ନୂତନ କ୍ୱାରାଣ୍ଟାଇନ୍‌ କେନ୍ଦ୍ର ସ୍ଥିତି ପରଖିଲେ ଜିଲାପାଳ

ଚୌଦ୍ୱାର,୨୫ା୪(ଡି.ଏନ୍‌.ଏ.) : କଟକ ଜିଲା ଚୌଦ୍ୱାର ସହାରାଞ୍ଚଳରେ ଗାନ୍ଧିଛକସ୍ଥିତ ଟାଉନ୍‌ହଲରେ ୬୦ ଶଯ୍ୟା ବିଶିଷ୍ଟ କ୍ୱାରାଣ୍ଟାଇନ ସେଣ୍ଟର ଚାଲୁ ରହିଛି। ଆସନ୍ତା ମେ’ ୩ ତାରିଖ ଲକ୍‌ଡାଉନ ହଟିବା ପରେ ରାଜ୍ୟ ବାହାରୁ ବହୁ ଶ୍ରମିକ ନିଜ ଅଞ୍ଚଳକୁ ଫେରିବା ଅନୁମାନ କରାଯାଉଛି। ଏହାକୁ ଲକ୍ଷ୍ୟ ରଖି ପୌରପାଳିକା ପକ୍ଷରୁ ପରିବାରବର୍ଗଙ୍କ ଜରିଆରେ ନାମ ପଞ୍ଜୀକରଣ କାର୍ଯ୍ୟ ଆରମ୍ଭ କରାଯାଇଛି। ଶନିବାର ସୁଦ୍ଧା ୨୦୦ରୁ ଊର୍ଦ୍ଧ୍ୱ ଲୋକ ଅବେଦନପତ୍ର ନେଇଥିବାବେଳେ ୩୮ଜଣ ପଞ୍ଜିକୃତ ହୋଇଥିବା ଜଣାପଡ଼ିଛି। ଏଥିପାଇଁ ଚୌଦ୍ୱାର ବାଳିକା ଛାତ୍ରୀନିବାସକୁ ୧୦୦ ଶଯ୍ୟା ବିଶିଷ୍ଟ ନୂତନ କ୍ୱାରାଣ୍ଟାଇନ୍‌ କେନ୍ଦ୍ର କରିବା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି ା ଏନେଇ ଶନିବାର ଅପରାହ୍ନରେ କଟକ ଉପଜିଲାପାଳ ଶୁଭ୍ରାଂଶୁ ମିଶ୍ର ବାଳିକା ଛାତ୍ରୀ ନିବାସକୁ ପରିଦର୍ଶନ କରି ପାରିପାର୍ଶ୍ୱିକ ସଫେଇ, ଆଲୋକୀକରଣ, ପାନୀୟ ଜଳଯୋଗାଣ କେନ୍ଦ୍ରର ସ୍ବଚ୍ଛତା ଉପରେ ବିଶେଷ ଗୁରୁତ୍ୱ ଦେବାପାଇଁ ପୌରନିର୍ବାହୀ ଅଧିକାରୀ ପ୍ରଦୀପ୍ତ କୁମାର ବେହେରାଙ୍କୁ ପରାମର୍ଶ ଦେଇଥିଲେ। କଲେଜର ଅଧ୍ୟାପକ ସୁମନ୍ତ ସାହୁ, ହଷ୍ଟେଲର ୱାଡେନ ତଥା ଅଧ୍ୟାପକ ବସନ୍ତ କୁମାର ବିଶ୍ୱାଳ, ପୌର ନିର୍ବାହୀ ଯନ୍ତ୍ରୀ ଚମ୍ପକ ରାୟ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପାନୀୟ ଜଳ ପ୍ରକଳ୍ପରୁ ମିଳୁନି ପିଇବା ପାଣି: ୧୦୩ରୁ ୨୨ ଅଚଳ, ବଢ଼ୁଛି ଜନ ଅସନ୍ତୋଷ

ଦିଗପହଣ୍ଡି, ୨୩ ଜୁନ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକର ୨୫ଟି ପଞ୍ଚାୟତ ଅଧୀନ ବିଭିନ୍ନ ଗ୍ରାମରେ ସ୍ଥାପିତ ୧୦୩ଟି ପାନୀୟ ଜଳ ପ୍ରକଳ୍ପ…

ବକେୟା ଋଣ ଚାପରେ ଯୁବକଙ୍କ ଆତ୍ମହତ୍ୟା! କାଜୁ ବଗିଚାରୁ ମିଳିଲା ମୃତଦେହ

ଭଞ୍ଜନଗର, ୨୩।୬(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ତାରସିଂ ଥାନା ଅନ୍ତର୍ଗତ ଶିଶୁଣ୍ଡା ଗ୍ରାମରେ ଜଣେ ଯୁବକଙ୍କ ସନ୍ଦେହଜନକ ଆତ୍ମହତ୍ୟା ଘଟଣା ଅଞ୍ଚଳରେ ଶୋକାକୂଳ ପରିବେଶ ସୃଷ୍ଟି କରିଛି।…

ତାମିଲନାଡୁ ଗ୍ୟାସ୍‌ ଟ୍ରାଜେଡି: ଭୁବନେଶ୍ୱରରେ ପହଞ୍ଚିଲା ୫ ମୃତଦେହ, ପରିବାରକୁ ଭେଟିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୩।୬: ତାମିଲନାଡୁରେ ଘଟିଥିବା ଦୁଃଖଦ ଗ୍ୟାସ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଓଡ଼ିଆ ଶ୍ରମିକଙ୍କ ମଧ୍ୟରୁ ୫ ଜଣଙ୍କ ମୃତଦେହ ମଙ୍ଗଳବାର ସ୍ବତନ୍ତ୍ର ବିମାନ ଯୋଗେ ଭୁବନେଶ୍ୱରକୁ ଅଣାଯାଇଛି।…

କେନ୍ଦ୍ର କ୍ୟାବିନେଟ ଅଦଳବଦଳ: ରାଷ୍ଟ୍ରପତିଙ୍କୁ ଭେଟିଲେ ମୋଦି; ଆସିବ ମନ୍ତ୍ରୀମଣ୍ଡଳ ଲିଷ୍ଟ!

ନୂଆଦିଲ୍ଲୀ,୨୩।୬: କେନ୍ଦ୍ରୀୟ ମନ୍ତ୍ରୀମଣ୍ଡଳରେ ଅଦଳବଦଳ ନେଇ ଚାଲିଥିବା ଚର୍ଚ୍ଚା ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିଛନ୍ତି। ପିଏମ ମୋଦୀଙ୍କ…

ବଡ଼ ଧରଣର ଚଢ଼ାଉ: ୧୯ ଦୋକାନୀ ନାଁରେ ମାମଲା ରୁଜୁ, ଜରିମାନା ଆଦାୟ

ରିଷିଡ଼ା ୨୩।୬(ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଜିଲାରେ ତମାଖୁ ନିୟନ୍ତ୍ରଣ ଆଇନକୁ କଡ଼ାକଡ଼ି କରିବା ପାଇଁ ଏକ ସ୍ପେଶାଲ…

୩ ଓଡ଼ିଆଙ୍କୁ ପଦ୍ମଶ୍ରୀ: ସାହିତ୍ୟ ଓ କଳା କ୍ଷେତ୍ରରେ ଅବଦାନ ପାଇଁ ସମ୍ମାନ

ନୂଆଦିଲ୍ଲୀ/ଭୁବନେଶ୍ୱର,୨୩।୬: ଚଳିତ ବର୍ଷର ପଦ୍ମ ପୁରସ୍କାର ପ୍ରଦାନ ସମାରୋହରେ ରାଜ୍ୟର ତିନିଜଣ ବିଶିଷ୍ଟ ବ୍ୟକ୍ତିତ୍ୱଙ୍କୁ ପଦ୍ମଶ୍ରୀ ସମ୍ମାନରେ ଭୂଷିତ କରାଯାଇଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ଭବନରେ…

Padma Awards: ଶିବୁ ସୋରେନ, ଆର୍. ମାଧବନ ଓ ରୋହିତ ଶର୍ମାଙ୍କ ସମେତ ଦେଶର ୬୫ ବିଶିଷ୍ଟ ବ୍ୟକ୍ତିତ୍ୱ ସମ୍ମାନିତ

ନୂଆଦିଲ୍ଲୀ,୨୩।୬: ନୂଆଦିଲ୍ଲୀର ରାଷ୍ଟ୍ରପତି ଭବନରେ ଆୟୋଜିତ ‘ସିଭିଲ ଇନଭେଷ୍ଟିଚର ସେରେମୋନି-୨’ରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଙ୍ଗଳବାର ୨୦୨୬ ବର୍ଷ ପାଇଁ ପଦ୍ମ ପୁରସ୍କାର ପ୍ରଦାନ କରିଛନ୍ତି। ଏହି…

ଆକାଶଙ୍କୁ ଶୁଭେଚ୍ଛା ଜଣାଇଲେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ

ଭବାନୀପାଟଣା,୨୩।୬(ଉତ୍ତମ କୁମାର ଦାଶ): ତୁର୍କୀର ମରସିନ ଠାରେ ଅନୁଷ୍ଠିତ ୱାର୍ଲ୍ଡ ଆବିଲିଟି ସ୍ପୋର୍ଟ ୟୁଥ୍ ଗେମ୍ସ-୨୦୨୬ରେ କଳାହାଣ୍ଡି ପୁଅ ଆକାଶ ରଞ୍ଜନ ମୁଣ୍ଡ ୨ଟି ସ୍ୱର୍ଣ୍ଣ ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri