ପରିତ୍ୟକ୍ତ ହୋଇପଡିଛି ସୀତାସାଗର: କୂଳ ପାଲଟିଛି ଅସାମାଜିକଙ୍କ ଆଡ୍ଡାସ୍ଥଳୀ

ପାରଳାଖେମୁଣ୍ଡି,୨୨।୪ (ସ୍ବ.ପ୍ର.)-  ଗଜପତି ଜିଲା ସଦର ମହକୁମା ପାରଳାଖେମୁଣ୍ଡିସ୍ଥିତ ଐତିହାସିକ ସୀତାସାଗର ପୋଖରୀ ଏବେ ପରିତ୍ୟକ୍ତ ଅବସ୍ଥାରେ ପଡିଛି। ଏହାର କୂଳ ଏବେ ଅସାମାଜିକ ଲୋକଙ୍କ ଆଡ୍ଡାସ୍ଥଳୀ ପାଲଟିଛି, ଯେଉଁ ସୀତାସାଗର ପୋଖରୀ ଦିନେ ପାରଳାଖେମୁଣ୍ଡି ସହରର ଐତିହ୍ୟ ଥିଲା। ସହର ଉପକଣ୍ଠସ୍ଥ ଜମିଗୁଡିକ ଜଳସେଚନ ପାଇଁ ଥିଲା ଏକ ବୃହତ୍‌ ମାଧ୍ୟମ, ତାହା ଏବେ ପରିତ୍ୟକ୍ତ ହୋଇପଡିଛି। ଏହା ସହରର ନିଚ୍ଛାଟିଆ ଅଞ୍ଚଳ ହୋଇଥିବାରୁ ସନ୍ଧ୍ୟାରେ ଲୋକଙ୍କ ଯାତାୟାତ କମିଯାଏ। ଏହାର ସୁଯୋଗ ଅସାମାଜିକ ଲୋକମାନେ ନେଇଥାନ୍ତି। ସେମାନେ ସାଗର ପୋଖରୀ ପାହାଚରେ ବସି ମଦ୍ୟପାନ କରନ୍ତି। ଏହାର ପୁନରୁଦ୍ଧାର ପାଇଁ ବାରମ୍ବାର ଦାବି ହେଉଥିଲେ ମଧ୍ୟ ପ୍ରଶାସନ କୌଣସି ପଦକ୍ଷେପ ନେଉ ନ ଥିବା ଅଭିଯୋଗ ହେଉଛି।  ସୀତାସାଗରର ପୁନରୁଦ୍ଧାର ନ ହେବାରୁ ଏହା ଅଳିଆ,ଆବର୍ଜନା ଏବଂ ମାଟିରେ  ଚାରିକଡରୁ ପୋତି ହୋଇ ଧୀରେ ଧୀରେ ସଙ୍କୁଚିତ ହେବାରେ ଲାଗିଛି। ମହାରାଜାଙ୍କ ଅମଳର ଏହି ପୁରାତନ ପୋଖରୀ ପାରଳାଖେମୁଣ୍ଡି ସହରର ବହୁ ଐତିହ୍ୟ ବହନ କରୁଛି। ଗତ ୨୦୦୭ରେ ସାଗରର ସଫେଇ କାର୍ଯ୍ୟ ହେବା ପରେ ୨୦୧୨ ପର୍ଯ୍ୟନ୍ତ ଏହା କିଛିଟା କାର୍ଯ୍ୟକ୍ଷମ ହେଉଥିଲା। ପାରଳାଖେମୁଣ୍ଡିସ୍ଥିତ ମତ୍ସଜୀବୀ ସମବାୟ ସମିତି ପ୍ରତି ବର୍ଷ ନିୟମ ଅନୁଯାୟୀ ଏହାକୁ ଲିଜ୍‌ ନେଉଛି। ମାତ୍ର ଏହି ପୋଖରୀରୁ କୌଣସି ମାଛ ଉପତ୍ାଦନ ହୋଇପାରୁ ନାହିଁ କି ପୋଖରୀ ସ୍ଥାନୀୟ ଅଞ୍ଚଳରେ କୌଣସି କାର୍ଯ୍ୟରେ ଆସିପାରୁନାହିଁ । ମତ୍ସଜୀବୀମାନେ ଏ ସମ୍ପର୍କରେ ସ୍ଥାନୀୟ ପ୍ରଶାସନ ଓ ରାଜ୍ୟ ସ୍ତରରେ ଅଭିଯୋାଗ କରିଥିଲେ ମଧ୍ୟ କିଛି ସୁଫଳ ମିଳିନାହିଁ।  ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ପୋଷ୍ଟାଲ ବାଲଟରେ ନିଜ ପସନ୍ଦର ନେତାଙ୍କୁ ଦେଲେ ଭୋଟ

ରାୟଗଡ଼ା,୬।୫(ଆଶିଷ ରଞ୍ଜନ ପଣ୍ଡା)-୨୦୨୪ ସାଧାରଣ ନିର୍ବାଚନ ପାଇଁ ଆସନ୍ତା ୧୩ ତାରିଖରେ କୋରାପୁଟ ଲୋକ ସଭା ଆସନ ଏବଂ ଏହା ଅଧୀନ ୭ଟି ବିଧାନସଭା ଆସନ...

୮ରେ ରାୟଗଡ଼ା ଆସିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ

ରାୟଗଡ଼ା,୬ା୫(ଆଶିଷ ରଞ୍ଜନ ପଣ୍ଡା):ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଆସନ୍ତା ୮ ତାରିଖରେ ରାୟଗଡ଼ା ଆସିବାର କାର୍ଯ୍ୟକ୍ରମ ରହିଛି। କୋରାପୁଟ ଲୋକ ସଭା ଭାଜପା ପ୍ରାର୍ଥୀ ଓ...

ପ୍ରାର୍ଥୀଙ୍କ ଟାର୍ଗେଟ୍‌ରେ ତେଲୁଗୁ ଭୋଟର

ରାୟଗଡ଼ା,୬ା୫(ଆଶିଷ ରଞ୍ଜନ ପଣ୍ଡା):ଆସନ୍ତା ନିର୍ବାଚନରେ ରାୟଗଡ଼ା ଜିଲାର ୩ ବିଧାନସଭା ଆସନ ସହ କୋରାପୁଟ ଲୋକ ସଭା ଆସନ ଜିତିବା ପାଇଁ ସବୁ ଦଳର ପ୍ରାର୍ଥୀ...

କଂଗ୍ରେସ ଜିତିଲେ ସମ୍ବିଧାନ ସୁରକ୍ଷିତ ରହିବ: ରାହୁଲ

ରାୟଗଡ଼ା,୪।୫(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ାରେ କଂଗ୍ରେସ ସମାବେଶକୁ ଶୁକ୍ରବାର ଭର୍ଚୁଆଲ ମୋଡ୍‌ରେ ସମ୍ବୋଧନ କରିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ। ଏହି ଜନସଭାରେ ସେ କଂଗ୍ରେସର...

ଶୁକ୍ରବାର ରାହୁଲ, ଶନିବାର ନବୀନଙ୍କ ପ୍ରଚାର

ରାୟଗଡ଼ା,୩।୫(ଆଶିଷ ରଞ୍ଜନ ପଣ୍ଡା):କଂଗ୍ରେସ ନିଜ ଗଡ଼କୁ ଫେରିପାଇବା ପାଇଁ ଲାଗିଥିବାବେଳେ ବିଜେଡି ଗଡ଼ ବଞ୍ଚାଇ ରଖିବାକୁ ପ୍ରୟାସ ଜାରି ରଖିଛି। ତେବେ ୨୦୧୯ ସାଧାରଣ ନିର୍ବାଚନରେ...

ଟ୍ରେନ୍‌ ଉପରେ ଚଢ଼ି ପାରା ମାରୁଥିଲେ: ଲାଗିଲା ବିଦ୍ୟୁତ୍‌ ଆଘାତ

ରାୟଗଡ଼ା,୨।୫(ଆଶିଷ ରଞ୍ଜନ ପଣ୍ଡା)- ଟ୍ରେନ୍‌ ଉପରେ ଚଢ଼ି ପାରା ମାରିବାକୁ ଯାଇ ବିଦ୍ୟୁତ ଆଘାତରେ ୩ ଜଣ ଆହତ ହୋଇଥିବା ସୂଚନା ମିଳିଛି। ରାୟଗଡ଼ା ସହରସ୍ଥିତ...

ଗାଁ ସମସ୍ୟା ନ ସୁଧୁରିଲେ ଭୋଟ ଦେବୁନି

ରାୟଗଡ଼ା,୧।୫(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ୍‌ ଧାମୁଣିପଙ୍ଗା ପଞ୍ଚାୟତ ଅନ୍ତର୍ଗତ ରାବୁଗୁଡ଼ା ଗ୍ରାମରେ ଆଜି ବି ମୌଳିକ ସୁବିଧା ଅପହଞ୍ଚ ହୋଇଛି। ଗାଁରେ...

୫ ବର୍ଷର ରିପୋର୍ଟ କାର୍ଡ ଦେଲେ ସପ୍ତଗିରି

ରାୟଗଡ଼ା,୨୮ା୪(ଆଶିଷ ରଞ୍ଜନ ପଣ୍ଡା)କୋରାପୁଟ ଏମ୍‌ପି ସପ୍ତଗିରି ଉଲାକାଙ୍କ ରାୟଗଡ଼ାସ୍ଥିତ ବାସଭବନରେ ଶନିବାର ଏକ ଖବରଦାତା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି ା ଉକ୍ତ ସମ୍ମିଳନୀରେ ଏମ୍‌ପି ସପ୍ତଗିରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri