Odisha Elections 2024

ପରମେଶ୍ୱରଙ୍କୁ ମିଳୁନି ବାର୍ଦ୍ଧକ୍ୟ ଭତ୍ତା

ରାଇସୁଅଁ।, ୮।୨ (ଡି.ଏନ.ଏ.)-ସରକାର ଗରିବ, ଅସହାୟ, ନିରାଶ୍ରୟଙ୍କ ଥଇଥାନ ପାଇଁ ଯୋଜନା ପରେ ଯୋଜନା କରିଚାଲିଛନ୍ତି। ମାତ୍ର ପଞ୍ଚାୟତ କାର୍ଯ୍ୟାଳୟର ଖାମଖିଆଲି ମନୋଭାବ ଏବଂ ଜିଲାପ୍ରଶାସନର ଆନ୍ତରିକତାର ଅଭାବ ଯୋଗୁ ସରକାରଙ୍କ ବହୁ ଜନକଲ୍ୟାଣ ଯୋଜନାର ସୁଫଳ ଯୋଗ୍ୟହିତାଧିକାରୀଙ୍କ ନିକଟରେ ପହଞ୍ଚି ପାରୁ ନାହିଁ। ଫଳରେ ଯୋଜନା ଯୋଜନାରେ ହିଁ ରହିଯାଉଛି। ଏହିପରି ଏକଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲା ବାଉରୀପଦା ପଞ୍ଚାୟତର ବାଉରୀପଦା ଗ୍ରାମର ପରମେଶ୍ୱର ଦେହୁରୀ (୭୮)ଙ୍କ କ୍ଷେତ୍ରରେ। ପରମେଶ୍ୱର ଜଣେ ଅତି ଗରିବ ନିରାଶ୍ରୟ ହୋଇଥିବାବେଳେ ଆଜିଯାଏ ତାଙ୍କୁ ମିଳୁନି ବାର୍ଦ୍ଧକ୍ୟ ଭତ୍ତା। ମୁଣ୍ଡ ଗୁଞ୍ଜିବାକୁ ଖଣ୍ଡେ ଘର ବି ନାହିଁ। ଏନେଇ ବହୁ ବାର ପଞ୍ଚାୟତ କାର୍ଯ୍ୟାଳୟ ଏବଂ ବ୍ଲକ କାର୍ଯ୍ୟାଳୟରେ ଆବେଦନ କରି କରି ଥକି ଗଲେଣି। ଖାଲି ମିଳୁଛି ମିଥ୍ୟା ପ୍ରତିଶ୍ରୁତି। ପରମେଶ୍ୱରଙ୍କ ସ୍ତ୍ରୀ କୁହନ୍ତି ଆଗରୁ ଦିନମଜୁରି କରି ପରିବାରର ଗୁଜୁରାଣ ମେଣ୍ଟାଉ ଥିଲେ। ମାତ୍ର ଏବେ ବାର୍ଦ୍ଧକ୍ୟ ଯୋଗୁ କାମଧନ୍ଧା କରିପାରୁ ନାହାନ୍ତି। ଜିଲାପ୍ରଶାସନ ଏଥି ପ୍ରତି ଦୃଷ୍ଟି ଦେବା ସହ ତୁରନ୍ତ ତାଙ୍କୁ ସହାୟତା ଯୋଗାଇ ଦେବାକୁ ସାଧାରଣ ରେ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ମାଟ୍ରିକ ପରୀକ୍ଷାରେ ଚମକିଲେ ଦିବ୍ୟ ପ୍ରସାଦ

ପାଟଣା,୨୬।୫(ବୀର କିଶୋର ଦାଶ): ଚଳିତ ବର୍ଷ ଉଚ୍ଚ ମାଧ୍ୟମିକ ପରିଷଦ କଟକ ପରିଚାଳିତ ମାଟ୍ରିକ ପରୀକ୍ଷା ଫଳ ରବିବାର ପ୍ରକାଶ ପାଇଛି। କେନ୍ଦୁଝର ଜିଲା ପାଟଣା...

ତୃତୀୟ ପର୍ଯ୍ୟାୟ ନିର୍ବାଚନ ଶେଷ ପରେ ଚାଲିଛି ମୂଲ୍ୟାଙ୍କନ, ଏହି ଦଳ ମାରିବ ବାଜି…

ହାଟଡିହୀ,୨୬ା୫: ରାଜ୍ୟରେ ତୃତୀୟ ପର୍ଯ୍ୟାୟ ନିର୍ବାଚନୀ ପରୀକ୍ଷା ସରିଯାଇଛି। କାହା ସପକ୍ଷରେ କେତେ ଭୋଟ୍‌ ଯିବ ତାକୁ ନେଇ ଏବେ ମୂଲ୍ୟାଙ୍କନ ଚାଲିଛି। ଜନାଦେଶ ଫଳାଫଳ...

ଆନନ୍ଦପୁର ବିଧାନସଭା ନିର୍ବାଚନମଣ୍ଡଳୀ: ଭୋଟ ହାର ୭୪.୬୫%, ରାତି ସାଢ଼େ ୧୦ଟା ଯାଏ ଚାଲିଲା ମତଦାନ

ହାଟଡିହୀ,୨୬।୫(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ବିଧାନସଭା ନିର୍ବାଚନମଣ୍ଡଳୀରେ ୨୯୧ଟି ଭୋଟ କେନ୍ଦ୍ରରେ ଭୋଟ ଗ୍ରହଣ ହୋଇଛି। ଉକ୍ତ ବିଧାନସଭା କ୍ଷେତ୍ର ଅଧୀନରେ ହାଟଡିହୀ ଏବଂ...

ଇଭିଏମ୍‌ ସିଲ୍‌ ପୂର୍ବରୁ ଚେତା ହରାଇଲେ ପୋଲିଂ ଅଫିସର

ପାଟଣା,୨୫ା୫(ବୀର କିଶୋର ଦାଶ) କେନ୍ଦୁଝର ଜିଲା ପାଟଣା ଥାନା ମଙ୍ଗଳପୁର ପ୍ରାଥମିକ ବିଦ୍ୟାଳୟରେ ନିର୍ବାଚନ କାର୍ଯ୍ୟ କରୁଥିବା ଜଣେ ଫାଷ୍ଟ ପୋଲିଂ ଅଫିସର ଶନିବାର ରାତିରେ...

ଭୋଟ ଦେଲେ ବିଧାୟକ ପ୍ରାର୍ଥୀ ଜଗନ୍ନାଥ, ଅଖିଳ

ପାଟଣା,୨୫।୫(ବୀର କିଶୋର ଦାଶ): ରାଜ୍ୟରେ ଚାଲିଛି ତୃତୀୟ ପର୍ଯ୍ୟାୟ ଭୋଟ। ଏହି ପରିପ୍ରେକ୍ଷୀରେ କେନ୍ଦୁଝର ଜିଲା ପାଟଣା ନିର୍ବାଚନ ମଣ୍ଡଳୀର ୨୭୩ଟି ବୁଥରେ ମତଦାନ ଆରମ୍ଭ...

ଘୁମୁସର ବନଖଣ୍ଡରେ ୮୧ ହାତୀ

ଭଞ୍ଜନଗର/ଆସିକା,୨୪।୫(ବାବୁଲା ପ୍ରଧାନ/ ସୁରେନ୍ଦ୍ର ନାଥ ସାହୁ): ଗଞ୍ଜାମ ଜିଲା ଘୁମୁସର ଉତ୍ତର ବନଖଣ୍ଡ ଏବଂ ଘୁମସର ଦକ୍ଷିଣ ବନଖଣ୍ଡରେ ଗତ ୨୨ ତାରିଖରୁ ଆରମ୍ଭ ହୋଇଥିବା...

ଇଭିଏମ୍‌ ମେଶିନ ଅଚଳ, ଧାଡିରେ ଥିବା ଲୋକେ ନିରାଶ

ହାଟଡିହି,୨୫।୫(ଶୁଭକାନ୍ତ ନାୟକ): ଆଜି ରାଜ୍ୟରେ ତୃତୀୟ ପର୍ଯ୍ୟାୟ ମତଦାନ। ଏହି ପରିପ୍ରେକ୍ଷୀରେ ଭୁବନେଶ୍ୱର, କଟକ, ପୁରୀ, ସମ୍ବଲପୁର, ଢେଙ୍କାନାଳ ଓ କେନ୍ଦୁଝର ସଂସଦୀୟ କ୍ଷେତ୍ର ସମେତ...

ବୁଥରେ ପ୍ରଥମ ଭୋଟ ଦେଲେ ବିଜେଡି ବିଧାୟକ ପ୍ରାର୍ଥୀ ଅଭିମନ୍ୟୁ

ହାଟଡିହୀ,୨୫l୫(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ବିଧାନସଭା ବିଜେଡ଼ି ବିଧାୟକ ପ୍ରାର୍ଥୀ ଅଭିମନ୍ୟୁ ସେଠୀ ବୁଥରେ ପହଞ୍ଚି ପ୍ରଥମ ଭୋଟ ଦେଇଛନ୍ତି। ଅଭିମନ୍ୟୁ ନିଜ ଗାଁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri