ପାଣି ଚିନ୍ତାରେ ପୌରାଞ୍ଚଳବାସୀ: ଶିଳ୍ପ ଶୋଷୁଛି, ପିଇବାକୁ ମିଳୁନି

ଢେଙ୍କାନାଳ ଅଫିସ,୧୫।୫- ଶିଳ୍ପରେ ସମୃଦ୍ଧ। ପାଣ୍ଠିର ଅଭାବ ନାହିଁ। ତଥାପି ବିଶୁଦ୍ଧ ପାଣି ମୁନ୍ଦାଏ ପାଇଁ ଡହଳବିକଳ ହେଉଛନ୍ତି ଢେଙ୍କାନାଳ ସହରବାସୀ। ପାନୀୟ ଜଳର ବୃହତ୍ତମ ସାଧନ ବ୍ରାହ୍ମଣୀ ନଦୀ ଜଳକୁ ଶିଳ୍ପସଂସ୍ଥା ଶୋଷୁଥିବାବେଳେ ଖରାଦିନେ ଜଳସଙ୍କଟ ତୀବ୍ର ହେବାରେ ଲାଗିଛି। ସମସ୍ୟା ସମାଧାନ ପାଇଁ ଜିଲା ପ୍ରଶାସନ କିମ୍ବା ରାଜନୈତିକ ଦଳ ଆନ୍ତରିକତା ଦେଖାଉ ନ ଥିବାବେଳେ ଜଳକଷ୍ଟରେ ହୀନସ୍ତା ହେଉଛନ୍ତି ଜନସାଧାରଣ।

ମହାନଦୀରୁ ପାଣି ଆସିବ। ଲୋକଙ୍କ କଷ୍ଟ ଦୂର ହେବ। ଢେଙ୍କାନାଳବାସୀଙ୍କୁ ଏପରି ସ୍ବପ୍ନ ଦେଖାଇଥିଲେ ରାଜ୍ୟ ସରକାର। ଦୀର୍ଘଦିନର ସମସ୍ୟା ଅନ୍ତ ହେବାକୁ ଯାଉଥିବା ଭାବି ଲୋକେ ମଧ୍ୟ ବେଶ୍‌ ଉତ୍ସାହିତ ଥିଲେ। ହେଲେ ଏହା ଏବେ ଦିବାସ୍ବପ୍ନ ପାଲଟିଛି। ମହାନଦୀ ପାଣି ତ ଦୂରର କଥା ବ୍ରାହ୍ମଣୀ ନଦୀ ପାଣିର ମଧ୍ୟ ଶତ ପ୍ରତିଶତ ସଦୁପଯୋଗ ହେଉନାହିଁ, ଯାହା ଜଳକଷ୍ଟକୁ ବହୁଗୁଣିତ କରିଛି।

ଢେଙ୍କାନାଳ ସହରର ପାଣି ସମସ୍ୟାର ସମାଧାନ ଲାଗି ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ୨୦୧୬-୧୭ ଆର୍ଥତ୍କ ବର୍ଷରେ ଯୋଜନା ପ୍ରସ୍ତୁତ କରିଥିଲା ଜନସ୍ବାସ୍ଥ୍ୟ ବିଭାଗ। ବୃହତ୍‌ ପାନୀୟ ଜଳ ପ୍ରକଳ୍ପ ଲାଗି ୧୬୦ କୋଟି ଟଙ୍କାର ପ୍ରସ୍ତାବ ରାଜ୍ୟ ସରକାରଙ୍କ ନିକଟକୁ ପଠାଯାଇଥିଲା। ଉକ୍ତ ପ୍ରକଳ୍ପରେ ମହାନଦୀରୁ ଆଠଗଡ଼ ଦେଇ ସିଧାସଳଖ ପାଣି ଆସିବା ପ୍ରସ୍ତାବ ରହିଥିଲା। ଏହାର ଡିପିଆର ମଧ୍ୟ ପ୍ରସ୍ତୁତ ହୋଇଥିଲା। ଏଥିପାଇଁ ୮ନଂ. ଓ୍ବାର୍ଡ ମହିଷାପାଟରେ ଓ୍ବାଟର ଟ୍ରିଟ୍‌ମେଣ୍ଟ ପ୍ଲାଣ୍ଟ କରିବାକୁ ଯୋଜନା ରହିଥିଲା। କିନ୍ତୁ ଅଦ୍ୟାବଧି  ଏ ସମ୍ପର୍କିତ ଫାଇଲ ପଡ଼ିରହିଛି। ଏଥିପୂର୍ବରୁ ୩୧ କୋଟି ଟଙ୍କାର ଅନ୍ୟ ଏକ ପ୍ରସ୍ତାବ ଯାଇଥିଲେ ମଧ୍ୟ କୌଣସି ପଦକ୍ଷେପ ଗ୍ରହଣ କରାଯାଉନାହିଁ।

ଖରାଦିନ ଆସିଲେ ୭୦ହଜାରରୁ ଊର୍ଦ୍ଧ୍ୱ ଜନସଂଖ୍ୟା ବିଶିଷ୍ଟ ଢେଙ୍କାନାଳ ସହରବାସୀ ପ୍ରମାଦ ଗଣନ୍ତି। ବ୍ରାହ୍ମଣୀ ନଦୀରେ ଜଳସ୍ତର କମିଗଲେ ସମସ୍ୟା ଆହୁରି ବଢ଼ିଯାଏ। କ୍ରମବର୍ଦ୍ଧିଷ୍ଣୁ ଜନସଂଖ୍ୟା ଦୃଷ୍ଟିରୁ ଏବେ ସହରକୁ ଦୈନିକ ୧୧ମିଲିୟନ ଲିଟର ଜଳର ଆବଶ୍ୟକତା ରହିଥିବାବେଳେ ବିଭିନ୍ନ ଉତ୍ସରୁ ମିଳୁଛି ମାତ୍ର ୮ମିଲିୟନ ଲିଟର, ଯାହା ଆବଶ୍ୟକତା ଦୃଷ୍ଟିରୁ ୪ ମିଲିୟନ ଲିଟର କମ୍‌। ପୌରସଂସ୍ଥାର ୨୩ୱାର୍ଡ ମଧ୍ୟରୁ ୧୦ଟି ଓ୍ବାର୍ଡକୁ ଠିକ୍‌ ଭାବେ ପାଣି ଯୋଗାଣ ହେଉନାହିଁ। ୨୦୧୮ରେ ରାଜ୍ୟ ଯୋଜନା ଆନୁକୂଲ୍ୟରେ  ୧୦କୋଟି ୩୦ଲକ୍ଷ ଟଙ୍କା ବ୍ୟୟରେ ବିଭିନ୍ନ ଓ୍ବାର୍ଡକୁ ପାଇପ୍‌ ବିଛାଯାଇଥିଲା। ବାଞ୍ଝକୁସୁମ, ବନମାଳୀପ୍ରସାଦ, ଖମାରସାହି, ଭଗବାନପୁର, କୁଞ୍ଜକାନ୍ତ ଲଳିତନଗର ଅଞ୍ଚଳରେ ଅଣ୍ଡରଗ୍ରାଉଣ୍ଡ୍‌ ୱାଟର ରିଜର୍ଭୟର ମଧ୍ୟ ନିର୍ମାଣ କରାଯାଇଛି। ହେଲେ ଏହା ଅଦ୍ୟାବଧି କାର୍ଯ୍ୟକ୍ଷମ ହୋଇନାହିଁ। ପ୍ରକଳ୍ପରେ ଖର୍ଚ୍ଚ କରାଯାଇଥିବା କୋଟି କୋଟି ଟଙ୍କା କେଉଁ କାମକୁ ନୁହେଁ ବୋଲି ବୁଦ୍ଧିଜୀବୀମାନେ କହିଛନ୍ତି। ରାଜନୈତିକ ଇଚ୍ଛା ଶକ୍ତି ଅଭାବରୁ ପାନୀୟ ଜଳ ପ୍ରକଳ୍ପ ପଦ୍ମ ଘୁଞ୍ଚତ୍ ଘୁଞ୍ଚତ୍ ଯାଉଛି ବୋଲି ସେମାନେ ଅଭିଯୋଗ କରିଛନ୍ତି। ସହରରେ ପାନୀୟଜଳ ସମସ୍ୟା ଜଟିଳ ରୂପ ଧାରଣ କରିଥିବାବେଳେ ଏହାର ସମାଧାନ କରିବା ପ୍ରଶାସନ ପାଇଁ ଚ୍ୟାଲେଞ୍ଜ ପାଲଟିଛି।

ଏ ନେଇ ଜନସ୍ବାସ୍ଥ୍ୟ ବିଭାଗ ସହକାରୀ ନିର୍ବାହୀଯନ୍ତ୍ରୀ ଅଲେଖ ବିହାରୀ ପରିଡ଼ା କୁହନ୍ତି, ପାନୀୟଜଳ ପ୍ରକଳ୍ପ ପାଇଁ ୨୦୧୬-୧୭ରେ ସରକାରଙ୍କୁ ୧୬୦ କୋଟି ଟଙ୍କାର ପ୍ରସ୍ତାବ ଦିଆଯାଇଥିଲା। ବ୍ରାହ୍ମଣୀ ନଦୀରେ ଜଳସ୍ତର କମିଚାଲିଛି। ମହାନଦୀରୁ ପାଣି ଅଣାଯାଇପାରିଲେ ସମସ୍ୟା ସମାଧାନ ହୋଇପାରନ୍ତା। ଏ ନେଇ ସରକାରଙ୍କୁ ଅବଗତ କରାଯାଇଛି। ଏହାକୁ କାର୍ଯ୍ୟକାରୀ କରିବା ନେଇ କୌଣସି ନିର୍ଦ୍ଦେଶନାମା ଆସିନାହିଁ ା ଭୂତଳ ଜଳସ୍ତର କମୁଥିବାରୁ ସମସ୍ୟା ଆହୁରି ବଢୁଛି ବୋଲି ସେ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଋଷିକୁଲ୍ୟା ପାଇଁ ବିପଦ ସାଜିଛି କାଶତଣ୍ଡୀ

ଧରାକୋଟ,୮ା୯ (ବିଷ୍ଣୁ କେଶରୀ ଆଚାର୍ଯ୍ୟ): କନ୍ଧମାଳ ଜିଲାର ଋଷୀମାଳ ପର୍ବତରୁ ଋଷିକୁଲ୍ୟା ନଦୀ ଜନ୍ମନେଇ ଗଞ୍ଜାମ ଜିଲାର ସୋରଡା, ଧାକୋଟ, ଆସିକା, ହିଞ୍ଜିଳି, ପୁରୁଷୋତ୍ତମପୁର ବ୍ଲକ୍‌ ପରେ…

ବାଲୁଙ୍କେଶ୍ୱର ହାଇସ୍କୁଲ ସହକାରୀ ଶିକ୍ଷକଙ୍କୁ ମରଣାନ୍ତକ ଆକ୍ରମଣ

ଖଲ୍ଲିକୋଟ, ୮/୯/୨୦୨୬ (ପ୍ରଶାନ୍ତ କୁମାର ମିଶ୍ର): ଖଲ୍ଲିକୋଟ ଏନ୍‌ଏସି ଅନ୍ତର୍ଗତ ବାଲୁଙ୍କେଶ୍ୱର ହାଇସ୍କୁଲର ଜଣେ ସହକାରୀ ଶିକ୍ଷକଙ୍କୁ ସ୍କୁଲ ଗେଟ୍‌ ନିକଟରେ ମଙ୍ଗଳବାର ମରଣାନ୍ତକ ଆକ୍ରମଣ କରାଯାଇଛି।…

ଦୁର୍ଗମ ଜଙ୍ଗଲରେ ଚଢାଉ: ମଦ କାରଖାନା ଭାଙ୍ଗିଲା ଅବକାରୀ ବିଭାଗ, ୧୯ ହଜାର ଲିଟର ମଦ ପୋଚ * ୧୧ ଶହ ଲିଟର ଦେଶୀ ମଦ ଜବତ

ଦିଗପହଣ୍ଡି,୮।୯(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଟି.ଗୋବିନ୍ଦପୁର ପଞ୍ଚାୟତ ଜନଜାତି ବହୁଳ ଦାମପୁର ଗାଁ ନିକଟ ଦୁର୍ଗମ ଜଙ୍ଗଲରେ ମଙ୍ଗଳବାର ସକାଳେ ସାନଖେମୁଣ୍ଡି…

ଭ୍ରମରପୁର ସ୍କୁଲରେ ଶିକ୍ଷକ ବଦଳି ବାତିଲ ଦାବିରେ ଜେନ୍ ଆଲଫାଙ୍କ ଆନ୍ଦୋଳନ, ସ୍କୁଲ ସମ୍ମୁଖରେ ଉତ୍ତେଜନା            

ଦିଗପହଣ୍ଡି,୮|୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଭ୍ରମରପୁର ଗ୍ରାମ ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ଭାଗବତ ପ୍ରସାଦ ନାୟକଙ୍କୁ ଚୌଧୁରୀ ଟିକରପଡ଼ା ଗ୍ରାମ ବିଦ୍ୟାଳୟକୁ…

ଘରେ କରୁଥିଲେ କାମ: ବିଦ୍ୟୁତ୍‌ ଆଘାତରେ ଚାଲିଗଲା ଦିନ ମଜୁରିଆଙ୍କ ଜୀବନ

କୁଆଁରମୁଣ୍ଡା,୮।୯(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜଲା ବୀରମିତ୍ରପୁର ଥାନା କୁଆଁରମୁଣ୍ଡା ଫାଣ୍ଡି ଅନ୍ତର୍ଗତ ଚୁଟିଆଟୋଲି ଗ୍ରାମ ରୀତା ତିର୍କୀଙ୍କ ଘର ସେଣ୍ଟ୍ରିଂ କାମ କରୁଥିବା ବେଳେ ମଙ୍ଗଳବାର…

ବାଘ ଛାଲ ଡିଲ୍‌ ବେଳେ ମାଡ଼ି ବସିଲା ଗୁଜରାଟ ଟିମ୍‌

ଜୟପୁର,୮।୯: ଗୁଜରାଟର ସ୍ବତନ୍ତ୍ର ଡିଆର୍‌ଆଇ ଟିମ୍‌କୁ ଓଡ଼ିଶାରେ ଏକ ବଡ଼ ସଫଳତା ମିଳିଛି। ଡିଆର୍‌ଆଇ ଟିମ୍‌ ଜୟପୁରରେ ଚଢ଼ାଉ କରି ଏକ କଲରା ପତରିଆ ବାଘ ଛାଲ…

ଏମଆରଏଫ୍‌ ୟୁନିଟ୍‌ରେ ପଶିଲା ୫ ଫୁଟର ଅଜଗର, ପରେ….

କୁଆଁରମୁଣ୍ଡା, ୮।୯ (ମହେନ୍ଦ୍ର କୁମାର ସାହୁ): ମଙ୍ଗଳବାର ମଧ୍ୟାହ୍ନରେ କୁଆଁରମୁଣ୍ଡା ବ୍ଲକ ଏମଆରଏଫ୍‌ ୟୁନିଟ୍‌ ଭିତରକୁ ଏକ ଅଜଗର ସାପ ପଶିଯାଇଥିଲା। ସାପଟିକୁ ଦେଖି କର୍ମଚାରୀମାନେ ଭୟଭୀତ…

ଯୁବ IAS କସ୍ତୁରୀ ଶାହାଙ୍କୁ ଭବାନୀପାଟଣା ଉପଜିଲାପାଳ ଦାୟିତ୍ୱ, ଛୁଟିଲା ଶୁଭେଚ୍ଛା…

ଭବାନୀପାଟଣା,୮।୯(ଉତ୍ତମ କୁମାର ଦାଶ): ଟ୍ରେନିଂ ଶେଷ ପରେ ୯ ଯୁବ IASଙ୍କୁ ଉପଜିଲାପାଳ ଭାବେ ନିଯୁକ୍ତି ମିଳିଛି। ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri