାନଙ୍କର ରାନ୍ଧିବା କଳାରୁ ହିଁ ମପାଯାଏ।
ଅବଶ୍ୟ ଏମିତି ନୁହେଁ ଯେ ପୁରୁଷମାନେ ରୋଷେଇ କରିବା କଳା ଜାଣି ନାହାନ୍ତି। ହଷ୍ଟେଲରେ ରହି ପାଠ ପଢିଥିବା କିମ୍ବା ବାହାରେ ଏକୁଟିଆ ରହୁଥିବା ପୁରୁଷମାନେ ଅଳ୍ପେ ବହୁତେ ରୋଷେଇ କରି ଜାଣନ୍ତି। ଏବେ ବି ବଡ ବଡ ହୋଟେଲର ରାନ୍ଧୁଣିଆ ବା ସେଫ୍‌ମାନଙ୍କ ମଧ୍ୟରେ ସମସ୍ତେ ପୁରୁଷ। ବାହାପୁଆଣିରେ ରାନ୍ଧୁଥିବା ଲୋକମାନେ ବି ପୁରୁଷ। କହିବା କଥା ହେଉଛି, ଯେଉଁଠି ରୋଷେଇର ଆର୍ଥିକ ଦିଗ ଅଛି ସେଠାରେ ପୁରୁଷର ଆଧିପତ୍ୟ ରହିଛି, ମାତ୍ର ଯେଉଁଠି ରୋଷେଇ କେବଳ ଅନ୍ୟକୁ ରାନ୍ଧି ଖୁଆଇବା ପାଇଁ ଉଦ୍ଦିଷ୍ଟ ସେଠି ପୁରୁଷ ରୋଷେଇଘରେ ପଶିବାକୁ ନାରାଜ। ଏହା ଭିତରେ ଯୁଗ ବଦଳିଯାଇଛି। ଅନେକ କ୍ଷେତ୍ରରେ ସ୍ତ୍ରୀଲୋକମାନେ ବି ପୁରୁଷଙ୍କ ପରି ପାଠଶାଠ ପଢି ରୋଜଗାର କରିବାକୁ ଆଗେଇ ଆସିଛନ୍ତି। ମହିଳାଜଣକ ବି ରୋଷେଇର ଝିନ୍‌ଝଟରୁ ମୁକ୍ତ ହୋଇ ନିଜର କ୍ୟାରିୟର ଗଢୁଛି। ମାତ୍ର ଏଥିରେ ରୋଷେଇ ଘର ହିଁ ବାଧକ ସାଜୁଛି। ବାହାରକୁ ଯିବା ପୂର୍ବରୁ ରୋଷେଇ ସାରିବାକୁ ତରତର ହେବାକୁ ପଡୁଛି ନ ହେଲେ ଘରକୁ ଫେରି ଥକା ଶରୀରରେ ରୋଷେଇ ଘରେ ବାଧ୍ୟହୋଇ ପଶିବାକୁ ପଡୁଛି। ସତରେ କ’ଣ ମହିଳା ଜଣକ ନିଜ ସୁଖସୁବିଧା ଆଉ ଅନ୍ୟାନ୍ୟ ଆବଶ୍ୟକତା ପୂରଣ କରିବାକୁ ରୋଷେଇଘରୁ ବାହାରକୁ ବାହାରିପାରିବ ନାହିଁ? ସେ କ’ଣ ସବୁବେଳେ ଏମିତି ରୋଷେଇଘରେ ମାଡିଜାକି ହୋଇ ବସିଥିବ?
ବୋଧହୁଏ ଉପାୟ ଅଛି। କମିଶନରଙ୍କ କହିବା କଥା ଅନୁଯାୟୀ ପୁରୁଷମାନଙ୍କୁ ହିଁ ଏ ଦିଗରେ ପ୍ରଧାନ ଭୂମିକା ଗ୍ରହଣ କରିବାକୁ ପଡିବ। ରୋଷେଇ ପରି ଏକ ସମୟସାପେକ୍ଷ କାମରେ ଯଦି ପୁରୁଷ ମହିଳାକୁ ସହଯୋଗର ହାତ ବଢାଇଲା ତେବେ ଏହା ମହିଳାଙ୍କର ଅନେକ ସମୟ ବଞ୍ଚାଇପାରିବ। ନିଜେ ରାନ୍ଧି ନ ଶିଖିଲେ ବି ପୁରୁଷ ଜଣକ ମହିଳାମାନଙ୍କୁ ପରିବା କାଟିବା, ବେସର ବାଟିବା ଏପରି କି ନିଜର ବାସନ ଧୋଇବା ସହ ଅନ୍ୟାନ୍ୟ ଆନୁଷଙ୍ଗିକ କାମରେ ସାହାଯ୍ୟ କରିପାରିବେ। ପୁଣି କେବେ କେମିତି ଆବଶ୍ୟକତା ପଡିଲେ ନିଜେ ବି ଛୋଟକାଟର ଆଇଟମ ଶିଖି ରାନ୍ଧିପାରିବେ। ଏପରି କଲେ ଦାମ୍ପତ୍ୟ ଜୀବନ ସୁଖମୟ ହେବ। ଏଥିପାଇଁ ପୁରୁଷମାନଙ୍କୁ ପ୍ରଥମେ ରୋଷେଇ ଏକ ଗୁରୁତ୍ୱହୀନ ମାମୁଲି କାମ ବୋଲି ନିଜେ ତିଆରି କରିଥିବା ଧାରଣାରୁ ମୁକ୍ତ ହେବାକୁ ପଡିବ। ପୁରୁଷ ଏବଂ ମହିଳାଙ୍କ ମଧ୍ୟରେ ଲିଙ୍ଗଗତ ବୈଷମ୍ୟ ଆଣୁଥିବା ରୋଷେଇ ପରି ଏକ ବିଷୟବସ୍ତୁକୁ ସାଧାରଣରେ ଆଲୋଚନାର ବଳୟକୁ ଆଣିଥିବାରୁ କମିଶନର ସାହେବ ସତରେ ଧନ୍ୟବାଦର ପାତ୍ର।
ଧବଳଗିରି, ଯାଜପୁର ରୋଡ, ମୋ-୭୯୭୮୬୭୧୭୭୬


Enter your email to get our daily news in your inbox.

All Right Reserved By Dharitri.Com

ମହଙ୍ଗା ମାଡ଼

ମହଙ୍ଗା ଭାର ନିମ୍ନ ଆୟକାରୀ ଓ ଗରିବ ପରିବାର ଅଧିକ ଅନୁଭବ କରନ୍ତି। ଦରଦାମର ସାମାନ୍ୟ ବୃଦ୍ଧି ସେମାନଙ୍କ ପାଇଁ ବଡ଼ ଆଘାତ ହୋଇଥାଏ। ଦିନ ମଜୁରିଆ…

କୁକି-ମେଇତି ହିଂସାର ଦିଗ

ଇମ୍ଫାଲ ଉପତ୍ୟକାରେ ଶାନ୍ତି ପାଇଁ ଉଦ୍ୟମ ସତ୍ତ୍ୱେ ଅଶାନ୍ତିର ନିଆଁ ଜଳିଉଠୁଛି ସମୟାନ୍ତରରେ। ବର୍ତ୍ତମାନର ଏନ୍‌ଡିଏ ସମର୍ଥିତ ଭାଜପା ସରକାର ପୂର୍ବ କଂଗ୍ରେସ ସରକାରଙ୍କ ସମୟର ନିଶା…

ଅଧିକାରୀଙ୍କ ପାଇଁ ଏଆଇ

ଭାରତର ପ୍ରଶାସନିକ ବ୍ୟବସ୍ଥାରେ ପରବର୍ତ୍ତୀ ବଡ଼ ପରିବର୍ତ୍ତନ ହୁଏତ ଅନ୍ୟ କୌଣସି କ୍ୟାଡର୍‌ ସଂସ୍କାର କିମ୍ବା ନୂଆ ନିୟମାବଳୀ ମାଧ୍ୟମରେ ଆସି ନ ପାରେ। ବରଂ ଏହା…

ଏଇ ଭାରତରେ

ଭାରତର ବିଭିନ୍ନ ଅଞ୍ଚଳର ବସ୍‌ଷ୍ଟାଣ୍ଡ, ରେଳ ଲାଇନ, ମନ୍ଦିର ପାଖ ଏବଂ ହସ୍ପିଟାଲରେ ଅନେକ ଲୋକଙ୍କର ମୃତ୍ୟୁ ଘଟୁଛି, ଯାହାଙ୍କର କେହି ଦାବିଦାର ନ ଥାନ୍ତି। ତେବେ…

ମହାକାଶ ସାମରିକୀକରଣ

ମହାକାଶ ଯୁଗର ଆରମ୍ଭ ଅକ୍ଟୋବର ୪, ୧୯୫୭ରେ ହେଲା ବୋଲି କୁହାଯାଏ। କାରଣ ସେ ଦିନ ତଦାନିଂତନ ସୋଭିଏଟ୍‌ ୟୁନିୟନ ପ୍ରଥମ କୃତ୍ରିମ ଉପଗ୍ରହ ‘ସ୍ପୁଟନିକ୍‌-୧’କୁ ପୃଥିବୀ…

ଦକ୍ଷତା

ଥରେ ନୌକାରେ ବସି ଜଣେ ପଣ୍ଡିତ ନଦୀ ପାର ହେଉଥାନ୍ତି। ତାଙ୍କ ମୁହଁରେ ବେଦ ଶାସ୍ତ୍ର ପୁରାଣ ଆଦି ସବୁ ମୁଖସ୍ଥ ହୋଇ ରହିଥାଏ। ନଦୀ ପାରହେବା…

ମୃତ୍ୟୁଶଯ୍ୟାରେ ମୁକ୍ତ ବିଶ୍ୱ

ଶୀତଳଯୁଦ୍ଧକୁ ଯେଉଁମାନେ ମନେରଖିଛନ୍ତି, ସେମାନେ ମୁକ୍ତ ବିଶ୍ୱ (ଶୀତଳ ଯୁଦ୍ଧ ପରିପ୍ରେକ୍ଷୀରେ ମିତ୍ର ଦେଶ, ପାଶ୍ଚାତ୍ୟ ଗୋଷ୍ଠୀ ଓ ମେଣ୍ଟ ସହ ସମ୍ବନ୍ଧିତ ଦେଶସମୂହ) ନାମକ ଏକ…

ରୋପଣ ଓ ରକ୍ଷଣ ଗୁରୁତ୍ୱପୂର୍ଣ୍ଣ

ଏକ ବାସ୍ତବ କାହାଣୀ ଅବତାରଣା କରୁଛି। ଗୋଟିଏ ଅନୁଷ୍ଠାନରେ ଧରିତ୍ରୀ ଦିବସରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ହେଉଥାଏ। କାର୍ଯ୍ୟାଳୟର ଅଧିକାରୀମାନେ ଉପସ୍ଥିତ ଥାଆନ୍ତି। ସେମାନଙ୍କୁ ସହଯୋଗ କରିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?