ପୁଣି ବିବାଦରେ ଜିଲା ମୁଖ୍ୟ ଚିକିତ୍ସାଳୟ: ୫୦ ହଜାର ମିଳିବ କହି ୫ଶହ ନେଇ ଦଲାଲ ପାର୍‌

ଅନୁଗୋଳ ଅଫିସ, ୧ା୮ – ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟରେ ଚାଲିଛି ଦଲାଲ ରାଜ। ବିଭିନ୍ନ ସମୟରେ ଏମାନେ ଚିକିତ୍ସା ପାଇଁ ଦୂର ଦୂରାନ୍ତରୁ ଆସୁଥିବା ଅଜ୍ଞ୍ୟ ଲୋକଙ୍କୁ ଟାର୍ଗେଟ୍‌ କରୁଛନ୍ତି। ବୁଧବାର ମଧ୍ୟ ଜଣେ ରୋଗୀଙ୍କ ସ୍ବାମୀଙ୍କଠାରୁ ୫ଶହ ଟଙ୍କା ଦଲାଲ ନେଇ ଫେରାର ହୋଇଯାଇଥିବା ଜିଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ନିକଟରେ ଅଭିଯୋଗ ହୋଇଛି।
ଅଭିଯୋଗ ଅନୁଯାୟୀ, ଗତ ୨୯ ତାରିଖରେ ଦେବଗଡ଼ ଜିଲା ଝରାବେରିଣିର ମୋହନ ନାଏକ ତାଙ୍କ ସ୍ତ୍ରୀ ଆରତୀଙ୍କୁ ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ୩ ମହଲାରେ ଆରତୀଙ୍କ ଚିକିତ୍ସା ହେଉଥିଲା। ଜ୍ୱର ସହ ଦେହରେ ରକ୍ତ କମିଯିବାରୁ ତାଙ୍କୁ ଗୋଟିଏ ରକ୍ତ ଦିଆଯାଇଥିଲା। ବୁଧବାର ଜଣେ ଦଲାଲ ତାଙ୍କ ନିକଟରେ ପହଞ୍ଚତ୍ ସମ୍ପର୍କୀୟ ପରିଚୟ ଦେଇଥିଲେ। ନିଜ ନାମ ଧୀରୁ ବୋଲି କହିବା ସହ ଦଲାଲ ଜଣକ ମେଡିକାଲ କର୍ତ୍ତୃପକ୍ଷ ଚିକିତ୍ସା ପାଇଁ ଟଙ୍କା ପ୍ରଦାନ କରୁଥିବାରୁ ପାଇଛ କି ନାହିଁ ପଚାରିଥିଲେ। ପରେ ଟଙ୍କା ଆଣିବ କହି ରୋଗୀଙ୍କ ସ୍ବାମୀ ମୋହନଙ୍କୁ ଡାକି ନେଇଯାଇଥିଲେ। ସାଙ୍ଗରେ ରୋଗୀଙ୍କ ପରୀକ୍ଷା ରିପୋର୍ଟ ଓ ୫ ଶହ ଟଙ୍କା ଧରି ଆସିବାକୁ ମୋହନଙ୍କୁ କହିଥିଲେ। ମୋହନ ଟଙ୍କା ଓ ରିପୋର୍ଟ ନେଇ ଯାଇଥିଲେ ହେଁ ଦୀର୍ଘ ସମୟ ଧରି ଫେରି ନ ଥିଲେ। ଫଳରେ ମୋହନଙ୍କ ଝିଅ ପ୍ରିୟଙ୍କା ବାପାଙ୍କୁ ଏ ଫାଟକରୁ ସେ ଫାଟକ ଖୋଜି ଖୋଜି ନୟାନ୍ତ ହୋଇପଡ଼ିଥିଲେ। ଶେଷରେ ବାପାଙ୍କୁ ନ ପାଇବାରୁ ସନ୍ଧ୍ୟାରେ ଜିଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ଦ୍ୱାରସ୍ଥ ହୋଇଥିଲେ। ସମସ୍ତ କଥା କହିବା ସହ ଲିଖିତ ଅଭିଯୋଗ କରିଥିଲେ। ଏ ସମ୍ପର୍କରେ ସିଡିଏମ୍‌ଓ ବେହେରା କହିଛନ୍ତି, ଅଭିଯୋଗ ହୋଇଛି। ଲୋକଙ୍କୁ ସଚେତନ କରାଯାଉଛି। ଲୋକମାନେ କିନ୍ତୁ ଦଲାଦଲଙ୍କ କଥାରେ ପଡ଼ି ଅର୍ଥ ହରାଉଛନ୍ତି। ଏ ନେଇ ଅନୁଗୋଳ ପୋଲିସ ନିକଟରେ ଅଭିଯୋଗ କରାଯିବ। ସିସିଟିଭି ଯାଞ୍ଚ କରି ପୋଲିସ ଦଲାଲଙ୍କୁ ଧରିବା ପାଇଁ ଚେଷ୍ଟା କରିବ। ଅନ୍ୟପକ୍ଷରେ ମେଡିକାଲକୁ ମୋହନ ରାତି ୮ଟାରେ ଫେରିଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରେମିକଙ୍କ ଆତ୍ମହତ୍ୟାର ୨୪ ଘଣ୍ଟା ପରେ ଓଢ଼ଣିରେ ଝୁଲିପଡ଼ିଲେ ୧୩ ବର୍ଷୀୟା ପ୍ରେମିକା

ଅନୁଗୋଳ,୨୬।୪(ଦିବ୍ୟଶାନ୍ତନୁ ନାଥ): ମାତ୍ର ୧୩ ବର୍ଷ ବୟସରେ ସଂସାର କରିବାକୁ ଘରୁ ଗୋଡ଼ କାଢ଼ିଥିଲେ। ୨୩ ବର୍ଷୀୟ ପ୍ରେମିକଙ୍କ ହାତଧରି ମୁମ୍ୱାଇ ଚାଲିଯାଇଥିଲେ। ହେଲେ ପ୍ରେମିକଙ୍କ ମା’…

ମୋ ପ୍ରେମିକାଙ୍କୁ ଡାକ, ନଚେତ୍‌ ମୁଁ… ପ୍ରେମ ପାଇଁ ଗଛ ଉପରେ ନାବାଳକ

ଅନୁଗୋଳ,୨୩ା୪ (ଜ୍ୟୋତିରଞ୍ଜନ ସାହୁ):ନାବାଳିକା ପ୍ରେମିକାଙ୍କୁ ଦେଖାକରିବାକୁ ନ ଦେଲେ ଆତ୍ମହତ୍ୟା କରିଦେବି। ବେକରେ ଗାମୁଛା ବାନ୍ଧି ଝୁଲିପଡ଼ିବି। ଏକ ଗଛର ୧୦୦ ଫୁଟ୍‌ ଉପରୁ ଜଣେ ନାବାଳକ…

ଗୋଡ଼ ମଧ୍ୟରେ ଲୁଚାଇ ନେଇଗଲେ ୭ ଲକ୍ଷ ଟଙ୍କାର ଶାଢ଼ି, ସିସିଟିଭିରେ କଏଦ ଲୁଟ୍‌ର କୌଶଳ…

ଅନୁଗୋଳ,୧୩।୪(ଜ୍ୟୋତିରଞ୍ଜନ ସାହୁ): ଅନୁଗୋଳ ସହର ଅମଲାପଡ଼ା ଅଞ୍ଚଳରେ ଥିବା ବୟନିକା ଶୋ’ରୁମ୍‌ରୁ ଏକ ବଡ଼ ଧରଣର ଚୋରି ହୋଇଛି। ଗ୍ରାହକ ବେଶରେ ଆସିଥିବା ୭ ଜଣ ମହିଳା…

ଆମ୍ବ ଗୋଟାଉଥିବା ନାବାଳିକାଙ୍କୁ ବଳାତ୍କାର କଲେ ୧୪ ବର୍ଷର ନାବାଳକ, ଘଟଣା ବିଷୟରେ କାହାକୁ କହିଲେ…

ଅନୁଗୋଳ, ୪ା୪(ଜ୍ୟୋତିରଞ୍ଜନ ସାହୁ): ଅନୁଗୋଳ ସହର ଉପକଣ୍ଠରେ ଗତ ବୁଧବାର ଘଟିଛି ଏକ ଲଜ୍ଜାଜନକ ଘଟଣା। ୭ ବର୍ଷର ଜଣେ ନାବାଳିକାଙ୍କୁ ୧୪ ବର୍ଷର ନାବାଳକ ବଳାତ୍କାର…

ମା’ ହିଙ୍ଗୁଳାଙ୍କ ବାର୍ଷିକ ଯାତ୍ରା ଆରମ୍ଭ: ପୂଜାର୍ଚ୍ଚନା କଲେ କେନ୍ଦ୍ରମନ୍ତ୍ରୀ

ତାଳଚେର,୩୧।୩(ମନୋଜ ନନ୍ଦ): ମଙ୍ଗଳବାର ଆରମ୍ଭ ହୋଇଛି ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା’ ହିଙ୍ଗୁଳାଙ୍କ ନବଦିନାତ୍ମକ ବାର୍ଷିକ ଯାତ୍ରା ଏବଂ ଲୋକ ମହୋତ୍ସବ। ଏନେଇ ଅଞ୍ଚଳ ଚଳଚଞ୍ଚଳ ହୋଇପଡିଛି।…

ମା’ ଅଗ୍ନିରୁପାଙ୍କ ଆବର୍ଭାବ: ଭକ୍ତଙ୍କ ପ୍ରବଳ ଭିଡ଼, ଅଧରାତିରେ ଦେହୁରୀ ଯାଇ…

ତାଳଚେର,୨୩/୩(ମନୋଜ ନନ୍ଦ):ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା’ ହିଙ୍ଗୁଳା ମନ୍ଦିରର ପୂର୍ବ ଦିଗ ହିଙ୍ଗୁଳା ମନ୍ଦିର ପଛ ପାଖରେ ପ୍ରାୟ ୨ ସହ ମିଟର ଦୂରରେ ଚଳିତ ବର୍ଷ…

ଡ୍ୟୁଟି ସାରି ଫେରୁଥିଲେ ସୁମନ୍ତ, ଧକ୍କା ଦେଲା ଟ୍ରକ୍‌: ଆଉ ତା’ପରେ…

କଣିହାଁ,୨୩/୩(ନିରୋଜ ପ୍ରଧାନ):ଅନୁଗୋଳ ଜିଲା କଣିହାଁ ବ୍ଲକ ଗୋଡିବନ୍ଧଠାରୁ କଣିହାଁ ଯାଇଥିବା ଜାତୀୟ ରାଜପଥ ୫୩ର ନୂଆଁ ବଲାଙ୍ଗି ନିକଟରେ ରବିବାର ବିଳମ୍ବିତ ରାତିରେ ଏକ ଟ୍ରକ ଚକା…

ଭାରସାମ୍ୟ ହରାଇ ଓଲଟିଲା ପିଚୁ ବୋଝେଇ ଟ୍ୟାଙ୍କର, ନିଆଁ ଲାଗି ଡ୍ରାଇଭର ଜୀବନ୍ତ ଦଗ୍ଧ

ପାଲଲହଡା,୧୩।୩(ଦିବ୍ୟଜ୍ୟୋତି ଦାଶ): ଗୁରୁବାର ବିଳମ୍ବିତ ରାତିରେ ଭୟଙ୍କର ଦୁର୍ଘଟଣା । ଟ୍ୟାଙ୍କର ସହ ଜୀଅନ୍ତା ଜଳିଗଲେ ଡ୍ରାଇଭର । ବିଳମ୍ବିତ ରାତିରେ ଅନୁଗୁଳ ଜିଲା ଖମାର ଥାନା ଅନ୍ତର୍ଗତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri