ପରାଜୟରେ ମୋଦି ନିରାଶ

ନୂଆଦିଲ୍ଲୀ, ୧୧।୭ (ପି.ଟି.)- ଚଳିତ ଆଇସିସି ବିଶ୍ୱକପ୍‌ର ଏକ ହାଇଭୋଲଟେଜ ସେମିଫାଇନାଲ ମ୍ୟାଚ୍‌ରେ ବୁଧବାର ଭାରତୀୟ ଦଳ ୧୮ ରନରେ ନ୍ୟୁଜିଲାଣ୍ଡ ନିକଟରୁ ପରାସ୍ତ ହୋଇ ପ୍ରତିଯୋଗିତାରୁ ବିଦାୟ ନେଇଛି। ଭାରତୀୟ ଦଳର ପରାଜୟ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିରାଶବ୍ୟକ୍ତ କରିଛନ୍ତି। କିନ୍ତୁ ବିରାଟ ବାହିନୀର ଦଳର ଲଢ଼ୁଆ ମନୋବୃତିରେ ପ୍ରଭାବିତ ହୋଇଥିବା ମୋଦି ତାଙ୍କ ଟୁଇଟର ପୃଷ୍ଠାରେ ଉଲ୍ଲେଖ କରିଛନ୍ତି। ‘ନିରାଶଜନକ ଫଳାଫଳ। କିନ୍ତୁ ମ୍ୟାଚ୍‌ର ଶେଷ ପର୍ଯ୍ୟନ୍ତ ଭାରତୀୟ ଦଳର ଲଢ଼ୁଆ ମନୋବୃତି ଦେଖିବାକୁ ଭଲ ଲାଗିଥିଲା। ଟୁର୍ନାମେଣ୍ଟ ସାରା ଭାରତ ବ୍ୟାଟିଂ, ବୋଲିଂ ଓ ଫିଲ୍ଡିଂରେ ବହୁତ ଭଲ ପ୍ରଦର୍ଶନ କରିଥିଲା, ଯାହା ଆମକୁ ଗର୍ବିତ କରିଛି। ଜୟ ଓ ପରାଜୟ ଜୀବନର ଏକ ଅଂଶ। ଭବିଷ୍ୟତ ଲାଗି ଶୁଭକାମନା’ ବୋଲି ମୋଦି ଭାରତ ଓ ନ୍ୟୁଜିଲଣ୍ଡ ସେମିଫାଇନାଲ ମ୍ୟାଚ୍‌ ପରେ ତାଙ୍କ ଟୁଇଟର୍‌ ପୃଷ୍ଠାରେ ଲେଖିଛନ୍ତି। ଏଠାରେ ଉଲ୍ଲେଖଯୋଗ୍ୟ, ନ୍ୟୁଜିଲାଣ୍ଡ ପକ୍ଷରୁ ଧାର୍ଯ୍ୟ ୨୪୦ ରନର ଲକ୍ଷ୍ୟକୁ ପିଛା କରି ଭାରତ ୪୯.୩ ଓଭରରେ ୨୨୧ ରନ କରି ଅଲ୍‌ଆଉଟ୍‌ ହୋଇଯାଇଥିଲ। ପୂର୍ବରୁ ଭାରତ ଲିଗ୍‌ ପର୍ଯ୍ୟାୟରେ ୯ ମ୍ୟାଚ୍‌ରୁ ୭ ବିଜୟ ଏବଂ ଗୋଟିଏ ଲେଖାଏ ପରାଜୟ ଓ ବିନା ଫଳାଫଳ ସହ ୧୫ ପଏଣ୍ଟ ପାଇ ଟେବୁଲ ଶୀର୍ଷରେ ରହିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ପଶ୍ଚିମବଙ୍ଗରେ ଆଉ ଜଣେ ଟିଏମସି ନେତାଙ୍କୁ ଆକ୍ରମଣ, ମୁଣ୍ଡରେ ଲାଗିଛି ଗଭୀର ଆଘାତ, ସାମ୍ନାକୁ ଆସିଲା ଭିଡିଓ

କୋଲକାତା,୩୧।୫: ପଶ୍ଚିମବଙ୍ଗରେ ତୃଣମୂଳ କଂଗ୍ରେସ ସରକାର କ୍ଷମତା ଗ୍ରହଣ କରିବା ପରେ, ଟିଏମସି ନେତାଙ୍କ ଉପରେ ଆକ୍ରମଣ ଆରମ୍ଭ ହୋଇଛି। ପ୍ରଥମେ, ଦକ୍ଷିଣ ୨୪ ପରଗନାର ସୋନାରପୁରରେ…

ମନ୍‌ କି ବାତ୍‌ରେ ଓଡ଼ିଶାର ବେଲପଣାକୁ ପସନ୍ଦ କଲେ ମୋଦି, କହିଲେ ଗ୍ରୀଷ୍ମ ପ୍ରବାହରେ…

ନୂଆଦିଲ୍ଲୀ,୩୧ା୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ‘ମନ କି ବାତ୍‌’ର ୧୩୪ ତମ ସଂସ୍କରଣରେ ଦେଶବାସୀଙ୍କ ଉଦ୍ଦେଶ୍ୟରେ କିଛି ବାର୍ତ୍ତା ଦେଇଛନ୍ତି। ଏଥିରେ ସେ ଓଡ଼ିଶାର ବେଲପଣାକୁ ପ୍ରଶଂସା…

RCB vs GT IPL Final: ଯଦି ବର୍ଷା ଫାଇନାଲରେ ସାଜେ ଖଳନାୟକ, ତେବେ କିଏ ଚାମ୍ପିୟନ ହେବ? ଜାଣନ୍ତୁ ଅହମଦାବାଦର ପାଣିପାଗ…

ନୂଆଦିଲ୍ଲୀ,୩୧।୫: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଫାଇନାଲ ପାଇଁ ପର୍ଯ୍ୟାୟ ପ୍ରସ୍ତୁତ। ଆଜି ଅହମଦାବାଦର ନରେନ୍ଦ୍ର ମୋଦି କ୍ରିକେଟ ଷ୍ଟାଡିୟମରେ ଟାଇଟଲ ମୁକାବିଲା ହେବ। ଫାଇନାଲରେ ଡିଫେଣ୍ଡିଂ…

ମାମୁଘରକୁ ବୁଲିବା ପାଇଁ ଆସିଥିଲେ ଭାଣିଜୀ, ସକାଳୁ ମିଳିଲା ଝୁଲନ୍ତା ମୃତଦେହ

ମହାକାଳପଡ଼ା,୩୧ା୫(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳ ତନ୍ତିଆପାଳ ସାମୁଦ୍ରିକ ଥାନା ଅନ୍ତର୍ଗତ ସ୍ଥାନୀୟ କେବି ଦାଣ୍ଡୁଆ ପଞ୍ଚାୟତ ବଡ଼ପାଳ ସିନ୍ଦୂଆ ପାରି…

Video: ବୈଭବ ସୂର୍ଯ୍ୟବଂଶୀଙ୍କ ଜଣେ ଭଲ ପ୍ରଶଂସକ ହୋଇଯାଇଛନ୍ତି ସଚିନ ତେନ୍ଦୁଲକର , ତାଙ୍କ ପ୍ରଶଂସାରେ କହିଲେ…

ନୂଆଦିଲ୍ଲୀ,୩୧।୫: ‘ବେବି ବସ’ ଭାବରେ ଶୀଘ୍ର ପ୍ରସିଦ୍ଧି ଲାଭ କରୁଥିବା ବୈଭବ ସୂର୍ଯ୍ୟବଂଶୀ ତାଙ୍କର ବିସ୍ଫୋରକ ଖେଳ ଶୈଳୀ ସହିତ ଏକ ଚାଞ୍ଚଲ୍ୟକର ଘଟଣା ସୃଷ୍ଟି କରିଛନ୍ତି।…

ରାଜ୍ୟରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ନେଇ ବର୍ଷିଲେ ଅତନୁ, କହିଲେ ଭାଜପା ସରକାର କେବଳ…

ମହାକାଳପଡ଼ା,୩୧ା୫(ପ୍ରତାପ ଚନ୍ଦ୍ର ସ୍ବାଇଁ): ରାଜ୍ୟରେ ୨ ବର୍ଷ ଭାଜପା ସରକାରଙ୍କ ଶାସନ କଳଙ୍କିତ ଇତିହାସ। ମହିଳାମାନଙ୍କ ହକ୍‌ ପାଇଁ ବିଜେଡ଼ିର ପଥପ୍ରାନ୍ତ ସଭାରେ ଯୋଗଦେଇ ପୂର୍ବତନ ମନ୍ତ୍ରୀ…

କଳା ଅନ୍ଧାରକରି ମାଡ଼ିଆସିଲା କାଳବୈଶାଖୀ : ବିଦ୍ୟୁତ୍ ସେବା ପ୍ରଭାବିତ, ବିଜୁ ପଟ୍ଟନାୟକ ପାର୍କ ୨ ଦିନ ବନ୍ଦ

ଭଞ୍ଜନଗର, ୩୧।୫ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲାର ଭଞ୍ଜନଗର ଅଞ୍ଚଳରେ ରବିବାର ସନ୍ଧ୍ୟାରେ କାଳବୈଶାଖୀ ପ୍ରଭାବରେ ବ୍ୟାପକ କ୍ଷୟକ୍ଷତି ଘଟିଛି। ଏହା ଫଳରେ ବିଭିନ୍ନ ବିଭାଗରେ କ୍ଷତି…

ଅପେରା ନାୟିକା କରାଇବାକୁ କହି ଯୁବତୀଙ୍କୁ ହୋଟେଲ୍‌ ଡାକି ବଳାତ୍କାର: ଭିଡିଓ କରି ବ୍ଲାକମେଲିଂ, ଯାତ୍ରାପାର୍ଟି ମ୍ୟାନେଜର ଗିରଫ

ପଟ୍ଟାମୁଣ୍ଡାଇ, ୩୧ା୫(କଳ୍ପତରୁ ନାୟକ): କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଅଞ୍ଚଳର ଜଣେ ଯୁବତୀଙ୍କୁ ଯାତ୍ରା ପାଟି ନାୟିକା କରାଇ ଦେବାକୁ ପ୍ରଲୋଭନ ଦେଖାଇ ତାଙ୍କଠାରୁ ଅର୍ଥ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri