Posted inଖେଳ

ଦିନେ ପିତାଙ୍କ ସହ କୃଷି କାମ କରୁଥିଲେ, ଏବେ ଭାରତକୁ ବିଶ୍ୱକପ୍‌ ସେମିଫାଇନାଲରେ ପହଞ୍ଚାଇଲେ ଏହି କ୍ରିକେଟର୍‌

ପୋଚେଫଷ୍ଟ୍ରୁମ,୨୯।୧: ଚଳିତ ଅଣ୍ଡର୍‌-୧୯ ବିଶ୍ୱକପରେ ଡିଫେଣ୍ଡିଂ ଚାମ୍ପିୟନ ଭାରତ ତା’ର ଦମଦାର ପ୍ରଦର୍ଶନ ଜାରି ରଖି ଟୁର୍ଣ୍ଣାମେଣ୍ଟର ସେମିଫାଇନାଲରେ ସ୍ଥାନ ପକ୍କା କରିନେଇଛି। ଭାରତ ସୁପର୍‌ ଲିଗ କ୍ୱାର୍ଟରଫାଇନାଲ ମୁକାବିଲାରେ ଶକ୍ତିଶାଳୀ ଅଷ୍ଟ୍ରେଲିଆକୁ ୭୪ ରନରେ ହରାଇ କ୍ରମାଗାତ ତୃତୀୟଥର ଅନ୍ତିମ-୪ରେ ପହଞ୍ଚିଛି। ବୋଲିଂ ପାଇଁ ଅନୁକୂଳ ସେନୱେସ ପାର୍କରେ ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରିଥିବା ଭାରତ ନିର୍ଦ୍ଧାରିତ ୫୦ ଓଭରରେ ୯ ଉଇକେଟ ହରାଇ ୨୩୩ ରନ କରିଥିଲା। ଜବାବରେ ସାମ ଫେନିଙ୍ଗ (୭୫)ଙ୍କ ଲୁଆ ଇନିଂସ ସତ୍ତ୍ୱେ ଅଷ୍ଟ୍ରେଲିଆ ୪୩.୩ ଓଭରରେ ସମସ୍ତ ଉଇକେଟ ହରାଇ ୧୫୯ ରନ କରି ପରାସ୍ତ ହୋଇଛି। ଭାରତ ପକ୍ଷରୁ କାର୍ତ୍ତିକ ତ୍ୟାଗି ୨୪ ରନ ଦେଇ ୪ଟି ଉଇକେଟ ନେଇ ମ୍ୟାନ୍‌ ଅଫ୍‌ ଦ ମ୍ୟାଚ୍‌ ବିବେଚିତ ହୋଇଥିଲେ। କିନ୍ତୁ ଖୁବ୍‌ କମ୍‌ ଲୋକ ଜାଣନ୍ତି ୧୭ବର୍ଷୀୟ କାର୍ତ୍ତିକ ଦିନେ ପିତାଙ୍କ ସହ ଜମିରେ କୃଷି କାମ କରୁଥିଲେ। କ୍ରିକେଟ ଖେଳରେ ରୁଚି ରଖିଥିବାରୁ ସେ ବେଳେବେଳେ ପ୍ରାକ୍ଟିସ କରୁଥିଲେ। ପୁଅକୁ ଟ୍ରେନିଂ ଦେବା ପାଇଁ ପିତାଙ୍କ ପାଖରେ ଅର୍ଥର ଅଭାବ ଥିଲା। କିନ୍ତୁ ସେ ଶ୍ରମିକ ଭାବେ କାର୍ଯ୍ୟକରି ପୁଅକୁ କ୍ରିକେଟ ଟ୍ରେନିଂ ଦେଇଥିଲେ। ପିତାଙ୍କ ସଂଘର୍ଷର ଫଳ ସେତେବେଳେ ମିଳିଥିଲା ଯେତେବେଳେ କାର୍ତ୍ତିକ କୁଚ ବିହାରୀ ଟ୍ରଫିରେ ଭଲ ପ୍ରଦର୍ଶନ କରି ଉତ୍ତର ପ୍ରଦେଶ ରଣଜୀ ଦଳରେ ସ୍ଥାନ ପାଇଥିଲେ। ପରେ ସେ ଅଣ୍ଡର-୧୯ ଭାରତୀୟ ଦଳରେ ସ୍ଥାନ ପାଇଁ ବିଶ୍ୱକପ୍‌ ଦଳରେ ସାମିଲ ହୋଇଥିଲା। ଏଥିପାଇଁ ଅନେକ ସଘର୍ଷ କରିବାକୁ ପଡିଛି, ମୋ ଯୋଗୁ ଏହା ସମ୍ଭବ ହୋଇଛି ବୋଲି କାର୍ତ୍ତିକ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଦେଶୀ ମଦ ଦୋକାନ ଉପରେ ବୋମାମାଡ଼ କରି ଫେରାର ହୋଇଗଲେ ଦୁର୍ବୃତ୍ତ, ପୁରୁଣା କର୍ମଚାରୀଙ୍କ…

କୋଣାର୍କ,୧୧ା୭(ଜ୍ୟୋତିରାଜ ମହାନ୍ତି): କୋଣାର୍କ ବସ୍‌ଷ୍ଟାଣ୍ଡ ନିକଟରେ ନୂତନ କରି ଖୋଲିଥିବା ବିଦେଶୀ ମଦ ଦୋକାନକୁ ଜଣେ ଦୁର୍ବୃତ୍ତ ଶନିବାର ପୂର୍ବାହ୍ନରେ ତିନୋଟି ବୋମାମାଡ଼ କରି ଫେରାର ହୋଇଯାଇଥିବାବେଳେ…

ଗୋଟିଏ ମଫଲର ନେଇ ନ୍ୟୁଜିଲାଣ୍ଡ ଯାଇଛନ୍ତି ମୋଦି: ପଛରେ ରହିଛି ରୋଚକ କାହାଣୀ

ନୂଆଦିଲ୍ଲୀ,୧୧।୭: ପ୍ରଧାନମନ୍ତ୍ରୀ ମୋଦି ନ୍ୟୁଜିଲାଣ୍ଡରେ ଭାରତୀୟ ସମ୍ପ୍ରଦାୟକୁ ସମ୍ବୋଧିତ କରିଛନ୍ତି। ସେ କହିଛନ୍ତି, ଆଜି ୪୦ ବର୍ଷ ପରେ ଜଣେ ଭାରତୀୟ ପ୍ରଧାନମନ୍ତ୍ରୀ ନ୍ୟୁଜିଲାଣ୍ଡ ଗସ୍ତ କରିଛନ୍ତି।…

ପାଠ୍ୟପୁସ୍ତକ ତ୍ରୁଟି: କଡ଼ା ପଦକ୍ଷେପ ନେଲେ ମୁଖ୍ୟମନ୍ତ୍ରୀ, SCERT ନିର୍ଦ୍ଦେଶକଙ୍କୁ ଏଫ୍‌ଆଇଆର୍‌ ଦାୟର କରିବାକୁ କହି…

ଭୁବନେଶ୍ୱର,୧୧ା୭(ସୁନିତ୍‌ ମିଶ୍ର): ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠ୍ୟ ପୁସ୍ତକରେ ତ୍ରୁଟି ଘଟଣାକୁ ଗମ୍ଭୀରତାର ସହ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶନିବାର ଏ ସମ୍ପର୍କରେ…

E-20 ସହିତ ସାଧାରଣ ପେଟ୍ରୋଲ୍ ମଧ୍ୟ… ଏବେ ଗ୍ରାହକଙ୍କୁ ପେଟ୍ରୋଲ ପମ୍ପରେ ମିଳିବ ପେଟ୍ରୋଲର ବିକଳ୍ପ?

ନୂଆଦିଲ୍ଲୀ,୧୧ା୭: E-20 ଇନ୍ଧନ (ଫ୍ୟୁଏଲ୍‌)କୁ ନେଇ ଏବେ ସାରା ଦେଶରେ ହଙ୍ଗାମା ମାତିଛି। ଏଥାନଲ୍ ବ୍ଲେଣ୍ଡେଡ୍ ପେଟ୍ରୋଲ୍ (ଏଥାନଲ୍ ମିଶ୍ରିତ ପେଟ୍ରୋଲ୍‌)କୁ ନେଇ ଆଲୋଚନା ଓ ବିବାଦର…

ଅଷ୍ଟ୍ରେଲିଆରେ ଏକ ହୋଟେଲ ରୁମ୍‌ର ମୂଲ୍ୟ କେତେ? ଗୋଟିଏ ସପ୍ତାହ ରହିଲେ କେତେ ଖର୍ଚ୍ଚ ହୁଏ ଜାଣନ୍ତୁ…

ନୂଆଦିଲ୍ଲୀ/କାନ୍‌ବେରା,୧୧ା୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ତିନି-ରାଷ୍ଟ୍ରୀୟ ଗସ୍ତରେ ଅଷ୍ଟ୍ରେଲିଆରେ ପହଞ୍ଚିଥିଲେ। ଯାହା ଦେଶ ବିଷୟରେ ଅଧିକ ଜାଣିବା ପାଇଁ ଇଚ୍ଛାକୁ ବୃଦ୍ଧି କରିଥିଲା। ଅନେକ ଲୋକ…

କେଜିରୁ ପିଜି ନାମଲେଖା ଦ୍ୱନ୍ଦ୍ୱ ଦୂର ପାଇଁ ଆସିବ ଏସ୍‌ଓପି: ଉଚ୍ଚଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର, ୧୧।୭: ରାଜ୍ୟରେ କେଜିରୁ ପିଜି ପର୍ଯ୍ୟନ୍ତ ମାଗଣା ଶିକ୍ଷା ଯୋଜନା କାର୍ଯ୍ୟକାରୀ ହେବା ପରେ ନାମଲେଖା ପ୍ରକ୍ରିୟାକୁ ନେଇ ସୃଷ୍ଟି ହୋଇଥିବା ଦ୍ୱନ୍ଦ୍ୱ ଦୂର କରିବା…

BCCI ଡାକିଲା ଜରୁରୀ ବୈଠକ; ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ହେବ ଆଲୋଚନା; ରୋହିତ-ବିରାଟ, ଏବଂ ଗମ୍ଭୀର-ଆୟରଙ୍କ ସମ୍ପର୍କରେ ପ୍ରମୁଖ ନିଷ୍ପତ୍ତି ଆଶା କରାଯାଉଛି

ନୂଆଦିଲ୍ଲୀ,୧୧।୭: ଭାରତୀୟ କ୍ରିକେଟରେ ସବୁକିଛି ଠିକ ଅଛି କି? ଏହା ବର୍ତ୍ତମାନ ଏକ ପ୍ରମୁଖ ପ୍ରଶ୍ନ ପାଲଟିଛି। ଭାରତୀୟ ଦଳ ଆୟରଲ୍ୟାଣ୍ଡ ବିପକ୍ଷରେ ଦୁଇ ମ୍ୟାଚ ବିଶିଷ୍ଟ…

ବୁଦାରୁ ମିଳିଲା ଯୁବକଙ୍କ ରକ୍ତାକ୍ତ ମୃତଦେହ : ହତ୍ୟା ସନ୍ଦେହ

ବିନିକା,୧୦।୭: ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ଥାନା ଅନ୍ତର୍ଗତ ଅଇଁଲାସାରି ଗାଁ ନିକଟ ରାସ୍ତାକଡ଼ରୁ ଜଣେ ଯୁବକଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର ହେବା ପରେ ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri