ପୁଣି ଦବିଲା ଘସିପୁରା ଭିଆଇପି ରୋଡ୍‌

ଘସିପୁରା, ୩।୧(ଡି.ଏନ.ଏ.)-ଆନନ୍ଦପୁର ସହରରେ ପୂର୍ତ୍ତ ବିଭାଗ ପକ୍ଷରୁ ନବନିର୍ମିତ ଖପରାଖାଇ-ଘସିପୁରା ଭିଆଇପି ରୋଡ୍‌ ବୈତରଣୀ ଡଙ୍ଗାଘାଟ ନିକଟରେ ପୁଣି ଥରେ ଦବିଯାଇଛି। ଦବିଯିବା କାରଣରୁ ରାସ୍ତା ମଧ୍ୟଭାଗ ତଳେ ଯାଇଥିବା ଜନସ୍ବାସ୍ଥ୍ୟ ଜଳ ଯୋଗାଣ(ପିଏଚଡି) ବିଭାଗର ବହୁ ପାଇପ ଫାଟିଯାଇଛି। ଫଳରେ ବୁଧବାରଠାରୁ ହଠାତ ପିଚୁ ରାସ୍ତାରୁ ପାଣି ସୁଅ ବାହାରିଥିଲା। ଗୁରୁବାର ପିଏଚ୍‌ଡି ଯନ୍ତ୍ରୀଙ୍କ ଉପସ୍ଥିତିରେ ମରାମତି କାର୍ଯ୍ୟ ଆରମ୍ଭ ହୋଇଛି। ଏହି ନବ ନିର୍ମିତ ରାସ୍ତାର ମଧ୍ୟଭାଗକୁ ପ୍ରାୟ ୫ଫୁଟ ଗଭୀର ଗାତ ଖୋଳାଯାଇ ପାଇପ ମରାମତି ଚାଲିଛି। ପାଣି ପାଇପ ଫାଟିଥିବାରୁ ବିଭିନ୍ନ ଅଞ୍ଚଳକୁ ପାନୀୟ ଜଳ ଯୋଗାଣ ଠପ୍‌ ହୋଇଛି। ସେପଟେ ରାସ୍ତାରେ ଗାଢ଼ ଖୋଳାହୋଇଥିବାରୁ ଭିଆଇପି ରୋଡ୍‌ର ଗୋଟିଏ ପାର୍ଶ୍ୱରେ ଯାତାୟାତ ବନ୍ଦ ରହିଛି। ଗତକିଛି ଦିନ ତଳେ ଜଅଁରା ଓ ତାହା ପୂର୍ବରୁ ସେହି ଡଙ୍ଗାଘାଟ ନିକଟରେ ଦୁଇ ଥର ରାସ୍ତାଦବି ସମାନ ପରିସ୍ଥିତି ଉପୁଜିବା ଘଟଣା ରାସ୍ତା ନିର୍ମାଣରେ ହୋଇଥିବା ଅନିୟମିତତାକୁ ପଦାରେ ପକାଇଛି।
ମିଳିଥିବା ସୂଚନାନୁଯାୟୀ, ଆନନ୍ଦପୁର ସହରର ସୌନ୍ଦର୍ଯ୍ୟକରଣ ନିମନ୍ତେ ପୂର୍ତ୍ତ ବିଭାଗ ପକ୍ଷରୁ ଖପରାଖାଇ-ଘସିପୁରା ଭିଆଇପି ରୋଡ୍‌ ନିର୍ମାଣ କରାଗଲା। ନିର୍ମାଣ ଶେଷକୁ ବର୍ଷେ ନ ପୂରୁଣୁ ଏହି ରାସ୍ତା ନିର୍ମାଣରେ ହୋଇଥିବା ବ୍ୟାପକ ଅନିୟମିତତା ଦେଖାଦେଇଛି। ଗତ ତିନି ମାସ ମଧ୍ୟରେ ଏହି ଭିଆଇପି ରୋଡ୍‌ ପୃଥକ ପୃଥକ ସ୍ଥାନରେ ପ୍ରାୟ ୫ଥର ଦବି ଯାଇଥିବା ଦେଖାଯାଇଛି। ଏହିକ୍ରମରେ ଗୁରୁବାର ପୁଣି ଥରେ ଡଙ୍ଗାଘାଟ ନିକଟରେ ରାସ୍ତା ଦବି ଯାଇଛି। ରାସ୍ତା ଦବିବା କାରଣରୁ ତଳେ ଯାଇଥିବା ପାନୀୟଜଳ ଯୋଗାଣ ପାଇପ ଫାଟି ଯାଇଛି। ଏହି ଘଟଣା ପରେ ପୂର୍ତ୍ତ ଓ ପିଏଚଡି ବିଭାଗ ପକ୍ଷରୁ ତରବରିଆ ଭାବେ ତାଳିପକା ମରାମତି କାର୍ଯ୍ୟ ଆରମ୍ଭ ହୋଇଛି। ଅପରପକ୍ଷେ ଏ ନେଇ ପୂର୍ତ୍ତ ବିଭାଗ ସହକାରୀ ଯନ୍ତ୍ରୀ ସମୀର ଅଧିକାରୀଙ୍କୁ ପଚାରିବାରୁ ପାନୀୟଜଳ ପାଇପ ନିର୍ମାଣ ପରେ ଯୁଦ୍ଧକାଳୀନ ସମୟରେ ରାସ୍ତାର ମରାମତି କରିଦିଆଯିବ ବୋଲି କହିଛନ୍ତି। ଏଠାରେ ଉଲ୍ଲେଖଯୋଗ୍ୟ କି, ଏହି ଭିଆଇପି ରୋଡ୍‌ରେ ବ୍ୟାପକ ଅନିୟମିତତା ନେଇ ପୂର୍ବରୁ ଜିଲାପାଳ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ଏ ନେଇ ଏକ ମାମଲା ମଧ୍ୟ ହାଇକୋର୍ଟରେ ବିଚାରାଧୀନ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଯୁବକଙ୍କୁ ମୃତ ଘୋଷଣା କଲେ ଡାକ୍ତର; ଜୀବନ ବଞ୍ଚାଇବାକୁ ମେଡିକାଲରେ ଝଡ଼ାଫୁଙ୍କା କଲେ ଗୁଣିଆ, ତାପରେ…!

ଆନନ୍ଦପୁର,୨୧।୯(ସୁଶାନ୍ତ କୁମାର ସାହୁ ): ପୁଣି ଥରେ ଅନ୍ଧବିଶ୍ୱାସର ମାୟାଜାଲରେ ସଭ୍ୟ ସମାଜ । ବିଜ୍ଞାନ ଏତେ ଆଗେଇ ଯାଇଥିଲେ ମଧ୍ୟ ଆଜି ବି ଲୋକଙ୍କ ମନରୁ…

ପାଟଣା-ସାହାରପଡ଼ା ବ୍ଲକ ବିଜେଡିର ନୂଆ କର୍ମକର୍ତ୍ତା ନିଯୁକ୍ତ, ରଞ୍ଜନ-ମଧବାଙ୍କୁ ବଡ଼ ଦାୟିତ୍ବ ଦେଲା ବିଜେଡି

ପାଟଣା,୨୧ା୯(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ନିର୍ବାଚନମଣ୍ଡଳୀ ଅଧୀନ ପାଟଣା ଓ ସାହାରପଡ଼ା ବ୍ଲକ ବିଜେଡିର କାର୍ଯ୍ୟକାରୀ କମିଟିକୁ ଗତ ଶନିବାର ଦଳର ବରିଷ୍ଠ ଉପସଭାପତି…

ଗୋରୁ ବୋଝେଇ ପିକଅପ ଜବତ: ୯ ଗୋରୁ ଉଦ୍ଧାର, ୨ ଜଣ ଅଟକ

ପାଟଣା, ୨୧।୯,(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ କର୍ମଚାରୀଙ୍କୁ ବଡ ସଫଳତା ମିଳିଛି। ବିଶସ୍ତ ସୂତ୍ରରୁ ଖବର ପାଇ କେନ୍ଦୁଝର ଡି ଏଫ ଓ…

ଭାଜପା ମୁହାଁ ନେତା କର୍ମୀ

ହାଟଡିହୀ,୨୦।୯(ଶୁଭକାନ୍ତ ନାୟକ): ଆଗକୁ ପଞ୍ଚାୟତ ନିର୍ବାଚନ। କେନ୍ଦୁଝର ଜିଲା ଆନନ୍ଦପୁର ବିଧାନସଭା କ୍ଷେତ୍ରରେ ରାଜନୈତିକ ପାଣିପାଗ ବଦଳିବାରେ ଲାଗିଛି। ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ସାଙ୍ଗଠନିକ ବୈଠକ,…

ବେଙ୍ଗାଲୁରୁରେ କେନ୍ଦୁଝର ଯୁବକଙ୍କ ଅକାଳ ମୃତ୍ୟୁ: MP ଅନନ୍ତ ନାୟକଙ୍କ ହସ୍ତକ୍ଷେପ ପରେ ଗାଁକୁ ଫେରିଲା ପାର୍ଥିବ ଶରୀର

ପାଟଣା,୧୯।୯(ବୀର କିଶୋର ଦାଶ): କେନ୍ଦୁଝର ଜିଲା ସାହାରପଡ଼ା ବ୍ଲକ ବେଗନା ଗ୍ରାମର ସଞ୍ଜୀବ ସେଠୀଙ୍କ ୩୪ ବର୍ଷୀୟ ପୁଅ ଦୀପେଶ ସେଠୀଙ୍କ ବେଙ୍ଗାଲୁରୁରେ ଅକାଳ ମୃତ୍ୟୁ ଘଟିଛି।…

୬ ବର୍ଷର ଶିଶୁକନ୍ୟାଙ୍କୁ ବଳାତ୍କାର କଲେ କାକା: ଘର ପଛପଟକୁ ନେଇ…

ପାଟଣା,୧୯ା୯(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ଥାନା ଅଞ୍ଚଳରେ ଜଣେ ୬ ବର୍ଷୀୟା ଶିଶୁ କନ୍ୟାଙ୍କୁ ସମ୍ପର୍କୀୟ କାକା ବଳାତ୍କାର କରିଥିବା ଅଭିଯୋଗ ହୋଇଛି। ଏନେଇ ପୋଲିସ…

ଘରେ ବାହାର ପଟୁ ତାଲା ପକାଇ ୫ ଛେଳି ଚୋରି, ୨ ଜଣଙ୍କୁ ଧରି…

ପାଟଣା,୧୮ା୯(ବୀରକିଶୋର ଦାଶ): କିଛିଦିନ ହେବ ପାଟଣା, ଘଟଗାଁ, ତୁରୁମୁଙ୍ଗା ଥାନା ଅଞ୍ଚଳର ପାଟଣା ଓ ସାହାରପଡ଼ା ବ୍ଲକ ଅଞ୍ଚଳରେ ଛେଳି ଚୋରି ବୃଦ୍ଧି ପାଇଛି। ବହୁ ସଂଖ୍ୟକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?