ପିଲାଙ୍କୁ ଇଂଲିଶ ମାଧ୍ୟମ ପାଠପଢା ନାଁରେ ପ୍ରତାରଣା: ଠକେଇର ଶିକାର ଶତାଧିକ ମହିଳା

ଝୁମ୍ପୁରା, ୩୦।୧୧ (ଡି.ଏନ.ଏ.)- ଗ୍ରାାମାଞ୍ଚଳ ପିଲାଙ୍କୁ ଇଂଲିଶ ମାଧ୍ୟମରେ ପାଠ ପଢାଇବା ପ୍ରଲୋଭନ ଦେଖାଇ ଝାଡଖଣ୍ଡ ରାଜ୍ୟର ଜଣେ ବ୍ୟକ୍ତି କେନ୍ଦୁଝର ଜିଲା ଝୁମ୍ପୁରା ଅଞ୍ଚଳରେ ଶିକ୍ଷାନଷ୍ଠାନ ଓ କୋଚିଂ ସେଣ୍ଟର ଖୋଲି ବଡ ଧରଣର ଠକେଇ କରିଥିବା ପଦାକୁ ଆସିଛି। ଏସବୁ ଶିକ୍ଷାନୁଷ୍ଠାନରେ ପଢୁଥିବା ଛାତ୍ରୀଛାତ୍ରଙ୍କ ମା’ମାନଙ୍କୁ ସେ ପ୍ରଭାବିତ କରି ସେମାନଙ୍କ ନାମରେ ବିଭିନ୍ନ ଅର୍ଥଲଗାଣକାରୀ ସଂସ୍ଥାରୁ ଋଣ ଉଠାଇ ତାହାକୁ ହଡ଼ପ କରି ଫେରାର ହୋଇଯାଇଥିବା ଜଣାପଡିଛି। ଏଭଳି ଠକେଇର ଶିକାର ହୋଇଥିବା ଶତାଧିକ ମହିଳା ଗୁରୁବାର ଝୁମ୍ପୁରା ଥାନାକୁ ଯାଇ ଏତଲା ଦେଇଛନ୍ତି। ପୋଲିସ ଅଭିଯୋଗ ପାଇବା ପରେ ଏକ ମାମଲା (ନଂ. ୨୮/୧୧) ରୁଜୁ କରି ତଦନ୍ତ ଚଳାଇଥିବା ଥାନା ଅଧିକାରୀ ବରଞ୍ଚି ବାଗ୍‌ ସୂଚନା ଦେଇଛନ୍ତି।
ମହିଳାମାନେ ଅଭିଯୋଗରେ ଦର୍ଶାଇଛନ୍ତି ଯେ, ଝାଡଖଣ୍ଡରୁ ଆସିଥିବା ଏହି ବ୍ୟକ୍ତି ଗତ କିଛିବର୍ଷ ହେବ ଏଠାରେ ଘରଭଡା ନେଇ ସପରିବାର ରହୁଥିଲେ। ସେ ଗ୍ରାମାଞ୍ଚଳ ପିଲାଙ୍କୁ ଇଂଲିଶ ମାଧ୍ୟମରେ ପାଠ ପଢାଇବା ସୁଯୋଗ ଦେବା ସକାଶେ ପ୍ରଚାର କରିଥିଲେ। ପରେ ଝୁମ୍ପୁରା ବ୍ଲକର ଉଖୁଣ୍ଡା, ବାରଖଣ୍ଡିଆ, ଅର୍ଶଳା ଗ୍ରାମ ଏବଂ ଚମ୍ପୁଆ ବ୍ଲକର ଚମ୍ପୁଆଠାରେ ଭଡା ଘର ଇଂରାଜୀ ମାଧ୍ୟମ ବିଦ୍ୟାଳୟ ଖୋଲିବା ସହିତ ଝୁମ୍ପୁରା ଠାରେ ଏକ କୋଚିଂ ସେଣ୍ଟର ଚଳାଇ ଗ୍ରାମାଞ୍ଚଳର ଛାତ୍ରୀଛାତ୍ରଙ୍କୁ ପାଠ ପଢାଇବା ଆରମ୍ଭ କରିଥିଲେ। ଏଥିଲାଗି ସେ ଛାତ୍ରୀଛାତ୍ରଙ୍କ ଠାରୁ ଫି ମଧ୍ୟ ଦେଉଥିଲେ । ଏହା ମଧ୍ୟରେ ବିଦ୍ୟାଳୟରେ ପଢୁଥିବା ପିଲାଙ୍କ ଅଭିଭାବକ, ବିଶେଷ କରି ସେମାନଙ୍କ ମା’ ମାନଙ୍କ ମନରେ ବିଶ୍ୱାସ ଜନ୍ମାଇ ମାଗଣାରେ ଶିକ୍ଷାଦାନ ସହ ବିଦ୍ୟାଳୟ ସମ୍ପ୍ରସାରଣ କରାଯିବା କଥା କହି ସହାୟତା ଲୋଡିଥିଲେ। ଶିକ୍ଷାନୁଷ୍ଠାନକୁ ବ୍ୟାଙ୍କ ଋଣ ମିଳିବା ସମ୍ଭବ ହେଉ ନ ଥିବାରୁ ସେ ଗ୍ରାମାଞ୍ଚଳ ମହିଳାଙ୍କୁ ଏ ନେଇ ବିଭିନ୍ନ ଭାବେ ପ୍ରଲୋଭିତ କରି ସେମାନଙ୍କଠାରୁ କାଗଜପତ୍ର ନେଇ କେତେକ ଅର୍ଥଲଗାଣକାରୀ ସଂସ୍ଥାରୁ ଋଣ ଉଠାଇଥିଲେ । ଗତ କିଛି ମାସ ଧରି ସେ ଏହାର କିସ୍ତି ପରିଶୋଧ କରିଥିଲେ। ପରେ ଆଉ କିସ୍ତି ଟଙ୍କା ନ ଦେଇ ଏଠାରୁ ଫେରାର ହୋଇଯିବାରୁ ଠକେଇ ଘଟଣା ଜଣାପଡିଥିଲା। ଏଭଳି ଠକେଇର ଶିକାର କଳିଙ୍ଗା, ବାରୁଣା, ଚଉଠିଆ,ସୁଲୁଗୋଡା, ଅସନପାଟ, ଧାତିକା ଗ୍ରାମର ମହିଳାମାନେ ଏବେ ଥାନାର ଦ୍ୱାରସ୍ଥ ହୋଇ ନ୍ୟାୟ ଲୋଡିଥିବା କହିଛନ୍ତି । ସମୁଦାୟ ୨୦ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ହଡପ ହୋଇଥିବା କୁହାଯାଉଛି।
ଥାନା ପକ୍ଷରୁ ତଦନ୍ତ ଅଧିକାରୀ ଭାବେ କୃଷ୍ଣଚନ୍ଦ୍ର ପଶାୟତ ତନାଘନା ଚଳାଛନ୍ତି। ଖୁବ୍‌ଶୀଘ୍ର ଅଭିଯୁକ୍ତଙ୍କୁ ଧରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାଜପଥର ବାଇକ୍‌ ଦୁର୍ଘଟଣା, ଚାଳକ ଗୁରୁତର

ହାଟଡିହୀ,୭l୫(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ନନ୍ଦିପଦା ଥାନା ଆନନ୍ଦପୁର-ଭଦ୍ରକ ୫୩ ନମ୍ବର ରାଜ୍ୟ ରାଜପଥର ହାଟଡିହୀ ପୋଷ୍ଟ ଅଫିସ ନିକଟରେ ଏକ ବାଇକ୍‌ ଦୁର୍ଘଟଣା ଘଟି...

ନାମାଙ୍କନପତ୍ର ଦାଖଲ କଲେ ସସ୍ମିତା

କେନ୍ଦୁଝର,୬ା୫(ନରେଶ ଚନ୍ଦ୍ର ପଟ୍ଟନାୟକ): ସଦର ନିର୍ବାଚନ ମଣ୍ଡଳୀର ସ୍ବାଧୀନ ପ୍ରାର୍ଥିନୀ ସସ୍ମିତାରାଣୀ ସିଂହ ସୋମବାର ସ୍ଥାନୀୟ ଉପଜିଲାପାଳଙ୍କ କାର୍ଯ୍ୟାଳୟରେ ତାଙ୍କର ନାମାଙ୍କନପତ୍ର ଦାଖଲ କରିଛନ୍ତି। ଏକ...

ନାମାଙ୍କନପତ୍ର ଦାଖଲ କଲେ ବିଧାୟକ ପ୍ରାର୍ଥୀ ଜଗନ୍ନାଥ ନାଏକ

କେନ୍ଦୁଝର/ପାଟଣା,୬ା୫(ନରେଶ ଚନ୍ଦ୍ର ପଟ୍ଟନାୟକ/ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ନିର୍ବାଚନ ମଣ୍ଡଳୀର ବିଧାୟକ ତଥା ବିଜେଡି ବିଧାୟକ ପ୍ରାର୍ଥୀ ଜଗନ୍ନାଥ ନାଏକ ନାମାଙ୍କନପତ୍ର ଦାଖଲ କରିଛନ୍ତି।...

ଟ୍ରାନ୍ସପୋର୍ଟ କର୍ମଚାରୀଙ୍କ ଠାରୁ ଦୁର୍ବୃତ୍ତ ଲୁଟିନେଲେ ୧୪ ଲକ୍ଷ ଟଙ୍କା

କେନ୍ଦୁଝର,୬ା୫(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସଦର ଥାନା ଜାମୁଡ଼ିହା ନିକଟରେ ସୋମବାର ପୂର୍ବାହ୍ନରେ ଏନ୍‌ଏଚ ୪୯ରେ ଆଜି ଏକ ଘରୋଇ ଟ୍ରାନ୍ସପୋର୍ଟ କମ୍ପାନୀର ଦୁଇ ଜଣ...

ମହିଳାଙ୍କ ୪୩ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଆତ୍ମସାତ କରି ଦମ୍ପତି ଫେରାର, ପାଟଣା ଥାନାର ଦ୍ୱାରସ୍ଥ ହେଲେ…

ପାଟଣା,୫।୫(ବୀର କିଶୋର ଦାଶ) :କେନ୍ଦୁଝର ଜିଲା ପାଟଣା ବ୍ଲକ ବଡ ପାଟଣା ପଞ୍ଚାୟତ ମୁଖ୍ୟାଳୟ ଟାଇଁଶିରା ଗ୍ରାମର ୨୩ ଜଣ ମହିଳା ଠକେଇର ଶିକାର ହୋଇଛନ୍ତି।...

ନାମାଙ୍କନ ପତ୍ର ଦାଖଲ କଲେ କଂଗ୍ରେସ ସାଂସଦ ପ୍ରାର୍ଥୀ ଇଂ ବିନୋଦ ନାୟକ

କେନ୍ଦୁଝର, ୪।୫(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଲୋକ ସଭା ପ୍ରାର୍ଥି ଭାବେ କଂଗ୍ରେସ ଦଳରୁ ଇଂ ବିନୋଦ ନାୟକ ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି। ଶନିବାର...

ଖାଇବା ଦେବାରେ ବିଳମ୍ବ ହେବାରୁ ମା’ଙ୍କୁ ପିଟି ପିଟି ହତ୍ୟା କଲା ପୁଅ

ପାଟଣା,୪।୫(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଖୀରେଇଟାଙ୍ଗିରୀ ପଞ୍ଚାୟତ ଖିରେଇ ଟାଙ୍ଗିରି ଗାଁ ଭାଲୁପାହାଡ଼ି ସାହିରେ ଏକ ଦୁଃଖଦ ଘଟଣା ଘଟିଛି। ଖାଇବା...

ପାଣି ପାଇଁ ପ୍ରତିବାଦ: ଗରା, ବାଲଟି ରଖି ରାସ୍ତା ଅବରୋଧ କଲେ ମହିଳା

ପାଟଣା:୪।୫(ବୀର କିଶୋର ଦାଶ): ପାନୀୟ ଜଳ ଯୋଗାଣ ଦାବିରେ କେନ୍ଦୁଝର ଜିଲା ପାଟଣା କେନ୍ଦେଇପଶି ରାସ୍ତାର ଟାଙ୍ଗରପଡ଼ା ଛକରେ ଶନିବାର ଶତାଧିକ ମହିଳା ରାସ୍ତା ଉପରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri