ପରିବେଶ ମଞ୍ଜୁରୀ ଓ ରାଜସ୍ବ ଆଦାୟକୁ ଅଣଦେଖା; ବେଲଗାମ୍‍ ହେଉଛି ବାଲି ଉଠାଣ

କେନ୍ଦ୍ରାପଡା ଅଫିସ, ୩।୧୨: କେନ୍ଦ୍ରାପଡ଼ା ଜିଲାରେ ଗତ ୨ ବର୍ଷ ମଧ୍ୟରେ ୪ଟି ଏନ୍‌ଜିଟି (ଜାତୀୟ ଗ୍ରୀନ୍‌ ଟ୍ରିବ୍ୟୁନାଲ) ମାମଲା ଜିଲା ପ୍ରଶାସନକୁ ଅଡୁଆରେ ପକାଇଛି। ପଟ୍ଟାମୁଣ୍ଡାଇ ବ୍ଲକ ଦେଇ ପ୍ରବାହିତ ବ୍ରାହ୍ମଣୀ ନଦୀରୁ ବାଲିଉଠାଣ, ମାର୍ଶାଘାଇ ବ୍ଲକ ମଣିକୁଣ୍ଡା ଜଙ୍ଗଲ ଜମିରେ ପାନୀୟ ଜଳ ପ୍ରକଳ୍ପ ନିର୍ମାଣ, କେନ୍ଦ୍ରାପଡ଼ା ବ୍ଲକ ଇନ୍ଦୁପୁରରେ ବାଲି ଉଠାଣ ମାମଲା ଏବଂ ହରିଦାସପୁର-ପାରାଦୀପ ରେଳ ପ୍ରକଳ୍ପ ପାଇଁ ମାଟି ଓ ବାଲି ଉଠା ମାମଲା ଏନ୍‌ଜିଟିର ବିଚାର ପରିସରଭୁକ୍ତ ହୋଇଛି। ତେବେ ଜିଲାରେ ଥିବା ବିଭିନ୍ନ ନଦୀ ସୈରାତରୁ ବାଲି ଉଠାଣ ହେଉଥିଲେ ମଧ୍ୟ ପରିବେଶ ମଞ୍ଜୁରୀ ପ୍ରତି କାହାରି ନିଘା ନ ଥିବା ବେଳେ ରାଜସ୍ବ ଆଦାୟକୁ ବି ଅଣଦେଖା କରାଯାଉଛି ବୋଲି ଅଭିଯୋଗ ହେଉଛି।
କେନ୍ଦ୍ରାପଡା ଜିଲାର ଆଳି, ଡେରାବିଶ, ଗରଦପୁର, ରାଜକନିକା, ମାର୍ଶାଘାଇ, ମହାକାଳପଡା ଓ ପଟ୍ଟାମୁଣ୍ଡାଇ ବ୍ଲକ ଅଞ୍ଚଳରେ ପ୍ରବାହିତ ନଦୀର ୨୮ଟି ସୈରାତରୁ ବାଲି ଉଠାଣ ହେଉଛି। ସମୁଦାୟ ୧୫୭.୩୩୬ ହେକ୍ଟର ଆୟତନରେ ବାଲି ଉଠାଣ କରାଯାଉଥିବା ବେଳେ ଜିଲା ପ୍ରଶାସନ ପକ୍ଷରୁ ଏ ନେଇ ରାଜସ୍ବ ଆଦାୟ ହେଉଛି। ହେଲେ ନିର୍ଦ୍ଦିଷ୍ଟ ପରିମାଣର ବାଲି ଉଠାଣ ପାଇଁ ପ୍ରଶାସନ ପକ୍ଷରୁ ଅନୁମତି ଦିଆଯାଇଥିବା ବେଳେ ଅଧିକ ପରିମାଣର ବାଲି ଉଠାଣ ଚାଲିଥିବା ସାମାଜିକ କର୍ମୀ ଆଳୟ ସାମନ୍ତରାୟ କ୍ଷୋଭ ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ, ବାଲି ଉଠାଣରେ ବହୁ କଟକଣା ଅଛି। ନଦୀଶଯ୍ୟାର ଏକ ପଞ୍ଚମାଂଶରୁ ଊର୍ଦ୍ଧ୍ୱ ବାଲି ଉଠାଣକୁ ପରିବେଶ ବିଭାଗ ପକ୍ଷରୁ ରୋକାଯାଇଛି। ସେହିପରି ପାନୀୟ ଜଳ ପ୍ରକଳ୍ପ, ବନ୍ଧ, ନଦୀ, ପୋଲ ନିକଟଠାରୁ ୩୦୦ ମିଟର ମଧ୍ୟରେ ବାଲିଉଠା ହୋଇ ପାରିବନାହିଁ। ପରିବେଶ ପ୍ରଦୂଷଣ ମୁକ୍ତ ଗାଡ଼ି ଏହି ପରିବହନରେ ନିୟୋଜିତ ହେବାକୁ ଥିବା ବେଳେ ବାଲି ନେବା ସମୟରେ ଗାଡ଼ି ଉପରେ ପାଲ ବାନ୍ଧିବାକୁ ନିୟମ ରହିଛି। ଏଥିସହିତ ନଦୀପଥକୁ ସୁରକ୍ଷା ଦେବା ପାଇଁ ବହୁ ନିୟମ ରହିଛି। ତେବେ କେନ୍ଦ୍ରାପଡ଼ା ଜିଲାରେ ଏହି ନିୟମକୁ ଉପେକ୍ଷା କରାଯାଉଛି। ସେହିପରି ସୈରାତର ବାଲି ଉଠା ତୁଳନାରେ ଜିଲାରେ ରାଜସ୍ବ ଅଭିବୃଦ୍ଧି ହେଉନି। ସୂଚନା ଅଧିକାର ଅଭିଯାନ କର୍ମୀ ଅଶେଷ ଖଟୁଆ କୁହନ୍ତି, ନିକଟରେ ମହାକାଳପଡ଼ା ଓ ମାର୍ଶାଘାଇ ଅଞ୍ଚଳର ବାଲି ସୈରାତରେ ପରିବେଶ ମଞ୍ଜୁରୀ ସମ୍ପର୍କିତ ତଥ୍ୟ ସମ୍ପର୍କରେ ସେ ଜାଣିବାକୁ ଚେଷ୍ଟା କରିଥିଲେ। ତେବେ ମାର୍ଶାଘାଇ ତହସିଲ ଅଧୀନ ତୁଳସୀପୁର ଓ ପକ୍ଷୋଟ ବାଲି ସୈରାତକୁ ପରିବେଶ ମଞ୍ଜୁରୀ ମିଳି ନ ଥିବା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ପାରାଦୀପସ୍ଥିତ ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ଚିଠି ନଂ. ୧୨୯୪୧ ଯୋଗେ ସୂଚନା ଦିଆଯାଇଛି। ତେଣୁ ପରିବେଶ ସୁରକ୍ଷା ଦିଗରେ ଜିଲା ପ୍ରଶାସନ ଧ୍ୟାନ ଦେବା ଆବଶ୍ୟକ ବୋଲି ସେ ଦର୍ଶାଇଛନ୍ତି। ଏ ସମ୍ପର୍କରେ ଏଡିଏମ୍‌ ବସନ୍ତ କୁମାର ରାଉତଙ୍କୁ ପଚାରିବାରେ, ଅଧିକ ବାଲି ଉଠାଣ ଓ ପରିବେଶ ମଞ୍ଜୁରୀ ସଂକ୍ରାନ୍ତକାଗଜପତ୍ର ତନଖି କରାଯିବ। ଅଭିଯୋଗ ସତ୍ୟତା ଥିଲେ କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନାମାଙ୍କନପତ୍ର ଦାଖଲ କଲେ ଭର୍ତ୍ତୃହରି

କଟକ,୩ା୫: କଟକ ଭାଜପାର ଲୋକ ସଭା ପ୍ରାର୍ଥୀ ଭର୍ତ୍ତୃହରି ମହତାବ ଶୁକ୍ରବାର ତାଙ୍କର ନାମାଙ୍କନପତ୍ର ଦାଖଲ କରିଛନ୍ତି। ହଜାର ହଜାର ସମର୍ଥକଙ୍କ ସହ ଏକ ବିରାଟ...

ସୋହେଲାରୁ ମିଳିଲା ପୁଳାପୁଳା ଟଙ୍କା: ଚାଲିଛି ତନାଘନା, ଜଣେ ଅଟକ

ସୋହେଲା,୩ା୫(ଅଶ୍ୱିନୀ ପାତ୍ର): ବରଗଡ଼ ଜିଲା ସୋହେଲା ଥାନା ଲୁହୁରାଚଟି ଛକରେ ଯାଞ୍ଚବେଳେ ପୋଲିସ ଏକ ଟାଟା ସୁମୋ ଗାଡ଼ି(ନମ୍ବର- ସିଜି୦୪ଏଚପି ୭୯୫୯)ରୁ ସାଢ଼େ ୭ଲକ୍ଷ ଟଙ୍କା...

ପ୍ରାର୍ଥୀ ବଦଳ ପରମ୍ପରା ବଜାୟ ରହିଲା

ଯାଜପୁର/ରସୁଲପୁର(ହର୍ଷବର୍ଦ୍ଧନ ବେହେରା/ରଞ୍ଜିତ ରାଉତ),୩ା୫:ଯାଜପୁର ଜିଲା କୋରେଇ ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡି ଓ ଭାଜପା ପ୍ରାର୍ଥୀ ବଦଳ ପରମ୍ପରାକୁ ବଜାୟ ରଖିଛନ୍ତି। ଏହାବାଦ ଗୁରୁବାର ଏହି ଆସନ...

ମତଦାନ ପୂର୍ବରୁ ବଢୁଛି ନାମାଙ୍କନ ତାତି

ବରଗଡ଼,୩।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ସାଧାରଣ ନିର୍ବାଚନ ପାଇଁ ଆସନ୍ତା ୨୦ତାରିଖ ମତଦାନ ଗ୍ରହଣ ହେବ। ବର୍ତ୍ତମାନ ନିର୍ବାଚନ ମଇଦାନକୁ ଓହ୍ଲାଉଥିବା ପ୍ରାର୍ଥିଙ୍କ ନାମାଙ୍କନ ଦାଖଲ...

୩ ସୂଚନା ଅଧିକାରୀଙ୍କ ଆଗୁଆ ଜାମିନ ଖାରଜ

କଟକ,୩ା୫ (କାର୍ତ୍ତିକ ସାହୁ): ସୂଚନା ଅଧିକାରର ମିଥ୍ୟା ତଥ୍ୟ ପ୍ରଘଟ କରିବା ମହଙ୍ଗା ପଡ଼ିଲା। ୩ ସୂଚନା ଅଧିକାର କର୍ମୀଙ୍କ ଆଗୁଆ ଜାମିନ ଆବେଦନକୁ ହାଇକୋର୍ଟ...

ଓଭରହେଡ୍‌ କେବୁଲ ତାର ମୁକ୍ତ ଅଭିଯାନ ବାଟବଣା

ରାଉରକେଲା,୩ା୫(ବିପ୍ଲବ ରଞ୍ଜନ ଦାଶ): ସ୍ମାର୍ଟ ସିଟି ରାଉରକେଲା ଓଭରହେଡ୍‌ କେବୁଳ ମୁକ୍ତ ସହର ହେବ ବୋଲି ନିଷ୍ପତ୍ତି ନିଆଗଲା। ମାତ୍ରା ତାହା ଆଜି ପର୍ଯ୍ୟନ୍ତ କାର୍ଯ୍ୟକାରୀ...

ଜରାଜୀର୍ଣ୍ଣ ଅବସ୍ଥାରେ ପାନ୍ଥଶାଳା

ଧାମନଗର,୩।୫(ସନ୍ତୋଷ କୁମାର ମହାପାତ୍ର): ଧାମନଗର ଏନ୍‌ଏସି ଅଧୀନ ଜୟନଗର ଛକଠାରେ ପର୍ଯ୍ୟଟନ ବିଭାଗ ପକ୍ଷରୁ ନିର୍ମାଣ ହୋଇଥିବା ପାନ୍ଥଶାଳା ଏବେ ଜରାଜୀର୍ଣ୍ଣ ଅବସ୍ଥାରେ। କୌଣସି ପର୍ଯ୍ୟଟକଙ୍କ...

ମାଡ଼ି ଚାଲିଛି ଶିମିଳିପାଳ ନିଆଁ

ବାରିପଦା,୩ା୫(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ପାରଦ ସୀମା ଲଂଘୁଥିବା ବେଳେ ଅଣାୟତ୍ତ ହୋଇପଡ଼ିଛି ଶିମିଳିପାଳ ନିଆଁ। ପ୍ରତିଦିନ ଶିମିଳିପାଳ ଅଭୟାରଣ୍ୟର ଉତ୍ତର ଓ ଦକ୍ଷିଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri