Posted inଖେଳ

ପଏଣ୍ଟ ପାର୍କ ବିଶ୍ୱବିଦ୍ୟାଳୟ ବାସ୍କେଟବଲ ଦଳରେ ଯୋଗଦେଲେ ଜଗଶନବୀର

ପିଟ୍ସବର୍ଗ,୧।୫(ୟୁଏସ୍‌ଏ): ଏନ୍‌ବିଏ ଏକାଡେମୀ ପ୍ରତିଭା ଭାରତର ଜଗଶନବୀର ସିଂଙ୍କୁ ଏକ ବଡ଼ ସୁଯୋଗ ମିଳିଛି। ଆମେରିକାର ପିଟ୍ସବର୍ଗସ୍ଥିତ ପଏଣ୍ଟ ପାର୍କ ବିଶ୍ୱବିଦ୍ୟାଳୟ ପୁରୁଷ ବାସ୍କେଟବଲ ଦଳ ପାଇଁ ଖେଳିବାକୁ ସେ ଚୁକ୍ତି କରିଛନ୍ତି। ୨୦୨୦-୨୧ ସେସନ ପାଇଁ ସେ ବିଦେଶୀ ଖେଳାଳି ହିସାବରେ ଏହି ଦଳରେ ଯୋଗଦେବା ପାଇଁ ଚୁକ୍ତିରେ ସ୍ବାକ୍ଷର କରିଛନ୍ତି। ୭ ଫୁଟ ଉଚ୍ଚତା ବିଶିଷ୍ଟ ଏହି ସେଣ୍ଟର ଖେଳାଳି କାଲିଫର୍ନିଆରେ ଗୋଲ୍ଡେନ ଷ୍ଟେଟ୍‌ ପ୍ରେପ୍‌ରେ ରହୁଛନ୍ତି। ଏନ୍‌ବିଏ ଏକାଡେମୀ ଇଣ୍ଡିଆରେ ସାମିଲ ହେବା ପାଇଁ ସେ ଚୟନ ହୋଇଥିଲେ। ୨୦୧୭ରେ ଏହି ପ୍ରୋଗ୍ରାମ ଆରମ୍ଭ ହୋଇଥିଲା। ସାରା ଭାରତରେ ବାସ୍କେଟବଲ ପ୍ରତିଭା ଅନ୍ବେଷଣ କାର୍ଯ୍ୟକ୍ରମ ‘ଏସିଜି ଏନ୍‌ବିଏ ଜମ୍ପ’ ମଧ୍ୟରେ ୨୨ଜଣ ପିଲାଙ୍କ ସମେତ ଜଗଶନବୀର ଚିହ୍ନଟ ହୋଇଥିଲେ।
ଏନ୍‌ବିଏ ଏକାଡେମୀ ଇଣ୍ଡିଆରୁ ପ୍ରଶିକ୍ଷଣ ନେବା ପରେ ସେ ଆମେରିକା ଆସିଥିଲେ ଓ ଗୋଲ୍ଡେନ ଷ୍ଟେଟ୍‌ ପ୍ରେପ୍‌ରେ ପୋଷ୍ଟ ଗ୍ରେଡ ଲେଭେଲ ଖେଳିଥିଲେ। ଜଗଶନବୀରଙ୍କୁ ଦଳରେ ସାମିଲ କରି ଆମେ ବହୁତ ଖୁସି ବୋଲି ପଏଣ୍ଟ ପାର୍କ ବିଶ୍ୱବିଦ୍ୟାଳୟ ହେଡ୍‌ କୋଚ୍‌ ଜୋ ଲିଓ୍ବାଣ୍ଡୋଓ୍ବିସ୍କି କହିଛନ୍ତି। ଜଗଶନବୀରଙ୍କ ବେଶ୍‌ ଡେଙ୍ଗା ଓ ବାସ୍କେଟବଲ୍‌ ସମ୍ପର୍କରେ ତାଙ୍କର ବହୁତ ଜ୍ଞାନ ମଧ୍ୟ ରହିଛି। ତାଙ୍କୁ ଭଲଭାବେ ପ୍ରଶିକ୍ଷଣ ଦିଆଯାଇଛି ଓ ସେ ଭଲ ପ୍ରଦର୍ଶନ କରିବେ ବୋଲି ଆଶା କରାଯାଉଛି। ଜଗଶନବୀରଙ୍କୁ ନେଇ ଆମେ ବହୁତ ଉତ୍ସାହିତ ଅଛୁ ବୋଲି ବିଶ୍ୱବିଦ୍ୟାଳୟ ଆସୋସିଏଟ ହେଡ୍‌ କୋଚ୍‌ ଡରେନ ଫ୍ରିଡ୍‌ମ୍ୟାନ କହିଛନ୍ତି। ଫ୍ରିଡ୍‌ମ୍ୟାନ ପୂର୍ବରୁ ଏନ୍‌ବିଏ ଖେଳାଳି ସିମ୍‌ ଭୁଲାରଙ୍କୁ କୋଚିଂ ଦେଇଛନ୍ତି। ତାଙ୍କ ସମୟରେ ଚାଇନାରେ ଅନୁଷ୍ଠିତ ହୋଇଥିବା ଏନ୍‌ବିଏ ଏସିଆ ପାସିଫିକ୍‌ ଟିମ୍‌ କ୍ୟାମ୍ପ ପାଇଁ ଜଗଶନବୀର ଚୟନ ହୋଇଥିଲେ। ୨୦୧୮ ଅଗଷ୍ଟରେ ଜଗଶନବୀର ଏଫ୍‌ଆଇବିଏ ୧୮ ବର୍ଷରୁ କମ୍‌ ଏସିଆନ ଚାମ୍ପିୟନଶିପ୍‌ ଖେଳିବା ପାଇଁ ଭାରତୀୟ ଜାତୀୟ ଦଳରେ ସାମିଲ ହୋଇଥିଲେ। ଏହି ପ୍ରତିଯୋଗିତା ଥାଇଲାଣ୍ଡରେ ଆୟୋଜିତ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ରାଜସ୍ଥାନ ପୌର ନିର୍ବାଚନ, ୧୦ରୁ ୪ରେ ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ହାସଲ କଲା ଭାଜପା

ଜୟପୁର,୧୪ା୯: ରାଜସ୍ଥାନ ପୌର ନିର୍ବାଚନରେ ଶାସକ ଭାଜପା ୧୦ଟି ପୌର ନିଗମ ମଧ୍ୟରୁ ୪ଟିରେ ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ହାସଲ କରିଛି। ଏଥିସହିତ ଶାସକ ଦଳ ୪,୧୭୯ଟି ଓ୍ବାର୍ଡ…

୨ ବାଇକ୍‌ ମୁହାଁମୁହିଁ ଧକ୍କା, ଜଣେ ମୃତ, ୪ ଗୁରୁତର

ଖଜୁରିପଡ଼ା,୧୪ା୯(ବିଦୁର ବେହେରା): କନ୍ଧମାଳ ଜିଲା ଖଜୁରିପଡ଼ା ଥାନା ଅନ୍ତର୍ଗତ ପିରିକୁଡ଼ି ପଞ୍ଚାୟତ ନିକଟସ୍ଥ ବିଲାବାଡ଼ି ବୁଲାଣିଠାରେ ସୋମବାର ସନ୍ଧ୍ୟାରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ୨ଟି ବାଇକ୍‌…

ପୂଜା ମଣ୍ଡପରେ ଭୟଙ୍କର ଅଗ୍ନିକାଣ୍ଡ

ସମ୍ବଲପୁର,୧୪।୯: ସମ୍ବଲପୁର ବୁଢାରଜା ଅଞ୍ଚଳରେ ଏକ ଗଣେଶ ପୂଜା ମଣ୍ଡପରେ ସୋମବାର ସନ୍ଧ୍ୟାରେ ନିଆଁ ଲାଗିଯାଇଛି। ନିଆଁ ଏତେ ଯୋର ଥିଲା ଯେ, ଅଳ୍ପ ସମୟ ମଧ୍ୟରେ…

ଦଣ୍ଡିତ ହେଲା ପାକିସ୍ତାନ ଦଳ

ଦୁବାଇ,୧୪ା୯: ବର୍ମିଂହାମ୍‌ଠାରେ ଇଂଲଣ୍ଡ ବିପକ୍ଷ ତୃତୀୟ କ୍ରିକେଟ ଟେଷ୍ଟରେ ସ୍ଲୋ-ଓଭର ରେଟ୍‌ ପାଇଁ ପାକିସ୍ତାନ ଦଳକୁ ମ୍ୟାଚ୍‌ ଫି’ର ୫୦ ପ୍ରତିଶତ ଜରିମାନା କରାଯାଇଛି। ଏହାଛଡ଼ା ୧୧…

ପୋଷ୍ଟ ଅଫିସରେ ଜମାକାରୀଙ୍କ ଟଙ୍କା ହଡ଼ପ ଅଭିଯୋଗ: ପୂର୍ବତନ ପୋଷ୍ଟମାଷ୍ଟର ଫେରାର

ପାଟଣା, ୧୪।୯ (ବୀର କିଶୋର ଦାଶ): ପୋଷ୍ଟ ଅଫିସ ଉପରେ ଭରସା କରି ନିଜର କଷ୍ଟାର୍ଜିତ ଟଙ୍କା ଜମା ରଖିଥିଲେ ଜମାକାରୀ। ହେଲେ ଏବେ ସେହି ଜମା…

ଦୁର୍ଗାପୂଜା ପାଇଁ ଶୁଭ ଖୁଣ୍ଟି ସ୍ଥାପନ

ଦାରିଙ୍ଗବାଡ଼ି, ୧୪।୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ିଠାରେ ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ଗଣେଶ ଚତୁର୍ଥୀ ଅବସରରେ ଆସନ୍ତା ଦଶହରା ପୂଜା ପାଇଁ…

ନୂଆଁଖାଇ ଲାଗି ପାଟଣେଶ୍ୱରୀ ମନ୍ଦିରରେ ପହଞ୍ଚିଲା ନୂଆ ଧାନ

ବଲାଙ୍ଗୀର, ୧୪।୯ (ସୁନିଲ କୁମାର ମହାନ୍ତି): ଦିନକ ପରେ ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ। ଏଥିପାଇଁ ବଲାଙ୍ଗୀର ସହର ଚଳଚଞ୍ଚଳ ହୋଇପଡ଼ିଥିବା ବେଳେ ପାଟଣା ରାଜ୍ୟର ଇଷ୍ଟଦେବୀ…

ଚାମ୍ପିୟନ ପୁରୁଷ, ମହିଳା ଦଳକୁ ରାଷ୍ଟ୍ରପତିଙ୍କ ଅଭିନନ୍ଦନ

ନୂଆଦିଲ୍ଲୀ,୧୪ା୯: ଜବରଦସ୍ତ ପ୍ରଦର୍ଶନ ସହ ଉଭୟ ଜୁନିୟର ପୁରୁଷ ଓ ମହିଳା ହକି ଏସିଆ କପ୍‌ ଜିତିଥିବା ଭାରତୀୟ ଦଳକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସୋମବାର ଅଭିନନ୍ଦନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?