Posted inପୁରୀ

ହୋମ୍‌ କ୍ୱାରାଣ୍ଟାଇନରେ ୧୪ ପୋଲିସ କର୍ମଚାରୀ  

ବ୍ରହ୍ମଗିରି,୧୩ା୬(ଡି.ଏନ.ଏ): ବ୍ରହ୍ମଗିରି ଅଞ୍ଚଳରୁ ଶନିବାର ଜଣେ ଅଭିଯୁକ୍ତ କରୋନା ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ଫଳରେ ବ୍ରହ୍ମଗିରି ଥାନାଧିକାରୀଙ୍କ ସମେତ ୧୪ଜଣ କର୍ମଚାରୀ ହୋମ କ୍ୱାରାଣ୍ଟାଇନରେ ରହିଥିବା ଆଡିସ୍‌ନାଲ ଏସପି ଅରୁଣ ଜେନା ସୂଚନା ଦେଇଛନ୍ତି। ସୂଚନା ଅନୁଯାୟୀ, ଏହି ଥାନା ଅନ୍ତର୍ଗତ ସାତପଡ଼ା ଫାଣ୍ଡି ଅଧୀନରୁ ଗତ ମଙ୍ଗଳବାର ଏକ ଚୋରି ଘଟଣାରେ ଜଣେ ଅଭିଯୁକ୍ତକୁ ଫାଣ୍ଡି ଅଧିକାରୀ ଧରିଥିଲେ। ପରେ ବ୍ରହ୍ମଗିରି ଥାନାକୁ ପଠାଇଥିଲେ। ଥାନାରେ ଉକ୍ତ ଅଭିଯୁକ୍ତକୁ ରଖି ସମସ୍ତ ଘଟଣାର ତଦନ୍ତ କରାଯାଇ ଗୁରୁବାର ଦିନ ତାକୁ କୋର୍ଟ ଚାଲାଣ କରାଯାଇଥିଲା। ଉକ୍ତ ଅଭିଯୁକ୍ତକୁ କୋର୍ଟ ଚାଲାଣ ପୂର୍ବରୁ ତା’ର କରୋନା ପରୀକ୍ଷା ପାଇଁ ସ୍ବାବ ସଂଗ୍ରହ କରାଯାଇଥିଲା। ଏହି ପରୀକ୍ଷାର ରିପୋର୍ଟ ଶନିବାର ପଜିଟିଭ ବାହାରିଛି। ଏ ନେଇ ବ୍ରହ୍ମଗିରି ଥାନାଧିକାରୀ ଓ ସାତପଡ଼ା ଫାଣ୍ଡି ଅଧିକାରୀଙ୍କ ସମେତ ୧୪ ଜଣଙ୍କୁ ହୋମ କ୍ୱାରାଣ୍ଟାଇନରେ ରଖାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଚିଲିକା ମଝିରେ ଅଟକିଲା ଡଙ୍ଗା: ଭୟରେ ଥରିଲେ ଯାତ୍ରୀ, ଆଉ ତା’ପରେ…

କୃଷ୍ଣପ୍ରସାଦ,୭।୧୦(କୈଳାଶ ଚନ୍ଦ୍ର ପଟ୍ଟନାୟକ):ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ ସାତପଡ଼ା- ଜହ୍ନିକୁଦା ଚିଲିକା ମଝିରେ ଘଟିଛି ଅଘଟଣ। ବୁଧବାର ସକାଳ ୭ଟାରେ ଏକ ଯାତ୍ରୀବାହୀ ଡ଼ଙ୍ଗା ୫୦ରୁ ଉର୍ଦ୍ଧ୍ୱ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?