ପାଣି ଚିନ୍ତାରେ ପୌରାଞ୍ଚଳବାସୀ: ଶିଳ୍ପ ଶୋଷୁଛି, ପିଇବାକୁ ମିଳୁନି

ଢେଙ୍କାନାଳ ଅଫିସ,୧୫।୫- ଶିଳ୍ପରେ ସମୃଦ୍ଧ। ପାଣ୍ଠିର ଅଭାବ ନାହିଁ। ତଥାପି ବିଶୁଦ୍ଧ ପାଣି ମୁନ୍ଦାଏ ପାଇଁ ଡହଳବିକଳ ହେଉଛନ୍ତି ଢେଙ୍କାନାଳ ସହରବାସୀ। ପାନୀୟ ଜଳର ବୃହତ୍ତମ ସାଧନ ବ୍ରାହ୍ମଣୀ ନଦୀ ଜଳକୁ ଶିଳ୍ପସଂସ୍ଥା ଶୋଷୁଥିବାବେଳେ ଖରାଦିନେ ଜଳସଙ୍କଟ ତୀବ୍ର ହେବାରେ ଲାଗିଛି। ସମସ୍ୟା ସମାଧାନ ପାଇଁ ଜିଲା ପ୍ରଶାସନ କିମ୍ବା ରାଜନୈତିକ ଦଳ ଆନ୍ତରିକତା ଦେଖାଉ ନ ଥିବାବେଳେ ଜଳକଷ୍ଟରେ ହୀନସ୍ତା ହେଉଛନ୍ତି ଜନସାଧାରଣ।

ମହାନଦୀରୁ ପାଣି ଆସିବ। ଲୋକଙ୍କ କଷ୍ଟ ଦୂର ହେବ। ଢେଙ୍କାନାଳବାସୀଙ୍କୁ ଏପରି ସ୍ବପ୍ନ ଦେଖାଇଥିଲେ ରାଜ୍ୟ ସରକାର। ଦୀର୍ଘଦିନର ସମସ୍ୟା ଅନ୍ତ ହେବାକୁ ଯାଉଥିବା ଭାବି ଲୋକେ ମଧ୍ୟ ବେଶ୍‌ ଉତ୍ସାହିତ ଥିଲେ। ହେଲେ ଏହା ଏବେ ଦିବାସ୍ବପ୍ନ ପାଲଟିଛି। ମହାନଦୀ ପାଣି ତ ଦୂରର କଥା ବ୍ରାହ୍ମଣୀ ନଦୀ ପାଣିର ମଧ୍ୟ ଶତ ପ୍ରତିଶତ ସଦୁପଯୋଗ ହେଉନାହିଁ, ଯାହା ଜଳକଷ୍ଟକୁ ବହୁଗୁଣିତ କରିଛି।

ଢେଙ୍କାନାଳ ସହରର ପାଣି ସମସ୍ୟାର ସମାଧାନ ଲାଗି ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ୨୦୧୬-୧୭ ଆର୍ଥତ୍କ ବର୍ଷରେ ଯୋଜନା ପ୍ରସ୍ତୁତ କରିଥିଲା ଜନସ୍ବାସ୍ଥ୍ୟ ବିଭାଗ। ବୃହତ୍‌ ପାନୀୟ ଜଳ ପ୍ରକଳ୍ପ ଲାଗି ୧୬୦ କୋଟି ଟଙ୍କାର ପ୍ରସ୍ତାବ ରାଜ୍ୟ ସରକାରଙ୍କ ନିକଟକୁ ପଠାଯାଇଥିଲା। ଉକ୍ତ ପ୍ରକଳ୍ପରେ ମହାନଦୀରୁ ଆଠଗଡ଼ ଦେଇ ସିଧାସଳଖ ପାଣି ଆସିବା ପ୍ରସ୍ତାବ ରହିଥିଲା। ଏହାର ଡିପିଆର ମଧ୍ୟ ପ୍ରସ୍ତୁତ ହୋଇଥିଲା। ଏଥିପାଇଁ ୮ନଂ. ଓ୍ବାର୍ଡ ମହିଷାପାଟରେ ଓ୍ବାଟର ଟ୍ରିଟ୍‌ମେଣ୍ଟ ପ୍ଲାଣ୍ଟ କରିବାକୁ ଯୋଜନା ରହିଥିଲା। କିନ୍ତୁ ଅଦ୍ୟାବଧି  ଏ ସମ୍ପର୍କିତ ଫାଇଲ ପଡ଼ିରହିଛି। ଏଥିପୂର୍ବରୁ ୩୧ କୋଟି ଟଙ୍କାର ଅନ୍ୟ ଏକ ପ୍ରସ୍ତାବ ଯାଇଥିଲେ ମଧ୍ୟ କୌଣସି ପଦକ୍ଷେପ ଗ୍ରହଣ କରାଯାଉନାହିଁ।

ଖରାଦିନ ଆସିଲେ ୭୦ହଜାରରୁ ଊର୍ଦ୍ଧ୍ୱ ଜନସଂଖ୍ୟା ବିଶିଷ୍ଟ ଢେଙ୍କାନାଳ ସହରବାସୀ ପ୍ରମାଦ ଗଣନ୍ତି। ବ୍ରାହ୍ମଣୀ ନଦୀରେ ଜଳସ୍ତର କମିଗଲେ ସମସ୍ୟା ଆହୁରି ବଢ଼ିଯାଏ। କ୍ରମବର୍ଦ୍ଧିଷ୍ଣୁ ଜନସଂଖ୍ୟା ଦୃଷ୍ଟିରୁ ଏବେ ସହରକୁ ଦୈନିକ ୧୧ମିଲିୟନ ଲିଟର ଜଳର ଆବଶ୍ୟକତା ରହିଥିବାବେଳେ ବିଭିନ୍ନ ଉତ୍ସରୁ ମିଳୁଛି ମାତ୍ର ୮ମିଲିୟନ ଲିଟର, ଯାହା ଆବଶ୍ୟକତା ଦୃଷ୍ଟିରୁ ୪ ମିଲିୟନ ଲିଟର କମ୍‌। ପୌରସଂସ୍ଥାର ୨୩ୱାର୍ଡ ମଧ୍ୟରୁ ୧୦ଟି ଓ୍ବାର୍ଡକୁ ଠିକ୍‌ ଭାବେ ପାଣି ଯୋଗାଣ ହେଉନାହିଁ। ୨୦୧୮ରେ ରାଜ୍ୟ ଯୋଜନା ଆନୁକୂଲ୍ୟରେ  ୧୦କୋଟି ୩୦ଲକ୍ଷ ଟଙ୍କା ବ୍ୟୟରେ ବିଭିନ୍ନ ଓ୍ବାର୍ଡକୁ ପାଇପ୍‌ ବିଛାଯାଇଥିଲା। ବାଞ୍ଝକୁସୁମ, ବନମାଳୀପ୍ରସାଦ, ଖମାରସାହି, ଭଗବାନପୁର, କୁଞ୍ଜକାନ୍ତ ଲଳିତନଗର ଅଞ୍ଚଳରେ ଅଣ୍ଡରଗ୍ରାଉଣ୍ଡ୍‌ ୱାଟର ରିଜର୍ଭୟର ମଧ୍ୟ ନିର୍ମାଣ କରାଯାଇଛି। ହେଲେ ଏହା ଅଦ୍ୟାବଧି କାର୍ଯ୍ୟକ୍ଷମ ହୋଇନାହିଁ। ପ୍ରକଳ୍ପରେ ଖର୍ଚ୍ଚ କରାଯାଇଥିବା କୋଟି କୋଟି ଟଙ୍କା କେଉଁ କାମକୁ ନୁହେଁ ବୋଲି ବୁଦ୍ଧିଜୀବୀମାନେ କହିଛନ୍ତି। ରାଜନୈତିକ ଇଚ୍ଛା ଶକ୍ତି ଅଭାବରୁ ପାନୀୟ ଜଳ ପ୍ରକଳ୍ପ ପଦ୍ମ ଘୁଞ୍ଚତ୍ ଘୁଞ୍ଚତ୍ ଯାଉଛି ବୋଲି ସେମାନେ ଅଭିଯୋଗ କରିଛନ୍ତି। ସହରରେ ପାନୀୟଜଳ ସମସ୍ୟା ଜଟିଳ ରୂପ ଧାରଣ କରିଥିବାବେଳେ ଏହାର ସମାଧାନ କରିବା ପ୍ରଶାସନ ପାଇଁ ଚ୍ୟାଲେଞ୍ଜ ପାଲଟିଛି।

ଏ ନେଇ ଜନସ୍ବାସ୍ଥ୍ୟ ବିଭାଗ ସହକାରୀ ନିର୍ବାହୀଯନ୍ତ୍ରୀ ଅଲେଖ ବିହାରୀ ପରିଡ଼ା କୁହନ୍ତି, ପାନୀୟଜଳ ପ୍ରକଳ୍ପ ପାଇଁ ୨୦୧୬-୧୭ରେ ସରକାରଙ୍କୁ ୧୬୦ କୋଟି ଟଙ୍କାର ପ୍ରସ୍ତାବ ଦିଆଯାଇଥିଲା। ବ୍ରାହ୍ମଣୀ ନଦୀରେ ଜଳସ୍ତର କମିଚାଲିଛି। ମହାନଦୀରୁ ପାଣି ଅଣାଯାଇପାରିଲେ ସମସ୍ୟା ସମାଧାନ ହୋଇପାରନ୍ତା। ଏ ନେଇ ସରକାରଙ୍କୁ ଅବଗତ କରାଯାଇଛି। ଏହାକୁ କାର୍ଯ୍ୟକାରୀ କରିବା ନେଇ କୌଣସି ନିର୍ଦ୍ଦେଶନାମା ଆସିନାହିଁ ା ଭୂତଳ ଜଳସ୍ତର କମୁଥିବାରୁ ସମସ୍ୟା ଆହୁରି ବଢୁଛି ବୋଲି ସେ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଏସ୍‌କେଓ୍ବାଇକୁ ବିରୋଧ କରୁଛନ୍ତି କେନ୍ଦ୍ରମନ୍ତ୍ରୀ: ପାଣ୍ଡିଆନ୍‌

ଭୁବନେଶ୍ୱର/ ଉମରକୋଟ/ଝରିଗାଁ/ ପାପଡ଼ାହାଣ୍ଡି/ନବରଙ୍ଗପୁର/ ତେନ୍ତୁଳିଖୁଣ୍ଟି, ୨୭ା୪ (ଅନିଲ ଦାସ/ସନ୍ତୋଷ ଶତପଥୀ/କିଶୋର ଚନ୍ଦ୍ର ମଣ୍ଡଳ/ସ୍ବପ୍ନଜିତ ପଟ୍ଟନାୟକ/ସଦାଶିବ ପ୍ରହରାଜ/ଚିଦାନନ୍ଦ ସାହୁ): ବିଜେଡିର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ ଶୁକ୍ରବାର...

ଛିଡୁନି ଭାଜପା ପ୍ରାର୍ଥୀଙ୍କ ନାମ, ମହିଳା କାର୍ଡ ଖେଳିବା ଚର୍ଚ୍ଚା

କଟକ,୨୭ା୪(ଶିଳ୍ପା ପ୍ରିୟଦର୍ଶିନୀ): ନିର୍ବାଚନକୁ ମାତ୍ର କମ୍‌ ସମୟ ଥିବାବେଳେ ଆସନ୍ତା ସୋମବାରଠାରୁ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହେବ। ହେଲେ ଏପର୍ଯନ୍ତ ବାରବାଟୀ-କଟକ ଭାଜପାର...

ଟୁକୁନୀଙ୍କ ପାଇଁ ପଦ୍ମପୁର ଜିଲା ଘୋଷଣା ଅଟକିଥିବା ଚର୍ଚ୍ଚା

ବଲାଙ୍ଗୀର, ୨୭ା୪(ବୀରେନ୍ଦ୍ର କୁମାର ଝାଙ୍କର): ଟିଟିଲାଗଡ଼ ସହରରେ ବରିଷ୍ଠ ନାଗରିକ ସମୂହଙ୍କ ପକ୍ଷରୁ ଆୟୋଜିତ ଏକ ନିର୍ବାଚନୀ ସଭାରେ ମନ୍ତ୍ରୀ ତଥା ଟିଟିଲାଗଡ଼ ବିଧାୟିକା ପ୍ରାର୍ଥୀ...

ସମ୍ବଲପୁରୀ ଲୁଙ୍ଗି ଉପାଖ୍ୟାନ

ସମ୍ବଲପୁର,୨୭।୪ (ଭବାନୀ ଶଙ୍କର ଭୋଇ): ସମ୍ବଲପୁରରେ ମୁଖ୍ୟମନ୍ତ୍ରୀଙ୍କ ଲୁଙ୍ଗିପିନ୍ଧାକୁ ନେଇ ବିଜେଡି ଏବଂ ଭାଜପା ମଧ୍ୟରେ ଜୋରଦାର ବାକ୍‌ଯୁଦ୍ଧ ଆରମ୍ଭ ହୋଇଯାଇଛି। ଶୁକ୍ରବାର ଏନେଇ ଉଭୟ...

ରବି-ତାରା ମୁହାଁମୁହିଁ

ଜୟପୁର, ୨୭ା୪(ପବନ ପାଣିଗ୍ରାହୀ): ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଜେଡି ନେତା ରବିନାରାୟଣ ନନ୍ଦ ଶୁକ୍ରବାର ଜୟପୁର ସାଜୁସାହିସ୍ଥିତ ବିଜେଡି କାର୍ଯ୍ୟାଳୟରେ ଖବରଦାତା ସମ୍ମିଳନୀ କରି...

‘କ୍ରୀତଦାସ ନୁହେଁ, ସ୍ବାଭିମାନରେ ବିଶ୍ୱାସକରେ’

ଅନୁଗୋଳ, ୨୭ା୪(ଅମିତ କୁମାର ସାମଲ): ଦୀର୍ଘ ୨୫ ବର୍ଷର ଅପାରଗ ଓ ସ୍ଥାଣୁ ସରକାରରେ ଅନେକେ କ୍ରୀତଦାସ ହେବାକୁ ପସନ୍ଦ କରୁଛନ୍ତି। କିନ୍ତୁ ସେ କ୍ରୀତଦାସରେ...

ମୁକାବିଲା ମୁଡ୍‌ରେ ସୂର୍ଯ୍ୟବଂଶୀ-ସଞ୍ଜୟ

ଧାମନଗର,୨୭୪(ଦେବେନ୍ଦ୍ର ଆନ୍ଦିଆ): ଭଦ୍ରକ ଲୋକ ସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଧାମନଗର ବିଧାନସଭା କ୍ଷେତ୍ରରେ ଭାଜପା, ବିଜେଡି ଓ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ଘୋଷଣା ସରିଛି। ଭାଜପା...

ବାଇକ୍‌କୁ ଧକ୍କା ଦେଲା ଟ୍ରକ୍‌: ଚାଲିଗଲା ୩ ଜୀବନ

ଅନୁଗୋଳ,୨୭ା୪ (ଅମିତ କୁମାର ସାମଲ): ଅନୁଗୋଳ ସଦର ଥାନା ଅଧୀନ ପଞ୍ଚମହଳା ନିକଟରେ ଶନିବାର ସକାଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ଟ୍ରକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri