ପରଶାସନର ପରତିଶୁରତିକେ ୬ ମାସ ବିତଲା: ସରକାରୀ ସାହାଯ୍‌ ଆଶ୍‌ରେ ମଗଶିର

ବିନିକା ,୧୫।୭(ଡି.ଏନ୍‌.ଏ): ସୁବର୍ଣ୍ଣପୁର ଜିଲା ବିନିକା ବ୍ଲକ ସିଂଘିଯୁବା-ରାମପୁର ମୁଖିଆ ରାସ୍‌ତାରେ ଗଲା ତା.୨୯.୧୨.୨୦୧୮ରେ ଗୁଟେ ବଡ଼ଭାରି ଦୁରଘଟନା ହେଇଥିଲା। ଇ ଦୁରଘଟନାରେ ସିଂଘିଯୁବା ପଁଚେତ୍‌ ଅଧୀନ ଅସୁରଗଡ଼ ଗଁାର ମଗଶିର ଭରାସାଗର(୨୮)କଁର ଭୁଜନି ହାତ୍‌ଗୋଡ଼ ଭାଂଗି ଯାଇଥିଲା। ପୀଡ଼ିତ ମଗଶିରକଁର କହେବାର ହିସାବେ ସେ ତା.୨୯.୧୨.୨୦୧୮ ସଖାଲର ୮ ବଜେ ଶିବଶକ୍ତି ରାଇସ୍‌ ମିଲକେ କାମ୍‌କରି ଗଲାବେଲେ ରାସ୍‌ତା ତରେ ଠିଆ ହେଇଥିଲେ। ଇ ସମିଆରେ ସିଂଘିଯୁବା ଫାଲୁ ଗୁଟେ ଟାଟା ଏସିଇ (ଗାଡ଼ି.ନଂ. ଓଡି-୦୩-୨୭୮୮) ତାହାକୁ ଫଛ୍‌ଫାଲୁ ପିଟି ଦେଇଥିଲା। ଦୁରଘଟନା ବାବ୍‌ଦେ ଖବର ପାଇ ଅସୁରଗଡ଼ ଗଁାବାସୀ ଘଟନା ଥଲରେ ପୁହୁଁଚି ଥିଲେ। ଗଁାବାସୀ ଦୁରଘଟନାରେ ଆହତ୍‌ ମଗଶିରକଁର ଚିକିସତ୍ା ଆର କ୍ଷତିପୂରନ୍‌ ଦାବି କରବାର ସଂଗେ ରାସ୍‌ତା ରୋକ୍‌ କରିଥିଲେ। ସେ ସମିଆର ବିନିକା ଥାନା ଅଧ୍‌କାରୀ କଲ୍ୟାଣୀ ହେହେରା ରାସ୍‌ତା ରୋକ୍‌ କରିଥିବାର ଲୁକ୍‌କୁ ବୁଝାସୁଝା କରି ରେଡକ୍ରସରୁ ଆହତ୍‌କୁଁ ଚିକିସତ୍ା ଲାଗି ସାହାଯ୍‌ ଦିଆଯିବା ବଲି କଥା ଦେଇଥିଲେ। ହେଲେ ଦୁଖର କଥା ଘଟନାକେ ୬ ମାସ ବିତିଯାଇଥିଲେ ବି ପୀଡ଼ିତ ମଗଶିରକୁଁ ରେଡକ୍ରସରୁ ସାହାଯ୍‌ ଟଁକା ନାଇଁ ମିଲିପାରି। ଏହେଦେ ମଗଶିର ଟଁକା ପଏସା ଅଭାବୁ ଚିକିସତ୍ିତ ନାଇଁ ହେଇପାରି ଘରେ ପଡ଼ିରହିଛନ୍‌। ଇଆଡ଼େ ମଗଶିରକଁର ଘରର ଗୁଟେ ବଲି କମାନିଅଁା ଲୋକ୍‌ ହେଇଥିଲାବେଲେ ତାକର ଉପରେ ୫ ପରାନୀ କୁଟୁମ ନିରଭର କରୁଛନ୍‌। ହେଲେ ସେ ପଡ଼ିରହିଲାରୁ କୁଟୁମବସିଆ ଅଭାବ ଅନାଟନ ଲାଗି ବଡ଼ା ଗୁଲଗୁଲା ହେଉଛନ୍‌। ଘରେ ଶଶୁର ଖାଡ଼ିଆ ଭରାସାଗର(୬୫), ଶାଶୁ ଶିତୟା ଭରାସାଗର(୬୦), ବଡ଼ ପୁଓ ରୋହିତ(୬) ରହିଥିଲାବେଲେ ଏହେଦେ ଇ ସମକର ବୋଝ ମଗଶିରକଁର ମାଏକିନା ସଂଯୁକ୍ତା ଉପରେ ଲଦି ହେଇଛେ। ଇଆଡ଼େ ପରିବାର ଲୋକ୍‌ ମଗଶିରକଁର ଚିକିସତ୍ା ଲାଗି ଘରର ଖୁରିଗିନାଠାନୁ ଗହନାଗଁାଠି ତକ୍‌ ବିକାଭଂଗା କରି ସରବ୍‌ସୁଅଁାତ୍‌ ହେଇଯାଇଛନ୍‌। ଏହେଦେ ପରିବାରଟା ଉପେ ଶୂଇନ୍‌ ହେଇ ସରକାରୀ ସାହାଯ୍‌କେ ଟାକିଥିଲାବେଲେ ସଂଯୁକ୍ତା ଗଁାରେ ମାଗିଯାଚି ପରିବାରର ପେଟ୍‌ ପାଲୁଛନ୍‌। ଇ ଦୁଖି ଗରିବ୍‌ ପରିବାରକେ ଜିଲା ପରଶାସନ ଦୁରୁଷ୍‌ଟି ଦେଇ ସବୁପରକାର ସରକାରୀ ସାହାଯ୍‌ ଯୁଗେଇ ଦେବାକେ ଅସୁରଗଡ଼ ଗଁାର କନିଷ୍ଠ ହରିପାଲ, ରାହାସ ଭରାସାଗର, ମର୍ଦ୍ଦରାଜ ବାରିକ, ଗଙ୍ଗାଧର ହରିପାଲ ପରମୁଖ ଗଁାବାସୀ ଦାବି କରିଛନ୍‌।


Enter your email to get our daily news in your inbox.

All Right Reserved By Dharitri.Com

ହୀରାକୁଦ ଜଳଭଣ୍ଡାରରେ ବଢୁଛି ବନ୍ୟାଜଳ ପରିମାଣ, ପୁଣି ଖୋଲିଲା ୫ ଗେଟ୍‌, ଜଳସ୍ତର ରହିଛି…

ସମ୍ବଲପୁର,୧୭ା୮(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରର ଉପରମୁଣ୍ଡରେ ବର୍ଷା ପରିମାଣ ବୃଦ୍ଧି ଯୋଗୁ ହୀରାକୁଦ ଜଳଭଣ୍ଡାରକୁ ପୁଣିଥରେ ଅତ୍ୟଧକ ବନ୍ୟାଜଳ ପ୍ରବେଶ କରିବା ଆରମ୍ଭ କରିଛି। ଫଳରେ ଜଳଭଣ୍ଡାରର…

ବନ୍ୟାପାଣିରେ ବୁଡ଼ିଲା ଶିବମନ୍ଦିର, ଫସିଲେ ପୂଜକ ଦମ୍ପତି, ୮ ଘଣ୍ଟା ପରେ…

କୁଚିଣ୍ଡା,୧୬ା୮(ବିରଞ୍ଚି ଦର୍କା): ସମ୍ବଲପୁର ଜିଲା କୁଚିଣ୍ଡା ବ୍ଲକରେ ପ୍ରବାହିତ ଖର୍ଲା ନଦୀରେ ବନ୍ୟା ଆସିଛି। ବନ୍ୟାପାଣି ମାଡ଼ି ଆସିବାରୁ ଚକଦରହ ଶିବମନ୍ଦିରଟି ପାଣିରେ ଅଧା ବୁଡ଼ି ଯାଇଥିଲା।…

ଅଧିକାରୀଙ୍କ ପାଇଁ ୱାଟରପ୍ରୁଫ୍ ଟେଣ୍ଟ: ଖୋଲା ଆକାଶ ତଳେ ଛାତ୍ରୀଛାତ୍ର

ଜମନକିରା, ୧୬।୮ (ରବୀନ୍ଦ୍ର ପ୍ରସାଦ ଦାନୀ): ଗୋଟିଏ ପଟେ ଜୀବନ-ମରଣ ସହ ସଂଗ୍ରାମ କରୁଥିବା ଅସହାୟ ରୋଗୀ, ଅନ୍ୟପଟେ କାଦୁଅ ପଚପଚ ଡାକ୍ତରଖାନା ପରିସରରେ ସ୍ୱାଧୀନତା ଦିବସ…

ସମ୍ବଲପୁର ଯୁଯୁମୁରା ନିକଟରେ ଭୟଙ୍କର ସଡ଼କ ଦୁର୍ଘଟଣା: ମହିଳା ଓଏଏସ୍ ଟ୍ରେନିଙ୍କ ସମେତ ୨ ମୃତ, ୧୨ ଆହତ

ସମ୍ବଲପୁର,୧୫|୮(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ଯୁଯୁମୁରା ଥାନା ଅନ୍ତର୍ଗତ କଂସର ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି। ଜାତୀୟ ରାଜପଥ-୫୫ରେ ସମ୍ବଲପୁର ପଟକୁ ଯାଉଥିବା ଓଡ଼ିଶା…

ଜିଲା ମୁଖ୍ୟ ଚିକିତ୍ସାଳୟ ଖାଦ୍ୟରେ ଝିଟିପିଟି

ସମ୍ବଲପୁର,୧୪ା୮(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ମୁଖ୍ୟ ଚିକିତ୍ସାଳୟ (ଡିଏଚ୍‌ଏଚ୍‌)ର ମେଡିସିନ୍‌(ଭେଷଜ) ୱାର୍ଡରେ ରୋଗୀଙ୍କ ଜଳଖିଆ ତରକାରୀରୁ ମୃତ ଝିଟିପିଟି ବାହାରିବା ଘଟଣାରେ ଏଠାରେ ଗଭୀର ଆଲୋଡନ୍‌ ସୃଷ୍ଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri