ପରିବା ବ୍ୟାଗରେ ବୁହା ହେଲା ଯୁକ୍ତ ୨ ଉତ୍ତରଖାତା

ଉଦଳା,୭ା୩(ଡ଼ି.ଏନ୍‌.ଏ.)- ଯୁକ୍ତ ଦୁଇ ପରୀକ୍ଷା ପରିଚାଳନା ନେଇ ଉଚ୍ଚଶିକ୍ଷା ବିଭାଗ ବିଭିନ୍ନ ପଦକ୍ଷେପ ଗ୍ରହଣ କରିଥିବା କହୁଥିବା ବେଳେ ପରୀକ୍ଷା କେନ୍ଦ୍ର କର୍ତ୍ତୃପକ୍ଷଙ୍କ ଅବହେଳା ଯୋଗୁ ପରିବା ବ୍ୟାଗରେ ଉତ୍ତରଖାତା ଭର୍ତ୍ତି ହୋଇ ନୋଡାଲ ସେଣ୍ଟରକୁ ଯିବା ଘଟଣା ପଦାକୁ ଆସିଛି। ମୟୂରଭଞ୍ଜ ଜିଲା ଉଦଳା ଇନ୍ଦିରାଗାନ୍ଧୀ ମହିଳା ମହାବିଦ୍ୟାଳୟରେ ଏଭଳି ଘଟଣା ଘଟିଛି। ତେବେ ପରୀକ୍ଷାର୍ଥୀଙ୍କ ଭବିଷ୍ୟତ ନେଇ କଲେଜ କର୍ତ୍ତୃପକ୍ଷଙ୍କ ଏଭଳି ଦାୟିତ୍ୱହୀନତାକୁ ଅଭିଭାବକମାନେ ନାପସନ୍ଦ କରିଛନ୍ତି।
ସୂଚନା ଅନୁଯାୟୀ, ଶୁକ୍ରବାର ଯୁକ୍ତ ୨ ବିଜ୍ଞାନ ବିଭାଗର ଇଂରାଜୀ ବିଷୟ ପରୀକ୍ଷା ଥିଲା। ଉଦଳା ଇନ୍ଦିରାଗାନ୍ଧୀ ମହିଳା ମହାବିଦ୍ୟାଳୟରେ ୭୧ ଜଣ ଛାତ୍ରୀ ପରୀକ୍ଷା ଦେଇଥିଲେ। ପରୀକ୍ଷା ପରେ କଲେଜ ସୁପରିଟେଣ୍ଡେଣ୍ଟ ଏବଂ ପର୍ଯ୍ୟବେକ୍ଷକଙ୍କ ଉପସ୍ଥିତିରେ ଉତ୍ତର ଖାତା ସିଲ୍‌ ହୋଇଥିଲା। ପରେ ତାହାକୁ ନୋଡାଲ ସେଣ୍ଟର ଉଦଳା କଲେଜକୁ ପଠା ଯାଇଥିଲା। ଖାତାଗୁଡିକ ସେଠାରୁ ସ୍ଥାନୀୟ ପୋଷ୍ଟ ଅଫିସ୍‌ ମାଧ୍ୟମରେ ଉଚ୍ଚଶିକ୍ଷା ବିଭାଗ କାର୍ଯ୍ୟାଳୟକୁ ଯାଇଥିଲା। ପରୀକ୍ଷା ଦେଇଥିବା ଛାତ୍ରୀଙ୍କ ମଧ୍ୟରୁ ୬୯ ଜଣ ଛାତ୍ରୀଙ୍କ ଉତ୍ତର ଖାତା ଉଚ୍ଚଶିକ୍ଷା ବିଭାଗ କାର୍ଯ୍ୟାଳୟକୁ ଯାଇଥିବା ବେଳେ ୨ ପରୀକ୍ଷାର୍ଥୀଙ୍କ ଉତ୍ତର ଖାତା କଲେଜରେ ରହି ଯାଇଥିଲା। ଏହା ଜଣା ପଡ଼ିବା ପରେ ସୁପରିଟେଣ୍ଡେଣ୍ଟ ଜୟଶ୍ରୀ ଚୌଧୁରୀ ଉଦଳା କଲେଜ ପ୍ରିନ୍ସିପାଲ ଗୋପାଳ ଚନ୍ଦ୍ର ବେହେରାଙ୍କ ସହିତ ଆଲୋଚନା କରିଥିଲେ। ଏ ନେଇ ଡେପୁଟି କଣ୍ଟ୍ରୋଲରଙ୍କ ସହିତ ଆଲୋଚନା କରାଯାଇ ତୁରନ୍ତ ଉକ୍ତ ୨ ଖାତାକୁ ଉଚ୍ଚଶିକ୍ଷା ବିଭାଗ କାର୍ଯ୍ୟାଳୟକୁ ପଠାଇବା ସକାଶେ କୁହାଯାଇଥିଲା। ତେବେ କଣ୍ଟ୍ରୋଲରଙ୍କ ନିର୍ଦ୍ଦେଶ କ୍ରମେ ଏନେଇ ଉଦଳା ପୋଲିସ୍‌କୁ ଖବର ଦିଆଯାଇଥିଲା। ପୋଲିସ୍‌ ହେପାଜତରେ କଲେଜରେ ରହି ଯାଇଥିବା ଅନ୍ୟ ୨ ଉତ୍ତରଖାତାକୁ ନୋଡାଲ ସେଣ୍ଟର ପଠା ଯାଇଥିଲା। ଏହି ଖାତା ୨ଟିକୁ ଏକ ପରିବା ବ୍ୟାଗରେ ଭର୍ତ୍ତି କରି ଜଣେ କର୍ମଚାରୀ ପ୍ରିନ୍ସିପାଲଙ୍କ ସହିତ ମିଶି ନୋଡାଲ ସେଣ୍ଟରକୁ ଯାଇ ସେଠାରେ ଦାଖଲ କରିଥିଲେ ା ଏନେଇ ପରୀକ୍ଷା କେନ୍ଦ୍ର ସୁପରିଟେଣ୍ଡେଣ୍ଟ ତଥା ଇନ୍ଦିରାଗାନ୍ଧୀ ମହିଳା ମହାବିଦ୍ୟାଳୟ ପ୍ରିନ୍ସିପାଲ ଚୌଧୁରୀଙ୍କୁ ପଚାରିବାରୁ ତ୍ରୁଟି ବଶତଃ ଖାତା ଦୁଇଟି କଲେଜରେ ରହି ଯାଇଥିଲା ବୋଲି ସେ ସ୍ବୀକାର କରିଛନ୍ତି। ପରୀକ୍ଷାର୍ଥୀମାନେ ପରୀକ୍ଷା ଦେଇ ସାରିବା ପରେ ପର୍ଯ୍ୟବେକ୍ଷକ, ସୁପରିଟେଣ୍ଡେଣ୍ଟଙ୍କ ଉପସ୍ଥିତିରେ ଉତ୍ତରଖାତା ସିଲ୍‌ ହୋଇଥିବା ବେଳେ ବିନା ଗଣତିରେ କିଭଳି ଖାତା ସିଲ୍‌ ହୋଇଥିଲା ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି। ଇନ୍ଦିରାଗାନ୍ଧୀ କଲେଜ ପକ୍ଷରୁ ୬୯ ଖାତା ପଠାଯାଇ ୭୧ଟି ଖାତା ସିଲ୍‌ ହୋଇଥିବା ନେଇ କର୍ତ୍ତୃପକ୍ଷଙ୍କୁ ରିପୋର୍ଟ ପ୍ରଦାନ କରାଯାଇଥିଲା ବୋଲି ଜଣାପଡ଼ିଛି। ଏହି ଘଟଣାରେ ଉଚ୍ଚ ଶିକ୍ଷା ବିଭାଗ କର୍ତ୍ତୃପକ୍ଷ କି ପଦକ୍ଷେପ ଗ୍ରହଣ କରୁଛନ୍ତି ତାହା ଉପରେ ଛାତ୍ରୀ ଓ ଅଭିଭାବକଙ୍କ ନଜର ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା ପାଇଁ ପ୍ରାର୍ଥୀ ଘୋଷଣା କଲା ଜେଏମଏମ, ବଢ଼ିଲା ବିଜେଡି-ଭାଜପା ଚିନ୍ତା

ଭୁବନେଶ୍ୱର,୩।୫: ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମଏମ) ଓଡ଼ିଶା ବିଧାନସଭା ନିର୍ବାଚନ ପାଇଁ ଏହାର ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଭଉଣୀ...

ମାଡ଼ି ଚାଲିଛି ଶିମିଳିପାଳ ନିଆଁ

ବାରିପଦା,୩ା୫(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ପାରଦ ସୀମା ଲଂଘୁଥିବା ବେଳେ ଅଣାୟତ୍ତ ହୋଇପଡ଼ିଛି ଶିମିଳିପାଳ ନିଆଁ। ପ୍ରତିଦିନ ଶିମିଳିପାଳ ଅଭୟାରଣ୍ୟର ଉତ୍ତର ଓ ଦକ୍ଷିଣ...

ବିଜେଡିରୁ ସବୁ ସମ୍ପର୍କ ଛିନ୍ନ କଲେ ପୂର୍ବତନ ବିଧାୟକ

ଠାକୁରମୁଣ୍ଡା,୩୦।୪(ତାରାକାନ୍ତ ପଟ୍ଟନାୟକ): ମୟୁରଭଞ୍ଜ ଜିଲା କରଞ୍ଜିଆ ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଟିକେଟ ଆଶାୟୀ ଥିବା ପୂର୍ବତନ ବିଧାୟକ ବିଜୟ କୁମାର ନାଏକ ବିଜେଡିରୁ ଇସ୍ତଫା ଦେବା...

ଜନତାଙ୍କ ପ୍ରଶ୍ନବାଣକୁ ଭୟ କରୁଛନ୍ତି ପ୍ରାର୍ଥୀ

ମୋରଡ଼ା,୨୮।୪(ସ୍ମାରକ ମାଜୀ): ୨୦୦୯ରୁ ମୟୂରଭଞ୍ଜ ଜିଲା ମୋରଡ଼ା ବିଧାନସଭା ଆସନରୁ ବିଜୁ ଜନତା ଦଳ ଜିତି ଆସୁଥିବା ବେଳେ ବର୍ତ୍ତମାନ ରାଜ କିଶୋର ଦାସ ବିଧାୟକ...

ମୋରଡ଼ା ନିର୍ବାଚନମଣ୍ଡଳୀରେ କଂଗ୍ରେସର ଘନଘନ ବୈଠକ, ମିଶ୍ରଣ ପର୍ବ

ମୋରଡ଼ା,୨୭ା୪(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲାର ଏକମାତ୍ର ଅଣସଂରକ୍ଷିତ ନିର୍ବାଚନମଣ୍ଡଳୀ ମୋରଡ଼ା ନିର୍ବାଚନମଣ୍ଡଳୀ ଆସନ୍ତା ସାଧାରଣ ନିର୍ବାଚନ ପାଇଁ ଚଳଚଞ୍ଚଳ ହୋଇଉଠିଥିବା ବେଳେ ସମସ୍ତ ରାଜନୈତିକ ଦଳ...

ଗୋଟିଏ ଡାଳରେ ଝୁଲିପଡ଼ିଲେ ନାବାଳକ-ଯୁବତୀ

ବାରିପଦା,୨୬ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ସ୍ଥାନୀୟ ସଦର ଥାନା ଅଧୀନ ଶଙ୍ଖାଭଙ୍ଖା ପଞ୍ଚାୟତ, ଶିଖରଘାଟି ଗ୍ରାମର ଏକ ଆମ୍ବଗଛ ଡାଳରେ ଜଣେ ନାବାଳକ ଓ ଯୁବତୀଙ୍କ ଝୁଲନ୍ତା...

ଯେତିକି ଲିଭୁଛି, ସେତିକି ଜଳୁଛି

ବାରିପଦା,୨୬ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ିଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ କରି...

ଅସନ୍ତୁଷ୍ଟଙ୍କ ପାଇଁ ବଢୁଛି ଅଡୁଆ

ବୈଶିଙ୍ଗା,୨୬ା୪(ରତନ ଦାଶ):ସାଧାରଣ ନିର୍ବାଚନ ଯେତିକି ପାଖେଇ ଆସୁଛି ମୟୂରଭଞ୍ଜ ଜିଲା ବଡ଼ସାହି ବିଧାନସଭା ନିର୍ବାଚନ ମଣ୍ଡଳୀରେ ସବୁଦିନ କିଛି ନୂଆ କଥା ଦେଖିବାକୁ ମିଳୁଛି। ପ୍ରମୁଖ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri