Posted inପୁରୀ

ପୁରୀ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭଙ୍ଗାରୁଜା  

ପୁରୀ ଅଫିସ,୧୩ା୬: ଭୁଲ୍‌ ଇଞ୍ଜେକ୍ସନ ଦେବା ଯୋଗୁ ଜଣେ ରୋଗୀଙ୍କ ମୃତ୍ୟୁ ଅଭିଯୋଗକୁ ନେଇ ପୁରୀ ମୁଖ୍ୟ ଚିକିତ୍ସାଳୟରେ ଶନିବାର ଭଙ୍ଗାରୁଜା ହୋଇଛି। ରୋଗୀଙ୍କ ସମ୍ପର୍କୀୟମାନେ ହଠାତ୍‌ ଏଭଳି ମୃତ୍ୟୁକୁ ଗ୍ରହଣ ନ କରିପାରି ହୋହଲ୍ଲା କରିବା ସହ ଦୋଷୀ ଡାକ୍ତରଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ। ଫଳରେ ଦୀର୍ଘ ସମୟ ଧରି ଉତ୍ତେଜନା ପ୍ରକାଶ ପାଇଥିଲା। ଖବରପାଇ କୁମ୍ଭାରପଡ଼ା ଥାନା ପୋଲିସ ପହଞ୍ଚତ୍ ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାଶୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା।
ପୁରୀ ସଦର ବ୍ଲକ ବେଲଦଳ ପଞ୍ଚାୟତ ଉର ଗ୍ରାମର ମାଗୁଣି ମହାପାତ୍ରଙ୍କ ପୁଅ ପେଟରେ ଯନ୍ତ୍ରଣା ଅନୁଭବ କରିବାରୁ ଶୁକ୍ରବାର ସନ୍ଧ୍ୟାରେ ପରିବାର ଲୋକେ ତାଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ। କିନ୍ତୁ ଶନିବାର ମଧ୍ୟାହ୍ନ ୧୨ଟାରେ ତାଙ୍କର ମୃତ୍ୟୁ ଘଟିଥିଲା। ଡାକ୍ତର ଭୁଲ୍‌ ଇଞ୍ଜେକ୍ସନ ଦେବାରୁ ମୃତ୍ୟୁ ଘଟିଥିବା ଅଭିଯୋଗ କରି ସମ୍ପର୍କୀୟମାନେ ଚିକିତ୍ସାଳୟରେ ହୋହଲ୍ଲା କରିବା ସହ ସର୍ଜରି ୱାର୍ଡର ଝରକା, କବାଟ ଭଙ୍ଗାରୁଜା କରିଥିଲେ। ପରେ ପୋଲିସ ଫୋର୍ସ ପହଞ୍ଚତ୍ ଲୋକମାନଙ୍କୁ ବୁଝାଇଥିଲେ। ଏ ସମ୍ପର୍କରେ ସମ୍ପର୍କୀୟ ଚିତ୍ରସେନ ମହାପାତ୍ର କହିଛନ୍ତି, ମୃତକ ହୋଟେଲରେ ରୋଷେଇ କରି ମାଆବାପାଙ୍କୁ ପ୍ରତିପୋଷଣ କରିଥାନ୍ତି। ଶୁକ୍ରବାର ସନ୍ଧ୍ୟାରେ ତାଙ୍କର ପେଟରେ କିଛି ସମସ୍ୟା ହେବାରୁ ହସ୍ପିଟାଲକୁ ଆଣିଥିଲୁ। ସେ ଭଲ ଥିଲେ। ମାତ୍ର ଡାକ୍ତର କ’ଣ ଭୁଲ୍‌ ଇଞ୍ଜେକ୍ସନ ଦେବାରୁ ତାଙ୍କର ମୃତ୍ୟୁ ଘଟିଥିବା ଆମେ ସନ୍ଦେହ କରୁଛୁ। ଏହାର ଉପଯୁକ୍ତ ତଦନ୍ତ ହେବା ଦରକାର। ଅନ୍ୟପକ୍ଷରେ ମୃତକଙ୍କ ବାପା ମଧ୍ୟ ଚିକିତ୍ସାରେ ଅବହେଳା ଅଭିଯୋଗ କରି ଜିଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ଏହାର ପୁଙ୍ଖାନୁପୁଙ୍ଖ ତଦନ୍ତ ଲାଗି ଲିଖିତ ଭାବେ ଅନୁରୋଧ କରିଛନ୍ତି।
ଏ ନେଇ ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ନୀଳକଣ୍ଠ ମିଶ୍ର କୁହନ୍ତି, ଭୁଲ୍‌ ଇଞ୍ଜେକ୍ସନ ଦେବାରୁ ରୋଗୀଙ୍କ ମୃତ୍ୟୁ ହେବା ସମ୍ପୂର୍ଣ୍ଣ ମିଥ୍ୟା। ସମ୍ପୃକ୍ତ ରୋଗୀଙ୍କୁ ଅନ୍ୟ ଜାଗାକୁ ରେଫର କରାଯାଇଥିଲା। ମାତ୍ର ପରିବାର ଲୋକେ ଚାହିଁ ନ ଥିଲେ। ଶନିବାର ସକାଳେ ରୋଗୀଙ୍କ ଅବସ୍ଥା ଭଲ ଥିଲା, ମାତ୍ର ହଠାତ୍‌ ଗୁରୁତର ହୋଇପଡ଼ିଥିଲେ। ପରବର୍ତ୍ତୀ ସମୟରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ତେବେ ଏହାର ତଦନ୍ତ କରାଯାଇ ଯଦି କୌଣସି ଡାକ୍ତର ଦୋଷୀ ବୋଲି ଜଣାପଡ଼ନ୍ତି ତେବେ ତାଙ୍କ ବିରୋଧରେ ନିଶ୍ଚିତ କାର୍ଯ୍ୟାନୁଷ୍ଠାନ ନିଆଯିବ। ମୃତଦେହ ବ୍ୟବଚ୍ଛେଦ କରାଯାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ରିପୋର୍ଟ ଆସିବା ପରେ କାରଣ ସ୍ପଷ୍ଟ ହେବ ବୋଲି ମୁଖ୍ୟ ଚିକିତ୍ସାଧିକାରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚିଲିକା ମଝିରେ ଅଟକିଲା ଡଙ୍ଗା: ଭୟରେ ଥରିଲେ ଯାତ୍ରୀ, ଆଉ ତା’ପରେ…

କୃଷ୍ଣପ୍ରସାଦ,୭।୧୦(କୈଳାଶ ଚନ୍ଦ୍ର ପଟ୍ଟନାୟକ):ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ ସାତପଡ଼ା- ଜହ୍ନିକୁଦା ଚିଲିକା ମଝିରେ ଘଟିଛି ଅଘଟଣ। ବୁଧବାର ସକାଳ ୭ଟାରେ ଏକ ଯାତ୍ରୀବାହୀ ଡ଼ଙ୍ଗା ୫୦ରୁ ଉର୍ଦ୍ଧ୍ୱ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?